Hindi News >>Home >>Odisha Sports

India vs West Indies 1st Test: ଟିମ୍ ଇଣ୍ଡିଆରେ ବଦଳିଯିବ ଶୁଭମନଙ୍କ ବ୍ୟାଟିଂ ପୋଜିସନ, ଗିଲ୍ ଏହି ନମ୍ବରରେ ଖେଳିବେ ଡୋମିନିକା ଟେଷ୍ଟ

Shubman Gill IND vs WI: ଶୁଭମନ ଗିଲଙ୍କ କେଉଁ ନମ୍ବର ବ୍ୟାଟିଂ କରିବେ ସେ ସମ୍ପର୍କରେ କୋଚ୍ ରାହୁଲ ଦ୍ରାବିଡଙ୍କ ସହ କଥା ହୋଇଛନ୍ତି । ସେ ବର୍ତ୍ତମାନ ଆଉ ଟେଷ୍ଟ ମ୍ୟାଚରେ ଓପନର ଭାବେ ଖେଳିଥୁବା ନଜର ଆସିବେ ନାହିଁ ।

Advertisement
ସୌ: ସୋସିଆଲ ମିଡିଆ
Stop
Jagdish Barik|Updated: Jul 11, 2023, 11:18 PM IST

Shubman Gill India vs West Indies 1st Test: ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ବୁଧବାର ଦିନ ଠାରୁ ଡୋମିନିକାରେ ଭାରତ ଓ ୱେଷ୍ଟଇଣ୍ଡିଜ (India vs West Indies)ମଧ୍ୟରେ ଖେଳାଯିବ । ଏହି ମ୍ୟାଚ୍ ପାଇଁ ଟିମ୍ ଇଣ୍ଡିଆରେ (Team India) ଅନେକ ପରିବର୍ତ୍ତନ ଦେଖିବାକୁ ମିଳିବ । ଭାରତୀୟ ଅଧିନାୟକ ରୋହିତ ଶର୍ମା (Rohit Sharma) କହିଛନ୍ତି ଯେ ଯଶସ୍ୱୀ ଜୌସୱାଲ (Yashasvi Jaiswal) ଡେବ୍ୟୁ କରିବେ । ଏହି ସମୟରେ ଶୁଭମନ ଗିଲଙ୍କ (Shubman Gill) ବ୍ୟାଟିଂ ସ୍ଥିତି ବଦଳିଯିବ । ଟିମ୍ ଇଣ୍ଡିଆରେ ଗିଲ୍ ଓପନର ଭାବେ ପୂର୍ବରୁ ଖେଳିଥିଲେ । କିନ୍ତୁ ବର୍ତ୍ତମାନ ୩ ନମ୍ବରରେ ବ୍ୟାଟିଂ କରିବେ । ଗିଲ ବ୍ୟାଟିଂ ବିଷୟରେ ରୋହିତ ଗୁରୁତ୍ୱପୂର୍ଣ୍ଣ କଥା ସେୟାର କରିଛନ୍ତି ।

ଗିଲଙ୍କ ବ୍ୟାଟିଂ ଅର୍ଡରକୁ ନେଇ ରୋହିତ ଶର୍ମାଙ୍କ ଖୁଲାସା 
ଡୋମିନିକା ଟେଷ୍ଟ ପୂର୍ବରୁ ରୋହିତ ଶର୍ମା କହିଛନ୍ତି, ଗିଲ ୩ ନମ୍ବରରେ ଖେଳିବ । ଗିଲ ନିଜେ ୩ ନମ୍ବରରେ ଖେଳିବାକୁ ଚାହୁଁଛନ୍ତି । ସେ ଆସି ରାହୁଲ ଭାଇ (କୋଚ୍ ରାହୁଲ ଦ୍ରାବିଡ) ଙ୍କ ସହ ଆଲୋଚନା କରିଥିଲେ । ସେ କହିଛନ୍ତି ଯେ ମୁଁ ୩ ଓ ୪ ନମ୍ବରରେ ସମସ୍ତ କ୍ରିକେଟ୍ ଖେଳିଛି । ଯଦି ମୁଁ ୩ ନମ୍ବରରେ ବ୍ୟାଟିଂ କରେ, ତେବେ ମୁଁ ଦଳ ପାଇଁ ଅଧିକ ଭଲ କରିପାରିବି ।” କ୍ୟାପଟେନ ରୋହିତ ଶୁଭମନଙ୍କ ବ୍ୟାଟିଂ ନମ୍ବରକୁ ନେଇ କହିଛନ୍ତି ଯେ, ଏହା ମଧ୍ୟ ଆମ ପାଇଁ ଭଲ ଯେ ବାମ ଓ ଡାହାଣ ହାତର ଏକ ମିଶ୍ରଣ ଗଠନ ହେବ ।

