Hindi News >>Home >>Odisha Sports

ଅଷ୍ଟ୍ରେଲିଆକୁ ପରାସ୍ତ କରିବା ମାତ୍ରେ ପାକିସ୍ତାନର ସମକକ୍ଷ ହେଲା ଟିମ୍ ଇଣ୍ଡିଆ, ବର୍ତ୍ତମାନ ଖୁବ୍ ଶୀଘ୍ର ଭାଙ୍ଗିବ ଏହି ବିଶ୍ୱ ରେକର୍ଡ

India vs Australia: ଯଦି ଭାରତୀୟ ଦଳ ଏହି ବିଶ୍ୱ ରେକର୍ଡ ସୃଷ୍ଟି କରେ, ତେବେ ଏହାକୁ ଭାଙ୍ଗିବା ବହୁତ କଷ୍ଟସାଧ୍ୟ ହେବ । କାରଣ ଗୋଟିଏ ବର୍ଷରେ ବହୁତ କମ୍ ଟିମ୍ ଏତେ ସଂଖ୍ୟକ ଟି-20 ଅନ୍ତର୍ଜାତୀୟ ମ୍ୟାଚ୍ ଖେଳନ୍ତି । ଯଦିଓ ସେମାନେ ଖେଳନ୍ତି, ତେବେ ଏତେ ମ୍ୟାଚ୍ ଜିତିବା କୌଣସି ଦଳ ପାଇଁ ସହଜ କାମ ନୁହେଁ ।

Advertisement
ଅଷ୍ଟ୍ରେଲିଆକୁ ପରାସ୍ତ କରିବା ମାତ୍ରେ ପାକିସ୍ତାନର ସମକକ୍ଷ ହେଲା ଟିମ୍ ଇଣ୍ଡିଆ, ବର୍ତ୍ତମାନ ଖୁବ୍ ଶୀଘ୍ର ଭାଙ୍ଗିବ ଏହି ବିଶ୍ୱ ରେକର୍ଡ
Stop
Zee Odisha Desk|Updated: Sep 24, 2022, 08:35 AM IST

ନୂଆଦିଲ୍ଲୀ: India vs Australia: ଗତ କିଛି ସପ୍ତାହ ହୁଏତ ଭାରତୀୟ କ୍ରିକେଟ୍ ଦଳ ପାଇଁ ଭଲ ଯାଇନାହିଁ, କିନ୍ତୁ ବର୍ତ୍ତମାନ ଟିମ୍ ଇଣ୍ଡିଆ (Team India) ପୁଣିଥରେ ଟ୍ରାକକୁ ଫେରିଛି । ନାଗପୁରରେ ଖେଳାଯାଇଥିବା ଦ୍ୱିତୀୟ ଟି-20 ମ୍ୟାଚ୍‌ରେ ଅଷ୍ଟ୍ରେଲିଆ (India vs Australia 2nd t20 match) କୁ ପରାସ୍ତ କରିବା ମାତ୍ରେ ଟିମ୍ ଇଣ୍ଡିଆ ପାକିସ୍ତାନ ଦଳ (Pakistan Cricket Team) ର ବିଶ୍ୱ ରେକର୍ଡର ସମକକ୍ଷ ହୋଇପାରିଛି । ଭାରତ ଓ ପାକିସ୍ତାନ ବର୍ତ୍ତମାନ ମିଳିତ ଭାବେ ଗୋଟିଏ ବର୍ଷରେ ସର୍ବାଧିକ ଟି-20 ମ୍ୟାଚ୍ ଜିତିବା ଦଳ ହୋଇପାରିଛନ୍ତି । ୨୦୨୨ରେ ଭାରତୀୟ ଦଳ ଏପର୍ଯ୍ୟନ୍ତ ୨୦ଟି ଟି-20 ମ୍ୟାଚ୍ ଜିତିଥିବାବେଳେ ପାକିସ୍ତାନ ଦଳ ଗତ ବର୍ଷ ସମାନ ସଂଖ୍ୟକ ମ୍ୟାଚ୍ ଜିତିଥିଲା ।

ତେବେ ପାକିସ୍ତାନର ଏହି ବିଶ୍ୱ ରେକର୍ଡ ଖୁବ ଶୀଘ୍ର ଭାଙ୍ଗିବାକୁ ଯାଉଛି । କେବଳ ଏତିକି ନୁହେଁ ଆଗାମୀ କିଛି ମାସ ମଧ୍ୟରେ ଭାରତୀୟ ଦଳ ନିଶ୍ଚିତ ଭାବେ ଏହି ବଡ଼ ରେକର୍ଡ ନିଜ ନାମରେ କରିବ, ଯାହା ଆଗାମୀ ବର୍ଷରେ ଭାଙ୍ଗିବା କଷ୍ଟକର ହେବ । ଭାରତୀୟ ଦଳ ଚଳିତ ବର୍ଷ ୨୦ଟି ମ୍ୟାଚ୍ ଜିତି ପାକିସ୍ତାନ ସହ ସମକକ୍ଷ ହୋଇଛି, କିନ୍ତୁ ଆମ ସମସ୍ତଙ୍କୁ ଭୁଲିବା ଉଚିତ ନୁହେଁ ଯେ ଭାରତକୁ ଅଷ୍ଟ୍ରେଲିଆ ଓ ପରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ଖେଳିବାକୁ ପଡିବ, ଏଥି ମଧ୍ୟରୁ ଗୋଟିଏ ମଧ୍ୟ ଭାରତ ଯଦି ଜିତେ ତେବେ ପାକିସ୍ତାନର ବିଶ୍ୱ ରେକର୍ଡକୁ ଭାଙ୍ଗି ହେବ । ଏହା ବ୍ୟତୀତ ଭାରତ ଟି-20 ବିଶ୍ୱକପ ୨୦୨୨ରେ ଅତିକମରେ ଅଧା ଡଜନ ମ୍ୟାଚ୍ ଖେଳିବାକୁ ବାକି ଅଛି ।

