Hindi News >>Home >>Odisha Sports

IND vs AUS 2nd ODI: ଦ୍ୱିତୀୟ ଦିନିକିଆ ପୂର୍ବରୁ ଭାରତୀୟ ଫ୍ୟାନ୍ସଙ୍କ ପାଇଁ ଖରାପ ଖବର, ହଠାତ୍ ସାମ୍ନାକୁ ଆସିଲା ଏହି ହୃଦୟ ଭାଙ୍ଗିଲା ଭଳି ଅପଡେଟ୍

India vs Australia 2nd ODI: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଦିନିକିଆ ସିରିଜରେ ଟିମ୍ ଇଣ୍ଡିଆ ୧-୦ରେ ଆଗୁଆ ରହିଛି । ଯଦି ଆଜି ଭାରତ ଦ୍ୱିତୀୟ ଦିନିକିଆ ମ୍ୟାଚ ଜିତିବାରେ ସଫଳ ହୁଏ, ତେବେ ଦଳ ଏହି ସିରିଜକୁ ମଧ୍ୟ ନିଜ ନାମରେ କରିନେବ । ଏହା ପୂର୍ବରୁ ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଭାରତୀୟ ଦଳ କଙ୍ଗାରୁ ଦଳକୁ ୨-୧ରେ ପରାସ୍ତ କରିଥିଲା । ସେପଟେ ଆଜି ଭାରତୀୟ ଦଳର ଚୂଡ଼ାନ୍ତ ଏକାଦଶରେ କିଛି ବଡ଼ ପରିବର୍ତ୍ତନ ଦେଖାଯାଇପାରେ ।

Advertisement
IND vs AUS 2nd ODI: ଦ୍ୱିତୀୟ ଦିନିକିଆ ପୂର୍ବରୁ ଭାରତୀୟ ଫ୍ୟାନ୍ସଙ୍କ ପାଇଁ ଖରାପ ଖବର, ହଠାତ୍ ସାମ୍ନାକୁ ଆସିଲା ଏହି ହୃଦୟ ଭାଙ୍ଗିଲା ଭଳି ଅପଡେଟ୍
Stop
Zee Odisha Desk|Updated: Mar 19, 2023, 07:32 AM IST

India vs Australia 2nd ODI Match: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ (India vs Australia ODI Series) ଚାଲିଛି । ଏହି ସିରିଜର ଦ୍ୱିତୀୟ ମ୍ୟାଚ୍ (IND vs AUS 2nd ODI) ଆଜି (ରବିବାର) ଅର୍ଥାତ ମାର୍ଚ୍ଚ ୧୯ରେ ବିଶାଖାପାଟନମର Y.S ରାଜଶେଖର ରେଡ୍ଡି ଷ୍ଟାଡିୟମ (Y.S.Rajashekar Reddy Cricket Stadium) ରେ ଖେଳାଯିବ । ଏହି ସିରିଜରେ ଟିମ୍ ଇଣ୍ଡିଆ (Team India) ବର୍ତ୍ତମାନ ୧-୦ରେ ଆଗୁଆ ଅଛି । କିନ୍ତୁ ଦ୍ୱିତୀୟ ମ୍ୟାଚ୍ (Visakhapatnam ODI Match) ପୂର୍ବରୁ ଭାରତୀୟ କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ଏକ ଖରାପ ଖବର ସାମ୍ନାକୁ ଆସିଛି । ଏହି ମ୍ୟାଚ୍ ଉପରେ ଏକ ବଡ଼ ବିପଦ ରହିଛି ।

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳା ଯିବାକୁ ଥିବା ଏହି ମ୍ୟାଚ (India vs Australia 2nd ODI Match) ରେ ବର୍ଷା ହେବାର ଆଶଙ୍କା ରହିଛି । ଆପଣଙ୍କୁ କହି ରଖୁଛୁ ଯେ, ରବିବାର ବିଶାଖାପାଟନମରେ ଅଢ଼େଇରୁ ତିନି ଘଣ୍ଟା ପର୍ଯ୍ୟନ୍ତ ବର୍ଷା (IND vs AUS 2nd ODI Weather Forecast) ହେବାର ସମ୍ଭାବନା ଅଛି । ଏଥି ସହିତ ବର୍ଷା ସହିତ ଝଡ଼ ଓ ପ୍ରବଳ ପବନର ଚେତାବନୀ ମଧ୍ୟ ଜାରି କରାଯାଇଛି । ଗତକାଲି ବି ସେଠାରେ ୫ ଘଣ୍ଟାର ବର୍ଷା ହେବାର ଆଶଙ୍କା ରହିଥିଲା । ଭାରତୀୟ ସମୟ ଅନୁଯାୟୀ, ଏହି ମ୍ୟାଚର ଟସ୍ ଅପରାହ୍ନ ୧ଟାରେ ଅନୁଷ୍ଠିତ ହେବ । ମ୍ୟାଚ୍ ଦିନ ୧.୩୦ ମିନିଟରୁ ଆରମ୍ଭ ହେବ । କିନ୍ତୁ ବର୍ଷା ଏହି ମ୍ୟାଚରେ ଭିଲେନ୍ ହୋଇପାରେ ।

