Hindi News >>Home >>Odisha Sports

Ind vs SA: ଜାଣନ୍ତୁ କେତେବେଳେ, କେଉଁଠାରେ ଓ କିପରି ଦେଖିପାରିବେ ଭାରତ ବନାମ ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦

Ind vs SA 1st T20I Match live streaming: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ଆନ୍ତର୍ଜାତୀୟ ସିରିଜର ପ୍ରଥମ ମ୍ୟାଚ୍ ଆଜି ଥିରୁବନନ୍ତପୁରମରେ ଖେଳାଯିବ । ଟି-୨୦ ବିଶ୍ୱକପ ପାଇଁ ପ୍ରସ୍ତୁତିକୁ ମଜବୁତ କରିବାକୁ ଉଭୟ ଦଳ ଆଜି ପଡିଆକୁ ଓହ୍ଲାଇବେ ।

Advertisement
ସୌ: ସୋସିଆଲ ମିଡିଆ
Stop
Jagdish Barik|Updated: Sep 28, 2022, 12:52 PM IST

Ind vs SA 1st T20I Match live streaming: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ଆନ୍ତର୍ଜାତୀୟ ସିରିଜର ପ୍ରଥମ ମ୍ୟାଚ୍ ଆଜି ଥିରୁବନନ୍ତପୁରମରେ ଖେଳାଯିବ । ଟି-୨୦ ବିଶ୍ୱକପ ୨୦୨୨ ର ପ୍ରସ୍ତୁତିକୁ ଦେଖିଲେ ଏହି ମ୍ୟାଚ ଉଭୟ ଦଳ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି ମ୍ୟାଚ୍ ରୋମାଞ୍ଚକର ହେବାକୁ ଯାଉଛି । ଯାହାକୁ ପ୍ରଶଂସକମାନେ ଅତି ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଯଦି ଆପଣ ମଧ୍ୟ ଭାରତ ବନାମ ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍ ଲାଇଭ୍ ଦେଖିବାକୁ ଚାହୁଁଛନ୍ତି, ତେବେ ଏହି ଖବର କେବଳ ଆପଣଙ୍କ ପାଇଁ ।

ଭାରତ ବନାମ ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ କେବେ ଓ କେଉଁଠାରେ ଖେଳାଯିବ?
ଭାରତ ବନାମ ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ ବୁଧବାର ଦିନ ଅର୍ଥାତ ୨୮ ସେପ୍ଟେମ୍ବରରେ ଥିରୁବନନ୍ତପୁରମର ଗ୍ରୀନଫିଲ୍ଡ ଷ୍ଟାଡିୟମରେ ଖେଳାଯିବ ।

ଭାରତ ବନାମ ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍ କେଉଁ ସମୟ ଆରମ୍ଭ ହେବ?
ଭାରତ ବନାମ ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍ ଭାରତୀୟ ସମୟ ସନ୍ଧ୍ୟା ୨ ଟାରୁ ଆରମ୍ଭ ହେବାକୁ ଥିବାବେଳେ, ଏହି ମ୍ୟାଚର ଟସ୍ ସନ୍ଧ୍ୟା ୬.୩୦ ରେ ପଡିବ ।

କେଉଁଠାରେ ଓ କିପରି ଭାରତ ବନାମ ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ ର ଲାଇଭ୍ ଟେଲିକାଷ୍ଟ ଦେଖିପାରିବେ?
ଷ୍ଟାର୍ ସ୍ପୋର୍ଟସ୍ ନେଟୱାର୍କର ବିଭିନ୍ନ ଚ୍ୟାନେଲରେ ଆପଣ ଭାରତ ବନାମ ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍ ର ଲାଇଭ୍ ଟେଲିକାଷ୍ଟ ଦେଖିପାରିବେ, ଯେଉଁଠାରେ ବିଭିନ୍ନ ଭାଷାରେ କମେଣ୍ଟ୍ରି ଶୁଣିପାରିବେ । ଏହି ମ୍ୟାଚ୍ ହେଉଛି ଭାରତୀୟ ଦଳର ଘରୋଇ ଆନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍, ତେଣୁ ଆପଣ ଏହାକୁ ଡିଡି ସ୍ପୋର୍ଟସରେ ମଧ୍ୟ ଦେଖିପାରିବେ ।

ଭାରତ ବନାମ ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍ ର ଲାଇଭ୍ ଷ୍ଟ୍ରିମିଂ କିପରି ଦେଖିପାରିବେ?

ଇଣ୍ଡିଆ ବନାମ ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍ ର ଲାଇଭ୍ ଷ୍ଟ୍ରିମିଂ ଯଦି ଆପଣ ନିଜ ସ୍ମାର୍ଟଫୋନ୍, ଟାବଲେଟ୍ କିମ୍ବା ସ୍ମାର୍ଟ ଟିଭିରେ ଦେଖିବାକୁ ଚାହୁଁଛନ୍ତି, ତେବେ ଆପଣ ଏହାକୁ ଡିଜନି ପ୍ଲସ୍ ହଟଷ୍ଟାର୍ ଆପରେ ଦେଖିପାରିବେ । ସେହି ସମୟରେ, ଯଦି ଆପଣ ଏହି ଭାରତ ବନାମ ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍ ଲାପଟପ୍ କିମ୍ବା ଡେସ୍କଟପରେ ଦେଖିବାକୁ ଚାହାଁନ୍ତି, ତେବେ ଆପଣ ହଟଷ୍ଟାର ୱେବସାଇଟରେ ଅନଲାଇନ୍ ଷ୍ଟ୍ରିମିଂ ଉପଭୋଗ କରିପାରିବେ । ଏହା ବ୍ୟତୀତ, ଯଦି ଆପଣ ଭାରତ ବନାମ ଦକ୍ଷିଣ ଆଫ୍ରିକା ମ୍ୟାଚ୍ ଏବଂ ସିରିଜ୍ ଓ ମ୍ୟାଚ୍ ସହିତ ଜଡିତ ଅନ୍ୟ କୌତୁହଳପୂର୍ଣ୍ଣ ଖବର ପଢିବାକୁ ଚାହୁଁଛନ୍ତି, ତେବେ ଆପଣ ଆମ ଜ଼ୀ ଓଡ଼ିଶାର ସ୍ପୋର୍ଟ୍ସ ବିଭାଗ ଭିଜିଟ୍ କରିପାରିବେ ।

ଏହା ବି ପଢ଼ନ୍ତୁ: IND vs SA T20 Series: ଭାରତକୁ ବଡ ଝଟକା, ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜରୁ ବାଦ୍ ହେଲେ ଏହି ମହାନ ଅଲରାଉଣ୍ଡର

Read More
{}{}