Hindi News >>Home >>Odisha Sports

Nagpur Test: ରବୀନ୍ଦ୍ର ଜାଡେଜାଙ୍କ ବିରୋଧରେ ଆସିଲା ବଲ୍ ଟାମ୍ପରିଂ ଅଭିଯୋଗ, ଖାରଜ କଲା ବିସିସିଆଇ

Ball Tampering: ସଦ୍ୟ ସୋସିଆଲ ମିଡିଆ ମାଧ୍ୟମରେ ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଦେଖିବାକୁ ମିଳିଛି ଯେତେବେଳେ ଅଷ୍ଟ୍ରେଲିଆ ଦଳର ସ୍କୋର ୫ ୱିକେଟ୍ ହରାଇ ୧୨୦ ରନ୍ ହୋଇଥିଲା ଏବଂ ଭାରତୀୟ ସ୍ପିନର ରବୀନ୍ଦ୍ର ଜାଡେଜା ବୋଲିଂ କରୁଥିଲେ। ଜାଡେଜା ବଲ ସହିତ ମହମ୍ମଦ ସିରାଜଙ୍କ ନିକଟରେ ପହଞ୍ଚିଥିଲେ। ଜାଡେଜା ସିରାଜଙ୍କ ହାତରେ କିଛି ନେଇ ନିଜ ବୋଲିଂ ଆଙ୍ଗୁଠିରେ ଲଗାଇବା ଆରମ୍ଭ କଲେ। ସେ ସେହି ଜିନିଷକୁ ଦୀର୍ଘ ସମୟ ଆଙ୍ଗୁଠିରେ ରଖି ବୋଲିଂ ଆରମ୍ଭ କଲେ। ହେଲେ ଜାଡେଜା ସେହି ଜିନିଷକୁ ବଲ୍ ଦେହରେ ଲଗାଇବାର ଦେଖାଯାଇ ନଥିଲା।

Advertisement
Nagpur Test:  ରବୀନ୍ଦ୍ର ଜାଡେଜାଙ୍କ ବିରୋଧରେ ଆସିଲା ବଲ୍ ଟାମ୍ପରିଂ ଅଭିଯୋଗ, ଖାରଜ କଲା ବିସିସିଆଇ
Stop
Zee Odisha Desk|Updated: Feb 09, 2023, 11:28 PM IST

Indian Spinner Ravindra Jadeja: ନାଗପୁର ଟେଷ୍ଟ ମୁକାବିଲାର ପ୍ରଥମ ଦିନ ଖେଳ ଶେଷ ହେବା ପରେ ଅଷ୍ଟ୍ରେଲିଆ ଗଣମାଧ୍ୟମ ଭାରତୀୟ ଦଳ ବିରୋଧରେ ବଲ୍ ଟାମ୍ପରିଂ କରିଥିବାର ଅଭିଯୋଗ ଆଣିଥିଲା। ଅଷ୍ଟ୍ରେଲୀୟ ଚ୍ୟାନେଲ 'ଫକ୍ସ କ୍ରିକେଟ୍' ଭାରତୀୟ ସ୍ପିନର ରବୀନ୍ଦ୍ର ଜାଡେଜାଙ୍କ ଏକ ଭିଡିଓ ସେୟାର କରିଛି। ଯେଉଁଥିରେ ଜାଡେଜା ଆଙ୍ଗୁଠିରେ କିଛି ଲଗାଇବା ପରେ ବୋଲିଂ କରୁଥିବା ଦେଖିବାକୁ ମିଳିଥିଲା। ଅଷ୍ଟ୍ରେଲୀୟ ଗଣମାଧ୍ୟମ ଜାଡେଜାଙ୍କ କାର୍ଯ୍ୟକୁ ବଲ ଟ୍ୟାମ୍ପରିଂ ସହିତ ଯୋଡିଥିଲା। ଏହା ଉପରେ ପ୍ରତିକ୍ରିୟା ଇଂଲଣ୍ଡ ଦଳର ପୂର୍ବତନ ଅଧିନାୟକ ମାଇକେଲ ୱାନ୍ ଜାଡେଜା ତାଙ୍କ ଆଙ୍ଗୁଠିରେ କଣ ଲଗାଉଛନ୍ତି ବୋଲି ପଚାରିଥିଲେ।

ସଦ୍ୟ ସୋସିଆଲ ମିଡିଆ ମାଧ୍ୟମରେ ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଦେଖିବାକୁ ମିଳିଛି ଯେତେବେଳେ ଅଷ୍ଟ୍ରେଲିଆ ଦଳର ସ୍କୋର ୫ ୱିକେଟ୍ ହରାଇ ୧୨୦ ରନ୍ ହୋଇଥିଲା ଏବଂ ଭାରତୀୟ ସ୍ପିନର ରବୀନ୍ଦ୍ର ଜାଡେଜା ବୋଲିଂ କରୁଥିଲେ। ଜାଡେଜା ବଲ ସହିତ ମହମ୍ମଦ ସିରାଜଙ୍କ ନିକଟରେ ପହଞ୍ଚିଥିଲେ। ଜାଡେଜା ସିରାଜଙ୍କ ହାତରେ କିଛି ନେଇ ନିଜ ବୋଲିଂ ଆଙ୍ଗୁଠିରେ ଲଗାଇବା ଆରମ୍ଭ କଲେ। ସେ ସେହି ଜିନିଷକୁ ଦୀର୍ଘ ସମୟ ଆଙ୍ଗୁଠିରେ ରଖି ବୋଲିଂ ଆରମ୍ଭ କଲେ। ହେଲେ ଜାଡେଜା ସେହି ଜିନିଷକୁ ବଲ୍ ଦେହରେ ଲଗାଇବାର ଦେଖାଯାଇ ନଥିଲା।

