Hindi News >>Home >>Odisha Sports

ICC Ranking: ଦିନିକିଆ ସିରିଜ ହାରିବା ସହ ଶୀର୍ଷ ମାନ୍ୟତା ବି ହରାଇଲା ଭାରତ, ଜାଣନ୍ତୁ ଏବେ କେଉଁ ଦଳ ରହିଛି ନମ୍ବର ଓ୍ୱାନ

ନୂଆଦିଲ୍ଲୀ: ଘରୋଇ ମୈଦାନରେ (Home Ground) ଚାରି ବର୍ଷ ପରେ ଟିମ୍ ଇଣ୍ଡିଆ (Team India) କୌଣସି ଫର୍ମାଟର ଦ୍ୱିପାକ୍ଷିକ ସିରିଜରେ ପରାଜୟ ବରଣ କରିଛି | ତୃତୀୟ ଦିନିକିଆରେ ଅଷ୍ଟ୍ରେଲିଆ ଭାରତକୁ ପରାସ୍ତ କରିଛି। ଦଳ ତୃତୀୟ ଦିନିକିଆରେ କଙ୍ଗାରୁ ଦଳ ଠାରୁ ୨୧ ରନରେ ଭାରତ ପରାସ୍ତ ହୋଇଥିଲା। ଏହି ବିଜୟ ସହିତ ଅଷ୍ଟ୍ରେଲିଆ ଟିମ୍ ଇଣ୍ଡିଆକୁ

Advertisement
ICC Ranking: ଦିନିକିଆ ସିରିଜ ହାରିବା ସହ ଶୀର୍ଷ ମାନ୍ୟତା ବି ହରାଇଲା ଭାରତ, ଜାଣନ୍ତୁ ଏବେ କେଉଁ ଦଳ ରହିଛି ନମ୍ବର ଓ୍ୱାନ
Stop
Zee Odisha Desk|Updated: Mar 23, 2023, 09:04 AM IST

Sports News in Odia: ନୂଆଦିଲ୍ଲୀ: ଘରୋଇ ମୈଦାନରେ (Home Ground) ଚାରି ବର୍ଷ ପରେ ଟିମ୍ ଇଣ୍ଡିଆ (Team India) କୌଣସି ଫର୍ମାଟର ଦ୍ୱିପାକ୍ଷିକ ସିରିଜରେ ପରାଜୟ ବରଣ କରିଛି | ତୃତୀୟ ଦିନିକିଆରେ ଅଷ୍ଟ୍ରେଲିଆ ଭାରତକୁ ପରାସ୍ତ କରିଛି। ଦଳ ତୃତୀୟ ଦିନିକିଆରେ କଙ୍ଗାରୁ ଦଳ ଠାରୁ ୨୧ ରନରେ ଭାରତ ପରାସ୍ତ ହୋଇଥିଲା। ଏହି ବିଜୟ ସହିତ ଅଷ୍ଟ୍ରେଲିଆ ଟିମ୍ ଇଣ୍ଡିଆକୁ ହଟାଇ ODIରେ ଶୀର୍ଷ ମାନ୍ୟତା ଲାଭ କରିଛି। ଏଠାରେ କହି ରଖୁ କି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜ ଶେଷ ହେବା ପରେ ଦିନିକିଆ ମାନ୍ୟତା ତାଲିକା ଆଇସିସି ଜାରି କରିଛି। 

ସଦ୍ୟ ପ୍ରକାଶିତ ତାଲିକା ଅନୁଯାୟୀ ଭାରତ ତୁଳନାରେ ଅଷ୍ଟ୍ରେଲିଆ ୧୧୩.୨୮୬ ରେଟିଂ ପାଇଛି। ଭାରତର ମୋଟ ୧୧୨.୬୩୮ ରେଟିଂ ପାଇଛି। ଶେଷ ଦିନିକିଆ ପୂର୍ବରୁ ଭାରତ ମୋଟ ୧୧୪ ପଏଣ୍ଟ ସହିତ ମାନ୍ୟତା ତାଲିକାରେ ଶୀର୍ଷରେ ରହିଥିଲା। ଅଷ୍ଟ୍ରେଲିଆ ୧୧୨ ପଏଣ୍ଟ ସହିତ ଦ୍ୱିତୀୟ ସ୍ଥାନରେ ରହିଥିଲା। ଅନ୍ତିମ ଦିନିକିଆରେ ଟସ ଜିତି ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୨୭୦ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ତେବେ ଏହି ଟାର୍ଗେଟକୁ ପିଛା କରି ଭାରତ ୪୯.୧ ଓଭରରେ ୨୪୮ ରନରେ ଅଲ ଆଉଟ ହୋଇଯାଇଥିଲା। ବିରାଟ କୋହଲି ୫୪ ଓ ହାର୍ଦ୍ଦିକ ପାଣ୍ଡ୍ୟା ୪୦ ରନର ଇନିଂସ ଖେଳିଥିଲେ। 

