Hindi News >>Home >>Odisha Sports

Virat Kohli Record: ବିରାଟ କୋହଲି ବନାଇଲେ ଆଉ ଏକ ମାଇଲଖୁଣ୍ଟ, ପଛରେ ପଡିଲେ ଭେଟେରାନ ବ୍ରାଏନ ଲାରା

Virat Kohli Record: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଅହମ୍ମଦାବାଦ ଟେଷ୍ଟରେ ବିରାଟ କୋହଲି ଏକ ଉତ୍କୃଷ୍ଟ ଲୟରେ ଥିବାର ନଜର ଆସିଛନ୍ତି । ଚତୁର୍ଥ ଟେଷ୍ଟରେ ତୃତୀୟ ଦିନର ଖେଳ ଶେଷସୁଦ୍ଧା ୫୫ ରନ୍ ସ୍କୋର କରି ବିରାଟ ନଟ୍ ଆଉଟ୍ ଅଛନ୍ତି । 

Advertisement
ସାଙ୍କେତିକ ଛବି
Stop
Jagdish Barik|Updated: Mar 11, 2023, 05:42 PM IST

IND vs AUS: Virat Kohli Record, ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ଟେଷ୍ଟରେ ବିରାଟ କୋହଲି (Virat Kohli) ଉତ୍କୃଷ୍ଟ ଲୟରେ ଥିବା ନଜର ଆସିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷରେ ବିରାଟ କୋହଲି ଏକ ଅର୍ଦ୍ଧଶତକ ହାସଲ କରିଛନ୍ତି ଓ ଏହି ଅର୍ଦ୍ଧଶତକ ସହ କିଙ୍ଗ୍ କୋହଲି (King Kohli) ଆଜି ଆଉ ଏକ ବଡ଼ ରେକର୍ଡ କରିଛନ୍ତି । କହିରଖୁଛୁ ଯେ ଏହି ଅର୍ଦ୍ଧଶତକ ସହିତ ସେ ଭେଟେରାନ ବ୍ରାଏନ୍ ଲାରାଙ୍କୁ (Brian Lara) ମଧ୍ୟ ପଛରେ ପକାଇଦେଇଛନ୍ତି ।

ଏଥି ସହିତ ଅଷ୍ଟ୍ରେଲିଆ ବିପକ୍ଷରେ ସର୍ବାଧିକ ରନ୍ ସ୍କୋର କରିବାରେ ବିରାଟ କୋହଲି ୱେଷ୍ଟଇଣ୍ଡିଜ୍ ଭେଟେରାନ୍ ବ୍ରାଏନ୍ ଲାରାଙ୍କୁ ପଛରେ ପକାଇ ଦେଇଛନ୍ତି । ବ୍ରାଏନ୍ ଲାରା ସମସ୍ତ ଫର୍ମାଟରେ ଅଷ୍ଟ୍ରେଲିଆ ବିପକ୍ଷରେ ୪୭୧୪ ରନ୍ ସ୍କୋର କରିଛନ୍ତି, ଯେଉଁଥିରେ ଦିନିକିଆରେ ୧୮୫୮ ରନ୍ ଓ ଟେଷ୍ଟରେ ୨୮୫୬ ରନ୍ ସାମିଲ ଅଛି । ବ୍ରାଏନ୍ ଲାରା କୌଣସି ଟି-୨୦ କ୍ରିକେଟ୍ ଖେଳି ନାହାଁନ୍ତି ।

ଯେଉଁଠାରେ ବିରାଟ କୋହଲି ଅଷ୍ଟ୍ରେଲିଆ ବିପକ୍ଷରେ ୪୭୨୩ ରନ୍ ସଂଗ୍ରହ କରିଛନ୍ତି । ବିରାଟ ଦିନିକିଆରେ ୨୦୮୩ ରନ୍, ଟେଷ୍ଟରେ ୧୮୪୬ ଓ ଅଷ୍ଟ୍ରେଲିଆ ବିପକ୍ଷରେ ଟି-୨୦ ରେ ୭୯୪ ରନ୍ ସଂଗ୍ରହ କରିଛନ୍ତି । ଏହିପରି ଭାବେ କିଙ୍ଗ କୋହଲି ବ୍ରାଏନ ଲାରାଙ୍କୁ ପଛରେ ପକାଇଦେଇଛନ୍ତି ।

