Hindi News >>Home >>Odisha Sports

IND vs WI Playing XI: ପ୍ରଥମ ଟେଷ୍ଟରେ ଏହି ୨ ଯୁବ ଖେଳାଳି ଟିମ୍ ଇଣ୍ଡିଆ ପାଇଁ କରିବେ ଡେବ୍ୟୁ! ଜାଣନ୍ତୁ ପ୍ଲେଇଂ ଇଲେଭେନ୍

IND vs WI 1st Test: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ପ୍ରଥମ ଟେଷ୍ଟ ୧୨ ଜୁଲାଇରୁ ଆରମ୍ଭ ହେବ । ଏହି ଟେଷ୍ଟ ପାଇଁ ଦଳରେ ଅନେକ ଯୁବ ଖେଳାଳି ସାମିଲ ହୋଇଛନ୍ତି । କାହାକୁ ରୋହିତ ଶର୍ମା ସୁଯୋଗ ଦେବେ, ତାହା ମ୍ୟାଚ୍ ଦିନ ହିଁ ଜଣା ପଡିବ । କିନ୍ତୁ ପ୍ରଥମ ଟେଷ୍ଟରେ ୨ ଯୁବ ଖେଳାଳି ଟିମ୍ ଇଣ୍ଡିଆ ପାଇଁ ଡେବ୍ୟୁ କରିବା ନିଶ୍ଚିତ ମାନାଯାଉଛି ।

Advertisement
ସୌ: ସୋସିଆଲ ମିଡିଆ
Stop
Jagdish Barik|Updated: Jul 11, 2023, 08:41 PM IST

IND vs WI Playing XI : ଟିମ୍ ଇଣ୍ଡିଆ ୧୨ ଜୁଲାଇରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ସିରିଜର ପ୍ରଥମ ଟେଷ୍ଟରେ ମ୍ୟାଚ୍ ଖେଳିବାକୁ ଯାଉଛି । ପ୍ରାୟ ଏକ ମାସ ପରେ ଭାରତୀୟ ଦଳକୁ (Indian team) ପଡ଼ିଆରେ ଦେଖିବାକୁ ମିଳିବ । ଯଦିଓ ସିରିଜରେ ଟେଷ୍ଟ, ଦିନିକିଆ ଓ T20 ଆନ୍ତର୍ଜାତୀୟ ମ୍ୟାଚ୍ ରହିଛି, କିନ୍ତୁ ଦୁଇଟି ଟେଷ୍ଟରୁ ମ୍ୟାଚରୁ ସିରିଜ୍ ଆରମ୍ଭ ହେବ । ରୋହିତ ଶର୍ମାଙ୍କ (Rohit Sharma)  ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ (Team India) ପୁଣି ଥରେ ପଡ଼ିଆକୁ ଓହ୍ଲାଇବାକୁ ଯାଉଛି ଓ ଏହାର ପ୍ରସ୍ତୁତି ପ୍ରାୟ ଶେଷ ହୋଇଛି । ମ୍ୟାଚ୍ ପୂର୍ବରୁ ଅଧିନାୟକ ରୋହିତ ଶର୍ମା ଓ କୋଚ୍ ରାହୁଲ ଦ୍ରାବିଡଙ୍କ ଆଗରେ ସବୁଠାରୁ ବଡ ପ୍ରଶ୍ନ ହେବ ଯେ ଦଳର ପ୍ଲେଇଂ ଇଲେଭେନ (Playing XI କିପରି ହେବ, ଅର୍ଥାତ୍ କେଉଁ ମିଶ୍ରଣ ସହିତ ଦଳ ପଡ଼ିଆରେ ଏଣ୍ଟ୍ରି କରିବ? କହିରଖୁଛୁ ଯେ ଯେତେବେଳେ ମ୍ୟାଚ୍ ପୂର୍ବରୁ ଟସ୍ ହେବ, ସେତେବେଳେ ହିଁ ଅଧିନାୟକ ରୋହିତ ଶର୍ମା ପ୍ଲେଇଂ ଇଲେଭେନ ଘୋଷଣା କରିବେ, କିନ୍ତୁ ଆଶା କରାଯାଉଛି ଯେ ସିରିଜର ପ୍ରଥମ ମ୍ୟାଚରେ ଅତି କମରେ ଦୁଇ ଜଣ ଖେଳାଳି ଡେବ୍ୟୁ କରିବାର ସୁଯୋଗ ପାଇବେ ।