ଅଷ୍ଟ୍ରେଲିଆ ତରଫରୁ ଆଡ଼ମ ଜାମ୍ପା ଚାରିଟି ଓ୍ୱିକେଟ ନେଇଥିଲେ। ସେହିପରି ଆଷ୍ଟନ ଆଗର ମଧ୍ୟ ଦୁଇଟି ଓ୍ୱିକେଟ ନେଇଥିଲେ। ଭାରତ ଚାରି ବର୍ଷ ପରେ ଘରୋଇ ମାଟିରେ ସିରିଜ ପରାସ୍ତ ହୋଇଛି। ସୂଚନାଯୋଗ୍ୟ ଫେବୃଆରୀ ୨୦୧୯ ମସିହାରେ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଗୋଟିଏ ଟି୨୦ ସିରିଜ ଓ ଦିନିକିଆ ସିରିଜ ଖେଳିଥିଲା। ଦିନିକିଆ ସିରିଜରେ ୩-୨ ବ୍ୟବଧାନରେ ପରାସ୍ତ କରିଥିଲା। ସେପଟେ ପରାଜୟ ପରେ ଭାରତୀୟ ଦଳ ର ଅଧିନାୟକ ନିଜର ମତାମତ ରଖିଛନ୍ତି। ରୋହିତ କହିଛନ୍ତି କି ଏହି ପରାଜୟ ପାଇଁ ଭାରତୀୟ ଅଧିନାୟକ (Team India Captain) ରୋହିତ ଶର୍ମା (Rohit Sharma) ନିଜ ବ୍ୟାଟ୍ସମ୍ୟାନକୁ ଦାୟୀ କରିଛନ୍ତି । ମ୍ୟାଚ୍ ପରେ ଅଧିନାୟକ ରୋହିତ ଶର୍ମା କହିଛନ୍ତି ଯେ, "ମୋତେ ଲାଗୁ ନାହିଁ କି ଲକ୍ଷ୍ୟ ବଡ଼ ଥିଲା । ଯଦିଓ ଦ୍ୱିତୀୟ ଇନିଂସରେ ୱିକେଟ୍ ଟିକେ ଚ୍ୟାଲେଞ୍ଜ ହୋଇଗଲା, ମୁଁ ଭାବୁନାହିଁ ଯେ ଆମେ ଭଲ ବ୍ୟାଟିଂ କରିଛୁ । ପାର୍ଟନରଶିପ୍ ଗୁରୁତ୍ୱପୂର୍ଣ୍ଣ ଓ ଆଜି ଆମେ ସେଗୁଡିକ ଗଢ଼ିବାରେ ବିଫଳ ହୋଇଛୁ । ଆମେ ଯେଭଳି ଭାବେ ଆଉଟ୍ ହୋଇଛୁ । ତାହା ନିରାଶାଜନକ ଥିଲା । ଆମେ ଏଭଳି ୱିକେଟରେ ଖେଳି ବଡ଼ ହୋଇଛୁ । ବେଳେବେଳେ ଆପଣଙ୍କୁ ନିଜକୁ ଏକ ସୁଯୋଗ ଦେବାକୁ ହୋଇଥାଏ ।"

Also Read: IND vs AUS 3rd ODI: ରୋହିତ ଶର୍ମା କହିଲେ କାହିଁକି ହାରିଲା ଟିମ୍ ଇଣ୍ଡିଆ, ପରାଜୟ ପାଇଁ ଏହି ଖେଳାଳିଙ୍କୁ କଲେ ଦାୟୀ

Read More
{}{}