Hindi News >>Home >>Odisha Sports

ଭାରତକୁ ଅଡୁଆରେ ପକାଇଲା ୱେଲିଂଟନ୍ ବର୍ଷା, ସେମି ଫାଇନାଲ୍ ଖେଳିବାକୁ ନେଇ କଠିନ ହେଲା ରାସ୍ତା

ICC ମହିଳା ବିଶ୍ୱକପ୍ କ୍ରିକେଟରେ ସେମିଫାଇନାଲ ଖେଳିବାର ଆଶା ଟିମ୍ ଇଣ୍ଡିଆ ପାଇଁ ଉଜ୍ଜିବୀତ ରହିଛି । ଯଦିଓ ୱେଲିଂଟନ୍ ବର୍ଷା ଏବଂ ଇଂଲଣ୍ଡର ସହଜ ବିଜୟ ଦଳ ପାଇଁ ଟେନସନ୍ ବଢ଼ାଇଛି । 

Advertisement
(ଫାଇଲ ଫଟୋ)
Stop
DEBESH NAHAK|Updated: Mar 24, 2022, 02:05 PM IST

ICC Women's World Cup: ବାରମ୍ବାର ବର୍ଷା ଯୋଗୁଁ ବିଶ୍ୱକପ୍ ମୁକାବିଲାରେ ୱେଷ୍ଟଇଣ୍ଡିଜ୍ ଓ ଦକ୍ଷିଣ ଆଫ୍ରିକା ମ୍ୟାଚ୍ ବାତିଲ ହୋଇଛି । ୫୦ ଓଭର ବଦଳରେ ମ୍ୟାଚକୁ ୨୬ ଓଭର କରାଯାଇଥିଲେ ସୁଦ୍ଧା ଏହି ମ୍ୟାଚ ସମ୍ଭବ ହୋଇନଥିଲା । ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକାର ବିପର୍ଯ୍ୟୟର ସମ୍ମୁଖିନ ହୋଇଥିଲା । ମାତ୍ର ୨୨ ରନରେ ୪ ଜଣ ଟପ୍ ଅର୍ଡର ଖେଳାଳିଙ୍କୁ ହରାଇ ଦକ୍ଷିଣ ଆଫ୍ରିକା ଦଳ ଅଡୁଆରେ ପଡ଼ିଥିଲା । ତେବେ, ଡୁ ପ୍ରିଜ୍ ପରିସ୍ଥିତିକୁ ସମ୍ଭାଳିଥିଲେ । ସେ ୩୧ ବଲରୁ ୩୮ ଓ ଅଲରାଉଣ୍ଡର ଏମ୍.କାପ୍ ୮ ବଲରୁ ୫ ରନ୍ କରି ଅପରାଜିତ ଥିବାବେଳେ ପୁଣି ଥରେ ବର୍ଷା ହୋଇଥିଲା । ପରେ ଆଉ ଖେଳ ସମ୍ଭବପର ହୋଇନଥିଲା । ଦକ୍ଷିଣ ଆଫ୍ରିକା ୧୦.୫ ଓଭରରେ ୪ ୱିକେଟ୍ ହରାଇ ୬୧ ରନ୍ କରିଥିବା ବେଳେ ମ୍ୟାଚକୁ ବାତିଲ ଘୋଷଣା କରାଯାଇଥିଲା । ତେଣୁ ଉଭୟ ଦକ୍ଷିଣ ଆଫ୍ରିକା ଓ ୱେଷ୍ଟଇଣ୍ଡିଜକୁ ଏକ ପଏଣ୍ଟ (POINT) ଲେଖାଏଁ ମିଳିଛି ।

ୱେଲିଂଟନରେ ବର୍ଷା ଯୋଗୁଁ ଦକ୍ଷିଣ ଆଫ୍ରିକା ଫାଇଦାରେ ରହିଛି । ଅଷ୍ଟ୍ରେଲିଆ ପରେ ଦ୍ୱିତୀୟ ଟିମ୍ ଭାବେ ଏହି ଦଳ ସେମିରେ ପ୍ରବେଶ କରିଛି । ୯ ପଏଣ୍ଟ ପାଇ ସେମି ଟିକେଟ ଦକ୍ଷିଣ ଆଫ୍ରିକା ପାଇଛି । ୱେଷ୍ଟଇଣ୍ଡିଜ ୭ ମ୍ୟାଚରୁ ୩ ବିଜୟ, ୩ ପରାଜୟ ସହ ଗୋଟିଏ ବାତିଲ ମ୍ୟାଚରେ ୭ ପଏଣ୍ଟ ପାଇ ତୃତୀୟ ସ୍ଥାନରେ ରହିଛି ।

