Hindi News >>Home >>Odisha Sports

IND vs AUS 4th Test: ଯେଉଁ କାମ ବିରାଟ-ରୋହିତ-ସ୍ମିଥଙ୍କ ପରି ଦିଗ୍ଗଜମାନେ କରିପାରି ନାହାଁନ୍ତି, ସେହି କାମ କରିଦେଖାଇଛନ୍ତି କେଏସ୍ ଭରତ

IND vs AUS 4th Test: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଅହମ୍ମଦାବାଦ ଟେଷ୍ଟରେ ଚତୁର୍ଥ ଦିନରେ ଭାରତୀୟ ବ୍ୟାଟ୍ସମ୍ୟାନ୍ ଚମତ୍କାର ପ୍ରଦର୍ଶନ କରିଛନ୍ତି । ଟିମ୍ ଇଣ୍ଡିଆ (Team India) ର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି (Virat Kohli) ପ୍ରାୟ ତିନି ବର୍ଷ ପରେ ଟେଷ୍ଟରେ ଏକ ଶତକ ହାସଲ କରିଛନ୍ତି । ବିଶେଷ କଥା ହେଉଛି ଏହି ମ୍ୟାଚରେ ଟିମ୍ ଇଣ୍ଡିଆର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଶ୍ରୀକର ଭାରତ (Srikar Bharat) ମଧ୍ୟ ଚମତ୍କାର ବ୍ୟାଟିଂ କରି ସିରିଜରେ ରେକର୍ଡ ସୃଷ୍ଟି କରିଛନ୍ତି ।

Advertisement
IND vs AUS 4th Test: ଯେଉଁ କାମ ବିରାଟ-ରୋହିତ-ସ୍ମିଥଙ୍କ ପରି ଦିଗ୍ଗଜମାନେ କରିପାରି ନାହାଁନ୍ତି, ସେହି କାମ କରିଦେଖାଇଛନ୍ତି କେଏସ୍ ଭରତ
Stop
Zee Odisha Desk|Updated: Mar 13, 2023, 10:08 AM IST

India vs Australia 4th Test: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ (India vs Australia Test Series) ଚାଲିଛି । ଏହି ସିରିଜର ଶେଷ ତଥା ନିର୍ଣ୍ଣାୟକ ମ୍ୟାଚ (IND vs AUS 4th Test) ଅହମ୍ମଦାବାଦରେ ଜାରି ରହିଛି । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଅହମ୍ମଦାବାଦ ଟେଷ୍ଟରେ ଚତୁର୍ଥ ଦିନରେ ଭାରତୀୟ ବ୍ୟାଟ୍ସମ୍ୟାନ୍ ଚମତ୍କାର ପ୍ରଦର୍ଶନ କରିଛନ୍ତି । ଟିମ୍ ଇଣ୍ଡିଆ (Team India) ର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି (Virat Kohli) ପ୍ରାୟ ତିନି ବର୍ଷ ପରେ ଟେଷ୍ଟରେ ଏକ ଶତକ ହାସଲ କରିଛନ୍ତି । ବିଶେଷ କଥା ହେଉଛି ଏହି ମ୍ୟାଚରେ ଟିମ୍ ଇଣ୍ଡିଆର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଶ୍ରୀକର ଭାରତ (Srikar Bharat) ମଧ୍ୟ ଚମତ୍କାର ବ୍ୟାଟିଂ କରି ସିରିଜରେ ରେକର୍ଡ ସୃଷ୍ଟି କରିଛନ୍ତି ।

ବାସ୍ତବରେ, ବର୍ଡର-ଗାଭାସ୍କର ଟ୍ରଫି (Border Gavaskar Trophy 2023) ରେ ବିରାଟ କୋହଲି (Virat Kohli), ରୋହିତ ଶର୍ମା (Rohit Sharma), ଷ୍ଟିଭ ସ୍ମିଥ (Steve Smith) ଙ୍କ ସମେତ ବଡ଼ ବଡ଼ ଦିଗ୍ଗଜ ଏହି ଚାରିଟି ମ୍ୟାଚ୍‌ରେ ଯେଉଁ କାର୍ଯ୍ୟ କରିପାରିନଥିଲେ ଶ୍ରୀକର ଭାରତ (KS Bharat) ତାହା କରିଦେଖାଇଛନ୍ତି । କାରଣ ଭରତ ଗୋଟିଏ ଓଭରରେ ୨୧ ରନ୍ କରିଥିଲେ । କେଏସ୍ ଭରତ (Srikar Bharat) ଏହି ଓଭରରେ ଏପରି ବ୍ୟାଟିଂ କରିଥିଲେ ଯେପରି ସେ ଟେଷ୍ଟ ନୁହେଁ ଟି-20 କ୍ରିକେଟ୍ ଖେଳୁଛନ୍ତି ।

