Hindi News >>Home >>Odisha Sports

IND vs AUS 3rd Test: ଚାମ୍ପିଅନ୍ ଅଧିନାୟକଙ୍କ କଟିବ ପତା, ରାହୁଲ ଦ୍ରାବିଡଙ୍କ କଠୋର ନିଷ୍ପତ୍ତି, ଟିମ୍ ଇଣ୍ଡିଆର ଚୂଡ଼ାନ୍ତ ଏକାଦଶରେ ମିଳିବନି ସ୍ଥାନ!

IND vs AUS 3rd Test: ଯଦି ଭାରତୀୟ ଦଳ ତୃତୀୟ ମ୍ୟାଚ୍ ଜିତିବ ତେବେ ନା କେବଳ ସିରିଜ୍ ନିଜ ନାମରେ କରିନେବ ବରଂ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲରେ ମଧ୍ୟ ନିଜର ସ୍ଥାନ ସୁରକ୍ଷିତ କରିବ । ଏହି ମ୍ୟାଚ୍ ପୂର୍ବରୁ ଅନୁମାନ କରାଯାଉଛି ଯେ ଜଣେ ଖେଳାଳିଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯିବ ନାହିଁ ଓ ଏହା ପ୍ରାୟ ନିଶ୍ଚିତ ମନେ କରାଯାଉଛି ।

Advertisement
IND vs AUS 3rd Test: ଚାମ୍ପିଅନ୍ ଅଧିନାୟକଙ୍କ କଟିବ ପତା, ରାହୁଲ ଦ୍ରାବିଡଙ୍କ କଠୋର ନିଷ୍ପତ୍ତି, ଟିମ୍ ଇଣ୍ଡିଆର ଚୂଡ଼ାନ୍ତ ଏକାଦଶରେ ମିଳିବନି ସ୍ଥାନ!
Stop
Zee Odisha Desk|Updated: Feb 26, 2023, 10:15 AM IST

India vs Australia 3rd Test: ଅଷ୍ଟ୍ରେଲିଆ ବିପକ୍ଷ ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ (India vs Australia Test Series) ର ପ୍ରଥମ ଦୁଇଟି ମ୍ୟାଚ୍ ଜିତି ଟିମ୍ ଇଣ୍ଡିଆ (Team India) ଅପରାଜିତ ୨-୦ରେ ଆଗୁଆ ରହିଛି । ଯଦି ଭାରତୀୟ ଦଳ (Indian Cricket Team) ତୃତୀୟ ମ୍ୟାଚ୍ ଜିତିବ ତେବେ ନା କେବଳ ସିରିଜ୍ ନିଜ ନାମରେ କରିନେବ ବରଂ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ (ICC World Test Championship Final) ରେ ମଧ୍ୟ ନିଜର ସ୍ଥାନ ସୁରକ୍ଷିତ କରିବ । ଏହି ମ୍ୟାଚ୍ ପୂର୍ବରୁ ଅନୁମାନ କରାଯାଉଛି ଯେ ଜଣେ ଖେଳାଳିଙ୍କୁ ଚୂଡ଼ାନ୍ତ ଏକାଦଶ (Team India Playing 11) ରେ ସାମିଲ କରାଯିବ ନାହିଁ ଓ ଏହା ପ୍ରାୟ ନିଶ୍ଚିତ ମନେ କରାଯାଉଛି ।

ଭାରତୀୟ ଦଳ ଇନ୍ଦୌରରେ ଅଷ୍ଟ୍ରେଲିଆ ବିପକ୍ଷରେ ଲଗାତର ତୃତୀୟ ମ୍ୟାଚ୍ ଜିତିବା ଉଦ୍ଦେଶ୍ୟରେ ମଇଦାନକୁ ଓହ୍ଲାଇବ । ପ୍ରଥମ ଦୁଇଟି ମ୍ୟାଚ୍ ଜିତି ଭାରତ ଏହି ସିରିଜରେ ୨-୦ ରେ ଆଗୁଆ ରହିଛି, ଅର୍ଥାତ ବର୍ତ୍ତମାନ ଟିମ୍ ଇଣ୍ଡିଆ ଏହି ସିରିଜରେ ହାରିବ ନାହିଁ । ତୃତୀୟ ମ୍ୟାଚ୍ ଅଷ୍ଟ୍ରେଲିଆ ପାଇଁ କର ବା ମର ସ୍ଥିତି ରହିଛି । ଏଠାରେ ପରାଜୟର ଅର୍ଥ ହେବ ଯେ କଙ୍ଗାରୁ ଦଳ ଚତୁର୍ଥ ଥର ପାଇଁ ବର୍ଡର ଗାଭାସ୍କର ଟ୍ରଫି (Border Gavaskar Trophy) ହାରିବ ।

