Hindi News >>Home >>Odisha Sports

INd vs NZ: ଆଜି ଭାରତ-ନ୍ୟୁଜିଲାଣ୍ଡ ମୁକାବିଲା, ୨୦ ବର୍ଷର ପ୍ରତିଶୋଧ ଅପେକ୍ଷାରେ ଟିମ୍ ଇଣ୍ତିଆ

World Cup 2023​: ସୁପର ସଣ୍ତେରେ ମୁହାଁମୁହିଁ ହେବେ ଭାରତ-ନ୍ୟୁଜିଲାଣ୍ଡ (INd vs NZ )। ଏହି ମହା ମୁକାବିଲା ଧର୍ମଶାଳା ଏଚପିସିଏ ଷ୍ଟାଡିୟମରେ (Dharamshala HPCA Stadium) ଖେଳାଯିବ । ଦିନିକିଆ ବିଶ୍ୱକପ ୨୦୨୩ରେ ଭାରତ ୪ଟି ମ୍ୟାଚ୍ ଖେଳିଥିବା ବେଳେ ସମସ୍ତ ମ୍ୟାଚ୍ ରେ ବିଜୟୀ ହୋଇଛି । ସେହିପରି ନ୍ୟୁଜିଲାଣ୍ଡ (New Zealand ) ମଧ୍ଯ ୪ଟି ମ୍ୟାଚ୍ ରେ ବିପକ୍ଷ ଟିମ୍ କୁ ଧୂଳି ଚଟାଇଛି ।

Advertisement
ସୌ(ସୋସିଆଲ ମିଡିଆ)
Stop
Zee Odisha Desk|Updated: Oct 22, 2023, 12:28 PM IST

INd vs NZ: ସୁପର ସଣ୍ତେରେ ମୁହାଁମୁହିଁ ହେବେ ଭାରତ-ନ୍ୟୁଜିଲାଣ୍ଡ (INd vs NZ )। ଏହି ମହା ମୁକାବିଲା ଧର୍ମଶାଳା ଏଚପିସିଏ ଷ୍ଟାଡିୟମରେ (Dharamshala HPCA Stadium) ଖେଳାଯିବ । ଦିନିକିଆ ବିଶ୍ୱକପ ୨୦୨୩ରେ ଭାରତ ୪ଟି ମ୍ୟାଚ୍ ଖେଳିଥିବା ବେଳେ ସମସ୍ତ ମ୍ୟାଚ୍ ରେ ବିଜୟୀ ହୋଇଛି । ସେହିପରି ନ୍ୟୁଜିଲାଣ୍ଡ (New Zealand ) ମଧ୍ଯ ୪ଟି ମ୍ୟାଚ୍ ରେ ବିପକ୍ଷ ଟିମ୍ କୁ ଧୂଳି ଚଟାଇଛି ।

ସୂଚନା ଅନୁଯାୟୀ, ୨୦୧୯ ଦିନିକିଆ ବିଶ୍ବକପର ସେମିଫାଇନାଲରେ ଶକ୍ତିଶାଳୀ ନ୍ୟୁଜିଲାଣ୍ଡଠାରୁ ପରାସ୍ତ ହେବା ପରେ ମଉଳିଯାଇଥିଲେ ଟିମ୍ ଇଣ୍ତିଆର (Team India) ବିଶ୍ବକପ ଆଶା । ତେବେ ଚଳିତ ବିଶ୍ବକପରେ ଉଭୟ ଟିମ୍ ର ଜୋରଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । ଦୁଇ ଦଳ ବର୍ତ୍ତମାନ ସୁଦ୍ଧା ୪ଟି ଲେଖାଏଁ ମ୍ୟାଚ୍ ଖେଳିଥିବା ବେଳେ ସମସ୍ତ ମ୍ୟାଚ୍ ରେ ଅପରାଜୟ ରହିଛନ୍ତି । ଉଭୟ ଦଳ ପାଖରେ ୮ ପଏଣ୍ଟ ରହିଥିବା ବେଳେ ରନ୍ ରେଡ଼କୁ ଆଧାର କରି ପଏଣ୍ଟ ଟେବୁଲର ଶୀର୍ଷରେ (World cup points table 2023) ରହିଛି ନ୍ୟୁଜିଲାଣ୍ଡ । ସେପଟେ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍ ପୂର୍ବରୁ ଭାରତୀୟ ଦଳକୁ ଲାଗିଛି ଝଟକା । ଦଳରେ ଭଲ ଫର୍ମରେ ଥିବା ଅଲରାଉଣ୍ତର ହାର୍ଦ୍ଦିକ ପାଣ୍ତ୍ୟା (Hardik Pandya) ଆହତ କାରଣରୁ ଦଳରୁ ବାଦ ପଡ଼ିଛନ୍ତି ।

