Hindi News >>Home >>Odisha Sports

IND Vs SA: ଦଳକୁ ଫେରିଲେ ରୋହିତ ଶର୍ମା, ଟିମ୍ ଇଣ୍ଡିଆକୁ ମିଳିଲା ୩ ଅଧିନାୟକ; ଦେଖନ୍ତୁ ପୂରା ସ୍କ୍ୱାର୍ଡ

India vs South Africa Series: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୧୦ ଡିସେମ୍ବରରୁ ୭ ଜାନୁଆରୀ ମଧ୍ୟରେ ଟି-୨୦, ODI ଓ ଟେଷ୍ଟ ସିରିଜ୍ ହେବ । ବର୍ତ୍ତମାନ ଏଥିପାଇଁ ଦଳ ଘୋଷଣା କରାଯାଇଛି ।  

Advertisement
India vs South Africa Series
Stop
Jagdish Barik|Updated: Nov 30, 2023, 08:48 PM IST

Indian ODI Squad For South Africa Tour: ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର୍ କ୍ରିକେଟ୍ ଇନ୍ ଇଣ୍ଡିଆ (ବିସିସିଆଇ) ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା କରିଛି । ଓଡିଆଇ ଦଳର କମାଣ୍ଡ କେ.ଏଲ୍ ରାହୁଲଙ୍କୁ ହସ୍ତାନ୍ତର କରାଯାଇଛି । ନିୟମିତ ଅଧିନାୟକ ରୋହିତ ଶର୍ମା ଓ ବିରାଟ ଏହି ଦଳର ଅଂଶ ନୁହଁନ୍ତି । ୧୦ ଡିସେମ୍ବର ରବିବାର ଠାରୁ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ସହିତ ଭାରତର ଦକ୍ଷିଣ ଆଫ୍ରିକା ଯାତ୍ରା ଆରମ୍ଭ ହେବ । ଏହା ପରେ ୩ ମ୍ୟାଚ୍ ବିଶିଷ୍ଟ ODI ସିରିଜ୍ ଡିସେମ୍ବର ୧୭ ରବିବାର ଦିନ ଠାରୁ ଆରମ୍ଭ ହେବ ।

ଟିମ୍ ଇଣ୍ଡିଆ ସ୍କ୍ୱାର୍ଡ

ଟି-୨୦ ସ୍କ୍ୱାର୍ଡ: ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଯଶାସୀ ଜୈସୱାଲ, ଶୁବମନ ଗିଲ, ରୁତୁରାଜ ଗାଇକୱାଡ, ଇଶାନ କିଶାନ, ଶ୍ରେୟସ ଆୟର, ତିଲକ ଭର୍ମା, ରିଙ୍କୁ ସିଂ, ରବିନ୍ଦ୍ର ଜାଡେଜା, ଜିତେଶ ଶର୍ମା, ୱାଶିଂଟନ୍ ସୁନ୍ଦର, କୁଲଦୀପ ଯାଦବ, ଦୀପକ ଚହର, ମହମ୍ମଦ ସିରାଜ, ମୁକେଶ କୁମାର, ଅର୍ଶଦୀପ ସିଂ।

ODI ସ୍କ୍ୱାର୍ଡ: କେ.ଏଲ୍ ରାହୁଲ (ଅଧିନାୟକ), ରୁତୁରାଜ ଗାଇକୱାଡ, ସାଇ ସୁଦର୍ଶନ, ତିଲକ ଭର୍ମା, ସଞ୍ଜୁ ସାମସନ, ଶ୍ରେୟସ ଆୟର, ରଜତ ପାଟିଦାର, ଅକ୍ଷର ପଟେଲ, ୱାଶିଂଟନ୍ ସୁନ୍ଦର, କୁଲଦୀପ ଯାଦବ, ଦୀପକ ଚହର, ଆଭେଶ ଖାନ, ୟୁଜବେନ୍ଦ୍ର ସିଂ, ଅର୍ଶଦୀପ ସିଂ, ମୁକେଶ କୁମାର ।

ଟେଷ୍ଟ ସ୍କ୍ୱାର୍ଡ: ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, ଯଶସ୍ୱୀ ଜୈସୱାଲ, ଋତୁରାଜ ଗାଇକୱାଡ, କେ.ଏଲ ରାହୁଲ (ଉପ-ଅଧିନାୟକ), ଇଶାନ କିଶାନ (ୱିକେଟ୍ କିପର), ରବିନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱିନ, ଜସପ୍ରୀତ ବୁମ୍ରା , ମହମ୍ମଦ ସିରାଜ, ମହମ୍ମଦ ଶାମି, ମୁକେଶ କୁମାର, ପ୍ରସିଦ୍ଧ କ୍ରୀଷ୍ଣା ।

ଭାରତ ଓ ଦକ୍ଷିଣ ଆଫ୍ରିକା ସିରିଜ୍ କାର୍ଯ୍ୟସୂଚୀ 

ପ୍ରଥମ ଟି-୨୦- ୧୦ ଡିସେମ୍ବର (ଡର୍ବାନ୍)
ଦ୍ୱତୀୟ ଟି-୨୦-  ୧୨ ଡିସେମ୍ବର (କେବେରା)
ତୃତୀୟ ଟି-୨୦- ୧୪ ଡିସେମ୍ବର (ଜୋହାନ୍ସବର୍ଗ)

ପ୍ରଥମ ଦିନିକିଆ- ୧୭ ଡିସେମ୍ବର (ଜୋହାନ୍ସବର୍ଗ)
ଦ୍ୱିତୀୟ ଦିନିକିଆ- ୧୯ ଡିସେମ୍ବର (କେବେରା)
ତୃତୀୟ ଦିନିକିଆ - ୨୧ ଡିସେମ୍ବର (ପାର୍ଲ)

ପ୍ରଥମ ଟେଷ୍ଟ- ୨୬ରୁ ୩୦ ଡିସେମ୍ବର (ସେଞ୍ଚୁରିଅନ୍)
ଦ୍ୱିତୀୟ ଟେଷ୍ଟ- ୩ ରୁ ୭ ଜାନୁଆରୀ (କେପ୍ ଟାଉନ୍)

Read More
{}{}