Hindi News >>Home >>Odisha Sports

IND vs PAK Team India Playing XI: 'ଭାରତ-ପାକିସ୍ତାନ ମ୍ୟାଚରେ ଖେଳିବେ ନାହିଁ ମହମ୍ମଦ ଶାମି', ପୂର୍ବତନ ଦିଗଜ ଖେଳାଳି କାରଣ ବି କହିଲେ

IND vs PAK Team India Playing XI: ଏହି ମ୍ୟାଚ୍ ପାଇଁ କୁମ୍ୱଲେ ଭାରତୀୟ ବୋଲର ମହମ୍ମଦ ଶାମି (Mohammed Shami) ଙ୍କ ସ୍ଥାନରେ ହର୍ଷଲ ପଟେଲଙ୍କୁ ବାଛିଛନ୍ତି । ଆୟୋଜକ ଅଷ୍ଟ୍ରେଲିଆ ବିପକ୍ଷ ୱାର୍ମ ଅପ୍ ମ୍ୟାଚରେ ମହମ୍ମଦ ଶାମି ଭଲ ପ୍ରଦର୍ଶନ କରିଥିଲେ । କଙ୍ଗାରୁ ଦଳ ବିପକ୍ଷରେ ସେ କେବଳ ଗୋଟିଏ ଓଭର ବୋଲିଂ କରିଥିଲେ । ଏହି ଓଭରରେ ଶାମି ୩ ୱିକେଟ୍ ନେଇ ସମସ୍ତଙ୍କୁ ପ୍ରଭାବିତ କରିଥିଲେ । 

Advertisement
IND vs PAK Team India Playing XI: 'ଭାରତ-ପାକିସ୍ତାନ ମ୍ୟାଚରେ ଖେଳିବେ ନାହିଁ ମହମ୍ମଦ ଶାମି', ପୂର୍ବତନ ଦିଗଜ ଖେଳାଳି କାରଣ ବି କହିଲେ
Stop
Zee Odisha Desk|Updated: Oct 23, 2022, 08:46 AM IST

Anil Kumble Team India Playing XI IND vs PAK Match: ଟି-20 ବିଶ୍ୱକପ ୨୦୨୨  (T20 World Cup 2022) ରେ ଆଜି (ଅକ୍ଟୋବର ୨୩) ଭାରତ ଓ ପାକିସ୍ତାନ ମଧ୍ୟରେ ମହାମୁକାବିଲା (India Pakistan Match) ହେବାକୁ ଯାଉଛି । ଆଉ କିଛି ସମୟ ପରେ କ୍ରିକେଟ ପ୍ରଶଂସକଙ୍କ ଅପେକ୍ଷା ଶେଷ ହେବ । ଅଷ୍ଟ୍ରେଲିଆର ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଆଜି ଉଭୟ ଦଳ ମୁହାଁମୁହିଁ ହେବେ । ଏହି ମ୍ୟାଚକୁ ନେଇ ଅନେକ ଦିଗଜ ଖେଳାଳି ନିଜର ପ୍ରତିକ୍ରିୟା ରଖୁଛନ୍ତି । ସେଥିମଧ୍ୟରୁ ପୂର୍ବତନ ଭାରତୀୟ ଖେଳାଳି ଅନିଲ କୁମ୍ବଲେ (Anil Kumble) ଙ୍କ ନାମ ମଧ୍ୟ ସାମିଲ ରହିଛି । ଏହି ମ୍ୟାଚ୍ ପାଇଁ ସେ ଭାରତୀୟ ବୋଲର ମହମ୍ମଦ ଶାମି (Mohammed Shami) ଙ୍କ ସ୍ଥାନରେ ହର୍ଷଲ ପଟେଲଙ୍କୁ ବାଛିଛନ୍ତି । ଆୟୋଜକ ଅଷ୍ଟ୍ରେଲିଆ ବିପକ୍ଷ ୱାର୍ମ ଅପ୍ ମ୍ୟାଚରେ ମହମ୍ମଦ ଶାମି ଭଲ ପ୍ରଦର୍ଶନ କରିଥିଲେ । କଙ୍ଗାରୁ ଦଳ ବିପକ୍ଷରେ ସେ କେବଳ ଗୋଟିଏ ଓଭର ବୋଲିଂ କରିଥିଲେ । ଏହି ଓଭରରେ ଶାମି ୩ ୱିକେଟ୍ ନେଇ ସମସ୍ତଙ୍କୁ ପ୍ରଭାବିତ କରିଥିଲେ । 

