Hindi News >>Home >>Odisha Sports

ICC ବିସିସିଆଇକୁ ଦେଲା ଏକ ବଡ ଉପହାର; 'ଇର୍ଷା' କରିବ ପାକିସ୍ତାନ

IPL: ଯେତେବେଳେ ପାକିସ୍ତାନର ବିରୋଧ ବିଷୟରେ ପଚରାଗଲା, ସେତବେଳେ ଆଇସିସି ବୋର୍ଡର ଜଣେ ସଦସ୍ୟ ହସି ହସି ଉତ୍ତର ଦେଲେ, 'ରମିଜଙ୍କ ସମସ୍ୟା ହେଉଛି ଯେ ତାଙ୍କୁ ନିଜ ଦେଶର ଗଣମାଧ୍ୟମକୁ କିଛି କଥା କହିବାକୁ ପଡିବ ଓ ସେ ଯାହା ଠିକ୍ ତାହା କରନ୍ତି ।

Advertisement
ସୌ: ସୋସିଆଲ ମିଡିଆ
Stop
Jagdish Barik|Updated: Jul 16, 2022, 06:48 PM IST

IPL: ଶେଷରେ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (International Cricket Council) ବିସିସିଆଇର (Board of Control for Cricket in India) ଇଚ୍ଛା ପୂରଣ କରିଛି, ଯାହା କିଛି ମାସ ପୂର୍ବରୁ ବୋର୍ଡ ସଚିବ ଜୟ ଶାହାଙ୍କ (Jay Shah) ଦ୍ୱାରା ସୂଚିତ କରାଯାଇଥିଲା । ୨୦୨୪ ବର୍ଷରୁ ଆରମ୍ଭ ହେବାକୁ ଥିବା ଫ୍ୟୁଚର ଟୁର୍ ପ୍ରୋଗ୍ରାମ୍ (FTH) ରେ, ବିଶେଷ ଭାବରେ ଆଇପିଏଲ୍ (Indian Premier League) ପାଇଁ ଅଢ଼େଇ ମାସର ବ୍ୟବସ୍ଥା ଅଛି । ଏବଂ ଏହି ସମୟ ମଧ୍ୟରେ କୌଣସି ଅନ୍ତର୍ଜାତୀୟ କ୍ରିକେଟ୍ ସ୍ଥିର ହୋଇନାହିଁ । ଗତ ମାସରେ, ଆଇପିଏଲ୍ ମିଡିଆ ଅଧିକାର ଚୁକ୍ତିନାମା ଅନୁଯାୟୀ, ବିସିସିଆଇ ସଚିବ ଜୟ ଶାହା ନିଶ୍ଚିତ କରିଥିଲେ ଯେ ପରବର୍ତ୍ତୀ FTP ରେ ଚମତ୍କାର ଟି-୨୦ ଲିଗ୍ ପାଇଁ ଅଢ଼େଇ ମାସର ବ୍ୟବସ୍ଥା ରହିବ ।

ଜୁନ୍ ୧୩ ରେ ଏକ ସାକ୍ଷାତକାରରେ ଶାହା କହିଥିଲେ,'ଆଇସିସି ଏଫଟିପି କ୍ୟାଲେଣ୍ଡରରୁ ଅଢ଼େଇ ମାସର ଏକ ଅଫିସିଆଲ୍ ୱିଣ୍ଡୋ ରହିବ, ଯାହାଫଳରେ ସମସ୍ତ ଅନ୍ତର୍ଜାତୀୟ କ୍ରିକେଟର ଅଂଶଗ୍ରହଣ କରିପାରିବେ । ବିଭିନ୍ନ ବୋର୍ଡ ବ୍ୟତୀତ ଆମେ ଆଇସିସି ସହିତ ମଧ୍ୟ ଆଲୋଚନା କରିଛୁ । ଏକ ୱେବସାଇଟ୍ ର ରିପୋର୍ଟ ଅନୁଯାୟୀ, ଆଇସିସିର ଡ୍ରାଫ୍ଟରେ ଆଇପିଏଲ ପାଇଁ ଆଉ ଦୁଇ ସପ୍ତାହ ରହିଛି । ଏହା ପୂର୍ବରୁ ମାର୍ଚ୍ଚ ଶେଷରୁ ମେ' ମାସ ଶେଷ ପର୍ଯ୍ୟନ୍ତ ଚାଲୁଥିଲା କିନ୍ତୁ ବର୍ତ୍ତମାନ ଦୁଇ ସପ୍ତାହ ବୃଦ୍ଧି ସହିତ ଏହା ଜୁନ୍ ପର୍ଯ୍ୟନ୍ତ ଚାଲିବ ।