ଏହି ମ୍ୟାଚ୍ ଭାରତୀୟ କ୍ରିକେଟ୍ ଦଳ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି । ଯଦି ଟିମ୍ ଇଣ୍ଡିଆ ଏହି ମ୍ୟାଚ୍ ଜିତିବାରେ ସଫଳ ହୁଏ, ତେବେ ଦଳ ମଧ୍ୟ ସିରିଜକୁ ନିଜ ନାମରେ କରିନେବ । ଦୁଇ ଦଳ ମଧ୍ୟରେ ସିରିଜର ପ୍ରଥମ ମ୍ୟାଚ୍ ମୁମ୍ବାଇର ୱାନକେଡେ ଷ୍ଟାଡିୟମରେ ଖେଳାଯାଇଥିଲା । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ଦଳ ୩୫.୪ ଓଭରରେ ୧୮୮ ରନ୍ କରି ଅଲଆଉଟ ହୋଇଯାଇଥିଲା । କେବଳ ୫ ୱିକେଟ୍ ହରାଇ ଟିମ୍ ଇଣ୍ଡିଆ ୧୮୯ ରନ୍ ଲକ୍ଷ୍ୟ ହାସଲ କରିନେଇଥିଲା ।

ଭାରତ ବନାମ ଅଷ୍ଟ୍ରେଲିୟା ଦିନିକିଆ ସିରିଜର ସିଡ୍ୟୁଲ

ପ୍ରଥମ ODI-ମାର୍ଚ୍ଚ ୧୭-ମୁମ୍ବାଇ-ଭାରତ ୫ ୱିକେଟରେ ଜିତିଛି

ଦ୍ୱିତୀୟ ODI-ମାର୍ଚ୍ଚ ୧୯-ବିଶାଖାପାଟନମ୍ 

ତୃତୀୟ ODI-ମାର୍ଚ୍ଚ ୨୨- ଚେନ୍ନାଇ 

ODI ସିରିଜ୍ ପାଇଁ ଭାରତୀୟ ଦଳ

ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ, ବିରାଟ କୋହଲି, ଶ୍ରେୟାସ ଆୟର, ସୂର୍ଯ୍ୟକୁମାର ଯାଦବ, କେ.ଏଲ୍ ରାହୁଲ, ଇଶାନ କିଶନ (ୱିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା (ଉପ-ଅଧିନାୟକ), ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ୱାଶିଂଟନ୍ ସୁନ୍ଦର, ୟୁଜବେନ୍ଦ୍ର ଚହଲ, ମହମ୍ମଦ ଶାମି, ମହମ୍ମଦ ସିରାଜ, ଉମ୍ରାନ ମଲିକ, ଶାର୍ଦ୍ଦୁଲ ଠାକୁର, ଅକ୍ଷାର ପଟେଲ, ଜୟଦେବ ଉନାଦକଟ ।

ଅଧିକ ପଢ଼ନ୍ତୁ-ଦ୍ୱିତୀୟ ଦିନିକିଆରୁ ବାହାର ହେଲେ ଏହି ସୁପରଷ୍ଟାର! ଅଧିନାୟକ ରୋହିତ ଶର୍ମା ହିଁ କାଟିବେ ପତା

ଅଧିକ ପଢ଼ନ୍ତୁ-ICC ହଠାତ୍ ନେଲେ ଏହି ବଡ଼ ନିଷ୍ପତ୍ତି, ଏହି ଦେଶଠାରୁ ଛଡ଼ାଇ ନେଲେ ଟି-20 ବିଶ୍ୱକପ ଆୟୋଜନ କରିବାର ଅଧିକାର!

ଅଧିକ ପଢ଼ନ୍ତୁ-ଟିମ୍ ଇଣ୍ଡିଆକୁ ମିଳିଗଲା ଋଷଭ ପନ୍ତଙ୍କ ରିପ୍ଲେସମେଣ୍ଟ! ନମ୍ୱର-୫ରେ ଖେଳିବେ ଏହି ଧୁରନ୍ଧର

 

ODI ସିରିଜ୍ ପାଇଁ ଅଷ୍ଟ୍ରେଲିଆ ଦଳ

ଷ୍ଟିଭ୍ ସ୍ମିଥ୍ (ଅଧିନାୟକ), ସଚନ୍ ଆବଟ୍ଟ, ଆଷ୍ଟନ୍ ଅଗର, ଆଲେକ୍ସ କେରି, ନାଥାନ୍ ଏଲିସ୍, କ୍ୟାମେରନ୍ ଗ୍ରୀନ୍, ଟ୍ରାଭିସ୍ ହେଡ୍, ଜୋସ୍ ହିଂଲିଶ୍, ମାର୍ନସ୍ ଲାବୁସାଗ୍ନେ, ମିଚେଲ ମାର୍ଶ, ଗ୍ଲେନ ମ୍ୟାକ୍ସୱେଲ, ମିଚେଲ ଷ୍ଟାର୍କ, ମାର୍କସ ଷ୍ଟୋଇନିସ, ଡେଭିଡ ୱାର୍ନର, ଆଡାମ ଜାମ୍ପା ।

Read More
{}{}