trendingNow11409776
Hindi News >>Home >>Odisha Trending
Advertisement

Viral News: ବାହାଘରର ମାତ୍ର ୩ ଘଣ୍ଟା ପରେ 'ମା' ହେଲେ ନୂଆ ବୋହୂ, ଡାକ୍ତର କହିଲେ-ଅଭିନନ୍ଦନ ପୁଅ ହୋଇଛି

Viral News: ଆଜ୍ଞା ହଁ, ବର୍ତ୍ତମାନ ପର୍ଯ୍ୟନ୍ତ ଆପଣ ନିଶ୍ଚିତ ଭାବରେ ଝିଅ ଦେଖା ନସରୁଣୁ ହଠାତ୍ ବାହାଘର ଘଟଣା କଥାୀ ଶୁଣି ଥିବେ କିମ୍ୱା ଦେଖିଥିବେ । କିନ୍ତୁ ଆପଣ କୌଣସି ସ୍ଥାନରେ ବାହାଘର ସରିବାର କିଛି ସମୟ ପରେ ହଠାତ୍ ଛୁଆ ଜନ୍ମ ହେବା ଦୃଶ୍ୟ ଦେଖିଥିବେ କିମ୍ବା ଶୁଣିଥିବେ । ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ, ଏହା ଏକ ସତ୍ୟ ଘଟଣା ।

ପ୍ରତୀକାତ୍ମକ ଫଟୋ
Stop
Zee Odisha Desk|Updated: Oct 25, 2022, 10:32 AM IST

Viral News: ବାହାଘରର ମାତ୍ର ୩ ଘଣ୍ଟା ମଧ୍ୟରେ ମା' ହେଲେ ନୂଆ ବୋହୂ । ଏହି କଥା ଶୁଣିବା ମାତ୍ରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥିବେ । କିନ୍ତୁ ଘଟଣାଟି ସତ । ମେରେ ଶାଦି କରୱାଅ, ମେରି ଶାଦି କରୱାଅ ... ଗୋବିନ୍ଦାଙ୍କ ଏହି ଗୀତଟି ଆପଣ ନିଶ୍ଚୟ ଶୁଣିଥିବେ ଓ ଏହା ଉପରେ ଜୋରଦାର ନାଚିଥିବେ । କିନ୍ତୁ ବିବାହର ତୁରନ୍ତ ପରେ ଯଦି କିଛି ଆଶ୍ଚର୍ଯ୍ୟଜନକ ଘଟଣା ଘଟେ, ତେବେ ଏହା ବିଷୟରେ ଜାଣି ଆପଣଙ୍କ ପ୍ରତିକ୍ରିୟା କ’ଣ ହେବ? ଆଜ୍ଞା ହଁ, ବର୍ତ୍ତମାନ ପର୍ଯ୍ୟନ୍ତ ଆପଣ ନିଶ୍ଚିତ ଭାବରେ ଝିଅ ଦେଖା ନସରୁଣୁ ହଠାତ୍ ବାହାଘର ଘଟଣା କଥା ଶୁଣି ଥିବେ କିମ୍ୱା ଦେଖିଥିବେ । କିନ୍ତୁ ଆପଣ କୌଣସି ସ୍ଥାନରେ ବାହାଘର ସରିବାର କିଛି ସମୟ ପରେ ହଠାତ୍ ଛୁଆ ଜନ୍ମ ହେବା ଦୃଶ୍ୟ ଦେଖିଥିବେ କିମ୍ବା ଶୁଣିଥିବେ । ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ, ଏହା ଏକ ସତ୍ୟ ଘଟଣା । 

ଆଜି ଆମେ ଆପଣଙ୍କୁ ଏପରି ଏକ ଖବର ବିଷୟରେ କହିବାକୁ ଯାଉଛୁ, ଯେଉଁଥିରେ ବାହାଘରର ମାତ୍ର ୩ ଘଣ୍ଟା ପରେ ଜଣେ ନୂଆ ବୋହୂ ମା ହେଲେ ଓ ପୁତ୍ର ସନ୍ତାନକୁ ଜନ୍ମ ଦେଲେ । ସୂଚନା ମୁତାବକ, ଏହି ଆଶ୍ଚର୍ଯ୍ୟଜନକ ଘଟଣା ଉତ୍ତର ପ୍ରଦେଶରେ ଘଟିଛି । ଏହି ଘଟଣା ଅସମୋଲି ଥାନା ଅନ୍ତର୍ଗତ ରତୁପୁରା ଗାଁର ଘଟିଛି । ବାସ୍ତବରେ, ଏପରି କିଛି ଘଟିଥିଲା ​​ଯେ ଅକ୍ଟୋବର ୧ରେ ଜଣେ ଯୁବତୀ ଉକ୍ତ ଗାଁରେ ରହୁଥିବା ନିଜ ପ୍ରେମିକଙ୍କ ଘରେ ଜବରଦସ୍ତ ପ୍ରବେଶ କରିଥିଲେ । ସମସ୍ତେ ତାଙ୍କୁ ବାହାର କରିବା ଚେଷ୍ଟା କଲେ କିନ୍ତୁ ସେ ବାହାରକୁ ଆସିଲେ ନାହିଁ । ଯେତେବେଳେ ଲୋକମାନେ ବିରକ୍ତି ହୋଇଗଲେ, ସେମାନେ ପୋଲିସକୁ ଡାକିଥିଲେ । ଯୁବତୀ ଜିଦ୍ ଧରିଥିଲା ଯଦି ସେ ନିକାହ (ବାହାଘର) କରିବେ ତ ସେହି ପ୍ରେମିକଙ୍କ ସହ କରିବେ ନଚତେ ଅନ୍ୟ କୌଣସି ସ୍ଥାନକୁ ଯିବେ ନାହିଁ ।

