Hindi News >>Home >>Odisha Sports

IND vs AUS 3rd Test: ଇନ୍ଦୋର ଟେଷ୍ଟ ପୂର୍ବରୁ ପତ୍ନୀ ଆଥିଆଙ୍କ ସହ ବାବା ମହାକାଳଙ୍କୁ ଦର୍ଶନ କଲେ କେଏଲ ରାହୁଲ, ଦେଖନ୍ତୁ ଭିଡିଓ

IND vs AUS 3rd Test: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ୍ ମଧ୍ୟପ୍ରଦେଶର ଇନ୍ଦୋରରେ ଖେଳାଯିବ । ଏହି ମ୍ୟାଚ୍ ପୂର୍ବରୁ ସେ ନିଜ ପତ୍ନୀ ଆଥିଆଙ୍କ ସହ ଉଜ୍ଜୌନର (Ujjain) ବାବା ମହାକାଳ ମନ୍ଦିରରେ (Baba Mahakal temple) ପହଞ୍ଚି ଆଶୀର୍ବାଦ ନେଇଛନ୍ତି ।

Advertisement
ସାଙ୍କେତିକ ଛବି
Stop
Jagdish Barik|Updated: Feb 26, 2023, 03:26 PM IST

India vs Australia, 3rd Test: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ୍ ମଧ୍ୟପ୍ରଦେଶର ଇନ୍ଦୋରରେ (Indore) ଖେଳାଯିବ । ଉଭୟ ଦଳ ଏହି ମ୍ୟାଚ୍ ପାଇଁ ପ୍ରସ୍ତୁତି ଆରମ୍ଭ କରିବାକୁ ଇନ୍ଦୋରରେ ମଧ୍ୟ ପହଞ୍ଚି ସାରିଛି । ଏହି ସିରିଜରେ ଭାରତୀୟ ଦଳର (Team India) ପ୍ରଦର୍ଶନ ଅତ୍ୟନ୍ତ ଭଲ କିନ୍ତୁ ଓପନର୍ କେ.ଏଲ୍ ରାହୁଲ (KL Rahul) ଏପର୍ଯ୍ୟନ୍ତ କିଛି ବିଶେଷ ଭଲ ପ୍ରଦର୍ଶନ କରିପାରିନାହାଁନ୍ତି । ଏଭଳି ପରିସ୍ଥିତିରେ ମ୍ୟାଚ୍ ପୂର୍ବରୁ ସେ ନିଜ ପତ୍ନୀ ଆଥିଆଙ୍କ ସହ ଉଜ୍ଜୌନର (Ujjain) ବାବା ମହାକାଳ ମନ୍ଦିରରେ (Baba Mahakal temple) ପହଞ୍ଚି ଆଶୀର୍ବାଦ ନେଇଛନ୍ତି ।

ଯେତେବେଳେ ବି ଟିମ୍ ଇଣ୍ଡିଆ କୌଣସି ମ୍ୟାଚ୍ ଖେଳିବା ପାଇଁ ଇନ୍ଦୋରକୁ ଆସେ, ସେତେବେଳେ ଦଳର ଖେଳାଳିମାନେ ନିଶ୍ଚିତ ଭାବରେ ଇନ୍ଦୋରଠାରୁ ୫୦ କିଲୋମିଟର ଦୂରରେ ଥିବା ଉଜ୍ଜୌନକୁ ଯାଆନ୍ତି । ସମପରି ଦଳର ଷ୍ଟାର ଖେଳାଳି କେ.ଏଲ୍ ରାହୁଲ ଓ ଆଥିଆ ଶେଟ୍ଟି (Athiya Shetty) ରବିବାର ଦିନ ସକାଳେ ମହାକାଳ ମନ୍ଦିର ପହଞ୍ଚିଥିଲେ । ଏଠାରେ ଦୁହେଁ ଭାସମା ଆରତୀରେ ସାମିଲ ହୋଇଥିଲେ, ଯେଉଁଥିପାଇଁ ଦୁହେଁ ପାରମ୍ପାରିକ ପୋଷାକ ମଧ୍ୟ ପିନ୍ଧିଥିଲେ । ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ଉଭୟ ଆରତୀରେ ଅଂଶଗ୍ରହଣ କରୁଥିବାବେଳେ ରାହୁଲ ମଧ୍ୟ ପ୍ରଭୁ ଶିବଙ୍କୁ ପ୍ରଣାମ କରୁଛନ୍ତି ।

କହିରଖୁଛୁ ଯେ ଓପନର୍ କେ.ଏଲ୍ ରାହୁଲ ଆଜିକାଲି ଖରାପ ଫର୍ମ ସହିତ ସଂଘର୍ଷ କରୁଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ଉଭୟ ଟେଷ୍ଟ ମ୍ୟାଚରେ ତାଙ୍କ ବ୍ୟାଟରୁ ରନ୍ ବାହାରିନାହିଁ । ଏହି କାରଣରୁ ତାଙ୍କୁ ଉପ-ଅଧିନାୟକ ପଦ ମଧ୍ୟ ହରାଇବାକୁ ପଡିଛି । ଏଥି ସହିତ ରାହୁଲଙ୍କ ତୃତୀୟ ଟେଷ୍ଟରେ ଖେଳିବା ଉପରେ ସନ୍ଦେହ ରହିଛି । ଯଦି ସେ ଏକ ସୁଯୋଗ ପାଆନ୍ତି, ତେବେ ତାଙ୍କୁ ଦଳରେ ରହିବା ପାଇଁ ଭଲ ପ୍ରଦର୍ଶନ କରିବାକୁ ହେବ ।

ଇନ୍ଦୋର ଟେଷ୍ଟ ପାଇଁ ଭାରତୀୟ ଦଳ 
ରୋହିତ ଶର୍ମା (କ୍ୟାପଟେନ), କେ.ଏଲ୍ ରାହୁଲ, ଶୁଭମନ ଗିଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି, କେ.ଏସ୍ ଭାରତ (ୱିକେଟ୍ କିପର), ଇଶାନ କିଶନ (ୱିକେଟ୍ କିପର), ରବିଚନ୍ଦ୍ରନ ଅଶ୍ୱିନ, ଅକ୍ଷର ପଟେଲ, କୁଲଦୀପ ଯାଦବ, ରବିନ୍ଦ୍ର ଜାଡେଜା, ମହମ୍ମଦ୍ ଶାମି, ମହମ୍ମଦ୍ ସିରାଜ, ଶ୍ରେୟସ୍ ଆୟର, ସୂର୍ଯ୍ୟକୁମାର ଯାଦବ, ଉମେଶ ଯାଦବ, ଜୟଦେବ ଉନାଦକତ ।

ଏହା ବି ପଢ଼ନ୍ତୁ: IND vs AUS 3rd Test: ଚାମ୍ପିଅନ୍ ଅଧିନାୟକଙ୍କ କଟିବ ପତା, ରାହୁଲ ଦ୍ରାବିଡଙ୍କ କଠୋର ନିଷ୍ପତ୍ତି, ଟିମ୍ ଇଣ୍ଡିଆର ଚୂଡ଼ାନ୍ତ ଏକାଦଶରେ ମିଳିବନି ସ୍ଥାନ!

Read More
{}{}