Hindi News >>Home >>Odisha Sports

FIFA World Cup 2022: ଘାନାକୁ ହରାଇବା ପୂର୍ବରୁ କାନ୍ଦିଲେ ରୋନାଲ୍ଡୋ, ଭାଙ୍ଗିଲେ ଏହି ବିଶ୍ୱ ରେକର୍ଡ


FIFA World Cup 2022: ଗତ ଦୁଇ ସପ୍ତାହ ଧରି ଚର୍ଚ୍ଚାରେ ଥିବା କ୍ରିଷ୍ଟିଆନୋ ରୋନାଲ୍ଡୋ ଗୁରୁବାର ପୁଣି ଥରେ ଏକ ଐତିହାସିକ ପ୍ରଦର୍ଶନ କରି ବିଶ୍ୱ ରେକର୍ଡ କରିଛନ୍ତି। ଘାନା ବିପକ୍ଷରେ ପର୍ତ୍ତୁଗାଲର ଗ୍ରୁପ୍ ଏଚ୍ ମ୍ୟାଚ୍ ଉପରେ ସମସ୍ତଙ୍କ ନଜର ଥିଲା। ଏହି ମ୍ୟାଚକୁ ପର୍ତ୍ତୁଗାଲ ୩-୨ ଗୋଲ ବ୍ୟବଧାନରେ ବିଜୟ ହାସଲ କରିଛି।

Advertisement
 FIFA World Cup 2022: ଘାନାକୁ ହରାଇବା ପୂର୍ବରୁ କାନ୍ଦିଲେ ରୋନାଲ୍ଡୋ, ଭାଙ୍ଗିଲେ ଏହି ବିଶ୍ୱ ରେକର୍ଡ
Stop
Zee Odisha Desk|Updated: Nov 25, 2022, 09:40 AM IST

FIFA World Cup 2022, ନୂଆଦିଲ୍ଲୀ: ଫିଫା ବିଶ୍ୱକପରେ ବିଶ୍ୱ ରେକର୍ଡ କରିଛନ୍ତି କ୍ରିଷ୍ଟିଆନୋ ରୋନାଲଡୋ। ପ୍ରଥମ ପୁରୁଷ ଫୁଟବଲର ଭାବେ ପାଞ୍ଚଟି ଫିଫା ବିଶ୍ୱକପରେ ଗୋଲ କରିଛନ୍ତି। କ୍ରିଷ୍ଟିଆନୋ ରୋନାଲଡୋ ଗୁରୁବାର ଘାନା ବନାମ ପର୍ତ୍ତୁଗାଲର ବିଶ୍ୱକପ୍ ମୁକାବିଲାରେ ସ୍କୋର୍ କରି ନିଜର ରେକର୍ଡକୁ ଭାଙ୍ଗି ଏହି ଇତିହାସ ରଚିଛନ୍ତି। ଅନ୍ୟପଟେ ମ୍ୟାଚ ପୂର୍ବରୁ ସେ ଭାବବିହ୍ୱଳ ହୋଇଯାଇଥିଲେ। ତାଙ୍କ ଆଖିରେ ଧାର ଧାର ଲୁହ ଦେଖିବାକୁ ମିଳିଥିଲା।

ଗତ ଦୁଇ ସପ୍ତାହ ଧରି ଚର୍ଚ୍ଚାରେ ଥିବା କ୍ରିଷ୍ଟିଆନୋ ରୋନାଲ୍ଡୋ ଗୁରୁବାର ପୁଣି ଥରେ ଏକ ଐତିହାସିକ ପ୍ରଦର୍ଶନ କରି ବିଶ୍ୱ ରେକର୍ଡ କରିଛନ୍ତି। ଘାନା ବିପକ୍ଷରେ ପର୍ତ୍ତୁଗାଲର ଗ୍ରୁପ୍ ଏଚ୍ ମ୍ୟାଚ୍ ଉପରେ ସମସ୍ତଙ୍କ ନଜର ଥିଲା। ଏହି ମ୍ୟାଚକୁ ପର୍ତ୍ତୁଗାଲ ୩-୨ ଗୋଲ ବ୍ୟବଧାନରେ ବିଜୟ ହାସଲ କରିଛି। ମ୍ୟାଚର ୬୫ତମ ମିନିଟରେ କ୍ରିଷ୍ଟିଆନୋ ରୋନାଲଡୋ ପ୍ରଥମ ଗୋଲ କରିଥିଲେ। ପେନାଲଟି ସୁଟଆଉଟରେ ଏହି ଗୋଲ ସହ ପର୍ତ୍ତୁଗାଲ ୧-୦ରେ ଆଗରେ ରହିଥିଲା। ଏହି ଗୋଲ ସହିତ ରୋନାଲ୍ଡୋ,  ଫିଫା ଇତିହାସର ପ୍ରଥମ ପୁରୁଷ ଫୁଟବଲର୍ ଭାବରେ ପାଞ୍ଚଟି ଭିନ୍ନ ଫିଫା ବିଶ୍ୱକପରେ ଗୋଲ୍ ସ୍କୋର କରିଥିଲେ। 

