Hindi News >>Home >>Odisha Sports

IND vs BAN: ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଟିମ ଇଣ୍ଡିଆକୁ ଲାଗିଲା ଜୋରଦାର ଝଟକା, ବାଦ ପଡ଼ିଲେ ଦୁଇ ଖେଳାଳି

IND vs BAN 2nd Test: ଭାରତୀୟ ଦଳ ବର୍ତ୍ତମାନ ଆହତ ସମସ୍ୟା ଦେଇ ଗତି କରୁଛି। ଅଭିଜ୍ଞ ଖେଳାଳିମାନେ ଆହତ ହେବା କାରଣରୁ ଦଳରୁ ବାଦ ପଡ଼ିଛନ୍ତି। ଆସନ୍ତା ୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ବେଳେ ଦଳରୁ ଦୁଇ ଅଭିଜ୍ଞ ଖେଳାଳି ବାଦ ପଡ଼ିଛନ୍ତି। ସେପଟେ ଦଳକୁ ଏହି ମ୍ୟାଚ ଜିତିବା ଏକ ପ୍ରକାର ଜରୁରୀ ହୋଇ ପଡ଼ିଛି। 

Advertisement
IND vs BAN: ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଟିମ ଇଣ୍ଡିଆକୁ ଲାଗିଲା ଜୋରଦାର ଝଟକା, ବାଦ ପଡ଼ିଲେ ଦୁଇ ଖେଳାଳି
Stop
Zee Odisha Desk|Updated: Dec 20, 2022, 05:15 PM IST

IND vs BAN:  ନୂଆଦିଲ୍ଲୀ: ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯିବାକୁ ଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ ପୂର୍ବରୁ ଭ୍ରମଣକାରୀ ଦଳକୁ ଏକ ବଡ଼ ଝଟକା ଲାଗିଛି। ଭାରତୀୟ ଅଧିନାୟକ ରୋହିତ ଶର୍ମା ଓ ପେସର ନବଦୀପ ସୈନି ଆହାତ କାରଣରୁ ବାଦ ପଡ଼ିଛନ୍ତି। ରୋହିତଙ୍କର ବାମ ହାତ ଆଙ୍ଗୁଠିରେ ଆଘାତ ଲାଗିବା ପରେ ଦଳରୁ ବାଦ ରହିଛନ୍ତି। ବିସିସିଆଇ ତାଙ୍କର ଚିକିତ୍ସା ଜାରି ରଖିଛି। ଏହି ଆଘାତ ତାଙ୍କୁ ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଲାଗିଥିଲା। ମଙ୍ଗଳବାର ଦିନ ଜାରି ବିବୃତ୍ତିରେ ବିସିସିଆଇ କହିଛି ଯେ ଡାକ୍ତରୀ ଦଳ ମତ ଦେଇଛନ୍ତି ଯେ ଆଘାତ ସମ୍ପୂର୍ଣ୍ଣ ସୁସ୍ଥ ହେବା ପାଇଁ ଆଉ କିଛି ସମୟ ଆବଶ୍ୟକ, ଯାହାଫଳରେ ଭାରତୀୟ ଅଧିନାୟକ ସମ୍ପୂର୍ଣ୍ଣ ବ୍ୟାଟିଂ କରି ଫିଲ୍ଡ କରିପାରିବେ। ସେ ତାଙ୍କର ପୁନର୍ବାସ ଜାରି ରଖିବେ ଏବଂ ବାଂଲାଦେଶ ବିପକ୍ଷ ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ପାଇଁ ଉପଲବ୍ଧ ହେବେ ନାହିଁ।

ବିସିସିଆଇ କହିଛି ଯେ ପେଟରେ ଯନ୍ତ୍ରଣା ଥିବାରୁ ନବଦୀପ ସୈନୀଙ୍କୁ ମଧ୍ୟ ଦ୍ୱିତୀୟ ଟେଷ୍ଟରୁ ବାଦ୍ ଦିଆଯାଇଛି। ଏହି ପେସର ବର୍ତ୍ତମାନ ତାଙ୍କ ଆଘାତ ଜନିତ ସମସ୍ୟା ପାଇଁ ସେ ଏନସିଏରେ ରିପୋର୍ଟ କରିବେ। ଗୋଟିଏ ପରେ ଗୋଟିଏ କ୍ରିକେଟରଙ୍କ ଆହତ ସମସ୍ୟା ଟିମ୍ ଇଣ୍ଡିଆର ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଜସପ୍ରୀତ ବୁମରା ଏବଂ ମହମ୍ମଦ ଶାମି ମଧ୍ୟ ଆହତ କାରଣରୁ ଟିମ୍ ଇଣ୍ଡିଆରୁ ଦୁରେଇ ରହିଛନ୍ତି।  ଭାରତ ଓ ବାଂଲାଦେଶ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଆଗାମୀ ୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ତେବେ ଏହି ମ୍ୟାଚ ବିଜୟ ହାସଲ କରିବା ଭାରତ ପାଇଁ ନିହାତୀ ଜରୁରୀ। କାରଣ ଏହି ମ୍ୟାଚ ହାରିଲେ କିମ୍ବା ଫଳାଫଳ ଡ୍ରରେ ଶେଷ ହେଲେ ଭାରତ ପାଇଁ ଓ୍ୱାର୍ଲଡ ଚାମ୍ପିଅନସିପର ଯାତ୍ରା ବେଶ କଷ୍ଟ ଦାୟକ ହେବ। 

