Hindi News >>Home >>Odisha Sports

IPL 2023: ଛକା ମାରିବାରେ କେ.ଏଲ୍ ରାହୁଲଙ୍କ ରେକର୍ଡ ଭାଙ୍ଗିଲେ ସଞ୍ଜୁ ସାମସନ୍, ବିପଦରେ ଧୋନିଙ୍କ ରେକର୍ଡ

Highest Six Record in IPL: କେଟ୍ କିପର ବ୍ୟାଟ୍ସମ୍ୟାନ୍ ଭାବରେ ସର୍ବାଧିକ ଛକା ମାରି କେଏଲ ରାହୁଲଙ୍କ ରେକର୍ଡ ଭାଙ୍ଗିଥିବା ବ୍ୟାଟ୍ସମ୍ୟାନ୍ ତାଲିକାରେ ଚତୁର୍ଥ ସ୍ଥାନରେ ପହଞ୍ଚି ସାରିଛନ୍ତି। ଛକା ମାରିବା ତାଲିକାରେ ମହେନ୍ଦ୍ର ସିଂହ ଧୋନି ପ୍ରଥମ ସ୍ଥାନରେ ଅଛନ୍ତି। 

Advertisement
IPL 2023: ଛକା ମାରିବାରେ କେ.ଏଲ୍ ରାହୁଲଙ୍କ ରେକର୍ଡ ଭାଙ୍ଗିଲେ ସଞ୍ଜୁ ସାମସନ୍, ବିପଦରେ ଧୋନିଙ୍କ ରେକର୍ଡ
Stop
Zee Odisha Desk|Updated: May 08, 2023, 07:18 PM IST

Sanju Samson Breaks KL Rahul Record: ଭାରତୀୟ କ୍ରିକେଟର ସଞ୍ଜୁ ସାମସନ୍ ଙ୍କୁ ବର୍ତ୍ତମାନ ସମୟର ଅନ୍ୟତମ ଦକ୍ଷ ବ୍ୟାଟ୍ସମ୍ୟାନ୍ ଭାବରେ ବିବେଚନା କରାଯାଏ। ତାଙ୍କ ବ୍ୟାଟ୍ ଆଇପିଏଲ ମୁକାବିଲାରେ ଅନେକ ଦମଦାର ଇନିଂସ ଦେଖିଛି। ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍ ସମୟରେ ସଞ୍ଜୁ ସାମସନ୍ ଏକ ଅର୍ଦ୍ଧଶତକୀୟ ଇନିଂସ ଖେଳି ଲଗାତାର ଭାବରେ ୫ ଛକା ମାରିଥିଲେ। ଏହି ୫ ଛକା ସହିତ ଆଇପିଏଲ ମୁକାବିଲାରେ ମୋଟ ୧୧୫ ଛକା ମାରିସାରିଛନ୍ତି। ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଭାବରେ ସର୍ବାଧିକ ଛକା ମାରି କେଏଲ ରାହୁଲଙ୍କ ରେକର୍ଡ ଭାଙ୍ଗିଥିବା ବ୍ୟାଟ୍ସମ୍ୟାନ୍ ତାଲିକାରେ ଚତୁର୍ଥ ସ୍ଥାନରେ ପହଞ୍ଚି ସାରିଛନ୍ତି। ଛକା ମାରିବା ତାଲିକାରେ ମହେନ୍ଦ୍ର ସିଂହ ଧୋନି ପ୍ରଥମ ସ୍ଥାନରେ ଅଛନ୍ତି। ଧୋନୀ ସଞ୍ଜୁଙ୍କ ଠାରୁ କେତେ ଆଗରେ ଅଛନ୍ତି ଏବଂ ଏହି ଯୁବ ଖେଳାଳି ତାଙ୍କ ଠାରୁ ଆଗକୁ ବଢିପାରିବେ ନାଁ ନାହଁ ତାହାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା। 