ଯଦିଓ ଆମେ ବର୍ତ୍ତମାନ ପର୍ଯ୍ୟନ୍ତ ଶୁଭମନ ଗିଲଙ୍କ କ୍ୟାରିଅରକୁ ଦେଖିବା, ତେବେ ସେ ଭାରତ ପାଇଁ ପ୍ରଭାବଶାଳୀ ବ୍ୟାଟ୍ସମ୍ୟାନ ହୋଇ ଯାଇଛନ୍ତି । ନମ୍ବର ୨ ରେ ଗିଲ ସର୍ବାଧିକ ରନ୍ ସଂଗ୍ରହ କରିଛନ୍ତି । ସେ ୨୫ଟି ଇନିଂସରେ ୮୪୬ ରନ୍ ସଂଗ୍ରହ କରିଛନ୍ତି । ଏହି ନମ୍ବରରେ ବ୍ୟାଟିଂ କରି ଗିଲ ୨ଟି ଶତକ ଓ ୪ଟି ଅର୍ଦ୍ଧଶତକ ହାସଲ କରିଛନ୍ତି । ସେ ଏକ ନମ୍ବରରେ ବ୍ୟାଟିଂ କରୁଥିବାବେଳେ ୩ଟି ମ୍ୟାଚ୍ ଖେଳିଛନ୍ତି । ଏଥିରେ ସେ ସଫଳ ହୋଇନଥିଲେ । ଗିଲ ମାତ୍ର ୨୮ ରନ୍ ସ୍କୋର କରିଥିଲେ । ତାଙ୍କୁ ୩ ନମ୍ବରରେ କେବଳ ଗୋଟିଏ ସୁଯୋଗ ମିଳିଥିଲା ​​। କିନ୍ତୁ ବର୍ତ୍ତମାନ ସେ ପୁଣି ଥରେ ଏହି ନମ୍ବରରେ ବ୍ୟାଟିଂ କରିବେ । ଘରୋଇ ମ୍ୟାଚ୍‌ରେ ଗିଲ୍ ୩ ଓ ୪ ନମ୍ବରରେ ଅଧିକ ବ୍ୟାଟିଂ କରିଛନ୍ତି ।

ଗିଲଙ୍କ ଅନ୍ତର୍ଜାତୀୟ କ୍ୟାରିୟର
ଭାରତ ପାଇଁ ଏପର୍ଯ୍ୟନ୍ତ ଖେଳାଯାଇଥିବା ୩୦ଟି ଟେଷ୍ଟ ଇନିଂସରେ ଶୁଭମନ ୯୨୧ ରନ୍ ସଂଗ୍ରହ କରିଛନ୍ତି । ଏହି ସମୟ ମଧ୍ୟରେ ସେ ୨ଟି ଶତକ ଓ ୪ଟି ଅର୍ଦ୍ଧଶତକ ହାସଲ କରିଥିଲେ । ୨୪ ଟି ODI ରେ ଗିଲ ୧୩୧୧ ରନ ସ୍କୋର କରିଛନ୍ତି । ଏହି ସମୟ ମଧ୍ୟରେ ୪ଟି ଶତକ ଓ ୫ଟି ଅର୍ଦ୍ଧ ଶତକୀୟ ଇନିଂସ ସାମିଲ ରହିଛି । ସେ ମଧ୍ୟ ଦ୍ୱିଶତକ ହାସଲ କରିଛନ୍ତି । ODI ରେ ଗିଲଙ୍କ ସର୍ବୋତ୍ତମ ସ୍କୋର ହେଉଛି ୨୦୮ ରନ୍ । ସେ ଟିମ୍ ଇଣ୍ଡିଆ ପାଇଁ ୬ଟି ଟି-୨୦ ମ୍ୟାଚ୍ ରେ ୨୦୨ ରନ୍ ସଂଗ୍ରହ କରିଛନ୍ତି ।

ଏହା ବି ପଢନ୍ତୁ: IND vs WI Playing XI: ପ୍ରଥମ ଟେଷ୍ଟରେ ଏହି ୨ ଯୁବ ଖେଳାଳି ଟିମ୍ ଇଣ୍ଡିଆ ପାଇଁ କରିବେ ଡେବ୍ୟୁ! ଜାଣନ୍ତୁ ପ୍ଲେଇଂ ଇଲେଭେନ୍

ଏହା ବି ପଢ଼ନ୍ତୁ: BCCI Apex Council Meeting: ବର୍ତ୍ତମାନ ଗୋଟିଏ ଓଭରରେ ୨ଟି ବାଉନ୍ସର୍ ପକାଇପାରିବେ ବୋଲର; ବିସିସିଆଇ ବୈଠକରେ ନିଆଯାଇଛି ଏସବୁ ବଡ଼ ନିଷ୍ପତ୍ତି

 

Read More
{}{}