Hindi News >>Home >>Odisha Sports

ରାଉରକେଲା ବିର୍ସା ମୁଣ୍ଡା ଆନ୍ତର୍ଜାତିକ ହକି ଷ୍ଟାଡିୟମ୍ ଭାରତ ପାଇଁ ଲକି ଷ୍ଟାଡିୟମ୍: ହରମନପ୍ରିତ ସିଂହ

ବୁଧବାର ରାଉରକେଲା ଠାରେ ଭାରତ ଅଷ୍ଟ୍ରେଲିଆ ସହ ଖେଳିଥିବା ଶେଷ ଲିଗ୍ ମ୍ୟାଚ୍ ବେଶ୍ ରୋମାଞ୍ଚ ପୂର୍ଣ୍ଣ ରହିଥିଲା।ମ୍ୟାଚ୍ ଆରମ୍ଭର ମାତ୍ର ୧ମିନିଟ ୧୨ସେକେଣ୍ଡ ମଧ୍ୟରେ ବିବେକ ସାଗର ପ୍ରସାଦ ପେନାଲ୍ଟି କର୍ଣ୍ଣର କୁ ଗୋଲ୍ ମାରି ଭାରତକୁ ଆଗୁଆ କରିଥିଲେ। ତେବେ ପ୍ରଥମ କ୍ୱାଟର ରେ ଭାରତକୁ ଆଉ ୪ଟି ପେନାଲ୍ଟି କର୍ଣ୍ଣର ସୁଯୋଗ ମିଳିଥିଲେ ମଧ୍ୟ ଏହାକୁ ହାତଛଡ଼ା କରିଥିଲେ ଭାରତୀୟ ଖେଳାଳି।

Advertisement
ରାଉରକେଲା ବିର୍ସା ମୁଣ୍ଡା ଆନ୍ତର୍ଜାତିକ ହକି ଷ୍ଟାଡିୟମ୍ ଭାରତ ପାଇଁ ଲକି ଷ୍ଟାଡିୟମ୍: ହରମନପ୍ରିତ ସିଂହ
Stop
Susanta Kumar Dash|Updated: Mar 16, 2023, 07:46 AM IST

FIH Hockey Pro League ରାଉରକେଲା: ରାଉରକେଲା ବିର୍ସା ମୁଣ୍ଡା ଆନ୍ତର୍ଜାତିକ ହକି ଷ୍ଟାଡିୟମ୍ ରେ ଭାରତ ଖେଳିଥିବା ସମସ୍ତ ମ୍ୟାଚ୍ ଅପରାଜେୟ। FIH ପ୍ରୋ ଲିଗ୍ , ଅଷ୍ଟ୍ରେଲିଆ ସହ ଶେଷ ମ୍ୟାଚ୍ ରେ ୨-୨ ଗୋଲ୍ ରେ ଡ୍ର ହେବା ପରେ  ପେନାଲ୍ଟିରେ ୩-୩ ଗୋଲ୍ ଏବଂ ସଡନ୍ ଡେଥ ରେ ଗୋଲ୍ ମାରି ଭାରତକୁ ଜିତାଇଲେ କ୍ୟାପଟେନ ହର୍ମନ୍ ପ୍ରିତ୍ ସିଂ। ଏଥିସହିତ ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍ ରେ ଖେଳାଯାଇଥିବା ହକି ବିଶ୍ୱକପ ଓ FIH ପ୍ରୋ ଲିଗ୍ ର ସମସ୍ତ ମ୍ୟାଚ୍ ରେ ଭାରତ ଅପରାଜେୟ ରହିଛି। ଯାହାକୁ ନେଇ ଭାରତ ପାଇଁ ରାଉରକେଲା ର ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍ କୁ ଲକି ବୋଲି ଖୋଲା କଣ୍ଠରେ କହିଛନ୍ତି ଭାରତୀୟ ହକି ଦଳର ଅଧିନାୟକ ହର୍ମନ୍ ପ୍ରିତ୍ ସିଂ। 