ଯଶସ୍ୱୀ ଜୌସୱାଲଙ୍କ ଟେଷ୍ଟରେ ଡେବ୍ୟୁ କରିବା ନିଶ୍ଚିତ!
ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟେଷ୍ଟରେ ଯଶସ୍ୱୀ ଜୌସୱାଲ (Yashasvi jaiswal) ପ୍ଲେଇଂ ଇଲେଭେନରେ ଖେଳିବାରେ ପ୍ରାୟ ନିଶ୍ଚିତ । ଅଧିନାୟକ ରୋହିତ ଶର୍ମାଙ୍କ ସହ ଯଶସ୍ୱୀ ଜୌସୱାଲ ଓପନିଂ କରିବା ବୋଲି ବିଶ୍ୱାସ ରହିଛି । ତା’ପରେ ପ୍ରଶ୍ନ ଉଠିବ ଯେ ଶୁଭମନ ଗିଲଙ୍କ ସହିତ କ’ଣ ହେବ? ଉତ୍ତର ହେଉଛି ସେ ଚେତେଶ୍ୱର ପୂଜାରାଙ୍କୁ ସେ ରିପ୍ଲେସ କରିବେ, ଅର୍ଥାତ୍ ତାଙ୍କୁ ତିନି ନମ୍ବରରେ ଖେଳୁଥିବାର ଦେଖିବାକୁ ମିଳିପାରେ । ଏଥିରୁ ଏହା ମଧ୍ୟ ସ୍ପଷ୍ଟ ହୋଇଛି ଯେ ରୁତୁରାଜ ଗାଇକୱାଡ ପ୍ରଥମ ମ୍ୟାଚରେ ସୁଯୋଗ ପାଇବେ ନାହିଁ । ପରବର୍ତ୍ତୀ ମ୍ୟାଚ୍ ପରେ ତାଙ୍କୁ ନେଇ ଚର୍ଚ୍ଚା ହୋଇପାରେ । ଏହି ସମୟରେ, ବର୍ତ୍ତମାନ ପ୍ରଶ୍ନ ହେଉଛି ପ୍ରଥମ ମ୍ୟାଚରେ କେବଳ ଜଣେ ଡେବ୍ୟୁ କରିବେ କି? ଏହାର ଉତ୍ତର ବୋଧହୁଏ ନାଁ । ପ୍ରଥମ ମ୍ୟାଚରେ, ଯେପରି ଆମେ ପୂର୍ବରୁ କହିସାରିଛୁ, ଦୁଇ ଖେଳାଳି ଡେବ୍ୟୁ କରିପାରନ୍ତି । ଦଳ ଅନ୍ୟ ଜଣେ ଖେଳାଳି ଭାହେ ଇଶାନ କିଶାନଙ୍କୁ ବାଛି ପାରେ ।

