Hindi News >>Home >>Odisha Sports

FIFA World Cup 2022 Golden Boot: ଗୋଲଡେନ୍ ବୁଟ୍ ରେସରେ ସବୁଠାରୁ ଆଗରେ Mbappe, ଜାଣନ୍ତୁ କେଉଁ ସ୍ଥାନରେ ଅଛନ୍ତି ରୋନାଲ୍ଡ ଓ ମେସି

FIFA World Cup 2022 Golden Boot: କିଲିଆନ୍ ଏମ୍ବାପ୍ପେଙ୍କର ଚମତ୍କାର ପ୍ରଦର୍ଶନ ଯୋଗୁଁ ଫ୍ରାନ୍ସ ପୋଲାଣ୍ଡକୁ ୩-୧ ଗୋଲରେ ମାତ୍ ଦେଇଛି । ଏହି ଦୁଇଟି ଗୋଲ୍ ପରେ ଚଳିତ ଫିଫା ବିଶ୍ୱକପରେ ଏମ୍ବାପ୍ପେଙ୍କ ଗୋଲ୍ ସଂଖ୍ୟା ୫କୁ ବୃଦ୍ଧି ପାଇଛି । କିଲିଆନ୍ ଏମ୍ବାପ୍ପେ ବର୍ତ୍ତମାନ ଗୋଲ୍ଡେନ୍ ବୁଟ୍ ରେସରେ ସବୁଠାରୁ ଆଗରେ ଅଛନ୍ତି ।

Advertisement
FIFA World Cup 2022 Golden Boot: ଗୋଲଡେନ୍ ବୁଟ୍ ରେସରେ ସବୁଠାରୁ ଆଗରେ Mbappe, ଜାଣନ୍ତୁ କେଉଁ ସ୍ଥାନରେ ଅଛନ୍ତି ରୋନାଲ୍ଡ ଓ ମେସି
Stop
Tamal Bakchi|Updated: Dec 05, 2022, 01:03 PM IST

FIFA World Cup 2022 Golden Boot: ଏଥର କାତାରରେ ଅତି ଧୂମଧାମରେ ଫିଫା ବିଶ୍ୱକପ ୨୦୨୨ ଆୟୋଜନ କରାଯାଉଛି । ବର୍ତ୍ତମାନ ଏହି ଟୁର୍ଣ୍ଣାମେଣ୍ଟର ପ୍ରି-କ୍ୱାଟର ଫାଇନାଲର ମ୍ୟାଚ୍ ଜାରି ରହିଛି । ଗତକାଲି (ରବିବାର) ଅର୍ଥାତ ଡିସେମ୍ୱର ୫ରେ ନକ୍ଆଉଟ୍ ମ୍ୟାଚରେ ଫ୍ରାନ୍ସର ଫରୱାର୍ଡ ଖେଳାଳି କିଲିଆନ୍ ଏମ୍ବାପ୍ପେ (Kylian Mbappe) ଚମତ୍କାର ପ୍ରଦର୍ଶନ କରି ୨ଟି ଗୋଲ୍ କରିଛନ୍ତି । କିଲିଆନ୍ ଏମ୍ବାପ୍ପେ (Kylian Mbappe) ଙ୍କର ଚମତ୍କାର ପ୍ରଦର୍ଶନ ଯୋଗୁଁ ଫ୍ରାନ୍ସ ପୋଲାଣ୍ଡକୁ ୩-୧ ଗୋଲରେ ମାତ୍ ଦେଇଛି । ଏହି ଦୁଇଟି ଗୋଲ୍ ପରେ ଚଳିତ ଫିଫା ବିଶ୍ୱକପରେ ଏମ୍ବାପ୍ପେଙ୍କ ଗୋଲ୍ ସଂଖ୍ୟା ୫କୁ ବୃଦ୍ଧି ପାଇଛି । କିଲିଆନ୍ ଏମ୍ବାପ୍ପେ (Kylian Mbappe) ବର୍ତ୍ତମାନ ଗୋଲ୍ଡେନ୍ ବୁଟ୍ ରେସରେ ସବୁଠାରୁ ଆଗରେ ଅଛନ୍ତି । ୨୩ ବର୍ଷୀୟ ଏମ୍ବାପ୍ପେ ଲିଓନେଲ ମେସି (Lionel Messi), ଏନେର ଭାଲେନ୍ସିୟା (Enner Valencia), କୋଡି ଗାକ୍ପୋ (Cody Gakpo), ମାର୍କସ ରଶଫୋର୍ଡ (Marcus Rashford), ଆଲଭାରୋ ମୋରାଟା (Alvaro Morata) ଏବଂ ଅଲିଭିଆର ଗିରୌଦ (Olivier Giroud) ଙ୍କ ସହ ବରାବରାରେ ଥିଲେ । 