ଯଦିଓ ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ଏହାକୁ ବିରୋଧ କରିବ କାରଣ ଏହାର ଖେଳାଳିଙ୍କୁ ଏହି ଲିଗରୁ ବାରଣ କରାଯାଇଛି । ତେବେ ଆଇସିସିର ଅନ୍ୟ ସଦସ୍ୟଙ୍କଠାରୁ ରମିଜ ରାଜାଙ୍କ ସମର୍ଥନ ପାଇବା ସମ୍ଭବ ନୁହେଁ । ବିଦେଶୀ ଖେଳାଳିଙ୍କୁ ଆଇପିଏଲ ସର୍ବାଧିକ ଟଙ୍କା ଦେଇଥାଏ । ତାଙ୍କ ସମ୍ପୃକ୍ତ ବୋର୍ଡ ଖେଳାଳିଙ୍କ ବେତନର ୧୦ ପ୍ରତିଶତ ପାଇଥାଏ । ଏଭଳି ପରିସ୍ଥିତିରେ ଅଧିକାଂଶ ଶୀର୍ଷ ଦେଶ ଆଇପିଏଲ୍ ସମୟରେ କୌଣସି ମ୍ୟାଚ୍ କରନ୍ତି ନାହିଁ ।

ପାକିସ୍ତାନର ବିରୋଧ ବିଷୟରେ ପଚରାଯିବାରୁ ଆଇସିସି ବୋର୍ଡର ଜଣେ ସଦସ୍ୟ ହସି ହସି ଉତ୍ତର ଦେଇ କହିଛନ୍ତି ଯେ ରମିଜଙ୍କ ସମସ୍ୟା ହେଉଛି ଯେ ତାଙ୍କୁ ନିଜ ଦେଶର ଗଣମାଧ୍ୟମକୁ କିଛି କଥା କହିବାକୁ ପଡିବ ଓ ସେ ଯାହା ଠିକ୍ ତାହା କରନ୍ତି । “ତେବେ ଆଇସିସି ବୈଠକରେ ତାଙ୍କର ପ୍ରଦର୍ଶନ ସମାନ ନୁହେଁ । ସେ କଦାପି ଜୋରଦାର ବିରୋଧ କରିନଥିଲେ । ବୋର୍ଡ ଏହା ଚାହୁଁଛି ଓ ଖେଳାଳିମାନେ ଏହା ଚାହାଁନ୍ତି ।' ଆଇପିଏଲରେ ଆଠଟି ଦଳ ୬୦ ଟି ମ୍ୟାଚ୍ ଖେଳୁଥିଲେ, କିନ୍ତୁ ଗୁଜୁରାଟ ଟାଇଟାନ୍ସ ଓ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ଯୋଗଦେବା ପରେ ଏଥର ୧୦ଟି ଟିମ ଆଇପିଏଲରେ ମୋଟ ୭୪ ଟି ମ୍ୟାଚ୍ ଆୟୋଜିତ ହୋଇଥିଲା । ଭବିଷ୍ୟତରେ ମ୍ୟାଚ୍ ସଂଖ୍ୟା ୮୪ ଓ ତା’ପରେ ୯୪ ହେବ ।

ଏହା ବି ପଢ଼ନ୍ତୁ: ବାବର ଆଜାମଙ୍କ ଟ୍ୱିଟର ଜବାବ ଦେଲେ ବିରାଟ କୋହଲି; ଜାଣନ୍ତୁ କ'ଣ ଲେଖିଲେ

Read More
{}{}