ଶ୍ରୀକର ଭରତ (Srikar Bharat) ଅଷ୍ଟ୍ରେଲୀୟ ଅଲରାଉଣ୍ଡର କ୍ୟାମେରନ୍ ଗ୍ରୀନଙ୍କ ଲେନ୍ଥ ଓ ଲାଇନକୁ ବିଗାଡ଼ି ଦେଇଥିଲେ । ଅଷ୍ଟ୍ରେଲୀୟ ବୋଲରମାନେ ବାଉନ୍ସର୍ ସହିତ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଉପରେ ଆକ୍ରମଣ କରୁଥିବାବେଳେ ଶ୍ରୀକର ଭରତ ପାଲଟା ଆକ୍ରମଣ କରି ପ୍ରଥମେ ଗ୍ରୀନଙ୍କ ଦୁଇଟି ବଲରେ ଚମତ୍କାର ଛକା ମାରିଥିଲେ ଓ ପରେ ଚୌକା ମାରିଥିଲେ । ଫଳରେ କ୍ୟାମେରନ୍ ଗ୍ରୀନ୍ ସମ୍ପୂର୍ଣ୍ଣ ଚାପରେ ଆସିଯାଇଥିଲେ ଓ ସେ ନୋ ବଲ୍ ମଧ୍ୟ ଫିଙ୍ଗି ଥିଲେ । କେଏସ୍ ଭରତ ୨ଟି ଚୌକା ଓ ୩ଟି ଛକା ସହାୟତାରେ ଗୋଟିଏ ଓଭରରେ ୨୧ ରନ୍ ସଂଗ୍ରହ କରିଥିଲେ ।

ବିରାଟ କୋହଲି (Virat Kohli) ଙ୍କ ସହ ଶ୍ରୀକର ଭରତ (KS Bharat) ଚମତ୍କାର ବ୍ୟାଟିଂ କରିଥିଲେ, ସେ କୋହଲିଙ୍କ ସହ ଏକ ଶତକୀୟ ପାର୍ଟନରଶିପ୍ ମଧ୍ୟ କରିଥିଲେ । ତେବେ ୮୮ଟି ବଲରେ ୪୪ ରନର ଇନିଂସ ଖେଳିବା ପରେ ଶ୍ରୀକର ଭରତ ଆଉଟ୍ ହୋଇଥିଲେ । ଏହି ସମୟ ମଧ୍ୟରେ ସେ ଚମତ୍କାର ଚୌକା ଓ ଛକା ମାରିଥିଲେ । ସେ ନିଜର ପ୍ରଥମ ଟେଷ୍ଟ ଅର୍ଦ୍ଧଶତକରୁ ମାତ୍ର ୬ ରନରେ ବଞ୍ଚିତ ହୋଇଥିଲେ ।

ଅଧିକ ପଢ଼ନ୍ତୁ:-ଆସିଲା ବଡ଼ ଖୁସି ଖବର, ୪୪ ପ୍ରତିଶତ ବଢ଼ିବ ଦରମା! ଖୁସିରେ ନାଚି ଉଠିବେ କେନ୍ଦ୍ର କର୍ମଚାରୀ

ଅଧିକ ପଢ଼ନ୍ତୁ:-୨ ଦିନ ପରେ ଶନି ପରିବର୍ତ୍ତନ, ଆଗାମୀ ୭ ମାସ ପର୍ଯ୍ୟନ୍ତ ଏହି ୪ଟି ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଶୁଭ, ହେବ ଧନ ବର୍ଷା!

ଅଧିକ ପଢ଼ନ୍ତୁ:-ଦିନିକିଆ ସିରିଜ ପୂର୍ବରୁ ଟିମ୍ ଇଣ୍ଡିଆକୁ ବଡ଼ ଝଟକା, ଏହି ଖତରକାକ୍ ବ୍ୟାଟ୍ସମ୍ୟାନ୍ ଦଳରୁ ହେଲେ ବାହାର!

ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇପାରନ୍ତି, କିନ୍ତୁ ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ଜସପ୍ରୀତ ବୁମ୍ରା ଟେଷ୍ଟ କ୍ରିକେଟରେ ଏକ ଓଭରରେ ସର୍ବାଧିକ ରନ୍ ସ୍କୋର କରିବାର କାରନାମା କରିଛନ୍ତି । ସେ ଇଂଲଣ୍ଡ ବିପକ୍ଷରେ ଗୋଟିଏ ଓଭରରେ ୩୫ ରନ୍ ସଂଗ୍ରହ କରିଥିଲେ । ଏହି ସମୟ ମଧ୍ୟରେ ବୁମ୍ରା ୫ଟି ଚୌକା ଓ ୨ଟି ଛକା ମାରିଥିଲେ, ଗୋଟିଏ ବଲ ୱାଇଡ୍ ଓ ଗୋଟିଏ ବଲ ନୋ ବଲ ଥିଲା । ସେହିପରି ବୁମ୍ରା ଗୋଟିଏ ବଲରେ ୧ ରନ୍ ନେଇଥିଲେ । ଏହିପରି ଭାବରେ ବୁମ୍ରା ଏହି ବଡ଼ କାର୍ଯ୍ୟ କରିଥିଲେ ।

Read More
{}{}