Hindi News >>Home >>Odisha Sports

IND vs AUS 2nd Test Virat Kohli Record: ଦ୍ୱିତୀୟ ଟେଷ୍ଟରେ ଏହି ମହାରେକର୍ଡରୁ ଇତିହାସ ରଚିବେ ବିରାଟ କୋହଲି, ଦୁନିଆର କୌଣସି ଆକ୍ଟିଭ୍ ବ୍ୟାଟ୍ସମ୍ୟାନ୍ କରିପାରିନାହାଁନ୍ତି ଏପରି

Virat Kohli Record: ସମ୍ପ୍ରତି ଖେଳୁଥିବା କ୍ରିକେଟରଙ୍କ ମଧ୍ୟରେ ବିରାଟ କୋହଲି ଏହି ରେକର୍ଡ ସୃଷ୍ଟି କରିଥିବା ପ୍ରଥମ ବ୍ୟାଟ୍ସମ୍ୟାନ୍ ହେବେ । ବିରାଟ କୋହଲି ଏପର୍ଯ୍ୟନ୍ତ ଅନ୍ତର୍ଜାତୀୟ କ୍ରିକେଟରେ ୨୪,୯୪୮ ରନ୍ ସଂଗ୍ରହ କରିଛନ୍ତି । ଏଠାରେ କହି ରଖୁଛୁ ଯେ, ସଚିନ ତେନ୍ଦୁଲକର ଅନ୍ତର୍ଜାତୀୟ କ୍ରିକେଟରେ ଏପର୍ଯ୍ୟନ୍ତ ସର୍ବାଧିକ ୩୪,୩୫୭ ରନ୍ ସଂଗ୍ରହ କରିଛନ୍ତି ।

Advertisement
IND vs AUS 2nd Test Virat Kohli Record: ଦ୍ୱିତୀୟ ଟେଷ୍ଟରେ ଏହି ମହାରେକର୍ଡରୁ ଇତିହାସ ରଚିବେ ବିରାଟ କୋହଲି, ଦୁନିଆର କୌଣସି ଆକ୍ଟିଭ୍ ବ୍ୟାଟ୍ସମ୍ୟାନ୍ କରିପାରିନାହାଁନ୍ତି ଏପରି
Stop
Zee Odisha Desk|Updated: Feb 17, 2023, 10:39 AM IST

IND vs AUS 2nd Test, Virat Kohli Record: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ (India vs Australia Test Serie) ର ଦ୍ୱିତୀୟ ମ୍ୟାଚ୍ ଆଜି (ଶୁକ୍ରବାର) ଅର୍ଥାତ ଫେବୃଆରୀ ୧୭ରୁ ଦିଲ୍ଲୀରେ ଖେଳାଯାଉଛି । ଦିଲ୍ଲୀର ଫିରୋଜ ଶାହ କୋଟଲା ଗ୍ରାଉଣ୍ଡ ହେଉଛି ବିରାଟ କୋହଲି (Virat Kohli) ଙ୍କ ହୋମ୍ ଗ୍ରାଉଣ୍ଡ । ଏହି ମ୍ୟାଚରେ ଟିମ୍ ଇଣ୍ଡିଆର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ତାଙ୍କ ନାମରେ ଏକ ବଡ଼ ରେକର୍ଡ (Virat Kohli Record) କରିନେଇପାରନ୍ତି । 

ଅଦ୍ୟାବଧି ଏହି ମହାରେକର୍ଡ ଖେଳୁଥିବା ଦୁନିଆର କୌଣସି ବ୍ୟାଟ୍ସମ୍ୟାନ୍ ନିଜ ନାମରେ କରିବାରେ ସକ୍ଷମ ହୋଇପାରି ନାହାଁନ୍ତି । ଯଦି ବିରାଟ କୋହଲି (Virat Kohli) ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟେଷ୍ଟ (IND vs AUS 2nd Test) ରେ ୫୨ ରନ୍ ସ୍କୋର କରନ୍ତି, ତେବେ ସେ ବିଶ୍ୱର ପ୍ରଥମ ସକ୍ରିୟ ବ୍ୟାଟ୍ସମ୍ୟାନ୍ ହୋଇ ଅନ୍ତର୍ଜାତୀୟ କ୍ରିକେଟରେ ୨୫,୦୦୦ ରନ୍ ପୂରଣ କରିବେ । 

