Hindi News >>Home >>Odisha Sports

IND vs SA T20I : ଟିମ୍ ଇଣ୍ଡିଆର ବିଜୟ ରଥ ଅଟକାଇଲା ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା

ଗୁରୁବାର ନୂଆଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ଖେଳାଯାଇଥିଲା। ଟସ୍ ହାରି ପ୍ରଥମେ ଟିମ୍ ଇଣ୍ଡିଆ ବ୍ୟାଟିଂ କରିଥିଲା। ଆରମ୍ଭରୁ ଭଲ ବ୍ୟାଟିଂ କରିଥିଲେ ଗାଏକୱାଡ ଏବଂ ଈଶାନ କିଷନ। ତେବେ ମାତ୍ର ୨୩ ରନରେ ପାର୍ନେଲଙ୍କ ଶିକାର ବନିଥିଲେ ଗାଏକୱାଡ।

Advertisement
ସୌ- ସୋସିଆଲ ମିଡିଆ
Stop
DEBESH NAHAK|Updated: Jun 10, 2022, 10:00 AM IST

IND vs SA T20I : ଦିଲ୍ଲୀରେ ଟିମ୍ ଇଣ୍ଡିଆର ବିଜୟ ରଥ ଅଟକାଇଲା ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା। ଭାରତ କ୍ରମାଗତ ୧୨ଟି ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ ଜିତି ଦଳ ଆଫଗାନ ଓ ରୋମାନିଆ ସହ ଯୁଗ୍ମ କୀର୍ତ୍ତିମାନ କରିଥିଲା। କିନ୍ତୁ ଗୁରୁବାର ଦକ୍ଷିଣ ଆଫ୍ରିକା ଏହି ବିଜୟ କୀର୍ତ୍ତିମାନରେ ପୂର୍ଣ୍ଣଚ୍ଛେଦ ପାକାଇଛି। ପ୍ରଥମ ଟି-ଟ୍ୱେଣ୍ଟିରେ ଦମଦାର ବିଜୟ ହାସଲ କରିଛି ଦକ୍ଷିଣ ଆଫ୍ରିକା। ଭାରତକୁ ୭ ୱିକେଟରେ ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କରିଛି ଭ୍ରମଣକାରୀ ଦଳ। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ କମାଲ କରିଛନ୍ତି ଦଳୀୟ ଖେଳାଳି। ଏହି ବିଜୟ ସହ ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି ଦକ୍ଷିଣ ଆଫ୍ରିକା ।

ଗୁରୁବାର ନୂଆଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ଖେଳାଯାଇଥିଲା। ଟସ୍ ହାରି ପ୍ରଥମେ ଟିମ୍ ଇଣ୍ଡିଆ ବ୍ୟାଟିଂ କରିଥିଲା। ଆରମ୍ଭରୁ ଭଲ ବ୍ୟାଟିଂ କରିଥିଲେ ଗାଏକୱାଡ ଏବଂ ଈଶାନ କିଷନ। ତେବେ ମାତ୍ର ୨୩ ରନରେ ପାର୍ନେଲଙ୍କ ଶିକାର ବନିଥିଲେ ଗାଏକୱାଡ। ଶ୍ରେୟସ ଆୟର ୨୭ ବଲରୁ ୩୬ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ଈଶାନ କିନ୍ତୁ ଗୋଟିଏ ପଟେ ନିଜ ବିସ୍ଫୋରକ ବ୍ୟାଟିଂ ଜାରି ରଖିଥିଲେ। ସେ ୪୮ ବଲରୁ ୧୧ ଚୌକା ଏବଂ ୩ ଛକା ବଳରେ ୭୬ ରନ୍ କରି ଆଉଟ୍ ହୋଇଥିଲେ। ଶେଷ ଭାଗରେ ଅଧିନାୟକ ପନ୍ତ ୧୬ ବଲରୁ ୨୯ ରନ୍ କରିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୧୨ ବଲରୁ ୩୧ ରନ୍ କରିଥିଲେ। ଭାରତ ୨୦ ଓଭରରେ ୪ ୱିକେଟ୍ ହରାଇ ୨୧୧ ରନର ବଡ଼ ସ୍କୋର କରିଥିଲା।

