Hindi News >>Home >>Odisha Sports

IND vs AFG: ଆଜି ଦ୍ୱିତୀୟ ଟି୨୦, ଭାରତର ଚୂଡ଼ାନ୍ତ ଏକାଦଶରୁ ବାଦ ପଡ଼ିପାରନ୍ତି ଏହି ଦୁର୍ଦ୍ଦାନ୍ତ ଖେଳାଳି

ଏହା ବ୍ୟତୀତ ଗତ ଟି୨୦ ପ୍ରଥମ ମୁକାବିଲାରେ ରବି ବିଷ୍ଣୋଇ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ୩ ଓଭର ବୋଲିଂ କରି ୩୫ ରନ ଦେଇ ଦଳ ପାଇଁ ବେସ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ଏଭଳି ସ୍ଥିତିରେ ତାଙ୍କୁ ଦଳରୁ ବାଦ ରଖିପାରନ୍ତି। ଏଭଳି ସ୍ଥିତିରେ କୁଳଦୀପ ଯାଦବଙ୍କୁ ଅଧିନାୟକ ରୋହିତ ଶର୍ମା ଦଳରେ ସୁଯୋଗ ଦେଇପାରନ୍ତି। 

Advertisement
IND vs AFG: ଆଜି ଦ୍ୱିତୀୟ ଟି୨୦, ଭାରତର ଚୂଡ଼ାନ୍ତ ଏକାଦଶରୁ ବାଦ ପଡ଼ିପାରନ୍ତି ଏହି ଦୁର୍ଦ୍ଦାନ୍ତ ଖେଳାଳି
Stop
Zee Odisha Desk|Updated: Jan 14, 2024, 04:16 PM IST

IND vs AFG: ନୂଆଦିଲ୍ଲୀ: ଆଫଗାନିସ୍ତାନ ବିପକ୍ଷ ଟି୨୦ ସିରିଜର ଦ୍ୱିତୀୟ ମ୍ୟାଚ ଇନ୍ଦୋରର ହୋଲକର ଷ୍ଟାଡିୟମରେ ଖେଳାଯିବ। ତେବେ ଏହି ସିରିଜ ଉପରେ କବଜା କରିବା ଲକ୍ଷରେ ଭାରତ ମୈଦାନକୁ ଓହ୍ଲାଇବ। ତେବେ ଏଥିପାଇଁ ଚୂଡା଼ନ୍ତ ଏକାଦଶରେ କିଛି ଟା ପରିବର୍ତ୍ତନ କରିପାରେ। ଦ୍ୱିତୀୟ ଟ୨୦ ମ୍ୟାଚରେ ଟିମକୁ ବିରାଟ କୋହଲି ପ୍ରତ୍ୟାବର୍ତ୍ତନ କରିପାରନ୍ତି। ପୂର୍ବ ମ୍ୟାଚ ପୂର୍ବରୁ ସେ ଜୋରଦାର ଅଭ୍ୟାସ ମଧ୍ୟ କରିଥିବା ଦେଖିବାକୁ ମିଳିଥିଲା। ତେବେ ବିରାଟ ଯଦି ଆଜିର ମ୍ୟାଚ ଖେଳନ୍ତି ତେବେ ୪୨୯ ଦିନ ପରେ ଟି୨୦ରେ ବିରାଟ ଓ ରୋହିତଙ୍କ ପାର୍ଟନରସିପ ଦେଖିବାକୁ ପାଇବେ।

ସେହିପରି ଆଜିର ମ୍ୟାଚରୁ କିଛି ଖେଳାଳି ବାଦ ପଡ଼ିବା ନେଇ ଆଶଙ୍କା କରାଯାଉଛି। ଶୁବମନ ଗିଲ ଓ ରବି ବିଷ୍ଣୋଇ ଦଳରୁ ବାଦ ପଡ଼ିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି। ଏହି ଦୁଇ ଖେଳାଳିଙ୍କ ନାଁ ଆଗରେ ରହିଛି। ଗିଲ ଯଦିଓ ପ୍ରଥମ ଟି୨୦ରେ ଆକ୍ରାମକ ପ୍ରଦର୍ଶନ କରିଥିଲେ, କିନ୍ତୁ କୋଚ ରାହୁଲ ଦ୍ରାବିଡ଼ଙ୍କ ପ୍ରଥମ ପସନ୍ଦ ରହିଥିଲେ ଯଶସ୍ୱି ଜୟସ୍ୱାଲ। ଯଦିଓ ଜୟସ୍ୱାଲଙ୍କ ଆହତ ସମସ୍ୟା କାରଣରୁ ଗିଲଙ୍କୁ ଦଳରେ ସ୍ଥାନ ମିଳିଥିଲା। ଜୟସ୍ୱାଲ ଏବେ ସୁସ୍ଥ ହୋଇ ସାରିଛନ୍ତି। ତେବେ ଆଶା କରାଯାଉଛି କି କୋଚ ରାହୁଲ ଦ୍ରାବିଡ଼ ତାଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ଦେଇ ପାରନ୍ତି।

ଏହା ବ୍ୟତୀତ ଟି୨୦ ମୁକାବିଲାରେ ରବି ବିଷ୍ଣୋଇ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ୩ ଓଭର ବୋଲିଂ କରି ୩୫ ରନ ଦେଇ ଦଳ ପାଇଁ ବେସ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ଏଭଳି ସ୍ଥିତିରେ ତାଙ୍କୁ ଦଳରୁ ବାଦ ରଖିପାରନ୍ତି। ଏଭଳି ସ୍ଥିତିରେ କୁଳଦୀପ ଯାଦବଙ୍କୁ ଅଧିନାୟକ ରୋହିତ ଶର୍ମା ଦଳରେ ସୁଯୋଗ ଦେଇପାରନ୍ତି। 

ଭାରତୀୟ ସମ୍ଭାବ୍ୟ ଦଳ
ରୋହିତ ଶର୍ମା (ଅଧିନାୟକ), ଯଶସ୍ୱି ଜୟସ୍ୱାଲ, ବିରାଟ କୋହଲି, ଶିବମ ଦୁବେ, ରିଙ୍କୁ ସିଂହ, ଜିତେଶ ଶର୍ମା, ଅକ୍ଷର ପଟେଲ, ୱାସିଂଟନ ସୁନ୍ଦର, କୁଳଦୀପ ଯାଦବ, ଅର୍ଶଦୀପ ସିଂହ, ମୁକେଶ କୁମାର 

Read More
{}{}