ଏହା ପରେ ଅସହାୟ ପୋଲିସ ଉଭୟ ଝିଅ ଓ ତାଙ୍କ ପ୍ରେମିକକୁ ପୋଲିସ ଷ୍ଟେସନକୁ ନେଇଯାଇଥିଲା । ପୋଲିସ ତାଙ୍କ ପ୍ରେମିକଙ୍କୁ ବାହାଘର ପାଇଁ ପ୍ରବର୍ତ୍ତାଇଥିଲା । ପୋଲିସର ଉପସ୍ଥିତିରେ ଉଭୟ ଯୁବକ ଯୁବତୀ ନିକାହ କରିଥିଲେ । ପରେ ପୋଲିସ ସେମାନଙ୍କୁ ଘରକୁ ପଠାଇଥିଲା । ଘରେ ପହଞ୍ଚିବାର ୩ ଘଣ୍ଟା ଘରେ ଯୁବତୀଙ୍କ ପେଟରେ ଯନ୍ତ୍ରଣା ହେବାକୁ ଲାଗିଲା, ତା’ପରେ ସମ୍ପର୍କୀୟମାନେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନେଇଯାଇଥିଲେ । ଏଠାରେ ସେ ଏକ ସୁନ୍ଦର ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ । ଏହା ପରେ ପୁଅର ପରିବାରର ଖୁସିର ଠିକଣା କହିଲେ ନସରେ ।

ଅଧିକ ପଢ଼ନ୍ତୁ:-'ଉର୍ବଶୀ, ଉର୍ବଶୀ, ଉର୍ବଶୀ' କହି ଋଷଭ ପନ୍ତଙ୍କୁ ବାଉଣ୍ଡ୍ରିରେ ଚିଡ଼ାଉଥିବାର ନଜରକୁ ଆସିଲେ ଫ୍ୟାନ୍ସ, ଦେଖନ୍ତୁ ଭିଡିଓ

ଅଧିକ ପଢ଼ନ୍ତୁ:-ବାବର ଆଜମ କହିଲେ ବିରାଟ କୋହଲିଙ୍କୁ ଆଉଟ କରିବା ପାଇଁ କେମିତି ତିଆରି କରିଥିଲେ ଚକ୍ରବ୍ୟୁହ, କିନ୍ତୁ କାମ ଦେଲାଣି ତାଙ୍କର ପ୍ଲାନ୍

ଅଧିକ ପଢ଼ନ୍ତୁ:-ସୂର୍ଯ୍ୟ ପରାଗରେ ଭୁଲରେ ବି କରନ୍ତୁ ନାହିଁ ଏହି କାମ, ଜାଣନ୍ତୁ କ'ଣ ହୋଇଥାଏ ସୂତକ

ବିବାହର ତିନି ଘଣ୍ଟା ପରେ ନୂଆ ବୋହୂର ମା ହେବା ବିଷୟରେ ସମସ୍ତେ ଜାଣି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । କିନ୍ତୁ ଆପଣଙ୍କୁ ଏଠାରେ କହି ରଖୁଛୁ ଯେ, ଯୁବତୀ ଓ ତାଙ୍କ ପ୍ରେମିକଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ପ୍ରେମ ସମ୍ପର୍କ ଥିଲା । ପ୍ରେମିକ ବିବାହ ନାମରେ ଯୁବତୀଙ୍କ ସହ ଅନେକ ଥର ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ । ଏହି କାରଣରୁ ସେ ଗର୍ଭବତୀ ହୋଇଯାଇଥିଲେ । ଯେତେବେଳେ ଯୁବତୀ ଏହିସବୁ କଥା ତାଙ୍କ ମା'ବାପାଙ୍କୁ କହିଥିଲେ, ସେମାନେ ନିଜ ଝିଅଙ୍କୁ ପୁଅ ଘରକୁ ନେଇ ଯାଇଥିଲେ । ସେମାନେ ପୁଅ ଘର ଲୋକଙ୍କ ଉପରେ ତାଙ୍କ ଝିଅ ସହ ତାଙ୍କ ପୁଅର ନିକାହ କରାଇବା ପାଇଁ ଚାପ ପକାଇବାକୁ ଲାଗିଲେ । କିନ୍ତୁ ପ୍ରେମିକ ମନା କରିଦେଇଥିଲେ । ଏହି କାରଣରୁ ତାଙ୍କ ଘରେ ହଙ୍ଗମା ଆରମ୍ଭ ହୋଇଥିଲା ।

Read More
{}{}