୪୪ ମିନିଟରେ କିଲିଆନ୍ ଏମ୍ବାପ୍ପେ (Kylian Mbappe) ଙ୍କ ସହାୟତାରେ  (Olivier Giroud)  ପୋଲାଣ୍ଡ ବିପକ୍ଷରେ ତୃତୀୟ ଗୋଲ ସ୍କୋର କରିଥିଲେ । ଅଧ ଘଣ୍ଟା ପରେ କିଲିଆନ୍ ଏମ୍ବାପ୍ପେ ପୋଲାଣ୍ଡର ଗୋଲକିପର ୱୋଜିଶଏକ ସ୍ୱେଜକ୍ନିଙ୍କୁ ବିଟ୍ କରି ଗୋଲ୍ କରିଥିଲେ । ଫଳରେ ଫ୍ରାନ୍ସ ୨-୦ରେ ଆଗୁଆ ହୋଇଥିଲେ । ଷ୍ଟପେଜ୍ ସମୟର ପ୍ରଥମ ମିନିଟରେ କିଲିଆନ୍ ଏମ୍ବାପ୍ପେ ତାଙ୍କ ଟ୍ୟାଲିରେ ଆଉ ଏକ ଗୋଲ୍ ଯୋଡ଼ି ନେଇଥିଲେ । କାତାରରେ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଗ୍ରୁପ୍ ମ୍ୟାଚରେ କିଲିଆନ୍ ଏମ୍ବାପ୍ପେ ପ୍ରଥମ ଗୋଲ୍ କରି ଖାତା ଖୋଲିଥିଲେ । କିଲିଆନ୍ ଏମ୍ୱାପ୍ପେ ଡେନମାର୍କ ବିପକ୍ଷରେ ଦୁଇଟି ଗୋଲ ସ୍କୋର କରିଥିଲେ । ତେବେ ଫାଇନାଲ ଗ୍ରୁପ୍ ମ୍ୟାଚରେ ଫ୍ରାନ୍ସ ଟ୍ୟୁନିସିଆକୁ ୧-୧ରେ ହରାଇଥିଲା ।

ଅଧିକ ପଢ଼ନ୍ତୁ:-୯ ୱିକେଟ ଖସିବା ପରେ ବି କେମିତି ଜିତିଲା ବାଂଲାଦେଶ? ମେହଦି ହସନ କଲେ ବଡ଼ ଖୁଲାସା

ଅଧିକ ପଢ଼ନ୍ତୁ:-ମ୍ୟାଚ ହାରିବା ପରେ ରୋହିତ ଶର୍ମା ଦେଲେ ବଡ଼ ବୟାନ, ପରାଜୟ ପାଇଁ ଏମାନଙ୍କୁ କଲେ ଦାୟୀ

ଅଧିକ ପଢ଼ନ୍ତୁ:-ଆଜି ଗୁଜୁରାଟରେ ଶେଷ ପର୍ଯ୍ୟାୟରେ ୯୩ଟି ଆସନ ପାଇଁ ମତଦାନ ଜାରି, ବାଜିରେ ଲାଗିଛି ସିଏମ୍ ସମେତ ୯ ମନ୍ତ୍ରୀଙ୍କ ଭାଗ୍ୟ

 

ଏହି ମ୍ୟାଚରେ କିଲିଆନ୍ ଏମ୍ବାପ୍ପେ (Kylian Mbappe) ଗୋଟିଏ ବି ଗୋଲ୍ ସ୍କୋର କରିପାରିନଥିଲେ । କିନ୍ତୁ ପୋଲାଣ୍ଡ ବିପକ୍ଷରେ ଯେପରି ସେ ଚମତ୍କାର ପ୍ରଦର୍ଶନ କରିଛନ୍ତି, ତାହା ଦେଖି ସାରା ଦୁନିଆ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଛନ୍ତି । ଚାରି ବର୍ଷ ପୂର୍ବେ କିଲିଆନ୍ ଏମ୍ବାପ୍ପେ ତାଙ୍କର ପ୍ରଥମ ବିଶ୍ୱକପ୍ ଅଭିଯାନରେ ୪ଟି ଗୋଲ୍ ସ୍କୋର କରିଥିଲେ, ଏହି ଟୁର୍ଣ୍ଣାମେଣ୍ଟରେ ଫ୍ରାନ୍ସ ଋଷରେ ଟାଇଟଲ୍ ଜିତିଥିଲା । ସେହି ଟୁର୍ଣ୍ଣାମେଣ୍ଟରେ ପେରୁ ବିପକ୍ଷରେ କିଲିଆନ୍ ଏମ୍ବାପ୍ପେ (Kylian Mbappe) ଙ୍କର ପ୍ରଥମ ଗୋଲ ତାଙ୍କୁ ୧୯ ବର୍ଷ ବୟସରେ ବିଶ୍ୱକପ ଇତିହାସର ସର୍ବକନିଷ୍ଠ ଫ୍ରାନ୍ସ ଗୋଲ ସ୍କୋରର ହେବାର ମାନ୍ୟତା ପ୍ରଦାନ କରିଥିଲେ । ଗୋଲଡେନ୍ ବୁଟ୍ ବିଶ୍ୱକପର ଶ୍ରେଷ୍ଠ ଗୋଲ୍ ସ୍କୋରରଙ୍କୁ ପ୍ରଦାନ କରାଯାଇଥାଏ ।

Read More
{}{}