ଏହା ସତ୍ତ୍ୱେ ଅନିଲ କୁମ୍ବଲେ ତାଙ୍କୁ ପାକିସ୍ତାନ ବିପକ୍ଷରେ ସମ୍ଭାବ୍ୟ ଏକାଦଶ ପାଇଁ ବାଛି ନାହାଁନ୍ତି । କୁମ୍ବଲେଙ୍କ ଅନୁଯାୟୀ ଭାରତୀୟ ଦଳ ହର୍ଷଲ ପଟେଲ ଓ ଭୁବନେଶ୍ୱର କୁମାରଙ୍କ ସହ ମୈଦାନକୁ ଓହ୍ଲାଇବ । ଇଏସପିଏନ କ୍ରିକିନଫୋରେ କଥାବାର୍ତ୍ତା ବେଳେ ମହାନ ବୋଲର କୁମ୍ୱଲେ କହିଛନ୍ତି ଯେ, "ବିଶ୍ୱକପର ନେତୃତ୍ୱ ନେଇ ହର୍ଷଲ ପଟେଲ ବୋଲିଂ ଲାଇନର ଏକ ଅଂଶ, ସେ ମଧ୍ୟଭାଗରୁ ଡେଥ୍ ଓଭର୍ ପର୍ଯ୍ୟନ୍ତ ବୋଲିଂ କରନ୍ତି, ତେଣୁ ମୁଁ ଭାବୁଛି ଦଳ ତାଙ୍କ ସହ ଯିବେ । ଆଜ୍ଞା ହଁ, ଶାମି ଅଷ୍ଟ୍ରେଲିଆ ବିପକ୍ଷ ୱାର୍ମ ଅପ୍ ମ୍ୟାଚରେ ଗୋଟିଏ ଓଭରରେ ତାହା କରିଥିଲେ ଯାହା କରିବାର ଥିଲା । କିନ୍ତୁ ସେ କିଛି ସମୟ ଧରି ନୂଆ ବଲ୍ ସହିତ ପ୍ରଭାବୀ ରହିଛନ୍ତି ।"

ଅଧିକ ପଢ଼ନ୍ତୁ:-ବିରାଟ କୋହଲି ଫ୍ୟାନ୍ସଙ୍କୁ ଦେଲେ ଚେତାବନୀ! କହିଲେ-ୟାର୍ ଅଭ୍ୟାସ ସମୟରେ...

ଅଧିକ ପଢ଼ନ୍ତୁ:-ଆପଣଙ୍କର କୌଣସି LIC ପଲିସି ଅଛି କି? ତେବେ ଏପରି ଚେକ୍ କରନ୍ତୁ ମ୍ୟାଚୁରିଟି ଓ ପ୍ରିମିୟମର ଷ୍ଟେଟସ୍

ଅଧିକ ପଢ଼ନ୍ତୁ:-ଚଳିତ ବର୍ଷ ତୃତୀୟ ଥର ପାଇଁ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ, ଜାଣନ୍ତୁ ଏଥର କାହା ପଲା ଭାରି

 

କୁମ୍ୱଲେ ଆହୁରି ମଧ୍ୟ କହିଛନ୍ତି ଯେ, "ଯଦି ଆପଣ ଶାମି ଓ ଭୁଭିଙ୍କ ସହ ଯାଆନ୍ତି ତେବେ ଉଭୟ ବୋଲରଙ୍କୁ ଆରମ୍ଭରେ ଭଲ ବୋଲିଂର ଭୂମିକା ଗ୍ରହଣ କରିବାକୁ ପଡ଼ିବ । ଏଥି ସହିତ ଅର୍ଶଦୀପଙ୍କୁ ମଧ୍ୟ ଓଭରରେ ଆସିବାକୁ ପଡିବ । ଯଦି ଆପଣ ତାହା କରୁଛନ୍ତି, ତେବେ ଆପଣଙ୍କର ବ୍ୟାଟିଂ ସାତ ନମ୍ବରରେ ସୀମିତ ଅଛି । ଯଦି ଅକ୍ଷର ପଟେଲ, ରବିଚନ୍ଦ୍ରନ ଅଶ୍ୱିନ ଉଭୟ ପଡ଼ିଆରେ ଓହ୍ଲାନ୍ତି, ତେବେ ସେ ୭ କିମ୍ବା ୮ ନମ୍ବରରେ ଆସିବେ । କିନ୍ତୁ ପୁଣି ହର୍ଷଲ ପଟେଲ ଆପଣଙ୍କୁ ବ୍ୟାଟିଂରେ ବଳ ଦିଅନ୍ତି ।" ସେପଟେ ଭାରତ ଓ ପାକିସ୍ତାନ ମ୍ୟାଚ୍ ଉପରେ ବର୍ଷାର ଛାୟା ରହିଛି । ମେଲବୋର୍ଣ୍ଣର ପାଗ ଉପରେ କୌଣସି ନିୟନ୍ତ୍ରଣ ନାହିଁ । ପାଣିପାଗ ବିଭାଗ ଅନୁଯାୟୀ, ମେଲବୋର୍ଣ୍ଣରେ ସକାଳ ଓ ସନ୍ଧ୍ୟାରେ ବର୍ଷା ହେବାର ସମ୍ଭାବନା ରହିଛି । କିନ୍ତୁ ଯଦି ଏହି ମ୍ୟାଚ୍ ବାତିଲ ହୁଏ ତେବେ ଉଭୟ ଦଳକୁ ଗୋଟିଏ ଗୋଟିଏ ପଏଣ୍ଟ ଦିଆଯିବ ।

Read More
{}{}