Hindi News >>Home >>Odisha Sports

IND vs ENG: ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍ ପାଇଁ ଭାରତ ପ୍ରସ୍ତୁତ, ପ୍ରଥମ ମ୍ୟାଚରେ ଏପରି ହୋଇପାରେ ପ୍ଲେଇଂ-11

England Playing 11 Vs India 1st Test: ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍ ପାଇଁ ପ୍ରସ୍ତୁତି ଶେଷ ହୋଇଛି। ଆପଣଙ୍କୁ କହିରଖୁଛୁ ଯେ ପ୍ରଥମ ମ୍ୟାଚରେ ଭାରତର କେଉଁ ଖେଳାଳି ମାନଙ୍କୁ ଦଳରେ ସାମିଲ କରାଯାଇପାରିବ।  

Advertisement
England Playing 11 Vs India 1st Test
Stop
Zee Odisha Desk|Updated: Jan 22, 2024, 11:24 AM IST

India Vs England 1st Test: ଭାରତ ଓ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜ୍ ୨୫ ଜାନୁୟାରୀରୁ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜ୍ ପାଇଁ ଉଭୟ ଦଳ ପ୍ରସ୍ତୁତ ଅଛନ୍ତି। ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଦୃଷ୍ଟିକୋଣରୁ ଏହି ସିରିଜ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସିରିଜର ପ୍ରଥମ ମ୍ୟାଚ୍ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବ। ମ୍ୟାଚ୍ ସକାଳ ୯:୩୦ ରେ ଆରମ୍ଭ ହେବ। ଏଭଳି ପରିସ୍ଥିତିରେ ପ୍ରଶଂସକଙ୍କ ଉତ୍ସାହ ମଧ୍ୟ ବଢ଼ିଯାଇଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ମ୍ୟାଚରେ ଅନେକ ଖେଳାଳି ଚମତ୍କାର ପ୍ରଦର୍ଶନ କରିଥିଲେ ଓ ଭାରତ ସହଜରେ ମ୍ୟାଚ୍ ଜିତି ନେଇଥିଲେ। ତେବେ ଆସନ୍ତୁକହୁଛୁ ଯେ ପ୍ରଥମ ଟେଷ୍ଟ ମ୍ୟାଚ୍ ପାଇଁ  କିପରି ହୋଇପାରେ ଭାରତୀୟ ଦଳର ଫ୍ଲେଇଂ ଇଲେଭେନ୍?

ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ୫ ମ୍ୟାଚ୍ ଟେଷ୍ଟ ସିରିଜର ପ୍ରଥମ ଦୁଇଟି ମ୍ୟାଚ୍ ପାଇଁ ଭାରତୀୟ ଦଳର ଦଳ ଘୋଷଣା କରାଯାଇଛି। ଏହି ୨ଟି ମ୍ୟାଚ୍‌ରେ ଭାରତୀୟ ଦଳର ଖେଳାଳିଙ୍କ ପ୍ରଦର୍ଶନ ଦେଖିବା ପରେ ଅବଶିଷ୍ଟ ୩ ମ୍ୟାଚ୍‌ ପାଇଁ ଦଳ ଘୋଷଣା କରାଯିବ। ଭାରତର ଓପନିଂ ବ୍ୟାଟ୍ସମ୍ୟାନ୍ ଯଶସ୍ୱୀ ଜୈସୱାଲ ଦୀର୍ଘ ଦିନ ଧରି ଦଳ ସହ ଜଡିତ ଥିଲେ। ଦକ୍ଷିଣ ଆଫ୍ରିକା ବିପକ୍ଷ ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ ସେ ଦଳରେ ଅନ୍ତର୍ଭୁକ୍ତ ହୋଇଥିଲେ ମଧ୍ୟ ତାଙ୍କ ପ୍ରଦର୍ଶନ ଭଲ ନଥିଲା। ଏଭଳି ପରିସ୍ଥିତିରେ ସେ ଇଂଲଣ୍ଡ ବିପକ୍ଷରେ ସୁଯୋଗ ପାଇବେ କି ନାହିଁ ତାହା ଏକ ବଡ଼ ପ୍ରଶ୍ନ।

ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତୀୟ ଦଳରେ ଶ୍ରେୟସ୍ ଆୟର୍ ମଧ୍ୟ ଅନ୍ତର୍ଭୁକ୍ତ କିନ୍ତୁ ତାଙ୍କ ବ୍ୟାଟ୍ ଶାନ୍ତ ରହିଥିଲା। ଏହି ସିରିଜରେ ଭାରତର ଭେଟେରାନ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଓ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ କେ.ଏଲ୍ ରାହୁଲ ଭଲ ପ୍ରଦର୍ଶନ କରିଥଲେ। ଏହି ସିରିଜର ପ୍ରଥମ ମ୍ୟାଚ୍ ରେ କେ.ଏଲ୍ ରାହୁଲ ମଧ୍ୟ ଏକ ଶତକ ମଧ୍ୟ ମାରିଥିଲେ।ଆସନ୍ତୁ ଆପଣଙ୍କୁ କହୁଛୁ ଯେ ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତୀୟ ଦଳର କିପରି ହୋଇପାରେ ପ୍ଲେଇଂ ଇଲେଭେନ୍।

ଭାରତୀୟ ଦଳର ସାମ୍ଭାବ୍ୟ ପ୍ଲେଇଂ-11
ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ, ଯଶସ୍ୱୀ ଜୈସୱାଲ, ବିରାଟ କୋହଲି, ଶ୍ରେୟସ ଆୟର, କେ.ଏଲ୍ ରାହୁଲ (ୱିକେଟ୍ କିପର), ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ମହମ୍ମଦ ସିରାଜ, ମୁକେଶ କୁମାର, ଜସପ୍ରୀତ ବୁମ୍ରା।

Read More
{}{}