Hindi News >>Home >>Odisha Sports

Hockey World Cup Arrival: ଭୁବନେଶ୍ଵରରେ ପହଞ୍ଚିଲା ହକି ବିଶ୍ୱକପ୍ ଟ୍ରଫି, ସ୍ୱାଗତ କଲେ ରାଜ୍ୟବାସୀ

Hockey World Cup Arrival: କିଛିଦିନ ତଳେ ମୁଖ୍ୟ ଶାସନ ସଚିବ ହକି ଖେଳ ଓ ଖେଳାଳିଙ୍କ ସୁବିଧା ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଥିଲେ । ଉଭୟ କଳିଙ୍ଗ ଓ ରାଉରକେଲା ଷ୍ଟାଡିୟମରେ ସମସ୍ତ ବନ୍ଦୋବସ୍ତ କରାଯାଇଛି । ଆସନ୍ତା ୧୩ ତାରିଖରୁ ଓଡ଼ିଶାରେ ଆରମ୍ଭ ହେଉଛି ପୁରୁଷ ହକି ବିଶ୍ବକପ । ଏଥିରେ ୧୬ଟି ଟିମ୍ ଅଂଶଗ୍ରହଣ କରିବେ । 

Advertisement
Hockey World Cup Arrival: ଭୁବନେଶ୍ଵରରେ ପହଞ୍ଚିଲା  ହକି ବିଶ୍ୱକପ୍ ଟ୍ରଫି, ସ୍ୱାଗତ କଲେ ରାଜ୍ୟବାସୀ
Stop
Rasmita Sahoo|Updated: Dec 25, 2022, 03:17 PM IST

Hockey World Cup Arrival: ଧୀରେ ଧୀରେ ସମସ୍ତଙ୍କ ମନରେ ବଢ଼ୁଛି ହକି ବିଶ୍ବକପ ଉତ୍କଣ୍ଠା । କାରଣ ଆଉ କିଛିଦିନ ପରେ ଆମ ରାଜ୍ୟ ଓଡ଼ିଶାରେ ହକି ମହାକୁମ୍ଭ । ଆଉ ଆଜି ସାରା ଦେଶରେ ପରିକ୍ରମା କରି ଓଡ଼ିଶାକୁ ଫେରିଛି FIH ଓଡ଼ିଶା ପୁରୁଷ ହକି ବିଶ୍ୱକପ୍ ଟ୍ରଫି । ରାଜ୍ୟରେ ପହଞ୍ଚିବା ପରେ ଆଜିଠୁ ଓଡ଼ିଶାର ସବୁ ଜିଲ୍ଲା ପରିକ୍ରମା କରିବ ଟ୍ରଫି । ସୁନ୍ଦରଗଡ଼ରେ ଏହି ବିଶ୍ୱକପ ଟ୍ରଫି ୧୭ଟି ବ୍ଲକ୍ ପରିକ୍ରମା କରିବ । ଏହାଦ୍ବାରା ଲୋକଙ୍କ ମଧ୍ୟରେ ଉତ୍ସାହ ବଢ଼ିବ ବୋଲି କୁହାଯାଇଛି । ୨୧ ଦିନ ଧରି ହକି ବିଶ୍ବକପ ଟ୍ରଫି ଦେଶର ୧୩ ସହର ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ପରିକ୍ରମା କରିସାରିଛି । 

ଓଡ଼ିଶାକୁ ଟ୍ରଫି ଫେରିବା ପରେ ସ୍ୱାଗତ କରିବାକୁ ବିମାନବନ୍ଦରରେ ହକି ଇଣ୍ଡିଆର (Hockey India President) ସଭାପତି ଦିଲ୍ଲୀପ ତିର୍କୀ , କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା, ମନ୍ତ୍ରୀ ଅଶୋକ ପଣ୍ଡା, ମେୟର ସୁଲୋଚନା ଦାସ, କ୍ରୀଡା ବିଭାଗର ଅଧିକାରୀ ଓ ଅନ୍ୟ କର୍ପୋରେଟର୍ ପହଞ୍ଚିଥିଲେ । ଟ୍ରଫିକୁ କ୍ରୀଡା ମନ୍ତ୍ରୀ ଭୁବନେଶ୍ୱର ମେୟରଙ୍କୁ (Bhubaneswar Mayor) ହସ୍ତାନ୍ତର କରିବା ପରେ ଏହାକୁ ରାଜଧାନୀରେ ପରିକ୍ରମା କରାଯାଇଛି । କଡା ସୁରକ୍ଷା ଭିତରେ ଟ୍ରଫିକୁ ବାଇକ ରାଲିରେ ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ନିଆଯାଇଥିଲା । ଏବଂ ସେଠାରେ ଏହାକୁ ସାର୍ବଜନୀନ ଭାବେ ପ୍ରଦର୍ଶିତ କରାଯାଇଥିଲା । 

