Hindi News >>Home >>Odisha Sports

T20 World Cup 2022: ଟିମ୍ ଇଣ୍ଡିଆର ପରାଜୟ ପରେ କଟାକ୍ଷ କଲେ ଗମ୍ଭୀର, ଶୁଣି ବରଦାସ୍ତ କରିପାରିବେନି ଅଧିନାୟକ ରୋହିତ!

T20 World Cup 2022: ସୋସିଆଲ ମିଡିଆରେ ଭାରତୀୟ ଫ୍ୟାନ୍ସ ଟିମ୍ ଇଣ୍ଡିଆର ଅନେକ ଖେଳାଳିଙ୍କ ପ୍ରଦର୍ଶନ ଉପରେ ପ୍ରଶ୍ନ ଉଠାଉଛନ୍ତି । ଏହି ସମୟରେ ଭାରତର ପୂର୍ବତନ ଓପନର୍ ତଥା ଭାରତୀୟ ଜନତା ପାର୍ଟିର ସାଂସଦ ଗୌତମ ଗମ୍ଭୀର ଟିମ୍ ଇଣ୍ଡିଆର ପରାଜୟକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି ।

Advertisement
T20 World Cup 2022: ଟିମ୍ ଇଣ୍ଡିଆର ପରାଜୟ ପରେ କଟାକ୍ଷ କଲେ ଗମ୍ଭୀର, ଶୁଣି ବରଦାସ୍ତ କରିପାରିବେନି ଅଧିନାୟକ ରୋହିତ!
Stop
Zee Odisha Desk|Updated: Nov 12, 2022, 07:25 AM IST

Gautam Gambhir on Team India: ଟି-20 ବିଶ୍ୱକପ ୨୦୨୨ ( T20 World Cup 2022) ର ଦ୍ୱିତୀୟ ସେମିଫାଇନାଲରେ ଇଂଲଣ୍ଡ ଭାରତୀୟ ଦଳ (Indian Team) କୁ ୧୦ ୱିକେଟରେ ପରାସ୍ତ କରିଛି । ଏହି ଶୋଚନୀୟ ପରାଜୟ ପରେ ଭାରତୀୟ ଦିଗଜ୍ଜ ସମେତ ଫ୍ୟାନ୍ସମାନେ ଅତ୍ୟନ୍ତ ନିରାଶ ହୋଇଛନ୍ତି । ସେମିଫାଇନାଲ (India vs England Semi Final) ରେ ଭାରତୀୟ ଦଳର ଏପରି ପ୍ରଦର୍ଶନ ରହିବ କେହି କଳ୍ପନା ବି କରି ନଥିଲେ । ଫଳରେ ବର୍ତ୍ତମାନ ଟିମ୍ ଇଣ୍ଡିଆର ଖେଳାଳିଙ୍କୁ ଅନେକ ସମାଲୋଚନାର ଶିକାର ହେବାକୁ ପଡ଼ୁଛି । ସୋସିଆଲ ମିଡିଆରେ ଭାରତୀୟ ଫ୍ୟାନ୍ସ ଟିମ୍ ଇଣ୍ଡିଆ (Team India) ର ଅନେକ ଖେଳାଳିଙ୍କ ପ୍ରଦର୍ଶନ ଉପରେ ପ୍ରଶ୍ନ ଉଠାଉଛନ୍ତି । ଏହି ସମୟରେ ଭାରତର ପୂର୍ବତନ ଓପନର୍ ତଥା ଭାରତୀୟ ଜନତା ପାର୍ଟିର ସାଂସଦ ଗୌତମ ଗମ୍ଭୀର (Gautam Gambhir) ଟିମ୍ ଇଣ୍ଡିଆର ପରାଜୟକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି । ପରାଜୟକୁ ନେଇ ନିରାଶା ପ୍ରକାଶ କରି ସେ ସୋସିଆଲ ମିଡିଆରେ କଟାକ୍ଷ କରିଛନ୍ତି । 

