Hindi News >>Home >>Odisha Sports

IND vs AUS 2nd ODI: ସିରିଜ ହାତେଇଲା ଟିମ୍ ଇଣ୍ଡିଆ, ୯୯ ରନ୍ ବ୍ୟବଧାନରେ ଜିତିଲା ଦ୍ୱିତୀୟ ଦିନିକିଆ

India vs Australia 2nd ODI Match Result: ରବିବାର ଇନ୍ଦୋର ଠାରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ଭାରତୀୟ ଦଳର ଉଭୟ ବ୍ୟାଟିଂ-ବୋଲିଂ ଚମତ୍କାରିତା ଦେଖିବାକୁ ମିଳିଥିଲା।  

Advertisement
IND vs AUS 2nd ODI: ସିରିଜ ହାତେଇଲା ଟିମ୍ ଇଣ୍ଡିଆ, ୯୯ ରନ୍ ବ୍ୟବଧାନରେ ଜିତିଲା ଦ୍ୱିତୀୟ ଦିନିକିଆ
Stop
Zee Odisha Desk|Updated: Sep 24, 2023, 11:11 PM IST

India vs Australia 2nd ODI Match Highlights: ସେପ୍ଟମ୍ବର ୨୪ ତାରିଖ ରବିବାର ଇନ୍ଦୋର ସ୍ଥିତ ହୋଲକର ଷ୍ଟାଡ଼ିୟମ୍ ଠାରେ ଦ୍ୱିତୀୟ ଦିନିକିଆରେ ଟିମ ଇଣ୍ଡିଆ ସାମ୍ନାରେ ଆତ୍ମସମର୍ପଣ କରିଛି ଅଷ୍ଟ୍ରେଲିଆ ଦଳ। ଶୁଭମାନ ଗିଲ, ଶ୍ରେୟାସ ଆୟର ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ଜବରଦସ୍ତ ବ୍ୟାଟିଂ ପରେ ରବିଚନ୍ଦ୍ରନ ଅଶ୍ୱିନ ଏବଂ ରବୀନ୍ଦ୍ର ଜାଡେଜାଙ୍କ ସ୍ପିନ ମ୍ୟାଜିକ୍ ବଳରେ ଭାରତୀୟ ଦଳ ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ମୁକାବିଲାରେ ବିଜୟୀ ହୋଇଛି। ଏହା ସହିତ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ୨-୦ ବ୍ୟବଧାନରେ କବଜା କରିନେଇଛି।

ରବିବାର ବର୍ଷା ବାଧାପ୍ରାପ୍ତ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଟିମ ଇଣ୍ଡିଆ ନିର୍ଦ୍ଧାରିତ ୫୦ ଓଭର୍ ରେ ୫ ୱିକେଟ୍ ହରାଇ ୩୯୯ ରନ୍ ସଂଗ୍ରହ କରିଥିଲା। ଭାରତୀୟ ଦଳ ପକ୍ଷରୁ ଶ୍ରେୟସ୍ ଆୟର ୧୦୫,, ଶୁଭମନ ଗିଲ ୧୦୪ ଏବଂ ସୂର୍ଯ୍ୟକୁମାର ଯାଦବ ୭୨ ରନ୍ (ଅପରାଜିତ)  ସଂଗ୍ରହ କରିଥିଲେ)। ଏହା ପରେ ଅଷ୍ଟ୍ରେଲିଆ ପାଳିର ୯ ଓଭର ପରେ ବର୍ଷା ହୋଇଥିଲା। ଏହା ପରେ ଅଷ୍ଟ୍ରେଲିଆ ଟିମ୍ ସାମ୍ନାରେ ୩୩ ଓଭର ରେ ୩୧୭ ରନ୍ ର ସଂଶୋଧିତ ଲକ୍ଷ୍ୟ ସ୍ଥିର ହୋଇଥିଲା। ହେଲେ ଅଷ୍ଟ୍ରେଲିଆ ଦଳ ୨୮.୩ ଓଭର ଖେଳି ୨୧୭ ରନ୍ ସ୍କୋର କରିବାକୁ ସକ୍ଷମ ହୋଇଥିଲା। ଭାରତୀୟ ଦଳ ଦ୍ୱିତୀୟ ଦିନିକିଆକୁ ୯୯ ରନ୍ ବ୍ୟବଧାନରେ ଜିତି ନେଇଥିଲା।

