Hindi News >>Home >>Odisha Sports

IND vs BAN: ଭାରତର ଏକପାଖିଆ ବିଜୟ, ୨୨୭ ରନରେ ହାରିଲା ବାଂଲାଦେଶ

ଟସ ଜିତି ବାଂଲାଦେଶ ବୋଲି ନିଷ୍ପତ୍ତି ନେଇଥିଲା। ବ୍ୟାଟିଂ ଆମନ୍ତ୍ରଣ ପାଇଁ ଭାରତ ପାଳି ଆରମ୍ଭ କରିଥିଲା। ଆଜି ଭାରତୀୟ ଦଳରେ ସାମାନ୍ୟ ପରିବର୍ତ୍ତନ ହୋଇଥିଲା। ରୋହିତଙ୍କ ସ୍ଥାନରେ ଆଜି ଧଓ୍ୱନ ଓ ଇଶାନ ପାଳି ଆରମ୍ଭ କରିଥିଲେ। ଧଓ୍ୱନ ଖୁବଶୀଘ୍ର ପାଭିଲିୟନ ଫେରିଥିବା ବେଳେ ଇଶାନ ଓ ବିରାଟଙ୍କ ଯୋଡ଼ି ଦଳୀୟ ସ୍କୋରକୁ ତିନି ଶହ ପାର କରାଇଥିଲା।

Advertisement
IND vs BAN: ଭାରତର ଏକପାଖିଆ ବିଜୟ, ୨୨୭ ରନରେ ହାରିଲା ବାଂଲାଦେଶ
Stop
Zee Odisha Desk|Updated: Dec 10, 2022, 07:12 PM IST

IND vs BAN:  ନୂଆଦିଲ୍ଲୀ: ବାଂଲାଦେଶର ଚିଟାଗଙ୍ଗରେ ଖେଳାଯାଇଥିବା ଅନ୍ତିମ ଦିନିକିଆରେ (One Day Series) ଭାରତ (India) ଏକପାଖିଆ ବିଜୟ ହାସଲ କରିଛି। ଇଶାନ କିସାନ (Ishan Kishan) ଓ ବିରାଟ କୋହଲିଙ୍କ (Virat Kohli) ଧୁଆଁଧାର ବ୍ୟାଟିଂ ଫଳରେ ଘରୋଇ ବାଂଲାଦେଶକୁ (Bangladesh) ୪୧୦ ରନର ଏକ ବିଶାଳ ବିଜୟ ଲକ୍ଷ ଦେଇଥିଲା ଭାରତ। ଜବାବରେ ବାଂଲାଦେଶ (Bangladesh) ପାଳି ଆରମ୍ଭ କରିଥିଲେ ମଧ୍ୟ ଏକ ଶୋଚନୀୟ ପରାଜୟର ସମ୍ମୁଖିନ ହୋଇଥିଲା। ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖିନ ହୋଇ ମାତ୍ର ୧୮୨ ରନରେ ଅଲ ଆଉଟ ହୋଇଯାଇଥିଲା। ଫଳରେ ଭାରତ ୨୨୭ ରନରେ ବିଜୟ ହାସଲ କରିଥିଲେ। 

ଟସ ଜିତି ବାଂଲାଦେଶ ବୋଲି ନିଷ୍ପତ୍ତି ନେଇଥିଲା। ବ୍ୟାଟିଂ ଆମନ୍ତ୍ରଣ ପାଇଁ ଭାରତ ପାଳି ଆରମ୍ଭ କରିଥିଲା। ଆଜି ଭାରତୀୟ ଦଳରେ ସାମାନ୍ୟ ପରିବର୍ତ୍ତନ ହୋଇଥିଲା। ରୋହିତଙ୍କ ସ୍ଥାନରେ ଆଜି ଧଓ୍ୱନ ଓ ଇଶାନ ପାଳି ଆରମ୍ଭ କରିଥିଲେ। ଧଓ୍ୱନ ଖୁବଶୀଘ୍ର ପାଭିଲିୟନ ଫେରିଥିବା ବେଳେ ଇଶାନ ଓ ବିରାଟଙ୍କ ଯୋଡ଼ି ଦଳୀୟ ସ୍କୋରକୁ ତିନି ଶହ ପାର କରାଇଥିଲା। ଇଶାନଙ୍କ ଦ୍ୱିଶତକୀୟ ଓ ବିରାଟଙ୍କ ଶତକୀୟ ଇନିଂସ ବଳରେ ଭାରତ ଧାର୍ଯ୍ୟ ୫୦ ଓଭରରେ ୭ ଓ୍ୱିକେଟ ହରାଇ ୪ ରନ କରିଛି। ଭାରତର ଇଶାନ କିସାନ ୨୧୦, ବିରାଟ କୋହଲି ୧୧୩, ଓ୍ୱାସିଂଟନ ସୁନ୍ଦର୩୭, ଅକ୍ଷର ପଟେଲ ୨୦ ରନ କରିଥିଲେ। ବାଂଲାଦେଶ ପକ୍ଷରୁ ଏବାଦତ ହୋସେନ, ସାକିବ ଅଲ ହାସନ, ତାସକିନ ଅହମ୍ମଦ ଦୁଇଟି ଲେଖାଏଁ ଓ୍ୱିକେଟ ହାସଲ କରିଥିବା ବେଳେ ମେହିଦି ହାସନ ମିରାଜ ଗୋଟିଏ ଓ୍ୱିକେଟ ହାସଲ କରିଛନ୍ତି। 