ଭାରତୀୟ ଦଳ ଚୂଡ଼ାନ୍ତ ଏକାଦଶରେ ପରିବର୍ତ୍ତନ ସହିତ ଇନ୍ଦୌର ଟେଷ୍ଟ (Indore Test) ରେ ଓହ୍ଲାଇପାରେ । ଉପ-ଅଧିନାୟକ ପଦରୁ ହଟାଯାଇଥିବା ଓପନର୍ କେଏଲ୍ ରାହୁଲ (KL Rahul) ଙ୍କ ସ୍ଥାନରେ ଶୁଭମାନ ଗିଲ (Shubman Gill) ଙ୍କୁ ସୁଯୋଗ ଦିଆଯିବ ବୋଲି ଆଶା କରାଯାଉଛି । ଏହା ବ୍ୟତୀତ ଅନ୍ୟ କୌଣସି ପରିବର୍ତ୍ତନ ହେବାର ସାମାନ୍ୟ ଆଶା ଅଛି । ଦିଲ୍ଲୀରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ପୂର୍ବରୁ ରିଲିଜ କରାଯାଇଥିବା ଦ୍ରୁତ ବୋଲର ଜୟଦେବ ଉନାଦକଟ୍ (Jaydev Unadkat) ପରବର୍ତ୍ତୀ ଦୁଇଟି ଟେଷ୍ଟ ମ୍ୟାଚ୍ ପାଇଁ ଫେରିଛନ୍ତି । 

କିନ୍ତୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବାକୁ ତାଙ୍କୁ ଅପେକ୍ଷା କରିବାକୁ ପଡିବ । ଦଳରେ ମହମ୍ମଦ ଶାମି (Mohammed Shami) ଓ ମହମ୍ମଦ ସିରାଜ ( Mohammed Siraj) ଙ୍କ ରୂପରେ ଦୁଇଜଣ ଇନ-ଫର୍ମ ଦ୍ରୁତ ବୋଲର ଅଛନ୍ତି, ତେଣୁ ଜୟଦେବ ଉନାଦକାଟ (Jaydev Unadkat) ଙ୍କ ପାଇଁ ଚୂଡ଼ାନ୍ତ ଏକାଦଶରେ ଖେଳିବା କଷ୍ଟକର ମନେ ହେଉଛି । ଦିଲ୍ଲୀରେ ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ପୂର୍ବରୁ ବିସିସିଆଇ (BCCI) ପକ୍ଷରୁ ଦ୍ରୁତ ବୋଲର ଜୟଦେବ ଉନାଦକଟଙ୍କୁ ଦଳରୁ ରିଲିଜ କରାଯାଇଥିଲା । ସେ ବଙ୍ଗଳା ବିପକ୍ଷ ରଣଜୀ ଟ୍ରଫି ଫାଇନାଲରେ ସୌରାଷ୍ଟ୍ର ଦଳର ଅଧିନାୟକତ୍ୱ କରିବାକୁ ଯାଇଥିଲେ । 

ଅଧିକ ପଢ଼ନ୍ତୁ:-ହୋଲି ପୂର୍ବରୁ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର: ୬ ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା, ସରକାର କଲେ ଘୋଷଣା

ଅଧିକ ପଢ଼ନ୍ତୁ:-୨ ପତ୍ନୀ ଥିବା ୟୁଟ୍ୟୁବର୍ ଅରମାନ ମଲିକଙ୍କ ଉପରେ ରାଗିପାଚି ଲାଲା ହେଲେ ବଲିଉଡ ଗାୟକ Armaan Malik, କହିଲେ-ଘୃଣା ଆସୁଛି​

ଜୟଦେବ ଉନାଦକାଟ (Jaydev Unadkat) ନିଜର ଚମତ୍କାର ବୋଲିଂ ଓ ଅଧିନାୟକତ୍ୱ ସହିତ ଦଳକୁ ଚାମ୍ପିଅନ୍ କରାଇଥିଲେ । କିନ୍ତୁ ଏହି ଚାମ୍ପିଅନ୍ ଅଧିନାୟକଙ୍କ ପାଇଁ ଟିମ୍ ଇଣ୍ଡିଆର ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବା ଏକ ଚ୍ୟାଲେଞ୍ଜ ଅଟେ । ଘରୋଇ କ୍ରିକେଟରେ ଭଲ ପ୍ରଦର୍ଶନ ଆଧାରରେ ଜୟଦେବ ଉନାଦକଟ ବାଂଲାଦେଶ ଗସ୍ତରେ ସ୍ଥାନ ପାଇଥିଲେ । ସେ ୧୨ ବର୍ଷ ପରେ ଟେଷ୍ଟ କ୍ରିକେଟକୁ ଫେରିଥିଲେ । ଜୟଦେବ ଉନାଦକଟ ମଧ୍ୟ ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଖେଳିବାର ସୁଯୋଗ ପାଇଥିଲେ । ଜୟଦେବ ୨୦୧୦ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିବାର ସୁଯୋଗ ପାଇଥିଲେ ଓ ସେ ୨୦୨୨ ମସିହାରେ ମିରପୁରରେ ଟିମ୍ ଇଣ୍ଡିଆର ଚୂଡ଼ାନ୍ତ ଏକାଦଶକୁ ଫେରିଥିଲେ ।

Read More
{}{}