ସେପଟେ ଡିସେମ୍ବର ୨୧ରେ ବିସିସିଆଇର ଆପେକ୍ସ କାଉନସିଲ ମେମ୍ୱର ମିଟିଂ  (BCCI Apex Council Meeting) ଅନୁଷ୍ଠିତ ହେବାକୁ ଯାଉଛି । ଏହି ବୈଠକ ପରେ ଭାରତୀୟ କ୍ରିକେଟରେ ଅନେକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିପାରେ । ଏହି ବୈଠକ ପରେ ବିସିସିଆଇ ଅଲଗା ଅଲଗା ଫର୍ମାଟ୍ ପାଇଁ ଅଲଗା ଅଲଗା କୋଚ୍ ଓ ଅଧିନାୟକ ଘୋଷଣା କରିପାରେ । ରୋହିତ ଶର୍ମାଙ୍କ ବଢ଼ୁଥିବା ବୟସକୁ ଦୃଷ୍ଟିରେ ରଖି ଟି-20 ଦଳର କମାଣ ତାଙ୍କଠାରୁ ଛଡ଼ାଇ ନିଆଯାଇପାରେ । ଅନ୍ୟପଟେ ରୋହିତ ଶର୍ମା (Rohit Sharma) ଦିନିକିଆ ବା ODI ଓ ଟେଷ୍ଟରେ ଅଧିନାୟକ ରହିବେ ।

ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଟି-20 ସେଟ୍ ଅପ୍ ପାଇଁ ଏକ ଭିନ୍ନ କୋଚ୍ ନିଯୁକ୍ତ କରିବାକୁ ବିଚାର କରୁଛି । ଅର୍ଥାତ୍ ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡଙ୍କୁ ଟି-20 ଦଳରୁ ବାଦ୍ ଦିଆଯାଇପାରେ । ଟିମ୍ ଇଣ୍ଡିଆକୁ ଜାନୁଆରୀରେ ଶ୍ରୀଲଙ୍କା ବିପକ୍ଷରେ ଟି-20 ସିରିଜ୍ ଖେଳିବାକୁ ଅଛି । ଏହି ସିରିଜରେ ଟିମ୍ ଇଣ୍ଡିଆ (Team India) ଏକ ନୂଆ ଅଧିନାୟକ ଓ କୋଚ୍ ସହିତ ମଇଦାନକୁ ଓହ୍ଲାଇପାରେ । ଟି-20 ଅଧିନାୟକ (Indian T20 Captain) ହେବା ରେସରେ ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ଆଗରେ ଅଛନ୍ତି । ଏଥି ସହିତ ରାହୁଲ ଦ୍ରାବିଡ (Rahul Dravid) ଙ୍କ କାର୍ଯ୍ୟ ଭାର ହ୍ରାସ କରିବାକୁ ଜଣେ ନୂତନ କୋଚଙ୍କୁ ଟି-20 ଦଳରେ ସାମିଲ କରିପାରନ୍ତି । 

ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ଆପେକ୍ସ କାଉନସିଲର ବୈଠକ ବିଷୟରେ କହିଛନ୍ତି ଯେ, "ଆମେ ବାରମ୍ବାର ହାରିବାର ରିକ୍ସ ଉଠାଇପାରିବୁ ନାହିଁ । ଆମେ ବର୍ତ୍ତମାନ କୌଣସି ଚାନ୍ସ ନେବୁ ନାହିଁ । ଆମେ ରୋହିତ ଶର୍ମାଙ୍କ ସହ ଆଲୋଚନା କରିସାରିଛୁ ଓ ଟି-20 ଫର୍ମାଟ ପାଇଁ ଜଣେ ନୂଆ ଅଧିନାୟକ ନିଯୁକ୍ତ କରିବାରେ ସେ ସହମତ ଅଛନ୍ତି । ରାହୁଲ ଦ୍ରାବିଡଙ୍କ ସହ ଆମେ ମଧ୍ୟ ତାହା କରିବୁ । ସେ ନିଶ୍ଚିତ ଭାବରେ ଏକ ସମ୍ପତ୍ତି । କିନ୍ତୁ ତାଙ୍କ ଥାଳିରେ ବହୁତ କିଛି ଅଛି ଓ ଆମେ ତାଙ୍କ ଭାରକୁ ହାଲୁକା କରିବାକୁ ଚାହୁଁଛୁ । ଆମେ ଶୀଘ୍ର ତାଙ୍କୁ ଭେଟିବୁ ।"

ସମ୍ଭାବ୍ୟ ଦଳ: କେଏଲ ରାହୁଲ (ଅଧିନାୟକ), ଚେତେଶ୍ୱର ପୂଜାରା (ଉପ ଅଧିନାୟକ), ବିରାଟ କୋହଲି, ଶୁଭମନ ଗିଲ, ଶ୍ରେୟାସ ଆୟାର, ଋଷଭ ପନ୍ତ (ଓ୍ୱିକେଟ କିପର), କେଏସ ଭରତ (ଓ୍ୱିକେଟ କିପର), ରବିଚନ୍ଦ୍ରନ ଅଶ୍ୱିନ, ଅକ୍ଷର ପଟେଲ, କୁଳଦୀପ ଯାଦବ, ଶାର୍ଦ୍ଦୁଳ ଠାକୁର, ମହମ୍ମଦ ସିରାଜ, ଉମେଶ ଯାଦବ, ଅଭିମନ୍ୟୁ ଇଶ୍ୱରନ, ସୌରଭ କୁମାର, ଜୟଦେବ ଉନାଦକତ  

Read More
{}{}