ତେବେ ତାଙ୍କ ସ୍ଥାନରେ ଦଳରେ ସାମିଲ ହେବାକୁ ଥିବା ଖେଳାଳି ମଧ୍ୟ ଆହତ ହୋଇଛନ୍ତି। ଅଭ୍ୟାସ ସମୟରେ ସୂର୍ଯ୍ୟକୁମାର ଯାଦବ (Suryakumar Yadav) ଆହତ ହୋଇଥିବା ଜଣାପଡ଼ିଛି। ଷ୍ଟାର ବ୍ୟାଟ୍ସମ୍ୟାନ୍ ଭାରତର ଥ୍ରୋ ଡାଉନ୍ ବିଶେଷଜ୍ଞ ରଘୁଙ୍କ ସହ ଅଭ୍ୟାସ କରିବା ସମୟରେ ତାଙ୍କ ଡାହାଣ ହାତରେ ଆଘାତ ଲାଗିଥିଲା। ଆଘାତ ଲାଗିବା ପରେ ସେ ଅଭ୍ୟାସ ବନ୍ଦ କରି ଘରକୁ ଫେରିଥିବା ଜଣାପଡ଼ିଛି। ସେହିପରି ଈଶାନ କିଶାନ (Ishan kishan) ବ୍ୟାଟିଂ କରୁଥିବା ବେଳେ ତାଙ୍କ ବେକ ପଛପଟକୁ ମହୁମାଛି କାମୁଡି଼ ଦେବାରୁ ସେ ବ୍ୟାଟ୍ ଫୋପାଡି଼ ଦୌଡ଼ିଥିଲେ । ସେ ମଧ୍ୟ ତୁରନ୍ତ ଡ୍ରେସିଂ ରୁମ୍ ଚାଲିଯାଇଥିଲା ବେଳେ ଆଉ ଅଭ୍ୟାସକୁ ଫେରିନଥିଲେ। ତେବେ ଏହି ଦୁଇ ଖେଳାଳି ଆଜି ନ୍ୟୁଜିଲ୍ୟାଣ୍ଡ (IND vs NZ) ବିପକ୍ଷ ମ୍ୟାଚ୍ ଖେଳିବେ କି ନାହିଁ, ତାହା ସ୍ପଷ୍ଟ ହୋଇନାହିଁ। ସେପଟେ ହାର୍ଦ୍ଦିକ ପାଣ୍ତ୍ୟା ସ୍ଥାନରେ କିଏ ଖେଳିବେ ତାହା ଦେଖିବାକୁ ବାକି ରହିଲା । ଅନ୍ୟପଟେ ବିପକ୍ଷ ଟିମ୍ ମଧ୍ଯ ସମାନ ସମସ୍ୟା ଦେଇ ଗତି କରୁଛି । ଦଳର ଅଧିନାୟକ କେନ୍ ୱିଲିୟସନ୍ (kane Williamson) ପୂର୍ବ ମ୍ୟାଚ୍ ରେ ଆହତ ହୋଇଥିଲେ, ତେବେ ତାଙ୍କ ସ୍ଥାନରେ ଦଳ ଆଜିର ମ୍ୟାଚ୍ ପାଇଁ ଟମ୍ ଲାଥମ୍ (Tom Latham) ଙ୍କୁ ଅଧିନାୟକ କରିବ ବୋଲି ଜଣାପଡ଼ିଛି ।

ଭାରତ ନ୍ୟୁଜିଲାଣ୍ଡ ହେଡ଼ ଟୁ ହେଡ଼

ଦିନିକିଆରେ ଭାରତ ଓ ନ୍ୟୁଜିଲାଣ୍ଡ (INd vs NZ) ୧୧୬ ଥର ମୁହାଁମୁହିଁ ହୋଇଛନ୍ତି । ୫୮ ଥର ଭାରତ ଜିତିଥିବା ବେଳେ ୫୦ ଥର ଜିତିଛି ନ୍ୟୁଜିଲାଣ୍ଡ । ଗୋଟିଏ ମ୍ଯାଚ୍ ଟାଇ ହୋଇଥିବା ବେଳେ ୭ଟି ମ୍ୟାଚର ଫଳାଫଳ ଟାଇ ରହିଛି । ଉଭୟ ଦେଶ ବିଶ୍ବକପରେ ୮ ଥର ମୁହାଁମୁହିଁ ହୋଇଛନ୍ତି । ଭାରତ ୩ଟି ମ୍ୟାଚରେ ବିଜୟ ହୋଇଥିବା ବେଳେ ନ୍ୟୁଜିଲାଣ୍ଡ ୫ଟି ମ୍ୟାଚରେ ବାଜିମାତ କରିଛି । ଦିନିକିଆ ବିଶ୍ବକପ ୨୦୦୩ ପରଠାରୁ ଭାରତ ବିପକ୍ଷରେ କିୱି ଟିମ୍ ଅପରାଜୟ ରହିଛି । ଅର୍ଥାତ୍ ୨୦ ବର୍ଷ ହେଲା ଭାରତ ଦିନିକିଆ ବିଶ୍ବକପରେ ନ୍ୟୁଜିଲାଣ୍ଡ ଠାରୁ ହାରି ଆସୁଛି ।

 

{}{}