Also Read: Rajya Sabha Election 2022: ୧୬ଟି ଆସନ ପାଇଁ ୨୧ ପ୍ରାର୍ଥୀ, ଚିନ୍ତାରେ ଦୁଇ କେନ୍ଦ୍ରମନ୍ତ୍ରୀ

 

ଦକ୍ଷିଣ ଆଫ୍ରିକା ପାଇଁ ୨୧୨ ରନର ବଡ଼ ଟାର୍ଗେଟ୍ ଥିଲା। ଭାରତ ମ୍ୟାଚ୍ ଜିତିବ, ସମସ୍ତେ ଏହା ହିଁ ଆଶା ରଖିଥିଲେ। କିନ୍ତୁ ସବୁ ଓଲଟପାଲଟ କରିଦେଲେ ଦକ୍ଷିଣ ଆଫ୍ରିକା ଖେଳାଳି। ଆରମ୍ଭରୁ ଅଧିନାୟକ ବାଭୁମାଙ୍କ ୱିକେଟ୍ ନେଇ ଭୁବନେଶ୍ୱର କୁମାର ଦଳକୁ ଝଟକା ଦେଇଥିଲେ। ତେବେ ପ୍ରିଟରିଅସ ବିସ୍ଫୋରକ ବ୍ୟାଟିଂ କରି ବିଜୟ ରାସ୍ତା ଦେଖାଇଥିଲେ। ପ୍ରିଟରିଅସ୍ ୨୯ ରନ୍ ଏବଂ ଡିକକ୍ ୨୨ ରନରେ ପ୍ୟାଭିଲଅନ୍ ଫେରିଥିଲେ। ଏହାପରେ ଅସଲି ଖେଳ ଆରମ୍ଭ ହୋଇଥିଲା। ମଇଦାନରେ ଚୌକା ଏବଂ ଛକା ବର୍ଷା କରିଥିଲେ ଭାନଡେର ଦଶେନ ଏବଂ ଡେଭିଡ୍ ମିଲର। ଆବଶ୍ୟକ ରନ୍ ବଢୁଥିବା ବେଳେ ଏହି ଦୁଇ ଖେଳାଳି ବିସ୍ଫୋରକ ବ୍ୟାଟିଂ କରିଥିଲେ। 

ଭାରତୀୟ ବୋଲରଙ୍କୁ ନିର୍ଧୁମ ପ୍ରହାର କରି ଶେଷରେ ଦଳକୁ ବିଜୟୀ କରାଇଥିଲେ। ଭାନଡେର ଦଶେନ ୪୬ ବଲରୁ ୭୫ ଏବଂ ମିଲର ୩୧ ବଲରୁ ୬୪ ରନର ବଢ଼ିଆ ଇନିଂସ ଖେଳିଥିଲେ। ଦକ୍ଷିଣ ଆଫ୍ରିକା ୧୯.୧ ଓଭରରେ ମାତ୍ର ୩ ୱିକେଟ୍ ହରାଇ ବିଜୟୀ ହୋଇଥିଲା। ମ୍ୟାଚ୍ ବିଜୟୀ ଇନିଂସ ପାଇଁ ମିଲରଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଆୱାର୍ଡ ମିଳିଥିଲା। ଅରୁଣ ଜେଟଲୀ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକା ପ୍ରଥମ ଟି-ଟ୍ୱେଣ୍ଟି ଜିତିବା ପରେ ସିରିଜରେ ୧-୦ରେ ଅଗ୍ରଣୀ ରହିଛି। ୧୨ ତାରିଖରେ କଟକ ବାରବାଟୀରେ ଦ୍ୱିତୀୟ ଟି-ଟ୍ୱେଣ୍ଟି ଖେଳାଯିବ।        

 

 

Read More
{}{}