Hindi News >>Home >>Odisha Sports

IND vs SA T20I : ବାରବାଟୀରେ କଳାବାଜାରୀ! ପାନ ଦୋକାନରେ କାଉଣ୍ଟର ଟିକଟ, ପାଞ୍ଚ ଗୁଣା ମୂଲ୍ୟରେ ବିକ୍ରି ଅଭିଯୋଗ

ପୁଣି ଥରେ ଅପବାଦ ମୁଣ୍ଡାଇଛି ଓଡିଶା କ୍ରିକେଟ ସଂଘ। ପ୍ରଥମେ ଟିକଟ ବିକ୍ରିରେ ଅନିୟମିତତା ଆଉ ଏବେ ଟିକଟ କଳାବଜାରୀ ଅଭିଯୋଗ ଆସିଛି। ସାଧାରଣ କାଉଣ୍ଟର ଟିକଟ ଗୁଡିକୁ ଚଢା ଦରରେ ବିକ୍ରି କରାଯାଉଛି। ସଉଦା ଓ ପାନ ଦୋକାନରେ ବାରବାଟୀ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚର ଟିକଟ ମିଳୁଥିବା ଲୋକେ ଅଭିଯୋଗ କରିଛନ୍ତି।  ରବିବା

Advertisement
ସୌ- ସୋସିଆଲ ମିଡିଆ
Stop
Zee Odisha Desk|Updated: Jun 12, 2022, 01:05 PM IST

 

IND vs SA T20I : ପୁଣି ଥରେ ଅପବାଦ ମୁଣ୍ଡାଇଛି ଓଡିଶା କ୍ରିକେଟ ସଂଘ। ପ୍ରଥମେ ଟିକଟ ବିକ୍ରିରେ ଅନିୟମିତତା ଆଉ ଏବେ ଟିକଟ କଳାବଜାରୀ ଅଭିଯୋଗ ଆସିଛି। ସାଧାରଣ କାଉଣ୍ଟର ଟିକଟ ଗୁଡିକୁ ଚଢା ଦରରେ ବିକ୍ରି କରାଯାଉଛି। ସଉଦା ଓ ପାନ ଦୋକାନରେ ବାରବାଟୀ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚର ଟିକଟ ମିଳୁଥିବା ଲୋକେ ଅଭିଯୋଗ କରିଛନ୍ତି। 

ରବିବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟି ୨୦ ସିରିଜର ଦ୍ୱିତୀୟ ମ୍ୟାଚ ଖେଳାଯିବ। ଏଥିପାଇଁ କଟକ ବାରବାଟୀ ଷ୍ଟାଡିୟମ ପ୍ରସ୍ତୁତ ହୋଇଛି। ମ୍ୟାଚ ପୂର୍ବରୁ ଏକ ସାଙ୍ଘାତିକ ଅଭିଯୋଗ ଆସିଛି। ମାତ୍ର ୯୦୦ ଟଙ୍କାର ଟିକଟକୁ ୫୦୦୦ ଟଙ୍କାରେ ବିକ୍ରି ହେଉଥିବା କୁହାଯାଉଛି। କିନ୍ତୁ ବିଡମ୍ବନାର ବିଷୟ ହେଲା, ଏସମ୍ପର୍କରେ ଓସିଏ କିମ୍ବା କମିଶନରେଟ ପୋଲିସ ପାଖରେ କୌଣସି ଖବର ନାହିଁ।

Also Read: IND vs SA T20I : ଅଢ଼େଇ ବର୍ଷ ପରେ କମ୍ପିବ ବାରବାଟୀ, ଟିମ ଇଣ୍ଡିଆର ଭାଗ୍ୟ ନିର୍ଦ୍ଧାରଣ କରିବେ ଯ

