Hindi News >>Home >>Odisha Sports

IND vs WI: ଓ୍ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତର ଲଗାତାର ୧୩ତମ ବିଜୟ, ଇଶାନ ଓ ଗିଲଙ୍କ ବିସ୍ଫୋରକ ବ୍ୟାଟିଂ

ନୂଆଦିଲ୍ଲୀ: ଓ୍ୱେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ତଥା ଅନ୍ତିମ ଦିନିକିଆରେ ବିରାଟ ବିଜୟ ହାସଲ କରିଛି ଭାରତ। ବିସ୍ଫୋରକ ବ୍ୟାଟିଂ ତଥା ଘାତକ ବୋଲିଂ ବଳରେ ଭ୍ରମଣକାରୀ ଭାରତ ଘରୋଇ ମାଟିରେ ଇଣ୍ଡିଜକୁ ମାତ ଦେଇଛି। ଏହା ସହିତ ଦିନିକିଆ ସିରିଜକୁ ୨-୧ରେ ଜିତିନେଇଛି ଭାରତ। ତୃତୀୟ ଦିନିକିଆରେ ୨୦୦ ରନରେ ବିଜୟ ହାସଲ କରିଛି ଭାରତ। ପ୍ରଥମେ ବ୍ୟାଟିଂ କରି ଧାର୍ଯ

Advertisement
IND vs WI: ଓ୍ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତର ଲଗାତାର ୧୩ତମ ବିଜୟ, ଇଶାନ ଓ ଗିଲଙ୍କ ବିସ୍ଫୋରକ ବ୍ୟାଟିଂ
Stop
Zee Odisha Desk|Updated: Aug 02, 2023, 06:49 AM IST

IND vs WI: ନୂଆଦିଲ୍ଲୀ: ଓ୍ୱେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ତଥା ଅନ୍ତିମ ଦିନିକିଆରେ ବିରାଟ ବିଜୟ ହାସଲ କରିଛି ଭାରତ। ବିସ୍ଫୋରକ ବ୍ୟାଟିଂ ତଥା ଘାତକ ବୋଲିଂ ବଳରେ ଭ୍ରମଣକାରୀ ଭାରତ ଘରୋଇ ମାଟିରେ ଇଣ୍ଡିଜକୁ ମାତ ଦେଇଛି। ଏହା ସହିତ ଦିନିକିଆ ସିରିଜକୁ ୨-୧ରେ ଜିତିନେଇଛି ଭାରତ। ତୃତୀୟ ଦିନିକିଆରେ ୨୦୦ ରନରେ ବିଜୟ ହାସଲ କରିଛି ଭାରତ। ପ୍ରଥମେ ବ୍ୟାଟିଂ କରି ଧାର୍ଯ୍ୟ ଓଭରରେ ୫ ଓ୍ୱିକେଟ ବିନିମୟରେ ଭାରତ ୩୫୧ ରନର ବିଶାଳ ସ୍କୋର ଛିଡା କରିଥିଲା। ଜବାବରେ ମାତ୍ର ୩୫ ଓଭରରେ ମାଟି କାମୁଡ଼ିଥିଲା ଓ୍ୱେଷ୍ଟଇଣ୍ଡିଜ ଦଳ। ମାତ୍ର ୧୫୧ ରନ କରି ଅଲ ଆଉଟ ହୋଇଯାଇଥିଲା ଦଳ। ୱେଷ୍ଟଇଣ୍ଡିଜ୍ ବିପକ୍ଷରେ କ୍ରମାଗତ ୧୩ତମ ଦ୍ୱିପାକ୍ଷିକ ODI ସିରିଜ୍ ମଧ୍ୟ ଭାରତ ଜିତିଛି। ଏହି ମ୍ୟାଚରେ ଶୁବମନ ଗିଲ ପ୍ଲେୟାର ଅଫ ଦ ମ୍ୟାଚ ଏବଂ ଇଶାନ କିଷନ ପ୍ଲେୟାର ଅଫ ଦି ସିରିଜ ବିବେଚିତ ହୋଇଥିଲେ। 