ଯଦି ଭାରତୀୟ ଦଳ ଏହି ବିଶ୍ୱ ରେକର୍ଡ ସୃଷ୍ଟି କରେ, ତେବେ ଏହାକୁ ଭାଙ୍ଗିବା ବହୁତ କଷ୍ଟସାଧ୍ୟ ହେବ । କାରଣ ଗୋଟିଏ ବର୍ଷରେ ବହୁତ କମ୍ ଟିମ୍ ଏତେ ସଂଖ୍ୟକ ଟି-20 ଅନ୍ତର୍ଜାତୀୟ ମ୍ୟାଚ୍ ଖେଳନ୍ତି । ଯଦିଓ ସେମାନେ ଖେଳନ୍ତି, ତେବେ ଏତେ ମ୍ୟାଚ୍ ଜିତିବା କୌଣସି ଦଳ ପାଇଁ ସହଜ କାମ ନୁହେଁ । ଏଭଳି ପରିସ୍ଥିତିରେ ଭାରତ ପାକିସ୍ତାନର ରେକର୍ଡ ଭାଙ୍ଗିବ, କିନ୍ତୁ ଦେଖିବାକୁ ବାକି ରହିଲା କେଉଁ ଦଳ ଭାରତର ରେକର୍ଡ ଭାଙ୍ଗିବ ।

ଅଧିକ ପଢ଼ନ୍ତୁ:-ଦୁର୍ଗା ପୂଜା ପୂର୍ବରୁ ଖୁସି ଖବର ଦେଲା ରେଲୱେ! ଉପକୃତ ହେବେ ଓଡ଼ିଶାବାସୀ

ଅଧିକ ପଢ଼ନ୍ତୁ:-ରୋହିତ ଶର୍ମା ରଚିଲେ ଇତିହାସ, ଟି-20 କ୍ରିକେଟରେ ନିଜ ନାଁରେ କଲେ ଏହି ବିଶ୍ୱ ରେକର୍ଡ

ଅଧିକ ପଢ଼ନ୍ତୁ:-କାଙ୍ଗାଳ ପାକିସ୍ତାନକୁ ଏବେ ପଶିଲା ଚେତା, ଜାତିସଂଘରେ କାଶ୍ମୀରକୁ ନେଇ ନୂଆ ଫର୍ମୂଲା ଦେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ

 

ସେପଟେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ଟି-20 ଅନ୍ତର୍ଜାତୀୟ କ୍ରିକେଟରେ ଏକ ବଡ଼ ବିଶ୍ୱ ରେକର୍ଡ ନିଜ ନାମରେ କରିନେଇଛନ୍ତି । ହିଟମ୍ୟାନ୍ ରୋହିତ ଶର୍ମା (Rohit Sharma) ଟି-20 କ୍ରିକେଟରେ ସିକ୍ସର୍ କିଙ୍ଗ ବନିଯାଇଛନ୍ତି । ନାଗପୁରରେ ଖେଳାଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟି-20 ସିରିଜର ଦ୍ୱିତୀୟ ମ୍ୟାଚ୍‌ରେ ସେ ଏହି ବଡ଼ ସଫଳତା ହାସଲ କରିଛନ୍ତି । ଗ୍ରାଉଣ୍ଡ ଓଦା ହେବା ଯୋଗୁଁ ଏହି ମ୍ୟାଚ୍ ମାତ୍ର ୮-୮ ଓଭରର ହୋଇଥିଲା । କିନ୍ତୁ ରୋହିତ ଶର୍ମା ପ୍ରଥମ ଛକା ମାରିବା ମାତ୍ରେ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି ।

ରୋହିତ ଶର୍ମା ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଓଭରର ତୃତୀୟ ବଲରେ ପ୍ରଥମ ଛକା ମାରିବା ମାତ୍ରେ ହିଁ ସେ ଅନ୍ତର୍ଜାତୀୟ କ୍ରିକେଟର ସବୁଠାରୁ ଛୋଟ ଫର୍ମାଟରେ ସର୍ବାଧିକ ଛକା ମାରିବାର ବ୍ୟାଟ୍ସମ୍ୟାନ୍ ହୋଇଯାଇଛନ୍ତି । ସେ ଏହି ପ୍ରସଙ୍ଗରେ ନ୍ୟୁଜିଲାଣ୍ଡ ଓପନର୍ ମାର୍ଟିନ ଗପ୍ଟିଲଙ୍କୁ ପଛରେ ପକାଇ ଦେଇଛନ୍ତି । ମାର୍ଟିନ ଗପ୍ଟିଲଙ୍କ ନାମରେ ୧୭୨ଟି ଛକା ଥିବାବେଳେ ରୋହିତ ଶର୍ମା ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଛକା ମାରି ଟି-୨୦ କ୍ରିକେଟରେ ୧୭୩ଟି ଛକା ହାସଲ କରିଛନ୍ତି ।

{}{}