Hindi News >>Home >>Odisha Sports

Hardik Pandya: କୋଟି କୋଟି ଟଙ୍କା ଠକି, ହାର୍ଦ୍ଦିକ ପାଣ୍ତ୍ୟାଙ୍କ ଭାଇ ଗିରଫ

Hardik Pandya: ମୁମ୍ବାଇ ଇଣ୍ତିଆନ୍ସର (Mumbai Indians) ଅଧିନାୟକ ଦାୟିତ୍ବ ନେବା ପରେ ଲଗାତାର ଭାବେ ଫ୍ୟାନ୍ସଙ୍କ ଟ୍ରୋଲ ଶିକାର ହେଉଛନ୍ତି ହାର୍ଦ୍ଦିକ ପାଣ୍ତ୍ୟା । ତେବେ ଇତି ମଧ୍ଯରେ ଠକେଇର ଶିକାର ହୋଇଛନ୍ତି ପାଣ୍ଡ୍ୟା ବ୍ରଦର୍ସ (Pandya Brothers)।

Advertisement
Hardik Pandya: କୋଟି କୋଟି ଟଙ୍କା ଠକି, ହାର୍ଦ୍ଦିକ ପାଣ୍ତ୍ୟାଙ୍କ ଭାଇ ଗିରଫ
Stop
Payal Priyadarshini|Updated: Apr 11, 2024, 03:22 PM IST

Hardik Pandya Step Brother Arrest: ମୁମ୍ବାଇ ଇଣ୍ତିଆନ୍ସର (Mumbai Indians) ଅଧିନାୟକ ଦାୟିତ୍ବ ନେବା ପରେ ଲଗାତାର ଭାବେ ଫ୍ୟାନ୍ସଙ୍କ ଟ୍ରୋଲ ଶିକାର ହେଉଛନ୍ତି ହାର୍ଦ୍ଦିକ ପାଣ୍ତ୍ୟା । ତେବେ ଇତି ମଧ୍ଯରେ ଠକେଇର ଶିକାର ହୋଇଛନ୍ତି ପାଣ୍ଡ୍ୟା ବ୍ରଦର୍ସ (Pandya Brothers)।

ଖବର ଅନୁଯାୟୀ, ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ଓ ଲକ୍ଷ୍ନୌ ଜିଆଣ୍ଟସ୍‌ର (Lucknow Super Giants) ଅଲ୍‌ରାଉଣ୍ଡର କୃଣାଳ ପାଣ୍ଡ୍ୟାଙ୍କ (krunal Pandya) ଠାରୁ କୋଟି କୋଟି ଟଙ୍କାର ଠକେଇ ହୋଇଥିବା ସୂଚନା ମିଳିଛି । ଆଶ୍ଚର୍ଯ୍ୟର କଥା, ପାଣ୍ଡ୍ୟା ବ୍ରଦର୍ସଙ୍କ ସାବତ ଭାଇ ହିଁ ଉଭୟଙ୍କଠାରୁ କୋଟି କୋଟି ଟଙ୍କା ଠକି ନେଇଥିବା ଜଣାପଡ଼ିଛି। ପାଣ୍ଡ୍ୟା ବ୍ରଦର୍ସଙ୍କୁ ଠାରୁ ତାଙ୍କ ସାବତ ଭାଇ ବୈଭବ ପାଣ୍ଡ୍ୟ (Vaibhav Pandya) ପ୍ରାୟ ସାଢ଼େ ୪ କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ବୈଭବ ପାଣ୍ଡ୍ୟାଙ୍କୁ ମୁମ୍ବାଇର ଇକୋନୋମିକ୍ ଅଫେନ୍ସ ୱିଙ୍ଗ (EOW) ଗିରଫ କରିଛି। ୨୦୨୧ରେ ହାର୍ଦ୍ଦିକ ଓ କୃଣାଲଙ୍କ ସହ ମିଶି ବୈଭବ ଏକ ପଲିମର ବିଜନେସ କମ୍ପାନୀ ଆରମ୍ଭ କରିଥିଲେ। ଏହି କମ୍ପାନୀରେ ହାର୍ଦ୍ଦିକ ଓ କୃଣାଳଙ୍କ ୪୦-୪୦ ପ୍ରତିଶତ ଅଂଶ ଥିବାବେଳେ ବୈଭବଙ୍କର ୨୦ ପ୍ରତିଶତ ଭାଗିଦାରୀ ଥିଲା।

ସର୍ତ୍ତ ଅନୁଯାୟୀ, କମ୍ପାନୀର ଲାଭ ଭାଗିଦାରୀର ଅଂଶ ଅନୁଯାୟୀ ହାର୍ଦ୍ଦିକ, କୃଣାଲ ଓ ବୈଭବଙ୍କ ମଧ୍ୟରେ ବାଣ୍ଟିବାର ଥିଲା। କିନ୍ତୁ ହାର୍ଦ୍ଦିକ ଓ କୃଣାଲଙ୍କୁ କମ୍ପାନୀର ଲାଭ ଟଙ୍କା ଦେବା ପରିବର୍ତ୍ତେ ବୈଭବ ଏକ ଅନ୍ୟ କମ୍ପାନୀ ଖୋଲି ସେଠାକୁ ଲାଭ ଟଙ୍କା ଟ୍ରାନ୍ସଫର କରିଦେଇଥିଲେ। ଏହି କାରଣରୁ ପାଣ୍ଡ୍ୟା ବ୍ରଦର୍ସଙ୍କୁ ପ୍ରାୟ ୪.୩ କୋଟିର କ୍ଷତି ସହିବାକୁ ପଡିଥିଲା। ହାର୍ଦ୍ଦିକଙ୍କ ଅଭିଯୋଗକୁ ଆଧାର କରି ଇଓଡବ୍ଲୁ ବୈଭବଙ୍କୁ ଗିରଫ କରି ୫ ଦିନ ପାଇଁ ହେପାଜତକୁ ପଠାଇଛି। ପ୍ରକାଶ ଥାଉ କି, ଉଭୟ ଭାଇ ହାର୍ଦ୍ଦିକ ଓ କୃଣାଲ ବର୍ତ୍ତମାନ ଆଇପିଏଲ୍ ୨୦୨୪ରେ ନିଜ ନିଜ ଦଳ ପାଇଁ ଖେଳୁଛନ୍ତି। ଉଭୟ ଆଇପିଏଲ୍‌ ମ୍ୟାଚ୍‌ ପାଇଁ ବ୍ୟସ୍ତ ଅଛନ୍ତି।

 

 

Read More
{}{}