Hindi News >>Home >>Odisha Sports

IND vs ENG: ସେମିଫାଇନାଲରେ ଇଂଲଣ୍ଡ ବିପକ୍ଷରେ ଟିମ୍ ଇଣ୍ଡିଆର ସମ୍ଭାବ୍ୟ ଏକାଦଶ ଫାଇନାଲ୍! ଜାଣନ୍ତୁ କିଏ ଆଉଟ୍, କିଏ ଇନ୍

IND vs ENG Semi Final Playing XI: ସେମିଫାଇନାଲ ମ୍ୟାଚ ପାଇଁ ଭାରତୀୟ ଅଧିନାୟକ ରୋହିତ ଶର୍ମା କୌଣସି କମି ଛାଡ଼଼ିବାକୁ ଚାହୁଁନାହାଁନ୍ତି । ଏଥିପାଇଁ ସେ ଚୂଡ଼ାନ୍ତ ଏକାଦଶରେ ବଡ଼ ପରିବର୍ତ୍ତନ କରିପାରନ୍ତି । ଆସନ୍ତୁ ଜାଣିବା ସେମିଫାଇନାଲ ମ୍ୟାଚ ପାଇଁ ଭାରତୀୟ ଦଳ କିପରି ହୋଇପାରେ...

Advertisement
IND vs ENG: ସେମିଫାଇନାଲରେ ଇଂଲଣ୍ଡ ବିପକ୍ଷରେ ଟିମ୍ ଇଣ୍ଡିଆର ସମ୍ଭାବ୍ୟ ଏକାଦଶ ଫାଇନାଲ୍! ଜାଣନ୍ତୁ କିଏ ଆଉଟ୍, କିଏ ଇନ୍
Stop
Zee Odisha Desk|Updated: Nov 08, 2022, 07:52 AM IST

India Vs England T20 World Cup 2022 Semi Final Playing XI: ଟି-20 ବିଶ୍ୱକପ ୨୦୨୨ର ଟାଇଟାଲ ପାଇଁ ବର୍ତ୍ତମାନ ୪ଟି ଦଳ ମଧ୍ୟରେ ଲଢ଼େଇ ହେବ । ପାକିସ୍ତାନ ଓ ନ୍ୟୁଜିଲ୍ୟାଣ୍ଡ (Pakistan vs New Zealand Semi Final) ମଧ୍ୟରେ ପ୍ରଥମ ସେମିଫାଇନାଲ ଆଜି ଅର୍ଥାତ ନଭେମ୍ୱର ୯ରେ ଖେଳାଯିବ । ଅନ୍ୟପଟେ ନଭେମ୍ବର ୧୦ରେ ଆଡିଲେଡ୍ ଓଭାଲରେ ଇଂଲଣ୍ଡ ବିପକ୍ଷରେ ଭାରତ ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍ (India vs England Semi Final) ଖେଳିବ । ଗ୍ରୁପ୍-୨ରେ ଟପରେ ରହି ଟିମ୍ ଇଣ୍ଡିଆ ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଛି । ସେମିଫାଇନାଲ ମ୍ୟାଚ ପାଇଁ ଭାରତୀୟ ଅଧିନାୟକ ରୋହିତ ଶର୍ମା (Rohit Sharma) କୌଣସି କମି ଛାଡ଼଼ିବାକୁ ଚାହୁଁନାହାଁନ୍ତି । ଏଥିପାଇଁ ସେ ଚୂଡ଼ାନ୍ତ ଏକାଦଶ (Team India Playing 11) ରେ ବଡ଼ ପରିବର୍ତ୍ତନ କରିପାରନ୍ତି । ଆସନ୍ତୁ ଜାଣିବା ସେମିଫାଇନାଲ ମ୍ୟାଚ ପାଇଁ ଭାରତୀୟ ଦଳ କିପରି ହୋଇପାରେ...