ଅଦ୍ୟାବଧି ଏହି ମହାରେକର୍ଡ ଖେଳୁଥିବା ଦୁନିଆର କୌଣସି ବ୍ୟାଟ୍ସମ୍ୟାନ୍ ନିଜ ନାମରେ କରିବାରେ ସକ୍ଷମ ହୋଇପାରି ନାହାଁନ୍ତି । ଯଦି ବିରାଟ କୋହଲି (Virat Kohli) ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ୫୨ ରନ୍ ସ୍କୋର କରନ୍ତି, ତେବେ ସେ ସଚିନ ତେନ୍ଦୁଲକର (Sachin Tendulkar) ଙ୍କ ପରେ ଭାରତୀୟ କ୍ରିକେଟ୍ ଇତିହାସରେ ଏହି ସଫଳତା ହାସଲ କରିବାରେ ଦ୍ୱିତୀୟ ଭାରତୀୟ ବ୍ୟାଟ୍ସମ୍ୟାନ୍ ହେବେ । ସମ୍ପ୍ରତି ଖେଳୁଥିବା କ୍ରିକେଟରଙ୍କ ମଧ୍ୟରେ ବିରାଟ କୋହଲି (Virat Kohli) ଏହି ରେକର୍ଡ ସୃଷ୍ଟି କରିଥିବା ପ୍ରଥମ ବ୍ୟାଟ୍ସମ୍ୟାନ୍ ହେବେ । ବିରାଟ କୋହଲି ଏପର୍ଯ୍ୟନ୍ତ ଅନ୍ତର୍ଜାତୀୟ କ୍ରିକେଟରେ ୨୪,୯୪୮ ରନ୍ ସଂଗ୍ରହ କରିଛନ୍ତି । ଏଠାରେ କହି ରଖୁଛୁ ଯେ, ସଚିନ ତେନ୍ଦୁଲକର (Sachin Tendulkar) ଅନ୍ତର୍ଜାତୀୟ କ୍ରିକେଟରେ ଏପର୍ଯ୍ୟନ୍ତ ସର୍ବାଧିକ ୩୪,୩୫୭ ରନ୍ ସଂଗ୍ରହ କରିଛନ୍ତି ।

ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ରନ୍ ସ୍କୋରର

୧. ସଚିନ ତେନ୍ଦୁଲକର (ଭାରତ)- ୩୪,୩୫୭ ରନ୍ 

୨. କୁମାର ସାଙ୍ଗାକାରା (ଶ୍ରୀଲଙ୍କା)- ୨୮,୦୧୫ ରନ୍ 

୩. ରିକି ପଣ୍ଟିଂ (ଅଷ୍ଟ୍ରେଲିଆ)- ୨୭,୪୮୩ ରନ୍ 

୪. ମହେଲା ଜୟୱାର୍ଦ୍ଧନେ (ଶ୍ରୀଲଙ୍କା)- ୨୫,୯୫୭ ରନ୍ 

୫. ଜ୍ୟାକ୍ କଲିସ୍ (ଦକ୍ଷିଣ ଆଫ୍ରିକା)- ୨୫,୫୩୪ ରନ୍ 

୬. ବିରାଟ କୋହଲି (ଭାରତ)- ୨୪,୯୪୮ ରନ୍

ଅଧିକ ପଢ଼ନ୍ତୁ:-ନା ଚୟନକର୍ତ୍ତା କଲେ ବାହାର, ନା ନେଲେ ଅବସର; ତଥାପି ସୁପରଷ୍ଟାର ଖେଳିବେନି ଦିଲ୍ଲୀ ଟେଷ୍ଟ, ଫ୍ୟାନ୍ସ ନିରାଶ

ଅଧିକ ପଢ଼ନ୍ତୁ:-ଦିଲ୍ଲୀ ଟେଷ୍ଟ ପୂର୍ବରୁ ଆସିଲା ବଡ଼ ଖବର, ୩୦ ବର୍ଷୀୟ ଏହି ଖେଳାଳି ହଠାତ୍ ଅନ୍ତର୍ଜାତୀୟ କ୍ରିକଟରୁ ନେଲେ ଅବସର

ଅଧିକ ପଢ଼ନ୍ତୁ:-କିଏ ସେ ସପ୍ନା ଗିଲ, ଯାହାଙ୍କ ସହ ହୋଇଛି ପୃଥ୍ୱୀ ଶ'ଙ୍କ ମାରପିଟ

ଅନ୍ତର୍ଜାତୀୟ କ୍ରିକେଟରେ ସବୁଠାରୁ ଅଧିକ ଶତକ 

୧. ସଚିନ ତେନ୍ଦୁଲକର (ଭାରତ)- ୧୦୦ ଶତକ

୨. ବିରାଟ କୋହଲି (ଭାରତ)- ୭୪ ଶତକ

୩. ରିକି ପଣ୍ଟିଂ (ଅଷ୍ଟ୍ରେଲିଆ)- ୭୧ ଶତକ

Read More
{}{}