Hindi News >>Home >>Odisha Sports

IND vs BAN: ବାଂଲାଦେଶ ଆଗରେ ବିଶାଳ ବିଜୟ ଲକ୍ଷ୍ୟ

INDvsBAN: ତୃତୀୟ ମ୍ୟାଚରେ ଇଶାନ କିଶନ (Ishan Kishan) କେବଳ ଭାରତ (India) ପାଇଁ ଦ୍ୱିଶତକ ହାସଲ କରିନାହାଁନ୍ତି, ବରଂ ତାଙ୍କ ନାମରେ ଅନେକ ରେକର୍ଡ ମଧ୍ୟ କରିଛନ୍ତି। ଏହା ସହିତ କିଶନ (Ishan Kishan) ସାଥୀ ଓପନର୍ ଶିଖର ଧାୱନଙ୍କ (Sikhar Dhawan) ପାଇଁ ଅସୁବିଧା ବଢାଇଛନ୍ତି। ବିରାଟ କୋହଲି ମଧ୍ୟ ଶତକୀୟ ପାଳି ଖେଳିଛନ୍ତି। ଦ୍ୱିତୀୟ ଦିନିକିଆରେ ଆହତ ରୋହିତ ଶର୍ମାଙ୍କ ସ୍ଥାନରେ ଇଶାନ କିଶନ ଦଳରେ ସୁଯୋଗ ପାଇଛନ୍ତି। 

Advertisement
IND vs BAN: ବାଂଲାଦେଶ ଆଗରେ ବିଶାଳ ବିଜୟ ଲକ୍ଷ୍ୟ
Stop
Zee Odisha Desk|Updated: Dec 10, 2022, 03:25 PM IST

INDvsBAN: ନୂଆଦିଲ୍ଲୀ: ଇଶାନ କିସାନ ଓ ବିରାଟ କୋହଲିଙ୍କ ଧୁଆଁଧାର ବ୍ୟାଟିଂ ଫଳରେ ଘରୋଇ ବାଂଲାଦେଶକୁ ଏକ ବିଶାଳ ବିଜୟ ଲକ୍ଷ ଦେଇଛି ଭାରତ। ବାଂଲାଦେଶର ଚିଟଗାଓଁରେ ଖେଳାଯାଉଥିବା ତୃତୀୟ ତଥା ଅନ୍ତିମ ଦିନିକିଆରେ ଭାରତ ଘରୋଇ ଦଳ ପାଇଁ ଏକ ବିଶାଳ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି। ଇଶାନଙ୍କ ଦ୍ୱିଶତକୀୟ ଓ ବିରାଟଙ୍କ ଶତକୀୟ ଇନିଂସ ବଳରେ ଭାରତ ଧାର୍ଯ୍ୟ ୫୦ ଓଭରରେ ୮ ଓ୍ୱିକେଟ ହରାଇ ୪୦୯ ରନ କରିଛି। ଭାରତର ଇଶାନ କିସାନ ୨୧୦, ବିରାଟ କୋହଲି ୧୧୩, ଓ୍ୱାସିଂଟନ ସୁନ୍ଦର୩୭, ଅକ୍ଷର ପଟେଲ ୨୦ ରନ କରିଥିଲେ। ବାଂଲାଦେଶ ପକ୍ଷରୁ ଏବାଦତ ହୋସେନ, ସାକିବ ଅଲ ହାସନ, ତାସକିନ ଅହମ୍ମଦ ଦୁଇଟି ଲେଖାଏଁ ଓ୍ୱିକେଟ ହାସଲ କରିଥିବା ବେଳେ ମେହିଦି ହାସନ ମିରାଜ ଗୋଟିଏ ଓ୍ୱିକେଟ ହାସଲ କରିଛନ୍ତି। 

ସୂଚନାଯୋଗ୍ୟ ତୃତୀୟ ମ୍ୟାଚରେ ଇଶାନ କିଶନ (Ishan Kishan) କେବଳ ଭାରତ (India) ପାଇଁ ଦ୍ୱିଶତକ ହାସଲ କରିନାହାଁନ୍ତି, ବରଂ ତାଙ୍କ ନାମରେ ଅନେକ ରେକର୍ଡ ମଧ୍ୟ କରିଛନ୍ତି। ଏହା ସହିତ କିଶନ (Ishan Kishan) ସାଥୀ ଓପନର୍ ଶିଖର ଧାୱନଙ୍କ (Sikhar Dhawan) ପାଇଁ ଅସୁବିଧା ବଢାଇଛନ୍ତି। ବିରାଟ କୋହଲି ମଧ୍ୟ ଶତକୀୟ ପାଳି ଖେଳିଛନ୍ତି। ଦ୍ୱିତୀୟ ଦିନିକିଆରେ ଆହତ ରୋହିତ ଶର୍ମାଙ୍କ ସ୍ଥାନରେ ଇଶାନ କିଶନ ଦଳରେ ସୁଯୋଗ ପାଇଛନ୍ତି। ଏହି ବାମହାତୀ ବ୍ୟାଟ୍ସମ୍ୟାନ୍ ତାଙ୍କ ODI କ୍ୟାରିୟରର ପ୍ରଥମ ଦ୍ୱିଶତକ ହାସଲ କରିବାକୁ ଦୁଇ ହାତରେ ସୁଯୋଗ ନେଇଥିଲେ। ଏହା ସହ ସେ ଦ୍ୱିଶତକ ହାସଲ କରିବାରେ ଭାରତର ଚତୁର୍ଥ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି।