ଟସ ଜିତି ଭାରତକୁ ବ୍ୟାଟିଂ ପାଇଁ ନିମନ୍ତ୍ରଣ କରିଥିଲା ଓ୍ୱେଷ୍ଟଇଣ୍ଡିଜ ଦଳ। ନିମନ୍ତ୍ରଣ ପାଇ ପାଳି ଆରମ୍ଭ କରିଥିଲା ଭାରତ। ଭାରତ ପକ୍ଷରୁ ଇଶାନ କିଶନ ଓ ଶୁବମନ ଗିଲ ପାଳି ଆରମ୍ଭ କରିଥିଲେ। ପ୍ରଥମ ଓ୍ୱିକେଟ ପାଇଁ ଓପନିଂ ପାର୍ଟନରସିପରେ ଦଳୀୟ ସ୍କୋରରେ ୧୪୩ ରନ ଯୋଡ଼ି ହୋଇଥିଲା। ଇଶାନ କିଶାନ ୭୭  ରନ କରି ପ୍ରଥମ ଓ୍ୱିକେଟ ଭାବେ ଆଉଟ ହୋଇଥିଲେ। ସେହିପରି ଶୁବମନ ଗିଲ ୮୫, ଅଧିନାୟକ ହାର୍ଦିକ ପାଣ୍ଡ୍ୟା ୭୦ ରନ, ସଞ୍ଜୁ ସାମସନ ୫୧ ରନ ସ୍କୋର କରିଥିଲେ। ଫଳରେ ଏହି ଖେଳାଳିଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦଳ ଏକ ବିଶାଳ ସ୍କୋର ଛିଡ଼ା କରିପାରିଥିଲା। ଅନ୍ୟମାନଙ୍କ ମଧ୍ୟରେ ସୂର୍ଯ୍ୟ କୁମାର ଯାଦବ ୩୫ ରନ କରିଥିଲେ। 

ଓ୍ୱେଷ୍ଟଇଣ୍ଡିଜ ପକ୍ଷରୁ ରୋମାରିଓ ସେଫେର୍ଡ ଦୁଇଟି ଓ୍ୱିକେଟ ହାତେଇଥିବା ବେଳେ ଆଲଜାରି ଯୋଶେଫ, ଗୁଡ଼ାକେଶ ମୋଟି, ୟାନିକ କ୍ୟାରିହା ଗୋଟିଏ ଲେଖାଏଁ ଓ୍ୱିକେଟ ହାତେଇଥିଲେ। 

ଜବାବରେ ୱେଷ୍ଟଇଣ୍ଡିଜ୍ ଦଳ ବିଜୟ ଲକ୍ଷ୍ୟକୁ ପିଛା କରି ପାଳି ଆରମ୍ଭ କରିଥିଲା। ମାତ୍ର ଭାରତର ଘାତକ ବୋଲିଂ ଆଗରେ କାରବିଆନ ଟିମର ବ୍ୟାଟିଂ ଅର୍ଡର ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଥିଲା। ଦଳର ଓପନିଂ ଯୋଡ଼ି ସମ୍ପୂର୍ଣ୍ଣ ବିଫଳ ରହିଥିଲେ। ବ୍ରାଣ୍ଡନ କିଙ୍ଗ ଖାତା ଖୋଲିପାରିନଥିବା ବେଳେ କେଲି ମେୟର୍ସ ମାତ୍ର ୧ ରନ କରି ପାଭିଲିୟନ ଫେରିଥିଲେ। ଦଳ ପକ୍ଷରୁ ଗୁଦାକେଶ ମୋଟି ସର୍ବାଧିକ ୩୯ ରନ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଆଲିକ ଆଥାନାଜେ ୩୨, ୟାନିକ କ୍ୟାରିହା ୧୯, ଆଲଜାରି ଯୋସେଫ ୨୬ ରନ କରି ଆଉଟ ହୋଇଥିଲେ। ଅନ୍ୟ କୌଣସି ବ୍ୟାଟସମ୍ୟାନ ଦୁଇ ଅଙ୍କ ବିଶିଷ୍ଟ ସ୍କୋର କରିବାରେ ବିଫଳ ହୋଇଥିଲେ। ଦଳ ମାତ୍ର ୩୫.୩ ଓଭରରେ ୧୫୧ ରନ ଅଲ ଆଉଟ ହୋଇଯାଇଥିଲା। ଭାରତ ପକ୍ଷରୁ ବୋଲର ଶାର୍ଦ୍ଦୁଲ ଠାକୁର ୪ ଓ ମୁକେଶ କୁମାର ୩ ୱିକେଟ୍ ନେଇଥିଲେ। ତେବେ ଦିନିକିଆ ଇତିହାସରେ ଓ୍ୱେଷ୍ଟଇଣ୍ଡିଜର ଏହା ସବୁଠାରୁ ବଡ଼ ପରାଜୟ। 

Also Read: Horoscope Today Aug 2 2023: ଧନହାନୀ ସହ ଏହି ୨ ରାଶିଙ୍କ ଲାଗି ବଢିବାରେ ସମସ୍ୟା! ଜାଣନ୍ତୁ କେମିତ କଟିବ ଆଜିର ଦିନ

Also Read: LPL ଇତିହାସର ସବୁଠାରୁ ଧୀମା ପଚାଶ କରିବାରେ ରେକର୍ଡ କଲେ ବାବର ଆଜମ

Also Read: IND vs WI: ଟି ୨୦ ସିରିଜ ପାଇଁ ଓ୍ୱେଷ୍ଟଇଣ୍ଡିଜ ଦଳ ଘୋଷଣା , ଏହି ଘାତକ ଖେଳାଳିଙ୍କ ହେଲା ଏଣ୍ଟ୍ରି

Read More
{}{}