Hindi News >>Home >>Odisha Sports

IND vs ZIM 2nd T20I: ଟିମ୍ ଇଣ୍ଡିଆର ଚମତ୍କାର ବିଜୟ; ୨୪ ଘଣ୍ଟା ମଧ୍ୟରେ ବଦଳିଗଲା ସ୍ଥିତି, ଏହି ୭ ଖେଳାଳି ଥିଲେ ମ୍ୟାଚର ହିରୋ

IND vs ZIM 2nd T20I Highlights: ଟିମ୍ ଇଣ୍ଡିଆ ପରାଜୟର ମାତ୍ର ଗୋଟିଏ ଦିନ ପରେ ଏକ ଆଶ୍ଚର୍ଯ୍ୟଜନକ ଖେଳ ରବିବାର ଦିନ ଉପସ୍ଥାପନ କରିଥିଲା। ଭାରତୀୟ ଦଳ ଚମତ୍କାର ପ୍ରଦର୍ଶନ କରି ଦ୍ୱିତୀୟ ଟି-୨୦ ଇଣ୍ଟରନ୍ୟାସନାଲ ମ୍ୟାଚରେ ଜିମ୍ବାୱେକୁ ପରାସ୍ତ କରିଛି।  

Advertisement
IND vs ZIM 2nd T20I Highlights
Stop
Jagdish Barik|Updated: Jul 07, 2024, 08:24 PM IST

IND vs ZIM 2nd T20I: ରବିବାର ଦିନ ଜିମ୍ବାୱେ ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଭାରତୀୟ ଦଳ ଦୃଢ଼ ପ୍ରତ୍ୟାବର୍ତ୍ତନ କରିଛି। ଗତକାଲି ପର୍ଯ୍ୟନ୍ତ ଲଜ୍ଜାଜନକ ପ୍ରଦର୍ଶନ କରୁଥିବା ଟିମ୍ ଇଣ୍ଡିଆ ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିବାକୁ ଯାଇ ବିଶାଳ ରନ୍ ସ୍କୋର କରିଥିଲା। ୨୦ ଓଭରରେ ୨ ୱିକେଟ୍ ହରାଇ ଭାରତୀୟ ଦଳ ପ୍ରଥମେ ୨୩୪ ରନ୍ ସ୍କୋର କରିଥିଲା। ଏହାକୁ ପିଛାକରି ଜିମ୍ବାୱେ ଦଳ ତାସର ପତା ପରି ଭୁଷୁଡି ଯାଇଥିଲା। ଏହି ମ୍ୟାଚରେ ଜିମ୍ବାୱେ ୧୮.୪ ଓଭରରେ ମାତ୍ର ୧୩୪ ରନ୍ ସ୍କୋର କରିବାରେ  ସକ୍ଷମ ହୋଇଥିଲା। ଏହିପରି ଟିମ୍ ଇଣ୍ଡିଆ ଏହି ମ୍ୟାଚରେ ଚମତ୍କାର ପ୍ରତ୍ୟାବର୍ତ୍ତନ କରି ୧୦୦ ରନ୍ ବ୍ୟବଧାନରେ ମ୍ୟାଚକୁ ଜିତି ନେଇଥିଲା। ଟିମ୍ ଇଣ୍ଡିଆର ଏହି ବଡ ବିଜୟରେ ୭ ଖେଳାଳିଙ୍କର ଏକ ବଡ଼ ଅବଦାନ ଥିଲା। ଆସନ୍ତୁ ସେମାନଙ୍କ ବିଷୟରେ କହୁଛୁ।

ଅଭିଷେକ ଶର୍ମା
ଡେବ୍ୟୁ ମ୍ୟାଚରେ ୪ଟି ବଲ ଖେଳି ଖାତା ନ ଖୋଲି ଆଉଟ୍ ହୋଇଥିବା ଅଭିଷେକ ଶର୍ମା ଦ୍ୱିତୀୟ ମ୍ୟାଚ୍‌ରେ ନିର୍ଭୟରେ ବ୍ୟାଟିଂ କରି ଯେପରି ପ୍ରଦର୍ଶନ କରିଥିଲେ ତାହା ଜିମ୍ବାୱେ ବୋଲରମାନଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଅଭିଷେକ ଜିମ୍ବାୱେ ବୋଲରମାନଙ୍କୁ ଜୋରଦାର ପ୍ରହାର କରି ୪୬ ବଲରେ ନିଜର ଶତକ ହାସଲ କରିଥିଲେ। ସେ ତାଙ୍କ ଏହି ତୁଫାନୀ ଇନିଂସରେ ୭ଟି ଚୌକା ଓ ୮ଟି ଛକା ମାରିଥିଲେ।