ବାଂଲାଦେଶ ଓ ଜିମ୍ବାୱେ ବିପକ୍ଷରେ କେଏଲ ରାହୁଲ ଦମଦାର୍ ବ୍ୟାଟିଂ କରିଛନ୍ତି । ସେ ଉଭୟ ମ୍ୟାଚରେ ଅର୍ଦ୍ଧଶତକ ହାସଲ କରିଛନ୍ତି । ଏଭଳି ପରିସ୍ଥିତିରେ ତାଙ୍କୁ ଅଧିନାୟକ ରୋହିତ ଶର୍ମାଙ୍କ ସହ ଓପେନିଂ କରିବା ସମ୍ପୂର୍ଣ୍ଣ ନିଶ୍ଚିତ ମନେ ହେଉଛି । ଏହି ଉଭୟ ବ୍ୟାଟ୍ସମ୍ୟାନ୍ ବଡ଼ ମ୍ୟାଚର ଖେଳାଳୀ ଅଟନ୍ତି । ରୋହିତ ଓ କେଏଲ ରାହୁଲ (KL Rahul) ଫର୍ମରେ ଥିଲେ ଯେକୌଣସି ବୋଲିଂ ଆକ୍ରମଣକୁ ସାମ୍ନା କରି ରନର ବର୍ଷା କରିପାରନ୍ତି । ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି (Virat Kohli) ଭାରତ ପାଇଁ ତିନି ନମ୍ବରରେ ବ୍ୟାଟିଂ କରିବା ପାଇଁ ମୈଦାନକୁ ଓହ୍ଲାଇବେ । ସେ ତୃତୀୟ ସ୍ଥାନରେ ଥିବା ଭାରତ ପାଇଁ ସବୁଠାରୁ ବିଶ୍ୱସ୍ତ ବ୍ୟାଟ୍ସମ୍ୟାନ୍ । ସେ ନିଜେ ଟିମ୍ ଇଣ୍ଡିଆକୁ ଅନେକ ମ୍ୟାଚ୍ ଜିତାଇ ଦେଇଛନ୍ତି । ଏସିଆ କପ ୨୦୨୨ ପରଠାରୁ ସେ ବହୁତ ଭଲ ଫର୍ମରେ ଅଛନ୍ତି । ବର୍ତ୍ତମାନର ଟି-20 ବିଶ୍ୱକପରେ ବିରାଟ କୋହଲି ସର୍ବାଧିକ ରନ୍ କରିଛନ୍ତି । ଏଭଳି ପରିସ୍ଥିତିରେ ପ୍ରଶଂସକମାନେ ସେମିଫାଇନାଲ ମ୍ୟାଚରେ ତାଙ୍କଠାରୁ ଏକ ବଡ଼ ଇନିଂସର ଆଶା କରୁଛନ୍ତି ।

ସେହିପରି ଚତୁର୍ଥ ନମ୍ବରରେ ସୂର୍ଯ୍ୟକୁମାର ଯାଦବ  (Suryakumar Yadav) ଙ୍କୁ ସୁଯୋଗ ମିଳିବ ବୋଲି ଆଶା କରାଯାଉଛି  । ଚଳିତ ଟି-20 ବିଶ୍ୱକପରେ ସେ ଦମଦାର୍ ଫର୍ମରେ ଅଛନ୍ତି । ଲଗାତର ତାଙ୍କ ବ୍ୟାଟରୁ ରନର ବର୍ଷା ହେଉଛି ।  ସେ ଆଇସିସି ଟି-20 ବିଶ୍ୱକପ ୨୦୨୨ (ICC T20 World Cup 2022) ରେ ବର୍ତ୍ତମାନ ପର୍ଯ୍ୟନ୍ତ ତିନିଟି ଅର୍ଦ୍ଧଶତକ ହାସଲ କରିଛନ୍ତି । ସେହିପରି ଷ୍ଟାର୍ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ପାଞ୍ଚ ନମ୍ବରରେ ସ୍ଥାନ ପକ୍କା ବୋଲି ମନେ କରାଯାଉଛି । ସେ ଘାତକ ବୋଲିଂ ଓ ଚମତ୍କାର ବ୍ୟାଟିଂରେ ଜଣେ ପାରଦର୍ଶୀ ଖେଳାଳି । 