ଏଠାରେ କହି ରଖୁଛୁ ଯେ, ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଭାରତୀୟ ବୋଲରମାନେ ସମ୍ପୂର୍ଣ୍ଣ ଫ୍ଲପ୍ ହୋଇଥିଲେ । ୨୦୦୭ରେ ଭାରତର ଟି-20 ବିଶ୍ୱକପ ଟାଇଟଲ ଜିତିବାରେ ଓ ଏହାପରେ ୨୦୧୧ରେ ଏକ ଦିବସୀୟ ବିଶ୍ୱକପରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଗୌତମ ଗମ୍ଭୀର ଏକ ପୋଷ୍ଟରେ ଲେଖିଛନ୍ତି । ଏହି ପୋଷ୍ଟରେ ସେ କହିଛନ୍ତି ଯେ, "ଆପଣ ସେହିମାନଙ୍କ ଠାରୁ କିଛି ଆଶା କରିପାରିବେ, ଯିଏ କିଛି କରିପାରିବେ ।" ଗୌତମ ଗମ୍ଭୀରଙ୍କ ଏହି ଟ୍ୱିଟର ଜବାବ ଦେଇ ଜଣେ ପ୍ରଶଂସକ କହିଛନ୍ତି ଯେ, 'ତାଙ୍କ କହିବାର ଅର୍ଥ ହେଉଛି ଯେ ଆରମ୍ଭରୁ ତାଙ୍କୁ ଏହି ଦଳଠାରୁ କୌଣସି ଆଶା ନଥିଲା ।' ଅନ୍ୟ ଜଣେ ପ୍ରଶଂସକ ଏହି ପରାଜୟକୁ ଆଇପିଏଲର ଓଭରଡୋଜ ଓ ଭାରତୀୟ ଖେଳାଳିଙ୍କ ଆଇସିସି ଇଭେଣ୍ଟ ଏବଂ ଟ୍ରଫି ପ୍ରତି ଅବହେଳାକୁ ଦାୟୀ କରିଛନ୍ତି ।

ଗୌତମ ଗମ୍ଭୀରଙ୍କ କମେଣ୍ଟର ଜବାବରେ ଆଉ ଜଣେ ଫ୍ୟାନ୍ସ ଲେଖିଛନ୍ତି ଯେ, 'ଆଇପିଏଲ ଓ ବ୍ରାଣ୍ଡ୍ସ ଖେଳାଳିମାନଙ୍କୁ ଖରାପ କରୁଛନ୍ତି । ସେମାନଙ୍କୁ ଅନ୍ତର୍ଜାତୀୟ କ୍ରିକେଟରେ ନିଜର ପ୍ରଦର୍ଶନର ଭୟ ନାହିଁ । ସେମାନେ ଆଇପିଏଲରେ ଭଲ ଖେଳନ୍ତି ଓ ଭଲ ଟଙ୍କା ପାଆନ୍ତି । ଏହାକୁ ବନ୍ଦ କରିବା ଉଚିତ୍ ।' ଏଠାରେ କହି ରଖୁଛୁ ଯେ, ୨୦୦୭ରେ ପାକିସ୍ତାନକୁ ପରାସ୍ତ କରି ପ୍ରଥମ ଟି-20 ବିଶ୍ୱକପ ଜିତିବା ପରେ ଭାରତ ଆଉ ଏହି ଟ୍ରଫି ଜିତିପାରି ନାହିଁ । ୨୦୧୧ ODI ବିଶ୍ୱକପ ଜିତିବା ପରେ ୨୦୧୩ ଚାମ୍ପିଅନ୍ସ ଟ୍ରଫି ବ୍ୟତୀତ ଆଇସିସି ଟୁର୍ଣ୍ଣାମେଣ୍ଟରେ ଭାରତର ଖରାପ ପ୍ରଦର୍ଶନ ଜାରି ରହିଛି । ୨୦୧୪ ଟି-20 ବିଶ୍ୱକପ ଫାଇନାଲରେ ଭାରତ ଶ୍ରୀଲଙ୍କାଠୁ ହାରିଥିଲା । ଏହା ପରେ ୨୦୧୫ ଦିନିକିଆ ବିଶ୍ୱକପର ସେମିଫାଇନାଲରେ ଭାରତକୁ ଅଷ୍ଟ୍ରେଲିଆ ପରାସ୍ତ କରିଥିଲା । ୨୦୧୬ ଟି-20 ବିଶ୍ୱ ସେମିଫାଇନାଲରେ ଭାରତ ୱେଷ୍ଟଇଣ୍ଡିଜଠାରୁ ପରାସ୍ତ ହୋଇଥିଲା । ସେହିପରି ୨୦୧୭ ଚାମ୍ପିଅନ୍ସ ଟ୍ରଫିର ଫାଇନାଲରେ ପାକିସ୍ତାନଠାରୁ ପରାସ୍ତ ହୋଇଥିଲା । ୨୦୧୯ ODI ବିଶ୍ୱକପ ସେମିଫାଇନାଲରେ ନ୍ୟୁଜିଲ୍ୟାଣ୍ଡଠାରୁ ପରାଜୟ ହେବାକୁ ପଡ଼ିଥିଲା । ୨୦୨୧ ଟି-20 ବିଶ୍ୱକପରେ ପ୍ରଥମ ରାଉଣ୍ଡରେ ଭାରତ ବାଦ୍ ପଡିଥିଲା ।