ବର୍ଷା ବନ୍ଦ ହେବା ପରେ ଯେତେବେଳେ ଖେଳ ଆରମ୍ଭ ହେଲା, ସେତେବଳେ ଅଷ୍ଟ୍ରେଲିଆ ଦଳ  ୧୪୪ ବଲ ଖେଳି ୨୬୧ ରନ୍ ସ୍କୋର କରିଥିଲା। ଡେଭିଡ ୱାର୍ନର ଏବଂ ମାର୍ନସ୍ ଲାବୁସାଗ୍ନେ ପଡ଼ିଆରେ ଉପସ୍ଥିତ ଥିଲେ। ଉଭୟେ ଦ୍ରୁତ ଗତିରେ ସ୍କୋର କରିବା ଆରମ୍ଭ କରିଥିଲେ। ଲାଗୁଥିଲା ଯେ ଅଷ୍ଟ୍ରେଲିଆ ଟିମ୍ ଦ୍ୱିତୀୟ ଦିନିକଆକୁ ନିଜ ସପକ୍ଷକୁ ନେଇଯିବ। ହେଲେ ପରେ ଅଶ୍ୱିନ ନିଜର ଯାଦୁକରୀ ସ୍ପିନ୍ ସହିତ ମ୍ୟାଚ୍ କୁ ଭାରତୀୟ ଦଳ ସପକ୍ଷରେ ନେଇ ଆସିଥିଲେ। ଭାରତୀୟ ଦଳର ଯାଦୁକରୀ ବୋଲିଂ ସାମ୍ନାରେ ଅଷ୍ଟ୍ରେଲିଆ ୮ ୱିକେଟ ହରାଇ ୧୪୦ ରନ୍ ସଂଗ୍ରହ କରିଥିଲା। ଶେଷରେ ସୀନ୍ ଆବଟ୍ଟ ଏବଂ ଜୋସ୍ ହାଜଲେଉଡ୍ ପରାଜୟର ବ୍ୟବଧାନକୁ ହ୍ରାସ କରିଥିଲେ।

ସୀନ୍ ଆବଟ୍ଟ ୪ ଚୌକା ଏବଂ ୫ ଛକା ସହାୟତାରେ ୩୬ ବଲ୍ ଖେଳି ୫୪ ରନ୍ ସଂଗ୍ରହ କରିଥିଲେ। ସେ ଜୋସ୍ ହାଜଲେଉଡ୍ (୨୩) ଙ୍କ ସହ ମିଶି ନବମ ୱିକେଟ୍ ପାଇଁ ୭୭ ରନ୍ ଭାଗିଦାରୀ କରିଥିଲେ। ଏହାପୂର୍ବରୁ ଅଷ୍ଟ୍ରେଲୀୟ ଦଳ କ୍ରମାଗତ ଭାବରେ ୱିକେଟ ହରାଇବାରେ ଲାଗିଥିଲା। ଡେଭିଡ ୱାର୍ନର ଅର୍ଦ୍ଧଶତକ ହାସଲ କରିଥିଲେ। ହେଲେ ତାଙ୍କର ମୁକାବିଲା ଅଶ୍ୱିନଙ୍କ ସହ ଜାରି ରହିଥିଲା। ଶେଷରେ ଅଶ୍ୱିନ ୱାର୍ଣ୍ଣର ଙ୍କୁ ତାଙ୍କ କ୍ୟାରୋମ୍ ବଲ୍ ସହିତ ପାଭିଲିୟନ ପଠାଇ ଦେଇଥିଲେ। ୱାର୍ଣ୍ଣର ଆଉଟ ହେବା ପରେ ଅଷ୍ଟ୍ରେଲିଆ ଦଳର ୱିକେଟ ତାସ ମୁଠା ଭଳି ଭୁଷୁଡ଼ି ଯାଇଥିଲା। ଏହି ସମୟରେ ମାର୍ନସ୍ ଲାବୁଶେନ (୨୭), ଜୋସ୍ ଇଂଲିସ୍ (୦୬), ଆଲେକ୍ସ କେରି (୧୪), କ୍ୟାମେରନ୍ ଗ୍ରୀନ୍ (୧୯) ଏବଂ ଆଡାମ ଜାମ୍ପା (୦୫) ପାଭିଲିୟନ ଫେରି ଯାଇଥିଲେ।

ଭାରତୀୟ ଦଳ ପାଇଁ ଅଶ୍ୱିନୀ ୪୧ ରନ୍ ବ୍ୟୟ କରି ୩ ୱିକେଟ୍ ନେଇଥିଲେ। ସେହିପରି ଜାଡେଜା ୪୨ ରନ୍ ବ୍ୟୟ କରି ୩ ୱିକେଟ୍ ନେଇଥିଲେ। ଯେଉଁଠାରେ ପ୍ରସିଦ୍ଧି କୃଷ୍ଣା ୨ ଏବଂ ମହମ୍ମଦ ଶାମି ଗୋଟିଏ ଲେଖାଁଏ ୱିକେଟ ନେଇଥିଲେ। 

Read More
{}{}