Hindi News >>Home >>Odisha Sports

IND vs SA T20I: ବାଜିରେ ଆଜିର ଅନ୍ତିମ ମ୍ୟାଚ, Team Indiaରୁ ବାଦ୍ ପଡିଲେ ଦୁଇ ସୁପରଷ୍ଟାର୍

IND Vs SA T20I: ବର୍ତ୍ତମାନ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ସିରିଜ ଜାରି ରହିଛି। ଦୁଇଟି ମ୍ୟାଚ ଖେଳା ଯାଇଥିବା ବେଳେ ଅନ୍ତିମ ତଥା ତୃତୀୟ ଟି୨୦ ମ୍ୟାଚ ଆସନ୍ତା କାଲି ଇନ୍ଦୋର ଠାରେ ଖେଳାଯିବ। ତୃତୀୟ T20 ପୂର୍ବରୁ ଭାରତୀୟ ଦଳରେ ପରିବର୍ତ୍ତନ କରାଯାଇଛି।

Advertisement
IND vs SA T20I: ବାଜିରେ ଆଜିର ଅନ୍ତିମ ମ୍ୟାଚ, Team Indiaରୁ ବାଦ୍ ପଡିଲେ ଦୁଇ ସୁପରଷ୍ଟାର୍
Stop
Zee Odisha Desk|Updated: Oct 04, 2022, 10:52 AM IST

IND vs SA T20I, ନୂଆଦିଲ୍ଲୀ: ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ତଥା ଅନ୍ତିମ ଟି-ଟ୍ୱେଣ୍ଟି ଅନୁଷ୍ଠିତ ହେବ। ସନ୍ଧ୍ୟା ୭ଟାରେ ଇନ୍ଦୋରରେ ମ୍ୟାଚ୍ ଖେଳାଯିବ। ପୂର୍ବରୁ ଭାରତ ୨-୦ରେ ଅଗ୍ରଣୀ ରହିବା ସହ ସିରିଜ୍ ଜିତିସାରିଛି। ଶେଷ ମ୍ୟାଚ୍ ଜିତି ଟିମ୍ ଇଣ୍ଡିଆ ସିରିଜ୍ କ୍ଲିନସୁଇପ୍ ଲକ୍ଷ୍ୟରେ ରହିଛି। ଶନିବାର ପ୍ଲେଇଂ ଇଲେଭେନରୁ କେଏଲ ରାହୁଲ ଏବଂ ବିରାଟ କୋହଲି ବିଶ୍ରାମ ନେଇଛନ୍ତି। ଏହି ଦୁଇ ଷ୍ଟାର ଖେଳାଳିଙ୍କ ସ୍ଥାନରେ ଶ୍ରେୟସ ଆୟାର ଏବଂ ମହମ୍ମଦ ସିରଜଙ୍କୁ ଦଳରେ ସାମିଲ କରାଯାଇପାରେ। ସିରିଜ୍ ହାରଥିବା ଦକ୍ଷିଣ ଆଫ୍ରିକା ଶେଷ ମ୍ୟାଚ୍ ଜିତି ସମ୍ମାନ ରକ୍ଷା ପାଇଁ ଉଦ୍ୟମ କରିବ। ଗତ ମ୍ୟାଚରେ ବିସ୍ଫୋରକ ବ୍ୟାଟିଂ କରି ମିଲର ଶତକ କରିଥିବା ବେଳେ ଦଳକୁ କିନ୍ତୁ ବିଜୟୀ କରାଇପାରିନଥିଲେ। ଦଳ ବ୍ୟାଟିଂ ଓ ବୋଲିଂରେ କମାଲ କରି ଭାରତକୁ ହରାଇବା ପାଇଁ ଉଦ୍ୟମ କରିବ।

ଗୌହାଟିରେ ଗଡ ଜିତିଥିବା ଟିମ ଇଣ୍ଡିଆ ମଙ୍ଗଳବାର ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ଇନ୍ଦୋରରେ ଭେଟିବ। ତୃତୀୟ ମ୍ୟାଚ ଜିତି ଘରୋଇ ମାଟିରେ ଟି-୨୦ ସିରିଜ କ୍ଲିନ ସ୍ୱାଇପ କରିବାକୁ ଟିମ୍ ଇଣ୍ଡିଆ ଲକ୍ଷ୍ୟ ରଖିଛି। କିନ୍ତୁ ଶେଷ ମ୍ୟାଚରୁ ଭାରତର ଦୁଇ ଷ୍ଟାର ଖେଳାଳି କେଏଲ ରାହୁଲ ଏବଂ ବିରାଟ କୋହଲି ବିଶ୍ରାମ ନେଇଛନ୍ତି। ଏପରି କି ବିରାଟ, ମୁମ୍ବାଇ ଫେରିଥିବା ନେଇ ସୂଚନା ମିଳିଛି। ବର୍ତ୍ତମାନ ଭାରତର ଶୀର୍ଷ ଚାରି ଖେଳାଳି ଯଥା- ରୋହିତ ଶର୍ମା, କେଏଲ ରାହୁଲ, ରିବାଟ କୋହଲି ଓ ସୂର୍ଯ୍ୟକୁମାର ଯାଦବ ଫର୍ମରେ ଅଛନ୍ତି। କିନ୍ତୁ ଏହି ବିସ୍ଫୋରକ ବ୍ୟାଟରଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଇନ୍ଦୋର ମ୍ୟାଚରେ ଦେଖିବାକୁ ମିଳିବ ନାହିଁ। ତେବେ ରୋହିତଙ୍କ ସହ କିଏ ଓପନିଂ କରିବ ତାହାକୁ ନେଇ ଚର୍ଚ୍ଚା ଚାଲିଛି।

