Hindi News >>Home >>Odisha Sports

IND vs AUS 4th test : ଶେଷ ଟେଷ୍ଟରେ ଖେଳିବେନି ଭରତ, ତାଙ୍କ ସ୍ଥାନରେ ଏହି ଖତରନାକ ଖେଳାଳିଙ୍କ ହେବ ଏଣ୍ଟ୍ରି

IND vs AUS 4th test : ଭରତଙ୍କ ସ୍ଥାନରେ ଝାଡଖଣ୍ଡର (Jharkhand) ଓ୍ୱିକେଟ କିପର (Wicket Keeper) ବ୍ୟାଟସମ୍ୟାନ ଇଶାନ କିଶନଙ୍କୁ ଦଳରେ ସ୍ଥାନ ଦେଇପାରେ। ଭରତଙ୍କୁ ଗତ ଏକ ବର୍ଷ ଧରି ଋଷଭ ପନ୍ତଙ୍କ ବିକଳ୍ପ ଭାବେ ପରିକଳ୍ପନା କରାଯାଉଥିଲା। ଏପରିକି ଏଥିପାଇଁ ତାଙ୍କୁ ପ୍ରସ୍ତୁତ ମଧ୍ୟ କରାଯାଉଥିଲା।

Advertisement
IND vs AUS 4th test : ଶେଷ ଟେଷ୍ଟରେ ଖେଳିବେନି ଭରତ, ତାଙ୍କ ସ୍ଥାନରେ ଏହି ଖତରନାକ ଖେଳାଳିଙ୍କ ହେବ ଏଣ୍ଟ୍ରି
Stop
Zee Odisha Desk|Updated: Mar 08, 2023, 11:10 AM IST

IND vs AUS 4th test : ନୂଆଦିଲ୍ଲୀ: ଅହମଦାବାଦର (Ahmedabad) ନରେନ୍ଦ୍ର ମୋଦି ଷ୍ଟାଡ଼ିୟମରେ (Naremdra Modi Stadium) ଚଳିତ ବର୍ଡର ଗାଭାସ୍କର ସିରିଜର (Border Gavaskar Trophy) ଅନ୍ତିମ ତଥା ଚତୁର୍ଥ ମ୍ୟାଚ (Border Gavaskar Trophy 4th Match) ଖେଳାଯିବ। ଏହି ମ୍ୟାଚଟି ଭାରତ (India) ପାଇଁ କର ବା ମର ସ୍ଥିତି ସୃଷ୍ଟି କରିଛି। ଏହି ମ୍ୟାଚକୁ ଜିତିବା ପାଇଁ ଭାରତ (India) ପ୍ରୟାସ କରିବ। ଏଥିପାଇଁ ଦଳରେ ବଡ଼ ଧରଣର ପରିବର୍ତ୍ତନ କରିବାକୁ ଯାଉଛି। ବ୍ୟାଟିଂ ଅର୍ଡରରେ ପରିବର୍ତ୍ତନ କରିବାକୁ ଯୋଜନା କରୁଥିବା ବେଳେ କିଛି ଖେଳାଳିଙ୍କୁ ଟିମରୁ ବାଦ ଦେବାକୁ ନିଷ୍ପତ୍ତି ନେଇଥିବା ସୂଚନା ରହିଛି। ପୂର୍ବ ତିନୋଟି ମ୍ୟାଚରେ ଓ୍ୱିକେଟ କିପର ବ୍ୟାଟସମ୍ୟାନ ଭୁମିକା ତୁଲାଉଥିବା ଶ୍ରୀକର ଭରତଙ୍କୁ (Srikar Bharat) ଦଳରୁ ବାଦ କରିପାରେ ମ୍ୟାନେଜମେଣ୍ଟ (Team Management)। 