ବୁଧବାର ରାଉରକେଲା ଠାରେ ଭାରତ ଅଷ୍ଟ୍ରେଲିଆ ସହ ଖେଳିଥିବା ଶେଷ ଲିଗ୍ ମ୍ୟାଚ୍ ବେଶ୍ ରୋମାଞ୍ଚ ପୂର୍ଣ୍ଣ ରହିଥିଲା।ମ୍ୟାଚ୍ ଆରମ୍ଭର ମାତ୍ର ୧ମିନିଟ ୧୨ସେକେଣ୍ଡ ମଧ୍ୟରେ ବିବେକ ସାଗର ପ୍ରସାଦ ପେନାଲ୍ଟି କର୍ଣ୍ଣର କୁ ଗୋଲ୍ ମାରି ଭାରତକୁ ଆଗୁଆ କରିଥିଲେ। ତେବେ ପ୍ରଥମ କ୍ୱାଟର ରେ ଭାରତକୁ ଆଉ ୪ଟି ପେନାଲ୍ଟି କର୍ଣ୍ଣର ସୁଯୋଗ ମିଳିଥିଲେ ମଧ୍ୟ ଏହାକୁ ହାତଛଡ଼ା କରିଥିଲେ ଭାରତୀୟ ଖେଳାଳି।ମ୍ୟାଚ୍ ର ଦ୍ଵିତୀୟ କ୍ୱାଟର ଗୋଲ୍ ଶୂନ୍ୟ ରହିବା ସହିତ ହାଫ୍ ଟାଇମ୍ ପର୍ଯ୍ୟନ୍ତ ଭାରତ ୧-୦ ଗୋଲ୍ ରେ ଆଗୁଆ ରହିଥିଲା। ତେବେ ହାଫ୍ ଟାଇମ୍ ପରେ କଙ୍ଗାରୁ ଦଳ ଘନ ଘନ ଆକ୍ରମଣ କରି ପେନାଲ୍ଟି କର୍ଣ୍ଣର ସୁଯୋଗ ସୃଷ୍ଟି କରିବା ସହିତ ମ୍ୟାଚ୍ ର ୩୭ତମ ମିନିଟ୍ ରେ ପେନାଲ୍ଟି ଷ୍ଟ୍ରୋକ ରେ ଗୋଲ୍ ମାରି ଦଳକୁ ବରାବର୍ ସ୍ଥିତିରେ ଆଣିଥିଲେ ଅଷ୍ଟ୍ରେଲିଆ ଖେଳାଳି ନାଥନ ଏଫ୍ରମ୍ସ। 

ମ୍ୟାଚ୍ ର ୪୭ତମ ମିନିଟ ରେ ସୁଖଜିତ୍ ସିଂ ଚମତ୍କାର ଫିଲ୍ଡ ଗୋଲ୍ ଜରିଆରେ ଭାରତକୁ ୨-୧ ଗୋଲ୍ ରେ ଆଗୁଆ କରାଇଥିଲେ। ମାତ୍ର କିଛି ମିନିଟ୍ ପରେ ମ୍ୟାଚ୍ ର ୫୨ତମ ମିନିଟ୍ ରେ ପେନାଲ୍ଟି କର୍ଣ୍ଣର କୁ ଗୋଲ୍ କରି ନିଜ ଦଳକୁ ୨-୨ ଗୋଲ୍ ରେ ବରାବର ସ୍ଥିତିକୁ ଆଣିଥିଲେ ଅଷ୍ଟ୍ରେଲିଆ ଖେଳାଳି ଟିମ୍ ହୱାର୍ଡ।ଏହା ପରେ ମ୍ୟାଚ୍ ରେ ଅଷ୍ଟ୍ରେଲିଆ ଦଳ ଅନେକ ପେନାଲ୍ଟି କର୍ଣ୍ଣର ସୁଯୋଗ ସୃଷ୍ଟି କରିଥିଲେ ମଧ୍ୟ ଏହାକୁ ରୋକିବାରେ ସମର୍ଥ ହୋଇଥିଲେ ଭାରତୀୟ ଗୋଲ୍ ରକ୍ଷକ ଓ ଖେଳାଳି। ମ୍ୟାଚ୍ ଶେଷରେ ୨-୨ ଗୋଲ୍ ରେ ଉଭୟ ଦଳ ବରାବର ସ୍ଥିତିରେ ଥିବାରୁ ସୁଟଆଉଟ୍ ଜରିଆରେ ଉଭୟ ଦଳକୁ ୫-ପାଞ୍ଚ ଟି ସୁଯୋଗ ମିଳିଥିଲା। 

