Hindi News >>Home >>Odisha Sports

Jasprit Bumrah: ରୋହିତ ଶର୍ମାଙ୍କ ପସନ୍ଦର ଏହି ଖେଳାଳି ପୂରା ସିରିଜରୁ ହେଲେ ବାହାର! BCCI ଅଧିକାରୀ ହଠାତ୍ ଦେଲେ ବଡ଼ ଝଟକା

Jasprit Bumrah: ବୁମ୍ରା ବର୍ତ୍ତମାନ ବେଙ୍ଗାଲୁରୁରେ ଅଛନ୍ତି ଓ ରିହ୍ୟାବିଲିଟେଶନ୍ ପ୍ରକ୍ରିୟା ମଧ୍ୟ ଦେଇ ଗତି କରୁଛନ୍ତି । ସେ ଏପର୍ଯ୍ୟନ୍ତ ଭାରତ ପାଇଁ ୩୦ଟି ଟେଷ୍ଟ, ୭୨ଟି ODI ଏବଂ ୬୦ଟି ଟି-20 ଅନ୍ତର୍ଜାତୀୟ ଖେଳିଛନ୍ତି । ପିଠିରେ ଆଘାତ ଲାଗିଥିବାରୁ ସେ ଗତ ବର୍ଷ ସେପ୍ଟେମ୍ବରରୁ ପଡ଼ିଆରୁ ଦୂରେଇ ଅଛନ୍ତି ।

Advertisement
Jasprit Bumrah: ରୋହିତ ଶର୍ମାଙ୍କ ପସନ୍ଦର ଏହି ଖେଳାଳି ପୂରା ସିରିଜରୁ ହେଲେ ବାହାର! BCCI ଅଧିକାରୀ ହଠାତ୍ ଦେଲେ ବଡ଼ ଝଟକା
Stop
Zee Odisha Desk|Updated: Jan 26, 2023, 08:38 AM IST

Jasprit Bumrah: ଭାରତୀୟ କ୍ରିକେଟ୍ ଦଳର ଷ୍ଟାର୍ ଦ୍ରୁତ ବୋଲର ଜସପ୍ରୀତ ବୁମ୍ରା (Jasprit Bumrah) ଙ୍କ ବିଷୟରେ ଅନେକ ରିପୋର୍ଟ ସାମ୍ନାକୁ ଆସୁଛି । ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ (India vs Australia Test Series) ର ଶେଷ ଦୁଇଟି ମ୍ୟାଚ୍ ପୂର୍ବରୁ ବୁମ୍ରା ଫିଟ୍ ହେବେ ବୋଲି ଭାରତୀୟ ଅଧିନାୟକ (Indian Captain) ରୋହିତ ଶର୍ମା (Rohit Sharma) ଆଶା ପ୍ରକଟ କରିଛନ୍ତି । ତେବେ ବର୍ତ୍ତମାନ ବିସିସିଆଇ (BCCI) ର ଜଣେ ବରିଷ୍ଠ ଅଧିକାରୀ ନା କେବଳ ପ୍ରଶଂସକଙ୍କ ହୃଦୟ ଭାଙ୍ଗିଛନ୍ତି, ବରଂ ଟିମ୍ ମ୍ୟାନେଜମେଣ୍ଟର ଚିନ୍ତାକୁ ମଧ୍ୟ ବଢ଼ାଇ ଦେଇଛନ୍ତି ।

ବିସିସିଆଇ (BCCI) ର ଜଣେ ବରିଷ୍ଠ ଅଧିକାରୀ ସେହି ସମସ୍ତ ପ୍ରଶଂସକଙ୍କ ହୃଦୟ ଭାଙ୍ଗିଛନ୍ତି, ଯେଉଁମାନେ ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ (IND vs AUS Test Series) ରେ ଜସପ୍ରୀତ ବୁମ୍ରା (Jasprit Bumrah) ଖେଳିବେ ବୋଲି ଆଶା କରୁଥିଲେ । ଅଧିକାରୀଙ୍କ ଉଦ୍ଧେଶ୍ୟରେ ଇନସାଇଡ୍ ସ୍ପୋର୍ଟର ଏକ ରିପୋର୍ଟରେ କୁହାଯାଇଛି ଯେ, "ଜସପ୍ରୀତ ବୁମ୍ରା ଅଷ୍ଟ୍ରେଲିଆ ସିରିଜ୍ ପାଇଁ ନିଜର ୧୦୦ ପ୍ରତିଶତ ଦେଇପାରିବେ ବୋଲି କୌଣସି ସମ୍ଭାବନା ନାହିଁ । ଏହା ନିଶ୍ଚିତ ଯେ ଆମେ ଯେକୌଣସି ସିରିଜ୍ ଖେଳୁ, ତାଙ୍କୁ ଫିଟ୍ ହେବା ପାଇଁ ସମୟ ଲାଗିବ । ପିଠି ଆଘାତ ସଂପୂର୍ଣ୍ଣ ସୁସ୍ଥ ହେବା ପାଇଁ ସମୟ ଲାଗିଥାଏ ଓ ରିହ୍ୟାବିଲିଟେଶନ୍ ଏକ ଦୀର୍ଘ ପ୍ରକ୍ରିୟା । ଏହି ସମୟରେ ସେ (Jasprit Bumrah) ଚୟନ ପାଇଁ ଉପଲବ୍ଧ ନୁହଁନ୍ତି । ତାଙ୍କ ପ୍ରତ୍ୟାବର୍ତ୍ତନ ପାଇଁ କେତେ ସମୟ ଲାଗିବ ତାହା ସନ୍ଦେହଜନକ ଅଟେ । ଏହା ଏକ ମାସ କିମ୍ବା ଅଧିକ ସମୟ ଲାଗିପାରେ ।"

