Hindi News >>Home >>Odisha Sports

IND Vs AUS: ଚତୁର୍ଥ ଟେଷ୍ଟ ପୂର୍ବରୁ ଦଳକୁ ଲାଗିଲା ବଡ଼ ଝଟକା, ଏହି ଖତରନାକ୍ ଖେଳାଳି ସିରିଜରୁ ହେଲେ ବାହାର

IND vs AUS 4th Test: ଚତୁର୍ଥ ମ୍ୟାଚ୍ ୯ ମାର୍ଚ୍ଚରୁ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବାର ଅଛି । ଏହି ମ୍ୟାଚ୍ ଉଭୟ ଦଳ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି । କିନ୍ତୁ ଏହି ମ୍ୟାଚ୍ ପୂର୍ବରୁ ଏକ ଖରାପ ଖବର ସାମ୍ନାକୁ ଆସୁଛି । ଚତୁର୍ଥ ଟେଷ୍ଟ ମ୍ୟାଚରୁ ଜଣେ ଘାତକ ବୋଲରଙ୍କୁ ବାହାର ହେବାକୁ ପଡ଼ିଛି । ଏହି ଖେଳାଳିଙ୍କୁ ସିରିଜର ତୃତୀୟ ଟେଷ୍ଟ ମ୍ୟାଚରୁ ମଧ୍ୟ ଡ୍ରପ କରାଯାଇଥିଲା ।

Advertisement
IND Vs AUS: ଚତୁର୍ଥ ଟେଷ୍ଟ ପୂର୍ବରୁ ଦଳକୁ ଲାଗିଲା ବଡ଼ ଝଟକା, ଏହି ଖତରନାକ୍ ଖେଳାଳି ସିରିଜରୁ ହେଲେ ବାହାର
Stop
Zee Odisha Desk|Updated: Mar 06, 2023, 03:06 PM IST

India vs Australia 4th Test: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫି (Border-Gavaskar Trophy) ଟେଷ୍ଟ ସିରିଜ (India vs Australia Test Series) ଚାଲିଛି । ଏହି ସିରିଜର ୩ଟି ମ୍ୟାଚ୍ ସରିଛି । ଏହି ସିରିଜରେ ଟିମ୍ ଇଣ୍ଡିଆ (Team India) ୨-୧ରେ ଆଗୁଆ ରହିଛି । ଚତୁର୍ଥ ମ୍ୟାଚ୍ (IND vs AUS 4th Test) ୯ ମାର୍ଚ୍ଚରୁ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବାର ଅଛି । ଏହି ମ୍ୟାଚ୍ ଉଭୟ ଦଳ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି । କିନ୍ତୁ ଏହି ମ୍ୟାଚ୍ ପୂର୍ବରୁ ଏକ ଖରାପ ଖବର ସାମ୍ନାକୁ ଆସୁଛି । ଚତୁର୍ଥ ଟେଷ୍ଟ ମ୍ୟାଚରୁ ଜଣେ ଘାତକ ବୋଲରଙ୍କୁ ବାହାର ହେବାକୁ ପଡ଼ିଛି । ଏହି ଖେଳାଳିଙ୍କୁ ସିରିଜର ତୃତୀୟ ଟେଷ୍ଟ ମ୍ୟାଚରୁ ମଧ୍ୟ ଡ୍ରପ କରାଯାଇଥିଲା । ଆମେ ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍ କମିନ୍ସଙ୍କ କଥା କହୁଛି । ଏହି ସିରିଜ୍ ମଧ୍ୟରେ ଅଷ୍ଟ୍ରେଲିୟ ଦଳର ଅଧିନାୟକ (Australian Captain) ପ୍ୟାଟ୍ କମିନ୍ସ (Pat Cummins) ସ୍ୱଦେଶକୁ ଫେରିଥିଲେ । 

ସିରିଜ (IND vs AUS Test Series) ର ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ (IND vs AUS 2nd Test) ପରଠାରୁ ପ୍ୟାଟ୍ କମିନ୍ସ (Pat Cummins) ତାଙ୍କ ଅସୁସ୍ଥ ମା’ଙ୍କୁ ଦେଖିବାକୁ ସିଡନୀ ଯାଇଛନ୍ତି । ପ୍ୟାଟ୍ କମିନ୍ସ (Pat Cummins) ସିଡନୀରେ ହିଁ ରହିବାକୁ ଯାଉଛନ୍ତି । ଏଭଳି ପରିସ୍ଥିତିରେ ପ୍ୟାଟ୍ କମିନ୍ସ ଚତୁର୍ଥ ଟେଷ୍ଟ ମ୍ୟାଚରୁ ମଧ୍ୟ ବାହାର ହୋଇଯାଇଛନ୍ତି । ପ୍ୟାଟ୍ କମିନ୍ସ ସ୍ୱଦେଶକୁ ଫେରିବା ପରେ ଷ୍ଟିଭ୍ ସ୍ମିଥ୍ (Steve Smith) ତୃତୀୟ ଟେଷ୍ଟରେ ଅଧିନାୟକ ହୋଇଥିଲେ । ତେଣୁ ଶେଷ ମ୍ୟାଚରେ ଷ୍ଟିଭ୍ ସ୍ମିଥ୍ (Steve Smith) ମଧ୍ୟ ଅଧିନାୟକତ୍ୱ କରିବେ ।