Also Read: IND vs SA T20I: ଏକାଧିକ ରେକର୍ଡ ସହ ଭାରତ ଜିତିଲା ଦ.ଆଫ୍ରିକା ବିପକ୍ଷ ସିରିଜ୍, କିନ୍ତୁ ଉଠିଲା ଏହି ବଡ଼ ପ୍ରଶ୍ନ

 

ବ୍ୟାଟିଂ ଲାଇନ ଦୃଢ ଥିବା ବେଳେ ଭାରତକୁ ବୋଲିଂ ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡିବ। ଏଭଳି ସମୟରେ ଯଶପ୍ରୀତ ବୁମରା ପ୍ଲେଇଂ ଇଲେଭେନରେ ନାହାନ୍ତି। ଯାହା ଟିମ ଇଣ୍ଡିଆର ଚିନ୍ତା ବଢାଇ ଦେଇଛି। ବୁମରାଙ୍କ ଅନୁପସ୍ଥିତିରେ ବିଶ୍ୱକପ ସଂରକ୍ଷିତ ତାଲିକାରେ ଥିବା ଦୀପକ ଚହରଙ୍କୁ ଡେଥ୍ ଓଭରର ସୁଯୋଗ ମିଳିପାରେ। ଅର୍ଶଦୀପ, ଆର ଅଶ୍ୱିନ ଓ ମହମ୍ମଦ ସିରାଜ ପରି ଭଲ ବୋଲର ଭାରତ ପାଖରେ ଅଛନ୍ତି, କିନ୍ତୁ ଗତ ମ୍ୟାଚରେ କୌଣସି ବି ବୋଲର ସଫଳ ହୋଇନାହାନ୍ତି। ଏହା ମଧ୍ୟ ସୋମବାର ମ୍ୟାଚ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ସେପଟେ ଭାରତ ଭଳି ଦକ୍ଷିଣ ଆଫ୍ରିକା ମଧ୍ୟ ବୋଲିଂ ଲାଇନକୁ ନେଇ ଚିନ୍ତାରେ ଅଛି। 

ଭାରତର ସମ୍ଭାବ୍ୟ ଏକାଦଶ- ରୋହିତ, ସୂର୍ଯ୍ୟକୁମାର, ଋଷଭ, ଦୀନେଶ, ଅଶ୍ୱିନ, ଚହଲ, ଅକ୍ଷର, ଅର୍ଶଦୀପ, ହର୍ଷଲ, ଦୀପକ, ଉମେଶ, ଶ୍ରେୟାସ, ଶାହବାଦ, ସରାଜ।

Also Read: IND vs SA: ଟିମ ଇଣ୍ଡିଆରେ ହେଲା ପରିବର୍ତ୍ତନ, ଏଣ୍ଟ୍ରିମାରିଲେ ଏହି ଖେଳାଳି

 

ଭାରତ ଏବେ ଟି-୨୦ ବିଶ୍ୱକପ ଉପରେ ନଜର ରଖିଛି। ପ୍ରଥମ ଥର ଭାରତ, ରୋହିତ ଶର୍ମାଙ୍କ ନେତୃତ୍ୱରେ ଏକ ବିଶ୍ୱକପ ଖେଳିବ। ଏଥିପାଇଁ ଗୁରୁବାର ଭାରତୀୟ ଦଶ ଅଷ୍ଟ୍ରେଲିଆ ଗସ୍ତ କରିବେ। ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ ଶେଷ ହେବାର ଦିନ ପରେ ଦଳ ଅଷ୍ଟ୍ରେଲିଆ ଯିବ। ଏଭଳି କ୍ଷେତ୍ରରେ ଖେଳାଳିଙ୍କୁ ସେମାନଙ୍କ ପରିବାର ସହ ମିଶିବାକୁ ଖୁବ କମ ସମୟ ମିଳିବ। ଆସନ୍ତା ମାସେ ପର୍ଯ୍ୟନ୍ତ ପରିବାର ସହ ଆଉ ଭେଟ ହେବନାହିଁ। ଫଳରେ ସେମାନେ ମାନସିକ ଚାପରେ ରହିବାର ସମ୍ଭାବନା ଅଛି। ଆସନ୍ତା ୧୩ ତାରିଖରୁ ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱକପ ଆରମ୍ଭ ହେବ ଓ ନଭେମ୍ବର ୧୩ରେ ଫାଇନାଲ ଖେଳାଯିବ।

 

 

 

 

 

 

Read More
{}{}