Hindi News >>Home >>Odisha Sports

ICC Test Ranking: ଏକ ନମ୍ବର ବୋଲର ହେଲେ ରବୀଚନ୍ଦ୍ରନ ଅଶ୍ୱିନ୍, ପଛରେ ପଡ଼ିଲେ ୪୦ ବର୍ଷୀୟ ସ୍ୱିଙ୍ଗ୍ କିଙ୍ଗ ଜେମ୍ସ ଆଣ୍ଡରସନ

ICC Test Cricket Bowler Ranking: ଗୋଟିଏ ପଟେ ଯେଉଁଠି ରବୀଚନ୍ଦ୍ରନ୍ ଅଶ୍ୱିନ୍ ପ୍ରଥମ ସ୍ଥାନରେ ପହଞ୍ଚିଛନ୍ତି। ହେଲେ ଅନ୍ୟପଟେ ତାଙ୍କ ସାଥୀ ରବିନ୍ଦ୍ର ଜାଡେଜା ମଧ୍ୟ ପଛରେ ପଡ଼ିନାହାଁନ୍ତି। ବର୍ଡର ଗାଭାସ୍କର ଟ୍ରଫିରେ ଜଡେଜାଙ୍କୁ ମଧ୍ୟ ଭଲ ବୋଲିଂ ଏବଂ ବ୍ୟାଟିଂର ଫାଇଦା ମିଳିଛି।

Advertisement
 ICC Test Ranking: ଏକ ନମ୍ବର ବୋଲର ହେଲେ ରବୀଚନ୍ଦ୍ରନ ଅଶ୍ୱିନ୍, ପଛରେ ପଡ଼ିଲେ ୪୦ ବର୍ଷୀୟ ସ୍ୱିଙ୍ଗ୍ କିଙ୍ଗ ଜେମ୍ସ ଆଣ୍ଡରସନ
Stop
Zee Odisha Desk|Updated: Mar 01, 2023, 08:36 PM IST

Ravichandran Ashwin Beats James Anderson: ଟେଷ୍ଟ କ୍ରିକେଟ ଜଗତରେ ଭାରତୀୟ ଦଳର ସବୁଠାରୁ ନିର୍ଭରଯୋଗ୍ୟ ବୋଲର କୁହାଯାଉଥିବା ରବୀଚନ୍ଦ୍ରନ୍ ଅଶ୍ୱିନ୍ ଆଉ ଏକ ବଡ଼ ସଫଳତା ପାଇଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଉଥିବା ବର୍ଡର ଗାଭାସ୍କର ଟ୍ରଫି ଟେଷ୍ଟ ଶୃଙ୍ଖଳାର ପ୍ରଥମ ଦୁଇଟି ମୁକାବିଲାରେ ଅଶ୍ୱିନ ଆଶ୍ଚର୍ଯ୍ୟଜନକ ପ୍ରଦର୍ଶନ କରିଛନ୍ତି। ବର୍ତ୍ତମାନ ଭାରତୀୟ ସ୍ପିନର ରବୀଚନ୍ଦ୍ରନ୍ ଅଶ୍ୱିନ୍ ଆଇସିସି ପୁରୁଷ ଟେଷ୍ଟ ମାନ୍ୟତାରେ ଏହାର ଲାଭ ପାଇଛନ୍ତି। ଟେଷ୍ଟ କ୍ରିକେଟ ଜଗତରେ ସ୍ପିନର ଅଶ୍ୱିନ ବର୍ତ୍ତମାନ ବିଶ୍ୱର ବୋଲର ତାଲିକାରେ ପ୍ରଥମ ସ୍ଥାନରେ ପହଞ୍ଚିଛନ୍ତି।