ରୁତୁରାଜ ଗାଇକୱାଡ
ଅଭିଷେକଙ୍କ ସହ ରୁତୁରାଜ ଗାଇକୱାଡ ଅନ୍ୟ ପଟେ ଚମତ୍କାର ବ୍ୟାଟିଂ କରିଥିଲେ। ପ୍ରଥମେ ଗାଇକୱାଡ ଧୀରେ ବ୍ୟାଟିଂ କରିଥିଲେ, ଏହା ପରେ ସେ ନିଜର ଗିଅର ବଦଳାଇ ବିସ୍ଫୋରକ ଢ଼ଙ୍ଗରେ ବ୍ୟାଟିଂ ଆରମ୍ଭ କରିଥିଲେ। ଗାଇକୱାଡ ନିଜ ଶୈଳୀରେ ବ୍ୟାଟିଂ କରି ୪୭ ବଲରେ ଅପରାଜିତ ୭୭ ରନ ସ୍କୋର କରିଥିଲେ। ଏହି ଇନିଂସରେ ତାଙ୍କର ୧୧ଟି ଚୌକା ଓ ଗୋଟିଏ ଛକା ମଧ୍ୟ ସାମିଲଥିଲେ। ରୁତୁରାଜକ ଚମତ୍କାର ବ୍ୟାଟିଂ ଯୋଗୁଁ ଭାରତୀୟ ଦଳ ବଡ଼ ସ୍କୋର କରିବାରେ ସଫଳ ହୋଇଥିଲା।

ରିଙ୍କୁ ସିଂ
ଚତୁର୍ଥ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ରିଙ୍କୁ ସିଂ ଧୁଆଁଧାର ବ୍ୟାଟିଂ କରିଥିଲେ। ଶେଷ ମ୍ୟାଚ୍‌ରେ ଖାତା ଖୋଲି ନଥିବା ରିଙ୍କୁ ନିଜ ଚମତ୍କାର ବ୍ୟାଟିଂରେ ୨୨ ବଲରେ ୨ଟି ଚୌକା ଓ ୨ଟି ଛକା ମାରି ଅପରାଜିତ ୪୮ ରନ୍ ସ୍କୋର କରିଥିଲେ।

ମୁକେଶ କୁମାର
ଭାରତୀୟ ଦଳର ବ୍ୟାଟ୍ସମ୍ୟାନଙ୍କ ପରେ ବୋଲରମାନେ ମଧ୍ୟ ନିଜର ଯାଦୁ ଦେଖାଇଥିଲେ। ପ୍ରଥମ ଓଭରରେ ଜିମ୍ବାୱେକୁ ମୁକେଶ କୁମାର ଏକ ବଡ଼ ଝଟକା ଦେଇଥିଲେ। ମୁକେଶ ୪ ରନରେଇନୋସେଣ୍ଟ କାୟାଙ୍କୁ ପାଭିଲିୟନକୁ ପଠାଇଥିଲେ। ଏହା ପରେ ସେ ତୃତୀୟ ଓଭରରେ ବ୍ରାଏନ ବେନେଟଙ୍କୁ ବୋଲ୍ଡ କରିଥିଲେ। ପ୍ରଥମ ୩ ଓଭରରେ ମୁକେଶ ୨୬ ରନ୍ ଦେଇ ୨ଟି ୱିକେଟ୍ ନେଇଥିଲେ।

ଆବେଶ ଖାନ
ଦ୍ରୁତ ବୋଲର ଆବେଶ ଖାନ ମୁକେଶଙ୍କ ସହ ଭଲ ବୋଲିଂ କରିଥିଲେ। ସେ ପ୍ରଥମ ୩ ଓଭରରେ ୧୫ ରନ୍ ଦେଇ ୩ ୱିକେଟ୍ ନେଇଥିଲେ। ଆଭେଶ ଏକ  ଡିଅନ୍ ମାୟର୍ସ (୦), ସିକନ୍ଦର ରଜା (୪) ଓ ମୁଜାରାବାନୀଙ୍କୁ (୨) ଆଉଟ୍ କରି ପ୍ୟାଭିଲିୟନର ରାସ୍ତା ଦେଖାଇଥିଲେ।

ରବି ବିଷ୍ଣୋଇ
ରବି ବିଷ୍ଣୋଇ ପୁଣି ଥରେ ଟିମ୍ ଇଣ୍ଡିଆ ପାଇଁ ପ୍ରଭାବଶାଳୀ ବୋଲି ପ୍ରମାଣିତ କଲେ। ସେ ନିଜ ୪ ଓଭରରେ ମାତ୍ର ୧୧ ରନ୍ ଦେଇ ୨ ୱିକେଟ୍ ନେଇଥିଲେ। ରବି ପ୍ରଥମ ଟି-୨୦ ରେ ମଧ୍ୟ ଚମତ୍କାର ବୋଲିଂ କରିଥିଲେ।

ୱାଶିଂଟନ୍ ସୁନ୍ଦର
ଏହି ମ୍ୟାଚରେ ୱାଶିଂଟନ୍ ସୁନ୍ଦର ମଧ୍ୟ ଇକୋନମି ଦୃଷ୍ଟିରୁ ଭଲ ବୋଲିଂ କରିଥିଲେ। ସୁନ୍ଦର ୪ ଓଭରରେ ୨୮ ରନ୍ ଦେଇ ଗୋଟିଏ ୱିକେଟ୍ ନେଇଥିଲେ। ସେ ଜୋନାଥନ କ୍ୟାମ୍ପବେଲଙ୍କ ବଡ ୱିକେଟ୍ ନେଇଥିଲେ।

{}{}