ଅଷ୍ଟ୍ରେଲୀୟ ଗଣମାଧ୍ୟମ ଜାଡେଜାଙ୍କ ଭିଡିଓ ସେୟାର କରି ପଚାରିଛି, ଯେ ସିରାଜ ଜାଡେଜାଙ୍କୁ କ'ଣ ଦେଇଛନ୍ତି? ଏହି ଖବର ପ୍ରସାରଣ କରିବା ବେଳେ ଅଷ୍ଟ୍ରେଲୀୟ ଗଣମାଧ୍ୟମ  ଇଂଲଣ୍ଡ ଦଳର ପୂର୍ବତନ ଅଧିନାୟକ ମାଇକେଲ ୱାନଙ୍କ ଟ୍ୱିଟ ମଧ୍ୟ ଯୋଡିଛି। ଜାଡେଜା ତାଙ୍କ ବୋଲିଂ ଆଙ୍ଗୁଠିରେ କ'ଣ ଲଗାଉଛନ୍ତି ବୋଲି ପଚାରିଥିଲେ ୱାନ।ଏହା ସହିତ ଅଷ୍ଟ୍ରେଲିଆ ଦଳର ପୂର୍ବତନ ଅଧିନାୟକ ଟିମ୍ ପୈନ୍ ମଧ୍ୟ ଏହାକୁ  ଆକର୍ଷଣୀୟ ଭିଡିଓ ବୋଲି ବର୍ଣ୍ଣନା କରିଛନ୍ତି।

ଯେଉଁ ଭିଡ଼ିଓ  ଭାଇରାଲ ହେଉଛି, ସେଥିରେ ଜାଡେଜା ସିରାଜଙ୍କ ଠାରୁ ନିଆଯାଇଥିବା ଜିନିଷକୁ ବଲ ଦେହରେ ଲଗାଇଥିବାର କୌଣସି ସ୍ଥାନରେ ଦେଖିବାକୁ ମିଳିନାହିଁ। ମିଡିଆ ରିପୋର୍ଟ ଅନୁଯାୟୀ ବିସିସିଆଇ କହିଛି ଯେ ଯନ୍ତ୍ରଣା କମାଇବା ପାଇଁ ଜାଡେଜା ତାଙ୍କ ଆଙ୍ଗୁଠିରେ ମଲମ ଲଗାଉଛନ୍ତି। ସେ କୌଣସି ପ୍ରକାରେ ବଲ ସହିତ ଟାମ୍ପରିଂ କରିନଥିଲେ। ବଲ ଦେହରେ ଯେକୌଣସି ପ୍ରକାରର ପଦାର୍ଥ ପ୍ରୟୋଗ କରିବା ଓଲଟା ସୁଇଂ ହୋଇଥାଏ। ଯାହା ଦ୍ରୁତ ବୋଲରଙ୍କ ପାଇଁ ସହାୟକ ହୋଇଥାଏ ବରଂ ସ୍ପିନିଂ ବୋଲର ପାଇଁ ନୁହେଁ। 

ଏହି ଭିଡ଼ିଓ ଆସିବା ବେଳକୁ ସ୍ପିନର ଜାଡେଜା ୩ ୱିକେଟ୍ ନେଇ ସାରିଥିଲେ। ସେ ୪୭ ରନ୍ ବ୍ୟୟ କରି ୫ ୱିକେଟ୍ ନେଇ ନିଜର ବୋଲିଂ ଶେଷ କରିଥିଲେ। ପ୍ରଥମ ଦିନର ଖେଳ ଶେଷ ହେବା ପରେ ପିଚ୍ ସ୍ପିନିଂ ବୋଲିଂ ପାଇଁ ଅନୁକୂଳ ଦେଖାଯାଉଛି। ଯେଉଁଠାରେ ସ୍ପିନର ଏପର୍ଯ୍ୟନ୍ତ ୯ ୱିକେଟ୍ ନେଇଛନ୍ତି। ମ୍ୟାଚ୍ ପୂର୍ବରୁ ମଧ୍ୟ ପିଚ୍ ସ୍ପିନିଂଲ ବୋଲି ପାଇଁ ଅନୁକୂଳ ଦେଖାଯାଉଥିଲା। ଓଲଟା ସୁଇଂ ପାଇଁ ବଲ ଦେହରେ କିଛି ରଖିବା ସତ୍ୟ ହୋଇନପାରେ। 

Read More
{}{}