ଦୀନେଶ କାର୍ତ୍ତିକ (Dinesh Karthik) ୱିକେଟ୍ କିପର ଦାୟିତ୍ୱ ମିଳିବ ବୋଲି ଆଶା କରାଯାଉଛି । ଜିମ୍ବାୱେ ବିପକ୍ଷରେ ତାଙ୍କ ସ୍ଥାନରେ ଋଷଭ ପନ୍ତଙ୍କୁ ସୁଯୋଗ ଦିଆଯାଇଥିଲା । ଏହି ମ୍ୟାଚରେ ଋଷଭ ପନ୍ତ ସମ୍ପୂର୍ଣ୍ଣ ରୂପେ ଫ୍ଲପ୍ ହୋଇଥିଲେ । ସେପଟେ ବୋଲିଂର ଦାୟିତ୍ୱ ଆର୍ଶଦୀପ ସିଂ (Arshdeep Singh), ମହମ୍ମଦ ଶାମି ଏବଂ ଭୁବନେଶ୍ୱର କୁମାରଙ୍କ ଉପରେ ରହିବ ବୋଲି ଆଶା କରାଯାଉଛି । ବୋଲିଂ କ୍ଷେତ୍ରରେ ଏମାନେ ନିଜର ଭଲ ପ୍ରଦର୍ଶନ ଜାରି ରଖିଛନ୍ତି । ସ୍ପିନ୍ ବିଭାଗର ଦାୟିତ୍ୱ ରବିଚନ୍ଦ୍ରନ୍ ଅଶ୍ୱିନ୍ ଓ ଅକ୍ଷର ପଟେଲଙ୍କୁ ହସ୍ତାନ୍ତର କରାଯାଇପାରେ ।

ଇଂଲଣ୍ଡ ବିପକ୍ଷରେ ଭାରତୀୟ ଦଳର ସମ୍ଭାବ୍ୟ ଏକାଦଶ ଏପରି ହୋଇପାରେ:-ରୋହିତ ଶର୍ମା (ଅଧିନାୟକ), କେ.ଏଲ୍ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଦୀନେଶ କାର୍ତ୍ତିକ, ଅକ୍ଷର ପଟେଲ, ରବିଚନ୍ଦ୍ରନ ଅଶ୍ୱିନ, ଭୁବନେଶ୍ୱର କୁମାର, ଅର୍ଶଦୀପ ସିଂ, ମହମ୍ମଦ ଶାମି 

