Hindi News >>Home >>Odisha Sports

India won Dominica Test: ଅଶ୍ୱିନୀଙ୍କ ବୋଲିଂରେ ଧରାଶାୟୀ ଇଣ୍ଡିଜ୍, ଗୋଟିଏ ଇନିଂସ ସହ ପ୍ରଥମ ଟେଷ୍ଟ ଜିତିଲା ଭାରତ; 1-0ରେ ସିରିଜ ଆଗୁଆ

India won Dominica Test: ଅଶ୍ୱିନଙ୍କ ବ୍ୟତୀତ ଯୁବ ଖେଳାଳି ତଥା ମ୍ୟାଚର ଖେଳାଳି ଯଶସ୍ୱୀ ଜୟସ୍ୱାଲ ମଧ୍ୟ ଏହି ମ୍ୟାଚରେ ସହଯୋଗ କରିଥିଲେ। ଯିଏ ଏହି ଧୀମା ପିଚରେ ୧୭୪ ରନର ଏକ ସମ୍ମାନଜନକ ଇନିଂସ ଖେଳିଥିଲେ। ପଦାର୍ପଣ ମ୍ୟାଚରେ ଶତକ ହାସଲ କରିବାରେ ସେ ତୃତୀୟ ଭାରତୀୟ ଓପନର୍ ହୋଇଥିଲେ। 

Advertisement
India won Dominica Test: ଅଶ୍ୱିନୀଙ୍କ ବୋଲିଂରେ ଧରାଶାୟୀ ଇଣ୍ଡିଜ୍, ଗୋଟିଏ ଇନିଂସ ସହ ପ୍ରଥମ ଟେଷ୍ଟ ଜିତିଲା ଭାରତ; 1-0ରେ ସିରିଜ ଆଗୁଆ
Stop
Zee Odisha Desk|Updated: Jul 15, 2023, 09:56 AM IST

India won Dominica Test: ନୂଆଦିଲ୍ଲୀ: ରବିଚନ୍ଦ୍ରନ ଅଶ୍ୱିନଙ୍କ ଶାଣିତ ତଥା ରକ୍ଷଣଶୀଳ ବୋଲିଂ ଫଳରେ ଓ୍ୱେଷ୍ଟଇଣ୍ଡିଜ ବିପକ୍ଷରେ ଗୋଟିଏ ଇନିଂସ ଓ ୧୪୧ ରନ ବ୍ୟବଧାନରେ ଭାରତ ବିଜୟ ଲାଭ କରିଛି। ଏହା ସହିତ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଭାରତର କ୍ରମାଗତ ୫ମ ଟେଷ୍ଟ ଜିତିଛି ଭ୍ରମଣକାରୀ ଦଳ ଭାରତ। ଏହି ବିଜୟରେ ହିରୋ ରବିଚନ୍ଦ୍ରନ୍ ଅଶ୍ୱିନ୍ ମୋଟ ୧୨ଟି ଓ୍ୱିକେଟ ନେଇଥିଲେ। 

ଅଶ୍ୱିନଙ୍କ ବ୍ୟତୀତ ଯୁବ ଖେଳାଳି ତଥା ମ୍ୟାଚର ଖେଳାଳି ଯଶସ୍ୱୀ ଜୟସ୍ୱାଲ ମଧ୍ୟ ଏହି ମ୍ୟାଚରେ ସହଯୋଗ କରିଥିଲେ। ଯିଏ ଏହି ଧୀମା ପିଚରେ ୧୭୪ ରନର ଏକ ସମ୍ମାନଜନକ ଇନିଂସ ଖେଳିଥିଲେ। ପଦାର୍ପଣ ମ୍ୟାଚରେ ଶତକ ହାସଲ କରିବାରେ ସେ ତୃତୀୟ ଭାରତୀୟ ଓପନର୍ ହୋଇଥିଲେ। ଏହି ବିଜୟ ସହିତ ଭାରତ ସିରିଜରେ ୧-୦ ଅଗ୍ରଣୀ ହାସଲ କରିଥିଲା ​।

