Hindi News >>Home >>Odisha Sports

Ind vs Eng: ତୃତୀୟ ଟେଷ୍ଟ୍ ମ୍ୟାଚ୍ ଖେଳିବେନି ବୁମ୍‌ରା, ଜାଣନ୍ତୁ କାହିଁକି ?

Ind vs Eng: ଦ୍ବିତୀୟ ଟେଷ୍ଟ ମ୍ୟାଚ୍ ରେ ଇଂଲଣ୍ଡକୁ ୧୦୬ ରନ୍‌ରେ ପରାସ୍ତ କରି ୫ ଟିକିଆ ଶୃଙ୍ଖଳାକୁ ୧-୧ କରିଛି ଟିମ୍ ଇଣ୍ତିଆ । ଇଂଲଣ୍ଡକୁ  ୨୯୨ ରନ୍‌ରେ ଅଲଆଉଟ୍ କରି ହାଇଦ୍ରାବାଦ ପରାଜୟର ପ୍ରତିଶୋଧ ନେଇଛି ଦଳ । ତେବେ ରାଜକୋଟରେ ଫେବ୍ରୁଆରି ୧୫-୧୯ରେ ତୃତୀୟ ଟେଷ୍ଟ୍ ମ୍ୟାଚ୍ ଖେଳାଯିବ। 

Advertisement
ସୌଜନ୍ୟ-ସୋସିଆଲ ମିଡିଆ
Stop
Payal Priyadarshini|Updated: Feb 06, 2024, 07:33 AM IST

Ind vs Eng: ବିଶା‌ଖାପାଟଣାରେ ଖେଳାଯାଇଥିବା ଦ୍ବିତୀୟ ଟେଷ୍ଟ ମ୍ୟାଚ୍ ରେ ବିଜୟ ହାସଲ କରିଛି ଭାରତ। ଇଂଲଣ୍ଡକୁ ୧୦୬ ରନ୍‌ରେ ପରାସ୍ତ କରି ୫ ଟିକିଆ ଶୃଙ୍ଖଳାକୁ ୧-୧ କରିଛି ଟିମ୍ ଇଣ୍ତିଆ । ଇଂଲଣ୍ଡକୁ  ୨୯୨ ରନ୍‌ରେ ଅଲଆଉଟ୍ କରି ହାଇଦ୍ରାବାଦ ପରାଜୟର ପ୍ରତିଶୋଧ ନେଇଛି ଦଳ । ତେବେ ରାଜକୋଟରେ ଫେବ୍ରୁଆରି ୧୫-୧୯ରେ ତୃତୀୟ ଟେଷ୍ଟ୍ ମ୍ୟାଚ୍ ଖେଳାଯିବ। ସ୍ପିନରଙ୍କୁ ସୁହାଉଥିବା ପିଚ୍‌ରେ ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ଦଳକୁ ଏହି ବିଜୟ ଭେଟି ଦେଇଥିବା ବେଳେ ପ୍ରଥମ ପାଳିର ଦ୍ବିଶତକ ହାସଲକାରୀ ଯଶସ୍ବୀ ଜୟୱାଲ ଏବଂ ଦ୍ବିତୀୟ ପାଳିରେ ଶତକୀୟ ପାଳି ଖେଳିଥିବା ଶୁବମନ ଗିଲ୍‌ଙ୍କୁ ପଛରେ ପକାଇ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କାର ଲାଭ କରିଛନ୍ତି। କିନ୍ତୁ ଏହି ଷ୍ଟାର ବୋଲର ତୃତୀୟ ଟେଷ୍ଟ୍ ମ୍ୟାଚ୍ ରୁ ବାଦ ପଡ଼ିପାରନ୍ତି ବୋଲି ସୂଚନା ମିଳିଛି ।

ଖବର ଥାଉ କି, ପ୍ରଥମ ୨ଟି ଟେଷ୍ଟ ମ୍ୟାଚ୍ ରେ ୧୫ଟି ୱିକେଟ୍ ହାସଲ କରିଥିବା ବୁମରାଙ୍କୁ ତୃତୀୟ ଟେଷ୍ଟରୁ ବିରତ ଦେବା ନେଇ ଟିମ୍ ମ୍ୟାନେଜମେଣ୍ଟ ଯୋଜନା କରୁଛି । ଇତି ମଧ୍ୟରେ ସେ ୨ଟି ମ୍ୟାଚ୍ ରେ ୫୭.୫ ଓଭର ବୋଲିଂ କରିସାରିଲାଣି । ଫେବ୍ରୁଆରି ୧୫ରୁ ତୃତୀୟ ଟେଷ୍ଟ ମ୍ୟାଚ୍ ଆରମ୍ଭ ହେବାକୁ ଥିବା ବେଳେ ଆଉ ମାତ୍ର ୯ଦିନ ବାକି ରହିଛି । ଆଗକୁ ଆଉ ୩ଟି ଟେଷ୍ଟ ବାକି ରହିଛି । ତେଣୁ ତାଙ୍କୁ ଉପଯୁକ୍ତ ବିଶ୍ରାମ ମିଳିବା ଜରୁରୀ ଅଟେ । ବୁମାରଙ୍କ ସ୍ଥାନରେ ମହମ୍ମଦ ସିରାଜ ତୃତୀୟ ଟେଷ୍ଟ ମ୍ୟାଚ୍ ଖେଳିବେ । ସିରାଜଙ୍କୁ ଦ୍ବିତୀୟ ଟେଷ୍ଟରୁ ବିଶ୍ରାମ ଦିଆଯାଇଥିଲା । ସେହିପରି ଆହତ ସମସ୍ୟା ଦେଇ ଗତି କରୁଥିବା ଅଲରାଉଣ୍ତର ରବିନ୍ଦ୍ର ଜାଡ଼େଜା ପରବର୍ତ୍ତୀ ୩ଟି ଯାକ ଟେଷ୍ଟ ଖେଳିବା ନେଇ ଆଶା କମ୍ ରହିଛି । ସେପଟେ ଆହତ କେ. ଏଲ ରାହୁଲ ୧୫ ତାରିଖ ପୂର୍ବରୁ ଫିଟ୍ ହୋଇଯିବା ନେଇ ଆଶା ରହିଛି ।

ଅନ୍ୟପଟେ, ବିରାଟ କୋହଲିଙ୍କ ଫେରିବା ନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ । ଖୁବଶୀଘ୍ର ଶେଷ ତୃତୀୟ ଟେଷ୍ଟ ମ୍ୟାଚ୍ ପାଇଁ ଦଳ ଘୋଷଣା କରାଯିବ । ଏହାପୂର୍ବରୁ କୋହଲିଙ୍କ ସହ ଯୋଗାଯୋଗ କରାଯିବ ବୋଲି ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ଼ ସ୍ପଷ୍ଟ କରିଛନ୍ତି ।

{}{}