ତେବେ ମ୍ୟାଚ୍ ଠାରୁ ଅଧିକ ରୋମାଞ୍ଚ ପୂର୍ଣ୍ଣ ସୁଟଆଉଟ୍ ରେ ପ୍ରଥମ ରେ ଗୋଲ୍ ମାରି ଅଧିନାୟକ ହର୍ମନ୍ ପ୍ରିତ ସିଂ ଷ୍ଟାଡିୟମ୍ ରେ ଉପସ୍ଥିତ ୨୦ହଜାର ରୁ ଉର୍ଦ୍ଧ ଦର୍ଶକଙ୍କୁ ଉତ୍ସାହିତ କରିଥିବା ବେଳେ, ଅଷ୍ଟ୍ରେଲିଆ ଖେଳାଳି ଜେକ୍ ହ୍ୱେଟନ ଙ୍କ ସୁଟଆଉଟ୍ କୁ ରୋକି ମ୍ୟାଚ୍ ରେ ଭାରତକୁ ଆଗୁଆ କରିଥିଲେ ଭାରତୀୟ ଗୋଲ୍ ରକ୍ଷକ ପି. ଆର୍. ଶ୍ରିଯେଶ୍।ମାତ୍ର ପରବର୍ତ୍ତୀ ଦୁଇଟି ସୁଟଆଉଟ୍ ରେ ହାର୍ଦ୍ଧିକ ସିଂହ ଓ ବିବେକ ସାଗର ପ୍ରସାଦ ଗୋଲ୍ କରି ନ ପାରିଥିବା ବେଳେ, ଅଷ୍ଟ୍ରେଲିଆ ତରଫରୁ ଜେକ ହାର୍ଭି,କ୍ରେଗ ମାରିସ ଓ ଜ୍ୟକ୍ ଲିଚ୍ ଲଗାତାର ଗୋଲ୍ ମାରି ଅଷ୍ଟ୍ରେଲିଆ ଦଳକୁ ଆଗୁଆ ରଖିଥିଲେ। ଶେଷ ଦୁଇଟି ସୁଟ ଆଉଟ୍ ରେ ଭାରତର ସୁଖଜିତ୍ ସିଂ ଓ ଦିଲ୍ ପ୍ରୀତ୍ ସିଂ ଗୋଲ୍ ମାରିଥିବା ବେଳେ,ଅଷ୍ଟ୍ରେଲିଆ ଖେଳାଳି ନାଥନ ଏଫ୍ରମ୍ସ ଙ୍କ ସୁଟ୍ ଆଉଟ୍ କୁ ରୋକି ମ୍ୟାଚ୍ ରେ ରୋମାଞ୍ଚ ଭରି ଦେଇଥିଲେ ଭାରତୀୟ ଗୋଲ୍ ରକ୍ଷକ ଶ୍ରିଜେଶ୍। 

ଯାହାକୁ ନେଇ ଉଭୟ ଦଳ ୩-୩ ଗୋଲ୍ ରେ ପୁଣି ଟାଇ ହୋଇଥିବା ବେଳେ, ସଡନ୍ ଡେଥ ରେ ଚମତ୍କାର ପ୍ରଦର୍ଶନ କରି ଅଧିନାୟକ ହର୍ମନ୍ ପ୍ରୀତ ଙ୍କ ଗୋଲ୍ ଓ ପି.ଆର୍ ଶ୍ରିଯେଶ ଙ୍କ ଗୋଲ୍ ରକ୍ଷା ଭାରତକୁ ୪-୩ ଗୋଲ୍ ରେ ବିଜୟୀ କରାଇଥିଲା।ମ୍ୟାଚ୍ ରେ ଅଧିନାୟକ ହର୍ମନ୍ ପ୍ରୀତ ମ୍ୟାନ ଅଫ ଦ ମ୍ୟାଚ୍ ହୋଇଥିବା ବେଳେ, ଶ୍ରିଜେଶ କିଣିଥିଲେ ଦର୍ଶକଙ୍କ ମନ। ହକି ବିଶ୍ୱକପ ପରେ ପ୍ରୋ ଲିଗ୍ ରେ ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମ୍ ରେ ଭରପୁର ଦର୍ଶକ ଖେଳର ମଜା ନେଉଥିବା ବେଳେ , ଏଠାରେ ଭାରତ ଖେଳିଥିବା ୯ଟି ମ୍ୟାଚ୍ ରୁ କୌଣସି ମଧ୍ୟ ମ୍ୟାଚ୍ ନ ହାରିବା ପରେ ଏହାକୁ ଭାରତ ପାଇଁ ଲକି ଷ୍ଟାଡିୟମ୍ ବୋଲି ଶେଷ ମ୍ୟାଚ୍ ପରେ ପ୍ରକାଶ କରିଛନ୍ତି ଅଧିନାୟକ ହର୍ମନ୍ ପ୍ରୀତ ସିଂ।

Read More
{}{}