ସେପଟେ ଭରତଙ୍କ ସ୍ଥାନରେ ଝାଡଖଣ୍ଡର (Jharkhand) ଓ୍ୱିକେଟ କିପର (Wicket Keeper) ବ୍ୟାଟସମ୍ୟାନ ଇଶାନ କିଶନଙ୍କୁ ଦଳରେ ସ୍ଥାନ ଦେଇପାରେ। ଭରତଙ୍କୁ ଗତ ଏକ ବର୍ଷ ଧରି ଋଷଭ ପନ୍ତଙ୍କ ବିକଳ୍ପ ଭାବେ ପରିକଳ୍ପନା କରାଯାଉଥିଲା। ଏପରିକି ଏଥିପାଇଁ ତାଙ୍କୁ ପ୍ରସ୍ତୁତ ମଧ୍ୟ କରାଯାଉଥିଲା। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଶ୍ରୀକର ଭରତ ଭାରତ ଏ ଟିମର ଜଣେ ନିୟମିତ ସଦସ୍ୟ। ଯଦିଓ ସେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ତିନୋଟି ଟେଷ୍ଟରେ ୮,୬,୨୩(ଅପରାଜିତ), ଓ ୩ ରନ ସ୍କୋର କରିଛନ୍ତି। 

ଧିମା ଓ ଟର୍ଣ୍ଣ ନେଉଥିବା ପିଚରେ ଶ୍ରୀକରଙ୍କ ଓ୍ୱିକେଟ କିପିଂ ବେଶ ପ୍ରଭାବଶାଳୀ ରହିଆସିଛି। ଏହା ଏକ ଭିନ୍ନ କଥା ଯେ ସେ ଇନ୍ଦୋରରେ କିଛି ବଲ ଖାଇଥିଲେ। କିନ୍ତୁ ପାଞ୍ଚଟି ଇନିଂସରେ କେବଳ ୫୭ ରନ୍ ସ୍କୋରିଂ ଭାରତୀୟ ଦଳ ପାଇଁ ଏକ ଲାଭଦାୟକ ସାବ୍ୟସ୍ତ ହୋଇ ପାରିନାହାନ୍ତି। ମଙ୍ଗଳବାରରେ ନେଟ ଅଭ୍ୟାସ ସମୟରେ ମୁଖ୍ୟ କୋଚ ରାହୁଲ୍ ଦ୍ରାବିଡ କିଶାନ୍ ସହିତ ବହୁତ ସମୟ ଅତିବାହିତ କରିଥିଲେ। ଭାରତୀୟ ଦଳର ନେଟ ଅଧିବେଶନ ଟିମ ମ୍ୟାନେଜମେଣ୍ଟ ଉପରେ କୌଣସି ପ୍ରଭାବ ପକାଇ ନଥାଏ। ତେବେ ମଙ୍ଗଳବାର ଅଭ୍ୟାସ ସେସନରେ ଭରତଙ୍କୁ ବିଶ୍ରାମ ଦିଆଯାଇଥିବା ଦେଖିବାକୁ ମିଳିଥିଲା। ଯଦିଓ ବୁଧବାର ଅଭ୍ୟାସ ସେସନରେ ସେ ସାମିଲ ହୋଇ ପାରନ୍ତି। 

ସେପଟେ ମୋଟେରାରେ ଯଦି ବ୍ୟାଟିଂ ପାଇଁ ଅନୁକୂଳ ପରିସ୍ଥିତି ଦେଖାଯାଏ ସେଭଳି ପରିସ୍ଥିତିରେ ଇଶାନ କିଶନଙ୍କୁ ଏକ ବିସ୍ଫୋରକ ଇନିଂଶ ଖେଳିବାକୁ ବୋର୍ଡ ମ୍ୟାନେଜମେଣ୍ଟ ଏକ ସୁଯୋଗ ଦେଇପାରେ। ସେପଟେ ଅଷ୍ଟ୍ରେଲିଆ ଟିମରେ ଦୁଇଟି ସ୍ପିନର ରହିବା ଇଶାନଙ୍କ ପାଇଁ ଘାତକ ସାବ୍ୟସ୍ତ ହୋଇପାରେ। କାରଣ ଅପ ସାଇଡ଼ ସ୍ପିନ ଇଶାନଙ୍କ ପାଇଁ ଅଡ଼ୁଆ ସୃଷ୍ଚି କରିପାରେ। ତେବେ ଏହା କେବଳ ସୀମିତ ଓଭରରେ ଦେଖିବାକୁ ମିଳିଛି। ଯେଉଁଥିପାଇଁ ସେ ଆକ୍ରମଣାତ୍ମକ ଭାବେ ଖେଳ ପ୍ରଦର୍ଶନ କରିବାକୁ ପଡ଼ିଛି। 

Read More
{}{}