ଷ୍ଟିଭ ସ୍ମିଥ (Steve Smith) ଙ୍କ ଅଧିନାୟକତ୍ୱରେ ଅଷ୍ଟ୍ରେଲିଆ ଦଳ ୯ ୱିକେଟରେ ତୃତୀୟ ଟେଷ୍ଟ ଜିତିଥିଲା । ଏହାପୂର୍ବରୁ ଷ୍ଟିଭ ସ୍ମିଥ (Steve Smith) ୨୦୧୪ରୁ ୨୦୧୮ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ଅଧିନାୟକତ୍ୱ କରିଥିଲେ । ତୃତୀୟ ଟେଷ୍ଟର ଅଧିନାୟକ ଷ୍ଟିଭ୍ ସ୍ମିଥ୍ ମ୍ୟାଚ୍ ପରେ କହିଥିଲେ ଯେ, "ମୋର ସମୟ ସରିଯାଇଛି । ବର୍ତ୍ତମାନ ଏହା ହେଉଛି ପ୍ୟାଟ୍ କମିନ୍ସଙ୍କ ଦଳ ।" କିନ୍ତୁ ଯଦି ପ୍ୟାଟ୍ କମିନ୍ସ (Pat Cummins) ଭାରତକୁ ନଆସନ୍ତି, ତେବେ ତାଙ୍କ ସ୍ଥାନରେ ଷ୍ଟିଭ୍ ସ୍ମିଥ୍ ଅଧିନାୟକତ୍ୱ କରୁଥିବା ଦେଖିବାକୁ ମିଳିବ ।

ଅଧିକ ପଢ଼ନ୍ତୁ:-ମୋଦି ସରକାରଙ୍କ ବଡ଼ ନିଷ୍ପତ୍ତି, ଏହି ଯୋଜନା ଅନ୍ତର୍ଗତ ନୂଆରୁ ପୁରୁଣା ପେନସନ ବ୍ୟବସ୍ଥାରେ ଶିଫ୍ଟ ହେବାକୁ ମିଳିବ ବିକଳ୍ପ

ଅଧିକ ପଢ଼ନ୍ତୁ:-ହୋଲି ପୂର୍ବରୁ ମହିଳାଙ୍କ ପାଇଁ ଖୁସି ଖବର, ଏଣିକି ପ୍ରତିମାସରେ ୧୦୦୦ ଟଙ୍କା ଦେବେ ସରକାର

ଅଧିକ ପଢ଼ନ୍ତୁ:-ଅହମ୍ମଦାବାଦ ଟେଷ୍ଟ ମ୍ୟାଚ୍ ପୂର୍ବରୁ ଭାରତକୁ ନେଇ ବଡ଼ ବୟାନ ଦେଲେ ଅଷ୍ଟ୍ରେଲିଆ କୋଚ

ଶେଷ ଟେଷ୍ଟ ମ୍ୟାଚ୍ ପାଇଁ କଙ୍ଗାରୁ ଦଳ

ଷ୍ଟିଭ୍ ସ୍ମିଥ୍ (ଅଧିନାୟକ), ସ୍କଟ୍ ବୋଲାଣ୍ଡ, ଆଲେକ୍ସ କ୍ୟାରି, କ୍ୟାମେରନ୍ ଗ୍ରୀନ୍, ପିଟର ହ୍ୟାଣ୍ଡସକମ୍ବ, ଟ୍ରାଭିସ୍ ହେଡ୍, ଉସମାନ ଖାୱାଜା, ମ୍ୟାଟ କୁହେମାନ, ମାର୍ନୁସ ଲାବୁସାଗନେ, ନାଥାନ ଲିୟନ, ଲାନ୍ସ ମୋରିସ, ଟଡ ମର୍ଫି, ମାଥ୍ୟୁ ରେନ୍ସା, ମିଚେଲ ଷ୍ଟାର୍କ, ମିଚେଲ ସ୍ୱେପସନ ।

Read More
{}{}