Hindi News >>Home >>Odisha Sports

IND vs AUS 4th Test: ଅହମ୍ମଦାବାଦ ପିଚ୍‌ର ଫଟୋ ସୃଷ୍ଟି କଲା ହଇଚଇ, କ'ଣ ଟିମ୍ ଇଣ୍ଡିଆକୁ ଦେଲା କୌଣସି ନିର୍ଦ୍ଦେଶ?

IND vs AUS 4th Test: ମାର୍ଚ୍ଚ ୯ରୁ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚତୁର୍ଥ ଟେଷ୍ଟ ଖେଳାଯିବ । ଏହି ମ୍ୟାଚ୍ ପୂର୍ବରୁ ମଧ୍ୟ ପିଚକୁ ନେଇ ଆଲୋଚନା କରାଯାଉଛି । ଚତୁର୍ଥ ଟେଷ୍ଟର ପିଚର କିଛି ଫଟୋ ସାମ୍ନାକୁ ଆସିଛି ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କିନ୍ତୁ ପିଚ୍‌ କିପରି ଆଚରଣ କରିବ ସେନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇ ନ ଥିବା ଜଣାପଡିଛି ।

Advertisement
IND vs AUS 4th Test: ଅହମ୍ମଦାବାଦ ପିଚ୍‌ର ଫଟୋ ସୃଷ୍ଟି କଲା ହଇଚଇ, କ'ଣ ଟିମ୍ ଇଣ୍ଡିଆକୁ ଦେଲା କୌଣସି ନିର୍ଦ୍ଦେଶ?
Stop
Zee Odisha Desk|Updated: Mar 08, 2023, 07:36 AM IST

India vs Australia 4th Test: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫି (Border-Gavaskar Trophy 2023) ଟେଷ୍ଟ ସିରିଜ ଚାଲିଛି । ଏହି ସିରିଜ୍ (India vs Australia Test Series) ସମୟରେ ଅଧିକାଂଶ ଚର୍ଚ୍ଚା  ପିଚକୁ ନେଇ ହୋଇଛି । ପ୍ରଥମ ଟେଷ୍ଟ ମ୍ୟାଚରୁ ପିଚକୁ ନେଇ ବିବାଦ ପରିସ୍ଥିତି ସୃଷ୍ଟି ହୋଇଥିଲା । ଆଇସିସି ପ୍ରଥମ ଦୁଇଟି ଟେଷ୍ଟରେ ପିଚ୍ (Pitch Report) କୁ ଏଭେରେଜ୍ ରେଟିଂ ଦେଇଥିଲା, ମାତ୍ର ଇନ୍ଦୋର ଟେଷ୍ଟରେ ପିଚ୍କୁ ଖରାପ ରେଟିଂ ଦେଇ ଏହି ମାମଲାକୁ ବଳ କରିଦେଇଥିଲା । ମାର୍ଚ୍ଚ ୯ରୁ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚତୁର୍ଥ ଟେଷ୍ଟ (IND vs AUS 4th Test) ଖେଳାଯିବ । ଏହି ମ୍ୟାଚ୍ ପୂର୍ବରୁ ମଧ୍ୟ ପିଚକୁ ନେଇ ଆଲୋଚନା କରାଯାଉଛି । ଚତୁର୍ଥ ଟେଷ୍ଟର ପିଚର କିଛି ଫଟୋ ସାମ୍ନାକୁ ଆସିଛି ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କିନ୍ତୁ ପିଚ୍‌ (Ahmedabad Pitch Report) କିପରି ଆଚରଣ କରିବ ସେନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇ ନ ଥିବା ଜଣାପଡିଛି ।

ଅହମ୍ମଦାବାଦ ଷ୍ଟାଡିୟମର ପିଚର କିଛି ଫଟୋ ସାମ୍ନାକୁ ଆସିଛି, କିନ୍ତୁ ଅଷ୍ଟ୍ରେଲିୟ କ୍ୟାମ୍ପ ଏହାର ରଣନୀତି ଉପରେ ନିଷ୍ପତ୍ତି ନେଇପାରି ନାହିଁ । ମ୍ୟାଚ୍ ଆରମ୍ଭ ହେବାର ସମୟ ଅଛି, କିନ୍ତୁ କ୍ୟୁରେଟରଙ୍କଠାରୁ ସୂଚନା ମିଳିଛି ଯେ ସେମାନେ ପିଚ୍ କିପରି ପ୍ରସ୍ତୁତ କରିବେ ସେନେଇ ଭାରତୀୟ ଦଳ ପରିଚାଳନା କିମ୍ବା ବିସିସିଆଇ ତରଫରୁ କୌଣସି ନିର୍ଦ୍ଦେଶ ପାଇନାହାଁନ୍ତି । ଏହାର ଅର୍ଥ ଏହା ହେଉଛି କି ଭାରତୀୟ ଶିବିର ମଧ୍ୟ କେଉଁ ପ୍ରକାର ପିଚ୍ ପ୍ରସ୍ତୁତ ହେବା ଉଚିତ ସେ ନେଇ ଦ୍ୱନ୍ଦ୍ୱରେ ରହିଛି?