ସେପଟେ, ଖ୍ରୀଷ୍ଟଚର୍ଚ୍ଚରେ ପାକିସ୍ତାନକୁ ୯ ୱିକେଟରେ ହରାଇ ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନରେ ପହଞ୍ଚିଛି ଇଂଲଣ୍ଡ । ୬ ମ୍ୟାଚରୁ ସମାନ ସଂଖ୍ୟାକ ବିଜୟ ଓ ପରାଜୟ ସହ ଇଂଲଣ୍ଡ ୬ ପଏଣ୍ଟ ହାସଲ କରିଛି । ଇଂଲଣ୍ଡର ବିଜୟ ଯୋଗୁଁ ଟିମ୍ ଇଣ୍ଡିଆ ପଞ୍ଚମ ସ୍ଥାନକୁ ଖସିଛି ।

ୱେଲିଂଟନରେ ୱେଷ୍ଟଇଣ୍ଡିଜ-ଦକ୍ଷିଣ ଆଫ୍ରିକା ମ୍ୟାଚ୍ ବାତିଲ ଏବଂ ପାକିସ୍ତାନ ବିପକ୍ଷରେ ଇଂଲଣ୍ଡର ସହଜ ବିଜୟ ଟିମ୍ ଇଣ୍ଡିଆକୁ ଅଡୁଆରେ ପକାଇଛି । ଭାରତ ସେମି ଖେଳିବା ଆଶା ଉଜ୍ଜିବୀତ ରଖିଥିବା ବେଳେ ଦଳକୁ ବଡ଼ ପରଫରମାନ୍ସ ଦେବାକୁ ପଡ଼ିବ ।

ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ସେମି ଫାଇନାଲରେ ନିଜ ନିଜ ସ୍ଥାନ ପକ୍କା କରିଛନ୍ତି । ୭ ପଏଣ୍ଟ ସହ ଇଂଲଣ୍ଡ ଓ ଭାରତର ପରବର୍ତ୍ତୀ ମ୍ୟାଚ୍ ଫଳାଫଳକୁ ୱେଷ୍ଟଇଣ୍ଡିଜ ଅପେକ୍ଷା କରିଛି । ଇଂଲଣ୍ଡ ଓ ଭାରତ ନିକଟରେ ଗୋଟିଏ ଲେଖାଏଁ ମ୍ୟାଚ୍ ରହିଛି । ଉଭୟ ୬ ପଏଣ୍ଟ ଲେଖାଏଁ ପାଇଥିବା ବେଳେ କିନ୍ତୁ ଇଂଲଣ୍ଡ ନେଟ୍ ରନରେଟରେ ଆଗୁଆ ରହିଛି । ତେଣୁ ଭାରତ ତାର ଶେଷ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କଲେ ସେମି ଖେଳିବ । କାରଣ ଇଂଲଣ୍ଡ ଶେଷ ମ୍ୟାଚରେ ଦୁର୍ବଳ ବାଂଲାଦେଶକୁ ହରାଇ ସେମିରେ ପହଞ୍ଚିବା ଏକପ୍ରକାର ନିଶ୍ଚିତ । ଦୁର୍ଭାଗ୍ୟବଶତଃ ବାଂଲାଦେଶ ଠାରୁ ଇଂଲଣ୍ଡ ହାରିଗଲେ ଭାରତ ପାଇଁ ସୁଯୋଗ । ଭାରତ ପରବର୍ତ୍ତୀ ମ୍ୟାଚ୍ ହାରିଲେ ବି ନେଟ୍ ରନରେଟ୍ ଭଲ ଥିଲେ ଚତୁର୍ଥ ଟିମ୍ ଭାବେ ଏଣ୍ଚ୍ରି କରିପାରିବ। ଇଂଲଣ୍ଡର ଆଶା ଶତ ପ୍ରତିଶତ ଥିବାବେଳେ ଭାରତ ପାଇଁ କର ବା ମର ପରିସ୍ଥିତି । ସେପଟେ, ଉଭୟ ଟିମରୁ ଗୋଟିଏ ଦଳ ହାରିଗଲେ ୱେଷ୍ଟଇଣ୍ଡିଜକୁ ଟିକେଟ୍ ମିଳିବ । ନ୍ୟୁଜିଲାଣ୍ଡ ଯଦି ପରବର୍ତ୍ତୀ ମ୍ୟାଚ୍ ବଡ଼ ବ୍ୟବଧାନରେ ଜିତେ ଏବଂ ଭାରତ, ଇଂଲଣ୍ଡ ବଡ଼ ବ୍ୟବଧାନରେ ପରାସ୍ତ ହୁଅନ୍ତି, ତେବେ ଦଳ ପାଇଁ ସୁଯୋଗ ସୃଷ୍ଟି ହୋଇପାରେ ।

Read More
{}{}