ଏହି ସମୟରେ ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା (Rohit Sharma) ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସିରିଜର ତୃତୀୟ ଦିନିକିଆରେ ବିଜୟ ପରେ ଜସପ୍ରୀତ ବୁମ୍ରା (Jasprit Bumrah) ଙ୍କ ବିଷୟରେ କହିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ସିରିଜର ଶେଷ ଦୁଇଟି ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆର ଏହି ଦ୍ରୁତ ଗତିଶୀଳ ପେସର୍ ଫିଟ୍ ହେବ ବୋଲି ରୋହିତ ଆଶା କରିଛନ୍ତି । ଏଠାରେ କହି ରଖୁଛୁ ଯେ, ପିଠିରେ ଆଘାତ ହେତୁ ବୁମ୍ରା ଗତ ବର୍ଷ ସେପ୍ଟେମ୍ବରରୁ କୌଣସି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ନାହାଁନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚ୍ ପାଇଁ ତାଙ୍କୁ ଦଳରେ ମଧ୍ୟ ସାମିଲ କରାଯାଇ ନାହିଁ ।

ଅଧିକ ପଢ଼ନ୍ତୁ:-ଭୀଷଣ ସଡ଼କ ଦୁର୍ଘଟଣା, ୨ ଭାଇଙ୍କ ମୃତ୍ୟୁ

ଅଧିକ ପଢ଼ନ୍ତୁ:-ଏୟାରଟେଲ ଗ୍ରାହକଙ୍କୁ ବଡ଼ ଧକ୍କା! ବନ୍ଦ ହେଲା ସବୁଠାରୁ ଶସ୍ତା ପ୍ଲାନ୍, ବର୍ତ୍ତମାନ ଦେବାକୁ ପଡ଼ିବ ୫୭ ପ୍ରତିଶତ ଅଧିକ ଟଙ୍କା

ଅଧିକ ପଢ଼ନ୍ତୁ:-କେମିତି ହୋଇଥିଲା ମା' ସରସ୍ୱତୀଙ୍କ ଆବିର୍ଭାବ, ଜାଣନ୍ତୁ କିଛି ପୁରାଣରେ ବର୍ଣ୍ଣିତ ରୋଚକ କଥା

 

୨୯ ବର୍ଷୀୟ ଜସପ୍ରୀତ ବୁମ୍ରା (Jasprit Bumrah) ନିକଟ ଅତୀତରେ ନ୍ୟାସନାଲ କ୍ରିକେଟ୍ ଏକାଡେମୀ (NCA) ରେ ନେଟ୍ ଅଭ୍ୟାସ କରିଥିଲେ । ଯାହା ଶୀଘ୍ର ପ୍ରତ୍ୟାବର୍ତ୍ତନ ହେବାର ଆଶା ସୃଷ୍ଟି କରିଥିଲା । ବୁମ୍ରା ବର୍ତ୍ତମାନ ବେଙ୍ଗାଲୁରୁରେ ଅଛନ୍ତି ଓ ରିହ୍ୟାବିଲିଟେଶନ୍ ପ୍ରକ୍ରିୟା ମଧ୍ୟ ଦେଇ ଗତି କରୁଛନ୍ତି । ସେ ଏପର୍ଯ୍ୟନ୍ତ ଭାରତ ପାଇଁ ୩୦ଟି ଟେଷ୍ଟ, ୭୨ଟି ODI ଏବଂ ୬୦ଟି ଟି-20 ଅନ୍ତର୍ଜାତୀୟ ଖେଳିଛନ୍ତି । ପିଠିରେ ଆଘାତ ଲାଗିଥିବାରୁ ସେ ଗତ ବର୍ଷ ସେପ୍ଟେମ୍ବରରୁ ପଡ଼ିଆରୁ ଦୂରେଇ ଅଛନ୍ତି ।

Read More
{}{}