ରାଜ୍ୟ ସଂଘ ସୂତ୍ରରୁ ଉଦ୍ଧୃତ ପିଟିଆଇ କହିଛି ଯେ, ଆମେ ଭାରତୀୟ ଦଳ ପରିଚାଳନା ତରଫରୁ କୌଣସି ନିର୍ଦ୍ଦେଶ ପାଇ ନାହୁଁ । ଆମର ସ୍ଥାନୀୟ କ୍ୟୁରେଟରମାନେ ସେହିଭଳି ପିଚ ପ୍ରସ୍ତୁତ କରୁଛନ୍ତି, ଯେମିତି ସବୁବେଳେ କରୁଥିଲେ । ଅବଶ୍ୟ, ଗତ କିଛି ଦିନ ମଧ୍ୟରେ ବିସିସିଆଇ ଗ୍ରାଉଣ୍ଡ ଓ ପିଚ୍ କମିଟି ସ୍ଥାନୀୟ କ୍ୟୁରେଟରଙ୍କୁ ନିର୍ଦ୍ଦେଶ ଦେଇଥିଲା, କିନ୍ତୁ ଭଲ ଟେଷ୍ଟ ମ୍ୟାଚ୍ ପିଚ୍ ପ୍ରସ୍ତୁତ କରିବା ଆମ ପକ୍ଷର ଏକମାତ୍ର ପ୍ରୟାସ ।

ଅଧିକ ପଢ଼ନ୍ତୁ:-ରୋହିତ ଶର୍ମାଙ୍କ ଦଳକୁ ଲାଗିଲା ଜୋରଦାର ଧକ୍କା, ଆହତ କାରଣରୁ ଜସପ୍ରୀତ ବୁମ୍ରାଙ୍କ ପରେ ଏହି ଘାତକ ଖେଳାଳି ବି ହେଲେ ବାହାର!

ଅଧିକ ପଢ଼ନ୍ତୁ:-ହୋଲିରେ ଚାଷୀଙ୍କ ପାଇଁ ଖୁସି ଖବର! କୃଷି ମନ୍ତ୍ରୀ ନରେନ୍ଦ୍ର ତୋମାର କଲେ ଏହି ଘୋଷଣା

ଅଧିକ ପଢ଼ନ୍ତୁ:-ଟିମ୍ ଇଣ୍ଡିଆକୁ ଲାଗିଲା ବଡ଼ ଝଟକା, ଟେଷ୍ଟ ପରେ ଦିନିକିଆ ସିରିଜରୁ ବାଦ୍ ପଡ଼ିଲେ ଏହି ଦମଦାର୍ ଖେଳାଳି!

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ତିନୋଟି ଟେଷ୍ଟ ତିନି ଦିନ ମଧ୍ୟରେ ଶେଷ ହୋଇଥିଲା । ଏଭଳି ପରିସ୍ଥିତିରେ ଅହମ୍ମଦାବାଦରେ ପ୍ରୟାସ କରାଯିବ ଯେ ଟେଷ୍ଟ ମ୍ୟାଚ୍ ଏତେ ଶୀଘ୍ର ଶେଷ ହେବ ନାହିଁ । ଏଠାରେ କ୍ୟୁରେଟରମାନେ ଏକ ଭଲ ପିଚକୁ ନେଇ  ଆତ୍ମବିଶ୍ୱାସୀ ଅଛନ୍ତି । ଆପଣଙ୍କୁ କହି ରଖୁଛୁ ଯେ, ବର୍ଡର-ଗାଭାସ୍କର ଟ୍ରଫିରେ ଭାରତୀୟ ଦଳ ବର୍ତ୍ତମାନ ୨-୧ରେ ଆଗୁଆ ରହିଛି । ଚତୁର୍ଥ ଟେଷ୍ଟ ଜିତିବା ଓ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ନିଜ ସ୍ଥାନକୁ ପକ୍କା କରିବା ପାଇଁ ଟିମ୍ ଇଣ୍ଡିଆ ଲକ୍ଷ୍ୟ ରଖିବ ।

Read More
{}{}