Hindi News >>Home >>Odisha Sports

Ind vs Pak T20: ଭାରତକୁ ୫ ୱିକେଟରେ ପରାସ୍ତ କଲା ପାକିସ୍ତାନ

Ind vs Pak T20: ଟିମ୍ ଇଣ୍ଡିଆ ଏସିଆ କପ୍ ୨୦୨୨ ରେ ନିଜର ପ୍ରାଧାନ୍ୟ ବଜାୟ ରଖିବାକୁ ଚାହୁଁଛି।

Advertisement
Ind vs Pak T20: ଭାରତକୁ ୫ ୱିକେଟରେ ପରାସ୍ତ କଲା ପାକିସ୍ତାନ
Stop
Zee Odisha Desk|Updated: Sep 04, 2022, 11:39 PM IST

Ind vs Pak T20: ସେପ୍ଟମ୍ବର ୪ ତାରିଖ ରବିବାର ଦୁବାଇସ୍ଥିତ ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ ଠାରେ ଖେଳଯାଇଥିବା ମ୍ୟାଚରେ ପାକିସ୍ତାନ ଭାରତକୁ ୫ ୱିକେଟରେ ପରାସ୍ତ କରିଛି ପାକିସ୍ତାନ।  ରବିବାର ଭାରତ-ପାକିସ୍ତାନ ମଧ୍ୟରେ ଖେଳା ଯାଇଥିଲା ଦ୍ୱିତୀୟ ମ୍ୟାଚରେ ପାକିସ୍ତାନକୁ ୧୮୨  ରନ୍ ର ବିଜୟ ଲକ୍ଷ୍ୟ ଦେଇଛି ଭାରତ। ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୧୮୧ ରନ୍ ସଂଗ୍ରହ କରିଥିଲା ଭାରତ। ଟିମ୍ ଇଣ୍ଡିଆ ପକ୍ଷରୁ ବିରାଟ କୋହଲି ସର୍ବାଧିକ ରନ୍ ସଂଗ୍ରହ କରିଛନ୍ତି। ବିରାଟ ୪୪ ବଲରେ ୬୦ ରନର ଇନିଂସ ଖେଳିଥିଲେ। ଏହି ସମୟରେ ରାହୁଲ ଏବଂ ରୋହିତ ଶର୍ମା ୨୮-୨୮ ରନ୍ ସ୍କୋର କରିଥିଲେ। ଶାଦବ ଖାନ ପାକିସ୍ତାନ ପାଇଁ ୨ ୱିକେଟ୍ ନେଇଥିଲେ।

ଗୋଟିଏ ସପ୍ତାହ ମଧ୍ୟରେ ପୁଣି ଥରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ପ୍ରତିଯୋଗିତା ହୋଇଛି। ଶେଷ ଥର ପାଇଁ ଉଭୟ ଦଳ ଏସିଆ କପ୍ ୨୦୨୨ ଦ୍ୱିତୀୟ ମ୍ୟାଚ୍ ସମୟରେ ଭେଟିଥିଲେ। ସେହି ମ୍ୟାଚରେ ଭାରତୀୟ ଦଳ ପାକିସ୍ତାନକୁ ୫ ୱିକେଟରେ ପରାସ୍ତ କରିଛି। ଏବେ ପାକିସ୍ତାନ ଟିମ୍ ଇଣ୍ଡିଆରୁ ପ୍ରତିଶୋଧ ନେଇଛି। ପାକିସ୍ତାନର ଏହି ବିଜୟର ସବୁଠାରୁ ବଡ ହିରୋ ହେଉଛନ୍ତି ମହମ୍ମଦ ରିଜୱାନ୍। ସେ ୫୧ ବଲରୁ ୭୧ ରନ ସଂଗ୍ରହ କରିଥିଲେ। ତାଙ୍କ ପାଳିରେ ଦୁଇଟି ଚୌକା ଏବଂ ଦୁଇଟି ଛକା ରହିଥିଲା।

ପାକିସ୍ତାନ, ଟିମ ଇଣ୍ଡିଆକୁ ୫ ୱିକେଟରେ ପରାସ୍ତ କରି ସୁପର ୪ ମୁକାବିଲାରେ ପ୍ରଥମ ବିଜୟ ହାସଲ କରିଛି। ଟିମ୍ ଇଣ୍ଡିଆକୁ ଏସିଆ କପ୍ ୨୦୨୨ ରେ ଭାରତୀୟ ଦଳକୁ ପ୍ରଥମ ପରାଜୟର ସାମ୍ନା କରିବାକୁ ପଡିଛି। ମ୍ୟାଚ୍ ଜିତିବା ପାଇଁ ଟିମ୍ ଇଣ୍ଡିଆ ପାକିସ୍ତାନ ୧୮୨ ରନ୍ ବିଜୟ ଲକ୍ଷ୍ୟ ଦେଇଥିଲା। ପାକିସ୍ତାନ ୫ ୱିକେଟ୍ ହରାଇ ଏହି ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା।

 

 

Read More
{}{}