ଚତୁର୍ଥ ସ୍ଥାନରେ ସଞ୍ଜୁ ସାମସନ୍; ପ୍ରଥମ ସ୍ଥାନରେ ମହେନ୍ଦ୍ର ସିଂହ ଧୋନୀ 
ସଞ୍ଜୁ ସାମସନ ବର୍ତ୍ତମାନ ଆଇପିଏଲ ମୁକାବିଲାରେ ୧୧୫ ଛକା ମାରି ୧୦୯ ଛକା ମାରିଥିବା କେଏଲ ରାହୁଲଙ୍କୁ ପଛରେ ପକାଇ ଦେଇଛନ୍ତି। ଋଷଭ ପନ୍ତ, ଦୀନେଶ କାର୍ତ୍ତିକ ଏବଂ ମହେନ୍ଦ୍ର ସିଂ ଧୋନୀ ସେମାନଙ୍କ ଠାରୁ ଆଗରେ ଅଛନ୍ତି। ମହେନ୍ଦ୍ର ସିଂହ ଧୋନୀ ଏ ପର୍ଯ୍ୟନ୍ତ ଆଇପିଏଲ ମୁକାବିଲାରେ ୨୩୨ ଛକା ମାରିଛନ୍ତି। ଦ୍ୱିତୀୟ ସ୍ଥାନରେ ରହିଥିବା ଦୀନେଶ କାର୍ତ୍ତିକ ୧୩୧ ଛକା ମାରିଛନ୍ତି। ସେହି ଋଷଭ ପନ୍ତ ୧୨୩ ଛକା ମାରି ତୃତୀୟ ସ୍ଥାନନରେ ଅଛନ୍ତି। ଯଦିଓ ମହେନ୍ଦ୍ର ସିଂହ ଧୋନୀ ଛକା ମାରିବା ତାଲିକାରେ ସର୍ବାଗ୍ରେ ରହିଛନ୍ତି। ହେଲେ ଆଇପିଏଲ ମୁକାବିଲାରେ ଚେନ୍ନାଇ ସୁପର କିଙ୍ଗ୍ସ ଦଳର ଅଧିନାୟକ ରହିଥିବା ମହେନ୍ଦ୍ର ସିଂହ ଧୋନୀଙ୍କ କ୍ୟାରିୟର ଏବେ ଶେଷ ପର୍ଯ୍ୟାୟରେ ପହିଞ୍ଚିଥିବା ବେଳେ,  ସଞ୍ଜୁ ସାମସ୍ ଯୁବକ ଅଛନ୍ତି ଏବଂ ସେ କ୍ରମାଗତ ଭାବରେ ମ୍ୟାଚ ଖେଳୁଛନ୍ତି। ଏଭଳି ପରିସ୍ଥିତିରେ ସଞ୍ଜୁଙ୍କ ପାଖରେ ଧୋନୀଙ୍କ ରେକର୍ଡ ଭାଙ୍ଗିବାର ଏକ ସୁଯୋଗ ରହିଛି। ଭାରତୀୟ ପ୍ରଶଂସକଙ୍କ ପାଇଁ ଭଲ କଥା ହେଉଛି ତାଲିକାର ସମସ୍ତ ପାଞ୍ଚ ଖେଳାଳି ହେଉଛନ୍ତି ଭାରତୀୟ କ୍ରିକେଟର।

୨୦୨୩ ଆଇପିଏଲ୍ ସଂସ୍କରଣରେ ଭଲ ଫର୍ମ ଦେଖାଇଛନ୍ତି ସଞ୍ଜୁ ସାମସନ୍
ସଞ୍ଜୁ ସାମସନ ବର୍ତ୍ତମାନ ପର୍ଯ୍ୟନ୍ତ ୨୦୨୩ ଆଇପିଏଲ୍ ସଂସ୍କରଣରେ ମୋଟ ୧୧ ଇନିଂସ ଖେଳିଛନ୍ତି। ହାରାହାରି ୩୦.୮୦ ହାରରେ ୩୦୮ ରନ୍ ସ୍କୋର କରିଛନ୍ତି। ତାଙ୍କର ଷ୍ଟ୍ରାଇକ୍ ରେଟ ହେଉଛି ୧୫୪.୭୭। ଯାହା ବହୁତ ଭଲ ବୋଲି ବିବେଚନା କରାଯାଇପାରେ। ସଞ୍ଜୁ ବର୍ତ୍ତମାନ ପର୍ଯ୍ୟନ୍ତ ତିନୋଟି ଅର୍ଦ୍ଧଶତକ ହାସଲ କରିଛନ୍ତି ଏବଂ ୧୯ ଛକା ମଧ୍ୟ କରିଛନ୍ତି। ଏବେ ଦେଖିବାକୁ ପଡ଼ିବ ବାକି ମୁକାବିଲାରେ ଏହି ପ୍ରତିଭାଶାଳୀ ଖେଳାଳିଙ୍କ ବ୍ୟାଟ କେତେ ରନ୍ ସଂଗ୍ରହ କରିବାରେ ସକ୍ଷମ ହେଉଛି। 

ଆଇପିଏଲ ମୁକାବିଲାରେ ସର୍ବାଧିକ ଛକା ମାରିଥିବା ଖେଳାଳୀ

  • ୧.ମହେନ୍ଦ୍ର ସିଂହ ଧୋନୀ: ୨୩୨ ଛକା
  • ୨. ଦୀନେଶ କାର୍ତ୍ତିକ: ୧୩୧ ଛକା
  • ୩. ଋଷଭ ପନ୍ତ: ୧୨୩ ଛକା
  • ୪.ସଞ୍ଜୁ ସାମସନ୍: ୧୧୫ ଛକା
  • ୫. କେ.ଏଲ୍ ରାହୁଲ: ୧୦୯ ଛକା
Read More
{}{}