ଏକ ପ୍ରତିଷ୍ଠିତ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, କେନ୍ଦ୍ରାପଡାରୁ ଜଣେ ମହିଳା କ୍ରିକେଟପ୍ରେମୀ ଭାରତ ଓ ଦକ୍ଷିଣ ଆଫ୍ରିକା ମ୍ୟାଚ ଦେଖିବା ପାଇଁ କଟକ ଆସିଥିଲେ। ସେ ଗୁରୁବାର ରାତିରୁ କାଉଣ୍ଟର ଟିକଟ ପାଇଁ ଲାଇନରେ ଲାଗିଥିଲେ। ଏହି ସମୟରେ ଜଣେ କଳାବଜାରୀ ବ୍ୟକ୍ତି ଆସି ତାଙ୍କୁ ଗ୍ୟାଲେରୀ ଟିକଟ ଯୋଗାଇଦେବ ବୋଲି କହିଥିଲା। କିନ୍ତୁ ଟିକଟ ପ୍ରତି ୫୦୦୦ ଟଙ୍କା ଲେଖେଏ ନେବ ବୋଲି ଦାବି କରିଥିଲା। ତେବେ ସେ ଯେଉଁ ଟିକଟ କଥା କହୁଥିଲେ ତାହାର ପ୍ରକୃତ ମୂଲ୍ୟ ୯୦୦ ଟଙ୍କା ହେବ ବୋଲି ମହିଳା ଜଣକ କହିଛନ୍ତି।

ବାରବାଟି ଟି-୨୦ ପାଇଁ ଜୁନ ପହିଲାରୁ ଅନଲାଇନରେ ଟିକଟ ବିକ୍ରି ହେଉଥିଲା। ଓସିଏ ପକ୍ଷରୁ ୭ ଓ ୮ ତାରିଖରେ ଅଫଲାଇନ ଟିକଟ ଏବଂ ୯ ଓ ୧୦ ତରିଖରେ କାଉଣ୍ଟର ଟିକଟ ବିକ୍ରି ହୋଇଥିଲା। ସହରର ବିଭିନ୍ନ ସ୍ଥାନରେ ପାସ ଗୁଡିକ ମାତ୍ର ୧୫ ମିନିଟରେ ଶେଷ ହୋଇଯାଇଥିଲା। ମୋଟ ୪୦୦୦୦ ସିଟ ଥିବା ବେଳେ ୯ଟି କାଉଣ୍ଟରରେ ମାତ୍ରା ୧୨୦୯୩ଟି ଟିକଟ ଉପଲବ୍ଧ ଥିଲା। କାଉଣ୍ଟର ଟିକଟ ପାଇଁ ଲୋକେ ରାତି ରାତି ଅନିଦ୍ରା ହୋଇ ଲାଇନରେ ଲାଗିଥିଲେ। କିଛି ଦର୍ଶକଙ୍କୁ ଟିକଟ ମିଳିଥିବା ବେଳେ ଅନେକ ଖାଲି ହାତରେ ଫେରିଥିଲେ।

Also Read: IND VS SA: ମ୍ୟାଚ୍ ପୂର୍ବରୁ କଟକ ବାରବାଟୀ ଷ୍ଟାଡିୟମରେ ଭରପୂର ଦର୍ଶକ

ସୂଚନାଯୋଗ୍ୟ, ଗ୍ୟାଲେରୀ ୧, ୩ ଓ ୫ ପାଇଁ ଟିକଟ ମୂଲ୍ୟ ୯୦୦ ଟଙ୍କା ଧାର୍ଯ୍ୟ କରାଯାଇଥିଲା। ଗ୍ୟାଲେରୀ ୨ ଓ ୪ ପାଇଁ ତାହା ୭୦୦ ଟଙ୍କା ଥିଲା। କିନ୍ତୁ କରୁଛନ୍ତି। କର୍ପରେଟ ବକ୍ସ ଟିକଟ ମୂଲ୍ୟ ୭୦୦୦ ଟଙ୍କା ଥିବା ବେଳେ ତାହାର ବ୍ଲାକ ମାର୍କେଟ ମୂଲ୍ୟ ୧୫୦୦୦ ଟଙ୍କା ରହିଛି। ଏହି ପ୍ରସଙ୍ଗରେ ଓସିଏ ସକ୍ରେଟାରୀ ସଞ୍ଜୟ ମହାପାତ୍ର କହିଛନ୍ତି ଯେ, ପୋଲିସ ଏହା ଉପରେ କାର୍ଯ୍ୟାନୁଷ୍ଠାନ ନେବ। ଅନ୍ୟପଟେ, ଟିକଟ କଳାବଜାରୀ ନେଇ ପୋଲିସ ପାଖରେ କୌଣସି ଅଭିଯୋଗ ଆସିନଥିବା କଟକ ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି।

{}{}