Hindi News >>Home >>Odisha Sports

India New T20 captain: ଗମ୍ଭୀର-ଅଗରକର ଏହି ସୁପରଷ୍ଟାରକୁ କରିବେ ଭାରତର ପରବର୍ତ୍ତୀ ଟି-୨୦ ଅଧିନାୟକ, ରେସରୁ ବାଦ ପଡିଲେ ହାର୍ଦ୍ଦିକ!

Team India New T20 captain: ଭାରତ ବନାମ ଶ୍ରୀଲଙ୍କା ଟି-୨୦ ସିରିଜ ପାଇଁ ଭାରତୀୟ ଦଳର ଅଧିନାୟକ କିଏ ପାଇବେ ସେ ନେଇ ସନ୍ଦେହ ରହିଛି। ପୂର୍ବରୁ ବିଶ୍ୱାସ କରାଯାଉଥିଲା ଯେ ହାର୍ଦ୍ଦିକ ପାଣ୍ଡ୍ୟା ଟି-୨୦ ର ଅଧିନାୟକ ହେବା ନିଶ୍ଚିତ, କିନ୍ତୁ ବର୍ତ୍ତମାନ ଏକ ନୂଆ ମୋଡ଼ ଆସିଛି।  

Advertisement
Team India New T20 captain
Stop
Jagdish Barik|Updated: Jul 16, 2024, 09:46 PM IST

India New T20 captain: ଆଇସିସି ଟି-୨୦ ବିଶ୍ୱକପ ୨୦୨୪ରେ ରୋହିତ ଶର୍ମା ଟିମ୍ ଇଣ୍ଡିଆର ଅଧିନାୟକ ଓ ହାର୍ଦ୍ଦିକ ପାଣ୍ଡ୍ୟା ଉପ-ଅଧିନାୟକ ଥିଲେ। ଟି-୨୦ ବିଶ୍ୱକପ ଟାଇଟଲ ଜିତିବା ପରେ ରୋହିତ ଶର୍ମା ଟି-୨୦ ଇଣ୍ଟରନ୍ୟାସନାଲରୁ ଅବସର ଘୋଷଣା କରିଛନ୍ତି, କିନ୍ତୁ ବିସିସିଆଇ ଏପର୍ଯ୍ୟନ୍ତ ନୂଆ ଟି-୨୦ ଅଧିନାୟକଙ୍କ ନାମ ଘୋଷଣା କରି ନାହିଁ। ଟି-୨୦ ବିଶ୍ୱକପ ପରେ ଭାରତୀୟ କ୍ରିକେଟ୍ ଦଳ ଜିମ୍ବାୱେକୁ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ ଖେଳିବାକୁ ଯାଇଥିଲା ଓ ଏହି ସମୟରେ ଶୁବମନ ଗିଲ ଟିମ୍ ଇଣ୍ଡିଆର ନେତୃତ୍ୱ ନେଇଥିଲେ। ଭାରତୀୟ କ୍ରିକେଟ୍ ଦଳକୁ ଆସନ୍ତା ମାସରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ଓ ଦିନିକିଆ ସିରିଜ୍ ପାଇଁ ଶ୍ରୀଲଙ୍କା ଗସ୍ତ କରିବାକୁ ପଡିବ। ଶ୍ରୀଲଙ୍କା ଗସ୍ତ ପାଇଁ ଭାରତୀୟ ଦଳ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ। ରୋହିତ ଶର୍ମାଙ୍କ ପରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟିମ୍ ଇଣ୍ଡିଆର ନୂତନ ଟି-୨୦ ଅଧିନାୟକ ଘୋଷିତ କରାଯିବ ବୋଲି ବିଶ୍ୱାସ କରାଯାଉଥିଲା, କିନ୍ତୁ ବର୍ତ୍ତମାନ ଏହି ପ୍ରସଙ୍ଗରେ ଏକ ମୋଡ଼ ଆସିଛି।

ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁସାରେ ତାଙ୍କୁ ଅଧିନାୟକ କରିବା ଯୋଜନାରେ ପରିବର୍ତ୍ତନ ସମ୍ପର୍କରେ ୧୬ ଜୁଲାଇ ସନ୍ଧ୍ୟାରେ ଉଭୟ ଗମ୍ଭୀର ଏବଂ ଅଗରକର ପାଣ୍ଡ୍ୟାଙ୍କ ସହ କଥା ହୋଇଥିବା । ସେମାନଙ୍କୁ ବୁଝାଇ ଦିଆଯାଇଥିଲା ଯେ ସ୍ଥିରତା ଯୋଗାଇବା ପାଇଁ ଏକ ଦୀର୍ଘକାଳୀନ ବିକଳ୍ପ ଚୟନ କରାଯାଇଛି। ଏହା ଏକ ସୂତ୍ରକୁ ଉଦ୍ଧୃତ କରି ଲେଖାଯାଇଛି ଯେ,

ରୋହିତ ଶର୍ମାଙ୍କ କାର୍ଯ୍ୟକାଳ ସମୟରେ ହାର୍ଦ୍ଦିକ ପାଣ୍ଡ୍ୟା ଉପ-ଅଧିନାୟକ ଥିଲେ। ସେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ପାଇଁ ସମ୍ପୂର୍ଣ୍ଣ ଫିଟ୍ ଓ ଉପଲବ୍ଧ। ସେ ଅଧିନାୟକତ୍ୱ ଗ୍ରହଣ କରିବାକୁ ଯାଉଥିଲେ କିନ୍ତୁ ସୂର୍ଯ୍ୟ କେବଳ ଶ୍ରୀଲଙ୍କା ସିରିଜରେ ନୁହେଁ ୨୦୨୬ ଟି-୨୦ ବିଶ୍ୱକପ ପର୍ଯ୍ୟନ୍ତ ସମ୍ଭାବ୍ୟ ଅଧିନାୟକ ହେବେ ବୋଲି ଏକ ଦୃଢ଼ ସମ୍ଭାବନା ରହିଛି।

ସୁର୍ଯ୍ୟକୁମାର ଭାରତୀୟ ଦଳରେ ଯୋଗଦେବା ପରଠାରୁ ସେ ଟି-୨୦ ଫର୍ମାଟରେ ସବୁଠାରୁ ଶକ୍ତିଶାଳୀ ଖେଳାଳି ଭାବରେ ଉଭା ହୋଇଛନ୍ତି। ଜୁନ୍ ମାସରେ ହେବାକୁ ଥିବା ଟି-୨୦ ବିଶ୍ୱକପ ପର୍ଯ୍ୟନ୍ତ ସେ ଏହି ଫର୍ମାଟରେ ଏକ ନମ୍ବର ବ୍ୟାଟ୍ସମ୍ୟାନ୍ ଥିଲେ। ଏଥିସହ ସେ ନଭେମ୍ବର-ଡିସେମ୍ବର ୨୦୨୩ ରେ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତୀୟ ଦଳର ଅଧିନାୟକ ହୋଇଥିଲେ। ଏହି ଦୁଇଟି ସିରିଜରେ ଭାରତ ଜିତିଥିଲା। ଗମ୍ଭୀର ଏବଂ ସୂର୍ଯ୍ୟ ପୂର୍ବରୁ ଏକାଠି କାମ କରିଛନ୍ତି। ଯେତେବେଳେ ଗମ୍ଭୀର କୋଲକାତା ନାଇଟ୍ ରାଇଡର୍ସର ଅଧିନାୟକ ଥିଲେ ସୂର୍ଯ୍ୟ ତାଙ୍କ ସହ ଖେଳୁଥିଲେ। ସେ ହିଁ ଏହି ବ୍ୟାଟ୍ସମ୍ୟାନ୍ଙ୍କୁ 'SKY' ଡାକନାମ ଦେଇଥିଲେ।

Read More
{}{}