Also Read: IPL 2023 Mini Auction: କୋଟି କୋଟି ଟଙ୍କାରେ ବିକ୍ରି ହେଲେ ଏହି ଖେଳାଳି, ସାଙ୍ଗ କହିଲେ ଋଣ ଟଙ୍କା ଏବେ ସୁଝିଦେ

ସେପଟେ ଆଜିଠାରୁ ଭୁବନେଶ୍ୱରରେ ରାହାଗିରି(Rahagiri) ଅର୍ଥାତ୍ ପଥୋତ୍ସବର ଆୟୋଜନ କରାଯାଇଛି। ଜନ ସମୁଦ୍ର ମଧ୍ୟରେ ଆଜି ବିଶ୍ୱକପ ଟ୍ରଫି ମଧ୍ୟ ପହଞ୍ଚିଛି। ଏଥିପାଇଁ ଲୋକଙ୍କ ମନରେ ଉତ୍କଣ୍ଠା ଆହୁରି ବେଶ ବଢିଯାଇଛି।  ସ୍ମାର୍ଟ ଜନପଥରେ ଆଜି ସକାଳୁ ସକାଳୁ ଲାଗିଥିଲା ଗହଳି । ବିଭିନ୍ନ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମରେ ଝୁମିଛନ୍ତି ରାଜଧାନୀବାସୀ । ମିନି ମାରାଥନ ସହ ରାଜରାସ୍ତାରେ ଦେଖିବାକୁ ମିଳିଥିଲା ଖେଳକୁଦ । ତେବେ ଦୀର୍ଘ ଦୁଇ ବର୍ଷ ପରେ ପଥୋତ୍ସବର (Patha Utsav) ଆୟୋଜନ କରାଯାଇଥିବାରୁ ରାଜଧାନୀ ବାସୀ ବି ବେଶ ଖୁସ୍ । ଅନ୍ୟପଟେ ଏହି ଖୁସିକୁ ଆଉ କିଛିଦିନ ପରେ ଦ୍ୱି-ଗୁଣିତ କରିବ ହକି ମହାକୁମ୍ଭ। 

Also Read: IND vs BAN 2nd Test: ବିରାଟ କୋହଲିଙ୍କୁ ଖରାପ ଭାଷାରେ ଗାଳି ଦେଲେ ବାଂଲାଦେଶର ସବୁଠାରୁ ସିନିୟର ଖେଳାଳି, ମିଳିଲା ଉପଯୁକ୍ତ ଜବାବ

ସୂଚନା ଅନୁସାରେ ଆସନ୍ତା ୧୩ ତାରିଖରୁ ଓଡ଼ିଶାରେ ଆରମ୍ଭ ହେଉଛି ପୁରୁଷ ହକି ବିଶ୍ବକପ (Hockey World Cup) । ଏଥିରେ ୧୬ଟି ଟିମ୍ ଅଂଶଗ୍ରହଣ କରିବେ । ଭୁବନେଶ୍ବର ଓ ରାଉରକେଲାରେ ଖେଳାଯିବ ବିଶ୍ୱକପର ସମସ୍ତ ମ୍ୟାଚ ।  ଜାନୁଆରୀ ୧୩ରୁ ହକି ବିଶ୍ବକପ ଆରମ୍ଭ ହେବାକୁ ଥିବା ବେଳେ ୨୯ ଜାନୁଆରୀରେ ଭୁବନେଶ୍ୱରରେ କଳିଙ୍ଗ ଷ୍ଟାଡିୟମରେ ଫାଇନାଲ ମ୍ୟାଚ୍ ଖେଳାଯିବ। ତେବେ ଏଥିପାଇଁ କାଉଣ୍ଟ ଡାଉନ ଆରମ୍ଭ ହୋଇଯାଇଛି। ସେପଟେ ଉଭୟ ଅଫଲାଇନ ଓ ଅନଲାଇନରେ ଟିକଟ ବିକ୍ରି ମଧ୍ୟ ଶେଷ ହୋଇଛି।

Read More
{}{}