ଜବାବରେ ବାଂଲାଦେଶ ପକ୍ଷରୁ ଆନାମୁଲ ହକ ଓ ଲିଟନ ଦାସ ପାଳି ଆରମ୍ଭ କରିଥିଲେ। କିନ୍ତୁ ତୃତୀୟ ଦିନିକିଆରେ ବେଶ ଶୃଙ୍ଖଳିତ ବୋଲିଂ କରିଥିବା ଭାରତୀୟ ବୋଲରଙ୍କ ଆଗରେ ତିଷ୍ଠିବା ବାଂଲା ବ୍ୟାଟସମ୍ୟାନଙ୍କ ପାଇଁ କଷ୍ଟସାଧ୍ୟ ହୋଇ ପଡ଼ିଥିଲା। ଦଳୀୟ ସ୍କୋର ୩୩ ରନ ବେଳେ ଓପନିଂ ଯୋଡ଼ିକୁ ଭାଙ୍ଗିବାରେ ସଫଳ ହୋଇଥିଲେ ଅକ୍ଷର ପଟେଲ। ପରେ ଭାରତୀୟ ବୋଲରଙ୍କ ଘାତକ ବୋଲିଂରେ ଘରୋଇ ଦଳ ନିୟମିତ ବ୍ୟବଧାନରେ ଓ୍ୱିକେଟ ହରାଇ ଚାଲିଥିଲେ।

ଓ୍ୱିକେଟ ଏପରି ହରାଇ ଚାଲିଥିଲା ଯେ ସମ୍ପୂର୍ଣ୍ଣ ୫୦ ଓଭର ମଧ୍ୟ ଖେଳିପାରିନଥିଲା ଘରୋଇ ଦଳ। ମାତ୍ର ୩୪ ଓଭରରେ ୧୮୨ ରନରେ ସମସ୍ତ ଓ୍ୱିକେଟ ହରାଇଥିଲା। ଦଳ ପକ୍ଷରୁ ସାକିବ ଅଲ ହାସନ ସର୍ବାଧିକ ୪୩ ରନ କରିଥିବା ବେଳେ ଲିଟନ ଦାସ ୨୯, ୟାସିର ଅଲ୍ଲି ୨୫, ମହମ୍ମଦୁଲ୍ଲା ୨୦, ମୁସ୍ତାଫିଜୁର ରେହମାନ ୧୩ ରନ କରିଥିଲେ। ତାସକିନ ଅହମ୍ମଦ ୧୭ ରନ କରି ଅପରାଜିତ ରହିଥିଲେ।  ଭାରତ ପକ୍ଷରୁ ଶାର୍ଦ୍ଦୁଳ ଠାକୁର ୩ଟି, ଅକ୍ଷର ପଟେଲ ଓ ଉମରାନ ମଲ୍ଲିକ ଦୁଇଟି ଲେଖାଏଁ, ଓ୍ୱାସିଂଟନ ସୁନ୍ଦର, କୁଳଦୀପ ଯାଦବ ଓ ମହମ୍ମଦ ସିରାଜ ଗୋଟିଏ ଲେଖାଏଁ ଓ୍ୱିକେଟ ଅକ୍ତିଆର କରିଥିଲେ। 

Also Read: Ishan Kishan : ଦିନିକିଆର ସବୁଠାରୁ ବଡ଼ ରେକର୍ଡ ଭାଙ୍ଗିଲେ ଇଶାନ, 'ୟୁନିଭର୍ସ ବସ' ବି ରହିଗଲେ ପଛରେ

Read More
{}{}