ବିଶେଷ କଥା ହେଉଛି ଅଷ୍ଟ୍ରେଲିଆ ବିପକ୍ଷରେ ସର୍ବାଧିକ ରନ୍ ସ୍କୋର କରିବା କ୍ଷେତ୍ରରେ କ୍ରିକେଟ୍ ଭଗବାନ ସଚିନ୍ ତେନ୍ଦୁଲକରଙ୍କ ନାମରେ ରହିଛି । ମାଷ୍ଟର ବ୍ଲାଷ୍ଟର ଅଷ୍ଟ୍ରେଲିଆ ବିପକ୍ଷରେ ୬୭୦୭ ରନ୍ ସଂଗ୍ରହ କରିଛନ୍ତି । ଯେଉଁଥିରେ ଦିନିକିଆରେ ୩୦୭୭ ରନ୍ ଓ ଟେଷ୍ଟରେ ୩୬୩୦ ରନ୍ ଅଛି ।

ଭାରତରେ ୪୦୦୦ ରନ୍ ପୂରଣ କଲେ ବିରାଟ
ବିରାଟ କୋହଲି ଟେଷ୍ଟ କ୍ରିକେଟରେ ଘରେ ୪୦୦୦ ରନ୍ ପୂରଣ କରିଛନ୍ତି । ବିଶେଷ କଥା ହେଉଛି କିଙ୍ଗ କୋହଲି ହାରାହାରି ୫୯ ସହିତ ଏହି ରେକର୍ଡ ସୃଷ୍ଟି କରିଛନ୍ତି । ଯେଉଁଠାରେ ବିରାଟ କୋହଲି ଅଷ୍ଟ୍ରେଲିଆ ବିପକ୍ଷରେ ୪୭୦୦ ରୁ ଅଧିକ ରନ୍ ସଂଗ୍ରହ କରିଛନ୍ତି । କହିରଖୁଛୁ ଯେ ବର୍ତ୍ତମାନ ପର୍ଯ୍ୟନ୍ତ ବିରାଟ କୋହଲି ଟେଷ୍ଟରେ ୮୨୮୩ ରନ୍ ପୂରଣ କରିଛନ୍ତି ।

କହି ରଖୁଛୁ ଯେ ବିରାଟ କୋହଲି ୧୦୮ ଟେଷ୍ଟ ମ୍ୟାଚରେ ୧୮୩ ଇନିଂସରେ ୮୨୮୩ ରନ୍ ସ୍କୋର କରିଛନ୍ତି, ଯେଉଁଥିରେ ୨୭ଟି ଶତକ ଓ ୭ଟି ଦ୍ୱୀଶତକ ଅଛି, ଏହା ବ୍ୟତୀତ ବିରାଟ ମଧ୍ୟ ୨୯ ଅର୍ଦ୍ଧଶତକ ହାସଲ କରିଛନ୍ତି । 

ବିରାଟ କୋହଲି ଆଜି ଉତ୍କୃଷ୍ଟ ରୂପରେ ନଜର ଆସିଛନ୍ତି । ଅନ୍ୟପକ୍ଷରେ, ୫୫ ରନ୍ ସ୍କୋର କରିବା ପରେ ବିରାଟ ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ଟେଷ୍ଟରେ ତୃତୀୟ ଦିନର ଖେଳ ଶେଷ ହୋଇଯାଇଛି, ତେଣୁ ତାଙ୍କ ପ୍ରଶଂସକମାନେ ଆଜିଠାରୁ ତାଙ୍କ ବ୍ୟାଟରୁ ଏକ ଶତକ ଆଶା କରୁଛନ୍ତି ।

ଏହା ବି ପଢ଼ନ୍ତୁ: Shubman Gill: କଙ୍ଗାରୁ ବୋଲରଙ୍କୁ ଦିନରେ ତାରା ଦେଖାଇଲେ ଗିଲ୍, ଶତକ ଲଗାଇ କଲେ ରେକର୍ଡ ବର୍ଷା

Read More
{}{}