ସୂଚନାଯୋଗ୍ୟ, ଟିମ୍ ଇଣ୍ଡିଆ ଟି-20 ବିଶ୍ୱକପ ୨୦୨୨ର ସୁପର-12 ରାଉଣ୍ଡରେ ପ୍ରଥମ ମ୍ୟାଚ ଅକ୍ଟୋବର ୨୩ରେ ପାକିସ୍ତାନ ବିପକ୍ଷରରେ ଖେଳି ଥିଲା ଓ ଏହି ମ୍ୟାଚରେ ବିଜୟ ହାସଲ କରିଥିଲା । ସେହିପରି ଅକ୍ଟୋବର ୨୭ରେ ଦ୍ୱିତୀୟ ମ୍ୟାଚ୍ ନେଦରଲ୍ୟାଣ୍ଡ ସହ ଖେଳିଥିଲା । ଏହି ମ୍ୟାଚରେ ବି ଟିମ୍ ଇଣ୍ଡିଆ ଜିତିଛି । ଅକ୍ଟୋବର ୩୦ରେ ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ମ୍ୟାଚ୍ ଖେଳିଥିଲା ଓ ଏହି ମ୍ୟାଚରେ ପରାଜିତ ହୋଇଥିଲା । ଭାରତୀୟ ଦଳ ନଭେମ୍ବର ୨ ବାଂଲାଦେଶ ବିପକ୍ଷରେ ୫ ରନରେ ବିଜୟ ହାସଲ କରିଥିଲା । ସେହିପରି ଭାରତୀୟ ଦଳ ସୁପର-12 ପର୍ଯ୍ୟାୟର ଶେଷ ମ୍ୟାଚ୍ ନଭେମ୍ବର ୬ରେ ଜିମ୍ୱାୱେ ସହିତ ଖେଳିଥିଲା । ଏହି ମ୍ୟାଚରେ ଟିମ୍ ଇଣ୍ଡିଆ ଜିମ୍ୱାୱେକୁ ୭୧ ରନରେ ପରାସ୍ତ କରିଛି । ବର୍ତ୍ତମାନ ନଭେମ୍ୱର ୯ରେ ଭାରତୀୟ ଦଳ ଟି-20 ବିଶ୍ୱକପ ୨୦୨୨ରେ ଇଂଲଣ୍ଡ ବିପକ୍ଷରେ ସେମିଫାଇନାଲ ଖେଳିବ ।

ଅଧିକ ପଢ଼ନ୍ତୁ:-ଚନ୍ଦ୍ର ଗ୍ରହଣ ଭାରତରେ କେବେ ଓ କେଉଁଠାରେ ଦେଖାଯିବ, ଜାଣନ୍ତୁ ଡିଟେଲ୍ସ

ଅଧିକ ପଢ଼ନ୍ତୁ:-କୁମ୍ଭ ପାଇଁ ଲାଭକାରୀ, ଧନୁ ରାଶି ପାଇଁ ଚିନ୍ତାଗ୍ରସ୍ତ; ଜାଣନ୍ତୁ ଆପଣଙ୍କ ରାଶି ଉପରେ କେମିତି ରହିବ ଗ୍ରହଣର ପ୍ରଭାବ

ଅଧିକ ପଢ଼ନ୍ତୁ:-ଷ୍ଟାର୍ ସ୍ପୋର୍ଟସ୍ ବ୍ୟତୀତ ଏଠାରେ ଫ୍ରି'ରେ ଦେଖିପାରିବେ ନକଆଉଟ୍ ମ୍ୟାଚର ଲାଇଭ୍ ପ୍ରସାରଣ, ଦେଖନ୍ତୁ ଶେଡ୍ୟୁଲ୍

 

ଏଠାରେ କହି ରଖୁଛୁ ଯେ, ଟି-20 ବିଶ୍ୱକପ 2022 ପାଇଁ ଭାରତୀୟ ଦଳରେ ରୋହିତ ଶର୍ମା (ଅଧିନାୟକ), କେ.ଏଲ୍ ରାହୁଲ (ଉପ-ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡ୍ଡା, ଦୀନେଶ କାର୍ତ୍ତିକ (ୱିକେଟ କିପର), ଋଷଭ ପନ୍ତ (ୱିକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ଆର ଅଶ୍ୱିନ, ୟ ଚହଲ, ଅକ୍ଷର ପଟେଲ, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ, ଅର୍ଶଦୀପ ସିଂ, ମହମ୍ମଦ ଶାମି ସାମିଲ ଅଛନ୍ତି । ସେପଟେ ଷ୍ଟାଣ୍ଡବାଇ ଖେଳାଳିଙ୍କ ମଧ୍ୟରେ ଶାର୍ଦ୍ଦୁଲ ଠାକୁର, ଶ୍ରେୟସ୍ ଆୟର, ରବି ବିଷ୍ଣୋଇ, ମହମ୍ମଦ ସିରାଜ ଅଛନ୍ତି ।

Read More
{}{}