ଅଧିକ ପଢ଼ନ୍ତୁ:-ଟି-20 ବିଶ୍ୱକପରେ ପରାଜୟ ପରେ ହଠାତ୍ ବଦଳିଲା ଟିମ୍ ଇଣ୍ଡିଆର କୋଚ! ଏହି ଦିଗଜ୍ଜଙ୍କୁ ମିଳିଲା କମାଣ

ଅଧିକ ପଢ଼ନ୍ତୁ:-ଆଜି ସୂର୍ଯ୍ୟଙ୍କ ପରି ଚମକିବ ଏସବୁ ରାଶିର ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶନିବାର

ଅଧିକ ପଢ଼ନ୍ତୁ:-ବିବାହିତ ପୁରୁଷମାନେ ରାତିରେ ଶୋଇବା ପୂର୍ବରୁ କରନ୍ତୁ କେବଳ ଏହି କାମ, ମିଳିବ ଜବରଦସ୍ତ ଲାଭ

ସୂଚନାଯୋଗ୍ୟ, ଇଂଲଣ୍ଡ ବିପକ୍ଷରେ ୧୦ ୱିକେଟରେ ଟିମ୍ ଇଣ୍ଡିଆକୁ ଶୋଚନୀୟ ଭାବେ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି । ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ଇଂଲଣ୍ଡକୁ ୧୬୯ ରନର ଟାର୍ଗେଟ ଦେଇଥିଲା । ଏହି ଲକ୍ଷ୍ୟର ପିଛା କରି ଇଂଲଣ୍ଡ ସହଜରେ ୧୬ ଓଭରରେ ବିନା ୱିକେଟ ହରାଇ ମ୍ୟାଚ୍ ଜିତି ନେଇଥିଲା । ଇଂଲଣ୍ଡ ପାଇଁ ଓପନର୍ ଆଲେକ୍ସ ହେଲ୍ସ ଓ ଜୋସ୍ ବଟଲର୍ ନିଜ ଦମରେ ଏହି ମ୍ୟାଚ୍ ଜିତିଛନ୍ତି । ହେଲ୍ସ ୮୬ ରନ୍ ସଂଗ୍ରହ କରିଥିବାବେଳେ ବଟଲରଙ୍କ ବ୍ୟାଟରୁ ୮୦ ରନ୍ ଆସିଥିଲା । ଏହା ସହ ଭାରତର ଆଉ ଏକ ବିଶ୍ୱକପ ଜିତିବାର ସ୍ୱପ୍ନ ଧୂଳିସାତ୍ ହୋଇଯାଇଛି ।

Read More
{}{}