ମ୍ୟାଚ ସମୀକରଣ
ୱେଷ୍ଟଇଣ୍ଡିଜ୍ ଦଳ ପ୍ରଥମ ଇନିଂସରେ ରବିଚନ୍ଦ୍ରନ୍ ଅଶ୍ୱିନ ସାଂଘାତିକ ବୋଲିଂ (୫/୬୦) ସାମ୍ନାରେ ମାତ୍ର ୧୫୦ ରନ୍ ପାଇଁ ବାନ୍ଧି ହୋଇଯାଇଥିଲା। ପ୍ରଥମ ଇନିଂସରେ ୬୦ ରନ ଦେଇ ଅଶ୍ୱିନ ୫ଟି ଓ୍ୱିକେଟ ନେଇଥିଲେ। ଜବାବରେ ଭାରତୀୟ ଦଳ ପ୍ରଥମ ଇନିଂସରେ ୫ଟି ଓ୍ୱିକେଟ ହରାଇ ୪୨୧ ରନ କରି ପାଳି ଘୋଷଣା କରିଥିଲା। ପ୍ରଥମ ଇନିଂସରେ ଓପନିଂ ଯୋଡ଼ି ଜୟସ୍ୱାଲ (୧୭୧)  ଏବଂ ରୋହିତ (୧୦୩)ଙ୍କ ଶତକ ବଳରେ ଦଳ ଏକ ବିଶାଳ ସ୍କୋର କରିଥିଲା। ପ୍ରଥମ ଇନିଂସ ଆଧାରରେ ବୋଲିଂ କରୁଥିବା କାରିବିଆନ୍ ଦଳ ଦ୍ୱିତୀୟ ଇନିଂସରେ ବ୍ୟାଟିଂ ବିପର୍ଯୟର ସମ୍ମୁଖିନ ହୋଇଥିଲା।  ଦ୍ୱିତୀୟ ଇନିଂସରେ ଅଶ୍ୱିନଙ୍କ ଶାଣିତ ତଥା ରକ୍ଷଣଶୀଳ ବୋଲି ଆଗରେ ମୁଣ୍ଡ ନୁଆଁଥିଲା କାରବିଆନ ଦଳ। ଦ୍ୱିତୀୟ ଇନିଂସରେ ଓ୍ୱେଷ୍ଟଇଣ୍ଡିଜ ଦଳ ମାତ୍ର ୧୩୦ ରନରେ ଅଲଆଉଟ ହୋଇଯାଇଥିଲା। ଦ୍ୱିତୀୟ ଇନିଂସରେ ଭାରତ ପକ୍ଷରୁ ଏକାକି ୭ଟି ଓ୍ୱିକେଟ ନେଇଥିଲେ ରବିଚନ୍ଦ୍ରନ ଅଶ୍ୱିନ। ମହମ୍ମଦ ସିରାଜ ଗୋଟିଏ ଓ ରବିନ୍ଦ୍ର ଜଡ଼େଜା ୨ଟି ଓ୍ୱିକେଟ ନେଇଥିଲେ। 

ଜୟସଓ୍ୱାଲଙ୍କ ଐତିହାସିକ ଇନିଂସ
ପଦାର୍ପଣ ମ୍ୟାଚରେ ଯଶସ୍ୱୀ ଜୟସ୍ୱାଲ ୩୮୭ ବଲରୁ ଏକ ଚମତ୍କାର ୧୭୧ ସ୍କୋର କରିଥିଲେ, ଯେଉଁଥିରେ ୧୬ଟି ଚୌକା ଓ ଗୋଟିଏ ଛକା ସାମିଲ ଥିଲା। ଜୟସ୍ୱାଲ ବର୍ତ୍ତମାନ ଶିଖର ଧାୱନ (୧୮୭) ଏବଂ ରୋହିତ ଶର୍ମା (୧୭୭)ଙ୍କ ପଛରେ ଟେଷ୍ଟରେ ଭାରତ ପାଇଁ ତୃତୀୟ ସର୍ବାଧିକ ସ୍କୋରର ହୋଇଛନ୍ତି। ପ୍ରଥମ ପରୀକ୍ଷଣରେ ଏକ ବଡ଼ ଶତକ ସହିତ ତାଙ୍କର ପ୍ରଥମ ଶ୍ରେଣୀ କ୍ୟାରିୟରରେ ୨ ହଜାର ରନ୍ ମଧ୍ୟ ସମାପ୍ତ କରିଥିଲେ।

Read More
{}{}