Also Read: First Edition of Women IPL: ଖୁବଶୀଘ୍ର ଖେଳାଯିବ ମହିଳା ଆଇପିଏଲ, ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

ପୂର୍ବରୁ ଚାରିଟି ବିଶ୍ୱକପ୍‌ରେ ଗୋଲ୍ କରିଥିବା ପେଲେ ଏବଂ ଜର୍ମାନ୍ ଉୱେ ସେଲର୍ ଏବଂ ମିରୋସ୍ଲାଭ୍ କ୍ଲୋଜ୍ଙ୍କୁ ରୋନାଲ୍ଡୋ ପଛରେ ପକାଇ ଦେଇଛନ୍ତି। ଅନ୍ତର୍ଜାତୀୟ ସ୍ଥରରେ ରୋନାଲ୍ଡୋ ନିଜର ବିଶ୍ୱ ରେକର୍ଡ ଗୋଲକୁ ୧୧୮କୁ ବୃଦ୍ଧି କରିଛନ୍ତି। ବିଶ୍ୱକପ୍‌ କ୍ୟାରିୟରରେ ଗୁରୁବାର ରୋନାଲ୍ଡୋ ଅଷ୍ଟମ ପେନାଲଟି ଗୋଲ କରିଛନ୍ତି। ଗୁରୁବାର ମ୍ୟାଚରେ ଜବରଦସ୍ତ ମୁକାବିଲା ଦେଖିବାକୁ ମିଳିଥିଲା। ପର୍ତ୍ତୁଗାଲର ପ୍ରଥମ ଗୋଲର ୮ ମିନିଟରେ ଘାନା ବରାବର କରିଥିଲା। କିନ୍ତୁ ୭୩ ମିନିଟ ବେଳକୁ ଜୌଆଓ ପର୍ତ୍ତୁଗାଲକୁ ୨-୧ ଗୋଲ ସହ ଆଗୁଆ କରିଥିଲେ। ୮୦ ମିନିଟ ବେଳକୁ ପର୍ତ୍ତୁଗାଲ ପାଇଁ ଲିଆରୋ ତୃତୀୟ ଗୋଲ କରିଥିଲେ। 

୨-୧ରେ ପର୍ତ୍ତୁଗାଲ ଆଗୁଆ ଥିବା ବେଳେ କ୍ରିଷ୍ଟିଆନୋ ରୋନାଲ୍ଡଙ୍କୁ ସବଷ୍ଟିଚ୍ୟୁଡ କରା ଯାଇଥିଲା। ରୋନାଲ୍ଡୋଙ୍କ ବଦଳରେ ଗୋନକାଲୋ ରାମୋସ୍ ଗ୍ରାଉଣ୍ଡକୁ ଆସିଥିଲେ। ମ୍ୟାଚର ୮୮ ମିନିଟରେ ରୋନାଲ୍ଡୋଙ୍କ ସହିତ ପର୍ତ୍ତୁଗାଲ ଦୁଇଟି ସବଷ୍ଟିଚ୍ୟୁଡ୍ କରିଥିଲା। ଆଉ ଏହାର ମାତ୍ର ଗୋଟିଏ ମିନିଟ ଭିତରେ ଘାନାର ଓସମାନ ବୁକାରି ଦଳ ପାଇଁ ଦ୍ୱିତୀୟ ଗୋଲ କରିଥିଲେ। କିନ୍ତୁ ଶେଷରେ ୩-୨ ଗୋଲରେ ପର୍ତ୍ତୁଗାଲ ବିଜୟ ହୋଇଛି। ମଞ୍ଚେଷ୍ଟର ୟୁନାଇଟେଡରୁ ଅଲଗା ହେଲା ପରେ ୩୭ ବର୍ଷିୟ ରୋନାଲ୍ଡୋ, ଫିଫା ବିଶ୍ୱକପ ୨୦୨୨ର ପ୍ରଥମ ମ୍ୟାଚ ଖେଳିଥିଲେ। 

Also Read: FIFA World Cup: ଫିଫା ମହାକୁମ୍ଭରେ ଏମିତି ସୁରକ୍ଷା ଦେଉଛି ପାକିସ୍ତାନର ଜାହାଜ; ଜାଣନ୍ତୁ ