Hindi News >>Home >>Odisha Sports

IND vs ZIM ଭାରତର ଔପଚାରିକ ମ୍ୟାଚ, ବିଜୟ ଟାର୍ଗେଟ ଦେଲା ୧୮୭

ଭାରତ ପ୍ରଥମେ ଟସ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦଳ ଆରମ୍ଭରୁ ଧିମା ସ୍କୋରିଂ ଆରମ୍ଭ କରିଥିଲା। ଦଳ ପକ୍ଷରୁ ରୋହିତ ଶର୍ମା ଓ କେଏଲ ରାହୁଲ ପାଳି ଆରମ୍ଭ କରିଥିଲେ। 

Advertisement
 IND vs ZIM ଭାରତର ଔପଚାରିକ ମ୍ୟାଚ, ବିଜୟ ଟାର୍ଗେଟ ଦେଲା ୧୮୭
Stop
Zee Odisha Desk|Updated: Nov 06, 2022, 03:21 PM IST

IND vs ZIM : ନୂଆଦିଲ୍ଲୀ: ଚଳିତ ବିଶ୍ୱକପର ସୁପର ୧୨ର ଶେଷ ଦିନରେ ୩ଟି ଗୁରୁତ୍ତ୍ୱପୂର୍ଣ୍ଣ ମ୍ୟାଚ ଖେଳାଯାଇଛି। ଏଥିରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ନେଦରଲ୍ୟାଣ୍ଡ ବିଜୟ ଏକ ବୃହତ ବିପର୍ଯୟ ସୃଷ୍ଟି କରିଛି। ନେଦରଲ୍ୟାଣ୍ଡ ଠାରୁ ହାରିବା ପରେ ସେମି ରେସରୁ ବାଦ ପଡ଼ିଛି ଦକ୍ଷିଣ ଆଫ୍ରିକା। ସେହିପରି ବାଂଲାଦେଶ ବିପକ୍ଷରେ ୧୧ ବଲ ଥାଇ ପାକିସ୍ତାନ ବିଜୟ ହାସଲ କରିଥିଲା। 

ଏହି ବିଜୟ ସହିତ ପାକିସ୍ତାନ ସେମିଫାଇନାଲ ଖେଳିବାକୁ ଯୋଗ୍ୟତା ହାସଲ କରିଛି। ଦକ୍ଷିଣ ଆଫ୍ରିକା ଓ ବାଂଲାଦେଶର ପରାଜୟ ଉଭୟ ଭାରତ ଓ ପାକିସ୍ତାନକୁ ସେମି ଟିକଟ ମିଳିଛି। ସେପଟେ ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଜିମ୍ବାଓ୍ୱେ ବିପକ୍ଷରେ ଭାରତ ଔପଚାରିକ ମ୍ୟାଚ ଖେଳିଛି। ଜିମ୍ବାଓ୍ୱେକୁ ୧୮୬ ରନର ବିଜୟ ଲକ୍ଷ୍ୟ ଦେଇଛି ଭାରତ। 

ଭାରତ ପ୍ରଥମେ ଟସ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦଳ ଆରମ୍ଭରୁ ଧିମା ସ୍କୋରିଂ ଆରମ୍ଭ କରିଥିଲା। ଦଳ ପକ୍ଷରୁ ରୋହିତ ଶର୍ମା ଓ କେଏଲ ରାହୁଲ ପାଳି ଆରମ୍ଭ କରିଥିଲେ। ଷ୍ଟ୍ରାଇକ ନେଇଥିଲେ କେଏଲ ରାହୁଲ। କିନ୍ତୁ ପ୍ରଥମ ଓଭରରେ ସମ୍ପୂର୍ଣ୍ଣ ପ୍ରକାର ନୈରାଶ୍ୟ ଜନକ ପ୍ରଦର୍ଶନ କରିଥିଲେ। ପ୍ରଥମ ଓଭରଟି ରନ ଶୂନ୍ୟ ରହିଥିଲା। ଚତୁର୍ଥ ଓଭରରେ ଦଳକୁ ପ୍ରଥମ ଝଟକା ମିଳିଥିଲା। ରୋହିତ ମାତ୍ର ୧୫ ରନ କରି ଆଉଟ ହୋଇଥିଲେ। ଧିମା ଗତିରେ ଦଳୀୟ ସ୍କୋରକୁ ଆଗକୁ ବଢାଇଥିଲେ ବିରାଟ କୋହଲି ଓ ରାହୁଲ। ଦଶମ ଓଭର ଶେଷ ବେଳକୁ ଦଳୀୟ ସ୍କୋର ୭୯ ରନ ହୋଇଥିଲା। ବ୍ୟକ୍ତିଗତ ୫୧ ରନ କରି ରାହୁଲ ଆଉଟ ହୋଇଥିଲେ। ରାହୁଲଙ୍କ ପୂର୍ବରୁ ବିରାଟ କୋହଲି ୨୬ ରନ କରି ପାଭିଲିୟନ ଫେରି ସାରିଥିଲେ। ପରେ ଋଷଭ ପନ୍ତ ମଧ୍ୟ ମାତ୍ର ୩ ରନ କରି ଆଉଟ ହୋଇଥିଲେ। ୧୩ ଓଭର ସୁଦ୍ଧା ଦଳ ୪ଟି ଓ୍ୱିକେଟ ହରାଇ ୧୦୧ ରନ କରିଥିଲା। 

ପରେ ହାର୍ଦ୍ଦିକ ପାଣ୍ଡ୍ୟା ମୈଦାନକୁ ଓହ୍ଲାଇଥିଲେ ମଧ୍ୟ ସେ ଅଧିକ ସମୟ ତିଷ୍ଠି ପାରିନଥିଲେ। ପରେ ସୂର୍ଯ୍ୟକୁମାର ଦଳ ପାଇଁ ଏକ ବିଶାଳ ସ୍କୋର ଛିଡ଼ା କରିଥିଲେ। ବ୍ୟକ୍ତିଗତ ଭାବେ ଅର୍ଦ୍ଧଶତକୀୟ ଇନିଂସ (୬୧*) କରିଥିବା ସୂର୍ଯ୍ୟକୁମାର ଦଳୀୟ ସ୍କୋରକୁ ୧୮୦ ପାର କରାଇଥିଲେ। ଧାର୍ଯ୍ୟ ଓଭରରେ ଦଳ ୫ ଓ୍ୱିକେଟ ହରାଇ ୧୮୬ ରନ କରିଥିଲା। ଜିମ୍ବାଓ୍ୱେ ପକ୍ଷରୁ ସିନ ଓ୍ୱିଲିୟମସ ୨ଟି , ରିଚାର୍ଡ ନାଗାରାଭା, ବ୍ଲେସିଂ ମୁଜାରାବନି ଓ ସିକନ୍ଦର ରାଜା ଗୋଟିଏ ଲେଖାଏଁ ଓ୍ୱିକେଟ ନେଇଥିଲେ। 

ଅଧିକ ପଢନ୍ତୁ: Dhamnagar Bypoll Results Live Update: ଧାମନଗରରେ ପଦ୍ମର ପଲ୍ଲା ଭାରୀ, କଂଗ୍ରେସର ଜବତ ହୋଇପାରେ ଜମାନତ

ଅଧିକ ପଢନ୍ତୁ: Dhamnagar Bypoll Results: ହୃଦଘାତରେ ସ୍ୱାଧିନ ପ୍ରାର୍ଥୀ ରାଜୁ ଦାସଙ୍କ ଭାତୃ ବିୟୋଗ

ଅଧିକ ପଢନ୍ତୁ: T20 World Cup 2022: ଏବେ ଭାରତ-ପାକିସ୍ତାନ ଫାଇନାଲ ପାଇଁ ହୋଇଯାଆନ୍ତୁ ପ୍ରସ୍ତୁତ! ବାବର ଆଜମଙ୍କ ଦଳକୁ କରିବାକୁ ହେବ କେବଳ ଏହି କାମ

Read More
{}{}