ମଧ୍ୟମ କ୍ରମରେ ଇଶାନ କିଶାନ ମିଳିପାରେ ସୁଯୋଗ 
ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାରି ମ୍ୟାଚ୍ ବିଶିଷ୍ଟ ସିରିଜ୍ ପୂର୍ବରୁ ଇଶାନ୍ କିଶାନଙ୍କୁ ଦଳରେ ସାମିଲ କରାଯାଇଥିଲା, କିନ୍ତୁ ସେ ଗୋଟିଏ ମ୍ୟାଚ୍‌ରେ ମଧ୍ୟ ଖେଳିବାକୁ ସୁଯୋଗ ପାଇନଥିଲେ । ଏହା ପରେ, ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲର ସ୍କ୍ୱାର୍ଡରେ ଥାଇ ମଧ୍ୟ ତାଙ୍କୁ ପ୍ଲେଇଂ ଇଲେଭେନରେ ସୁଯୋଗ ମିଳିନଥିଲା ଓ ଫଳସ୍ୱରୂପ ସେ ଡେବ୍ୟୁ କରିବାକୁ ବହୁ ସମୟ ଅପେକ୍ଷା କରିଛନ୍ତି । କିନ୍ତୁ କେ.ଏସ୍ ଭରତ ନିରନ୍ତର ସୁଯୋଗ ପାଇଲେ, କିନ୍ତୁ ଆଶା କରାଯାଉଥିବା ଓନୁସାରେ ସେ ନିଜର ପ୍ରଦର୍ଶନ କରି ପାରିନଥିଲେ,  ଏପରି ପରିସ୍ଥିତିରେ ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ତାଙ୍କୁ ବାଦ ଦିଆଯାଇପାରେ ।

ଋଷଭ ପନ୍ତଙ୍କ ସ୍ଥାନ ପୂରଣ କରିବାକୁ କରାଯାଉଛି ଚେଷ୍ଟା 
ବାସ୍ତବରେ ଟିମ୍ ଇଣ୍ଡିଆରେ ଟେଷ୍ଚ ଦଳରେ ଋଷଭ ପନ୍ତ ସବୁଠାରୁ ଭଲ ୱିକେଟ୍ କିପର ଖେଳାଳି ଥିଲେ, କିନ୍ତୁ ତାଙ୍କ ଆଘାତ ଯୋଗୁଁ ଭାରତୀୟ ଦଳର ଅସୁବିଧା ବଢିଛି । ନିମ୍ନ ମଧ୍ୟମ କ୍ରମରେ ଜଣେ ଆକ୍ରମଣାତ୍ମକ ବ୍ୟାଟ୍ସମ୍ୟାନଙ୍କ ଆବଶ୍ୟକତା ଅଛି, ଯିଏ ବିପକ୍ଷ ଦଳ ଉପରେ ଆକ୍ରମଣ କରିପାରିବେ, କିନ୍ତୁ କେ.ଏସ୍ ଭରତ ଏପର୍ଯ୍ୟନ୍ତ ତାହା କରିବାରେ ବିଫଳ ହୋଇଛନ୍ତି, ଏଭଳି ପରିସ୍ଥିତିରେ ଇଶାନ୍ କିଶାନଙ୍କୁ ଏହି ଦାୟିତ୍ୱ ଦିଆଯାଇପାରେ, କିନ୍ତୁ ଏହା ଦେଖିବାକୁ ପଡ଼ିବ ଯେ ଯଦି ସୁଯୋଗ ପାଆନ୍ତି, ତେବେ ସେ ନିଜର ଯାଦୁ ଦେଖାଇ ପାରିବେ କି ନାହିଁ?

ଏହା ବି ପଢ଼ନ୍ତୁ: World Cup Records: ଦିନିକିଆ ବିଶ୍ୱକପ ଇତିହାସରେ ଭାରତ ପାଇଁ ସର୍ବାଧିକ ସ୍କୋର କରିଛନ୍ତି ଏହି ୫ ଭାରତୀୟ ଖେଳାଳି

ଏହା ବି ପଢ଼ନ୍ତୁ: BCCI Apex Council Meeting: ବର୍ତ୍ତମାନ ଗୋଟିଏ ଓଭରରେ ୨ଟି ବାଉନ୍ସର୍ ପକାଇପାରିବେ ବୋଲର; ବିସିସିଆଇ ବୈଠକରେ ନିଆଯାଇଛି ଏସବୁ ବଡ଼ ନିଷ୍ପତ୍ତି

Read More
{}{}