ଏପର୍ଯ୍ୟନ୍ତ କେବଳ ତିନି ଜଣ ଭାରତୀୟ ବ୍ୟାଟ୍ସମ୍ୟାନ୍ ODI ରେ ଦ୍ୱିଶତକ ହାସଲ କରିବାର ରେକର୍ଡ ରଖିଥିଲେ। ବର୍ତ୍ତମାନ ଇଶାନ କିଶନ ଚତୁର୍ଥ ବ୍ୟାଟ୍ସମ୍ୟାନ୍ ହୋଇ ଦ୍ୱିଶତକ ହାସଲ କରିଛନ୍ତି। ଏହାପୂର୍ବରୁ ରୋହିତ ଶର୍ମାଙ୍କ ନାମରେ ତିନୋଟି ଦ୍ୱିଶତକ, ସଚିନ ତେନ୍ଦୁଲକର ଏବଂ ବିରେନ୍ଦର ସେହୱାଗଙ୍କର ଗୋଟିଏ ଲେଖାଏଁ ଦ୍ୱିଶତକ ରହିଛି। ଇଶାନ କିଶନ ମାତ୍ର ୧୩୧ ବଲରେ ୨୧୦ ରନ ସ୍କୋର କରି ଆଉଟ ହୋଇଛନ୍ତି। ବିରାଟ କୋହଲି ବାଂଲାଦେଶ ବିପକ୍ଷ ତୃତୀୟ ଦିନିକିଆରେ ମଧ୍ୟ ଇତିହାସ ସୃଷ୍ଟି କରିଛନ୍ତି। ସେ ବାଂଲାଦେଶରେ ଅନ୍ତର୍ଜାତୀୟ ଦିନିକିଆରେ ୧୦୦୦ ରନ୍ ସ୍କୋର କରିବାରେ ପ୍ରଥମ ଭାରତୀୟ ହୋଇଛନ୍ତି। କୋହଲି ପୂର୍ବରୁ କୌଣସି ଭାରତୀୟ ବାଂଲାଦେଶରେ ଏହି ସଫଳତା କରିପାରିବେ ନାହିଁ। କୋହଲି ୧୮ଟି ଇନିଂସରେ ଏକ ହଜାର ରନର ମାଇଲଷ୍ଟୋନ ଅତିକ୍ରମ କରିଛନ୍ତି। ଏହି ସମୟ ମଧ୍ୟରେ ସେ ୫ଟି ଶତକ ଓ ୩ଟି ଅର୍ଦ୍ଧଶତକ କରିଛନ୍ତି। 

ସେହିପରି ବିଗତ ଦୁଇଟି ଦିନିକିଆରେ ବିଫଳ ହୋଇଥିବା ବିରାଟ କୋହଲି ଆଜି ଫର୍ମକୁ ଫେରିଛନ୍ତି। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ୯୦ବଲରେ ୧୧୩ ରନ କରି ଖେଳ ଜାରି ରଖିଛନ୍ତି। ସେପଟେ ସିରିଜ ହାରିଥିବା ଭାରତୀୟ ଦଳ କିନ୍ତୁ ଆଜି ଘରୋଇ ଦଳ ଉପରେ ବେଶ ଭାରି ପଡ଼ିଛନ୍ତି। ଟସ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିବା ବାଂଲାଦେଶର ବୋଲରଙ୍କ ଆଜି ନିର୍ଦ୍ଧୁମ ପିଟିଛନ୍ତି ଇଶାନ କିଶାନ ଓ ବିରାଟ କୋହଲି। ପାଳି ଆରମ୍ଭ କରିଥିଲେ ଶିଖର ଧଓ୍ୱନ ଓ ଇଶାନ କିଶାନ। ମାତ୍ର ୧୫ ରନରେ ବାଂଲାଦେଶ ପ୍ରଥମ ସଫଳଥା ପାଇଥିଲା। କିନ୍ତୁ ପରବର୍ତ୍ତି ସମୟରେ ଇଶାନ ଓ କୋହଲି ଧୁମ ପିଟିଥିଲେ ବାଂଲାଦେଶ ବୋଲରଙ୍କୁ । ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ୪୧ ଓଭରରେ ଦଳ ୩୪୫ ରନ କରି ଖେଳ ଜାରି ରଖିଥିଲା। 

Read More
{}{}