ଆଇସିସି ଦ୍ୱାରା ପ୍ରକାଶିତ ସର୍ବଶେଷ ଟେଷ୍ଟ୍ ର଼୍ୟାଙ୍କିଂ ଅନୁସାରେରେ ଅଶ୍ୱିନଙ୍କ ରେଟିଂ ପଏଣ୍ଟ ୮୬୪ ହୋଇଛି। ପ୍ରଥମ ସ୍ଥାନରେ ପହଞ୍ଚିବା ପାଇଁ ଅଶ୍ୱିନ ଆଉ ପାଦେ ଆଗକୁ ଯାଇଛନ୍ତି। ଅଶ୍ୱିନ୍ ଜେମ୍ସ ଆଣ୍ଡରସନଙ୍କ ପାଖରୁ ଏକ ନମ୍ବର ମୁକୁଟ ଛଡ଼ାଇ ନେଇଛନ୍ତି। ଯିଏ କ୍ରିକେଟ ଦୁନିଆରେ ସ୍ୱିଙ୍ଗର କିଙ୍ଗ ନାମରେ ଜଣାଶୁଣା। ଗତ ସପ୍ତାହରେ ଆଣ୍ଡରସନ ପ୍ରଥମ ଆସନରେ ବସିଥିଲେ। ହେଲେ ବର୍ତ୍ତମାନ ଅଶ୍ୱିନ ତାଙ୍କୁ ହଟାଇ ଦେଇଛନ୍ତି। ୪୦ ବର୍ଷ ବୟସରେ ଅଧିକ ବିପଜ୍ଜନକ ବୋଲିଂ କରିଥିବା ଆଣ୍ଡରସନଙ୍କୁ ପଛରେ ପକାଇବା କୋଣସି ସହଜ କଥା ନୁହେଁ।

ଗୋଟିଏ ପଟେ ଯେଉଁଠି ରବୀଚନ୍ଦ୍ରନ୍ ଅଶ୍ୱିନ୍ ପ୍ରଥମ ସ୍ଥାନରେ ପହଞ୍ଚିଛନ୍ତି। ହେଲେ ଅନ୍ୟପଟେ ତାଙ୍କ ସାଥୀ ରବିନ୍ଦ୍ର ଜାଡେଜା ମଧ୍ୟ ପଛରେ ପଡ଼ିନାହାଁନ୍ତି। ବର୍ଡର ଗାଭାସ୍କର ଟ୍ରଫିରେ ଜଡେଜାଙ୍କୁ ମଧ୍ୟ ଭଲ ବୋଲିଂ ଏବଂ ବ୍ୟାଟିଂର ଫାଇଦା ମିଳିଛି। ଜାଡେଜା କେବଳ ଟେଷ୍ଟ କ୍ରିକେଟରେ ବିଶ୍ୱର ଏକ ନମ୍ବର ଅଲରାଉଣ୍ଡର ହୋଇନାହାଁନ୍ତି ବରଂ ବିଶ୍ୱର ଅଷ୍ଟମ ଶ୍ରେଷ୍ଠ ବୋଲର ମଧ୍ୟ ହୋଇଛନ୍ତି। ଜାଡେଜା ରାଙ୍କିଙ୍ଗରେ ଗୋଟିଏ ସ୍ଥାନ ଉପରକୁ ଉଠି ବର୍ତ୍ତମାନ ନବମ ସ୍ଥାନରୁ ଅଷ୍ଟମ ସ୍ଥାନରେ ପହଞ୍ଚିଛନ୍ତି।

ବିଶ୍ୱର ଶ୍ରେଷ୍ଠ ୧୦ ବୋଲର

  • ୧: ରବୀଚନ୍ଦ୍ରନ ଅଶ୍ୱିନ୍
  • ୨: ଜେମ୍ସ ଆଣ୍ଡରସନ
  • ୩: ପଟ୍ କମିନସ୍
  • ୪:ଜସପ୍ରତୀ ବୁମରା
  • ୫:ଶାହୀନ ଆଫ୍ରିଦୀ 
  • ୬: ଓଲି ରବିନସନ୍
  • ୭: କାସିଗୋ ରାବାଡା 
  • ୮: ରବୀଦ୍ର ଜାଡେଜା
  • ୯: କାଇଲ୍ ଜାମିସନ୍
  • ୧୦: ମିଚେଲ ଷ୍ଟାର୍କ
Read More
{}{}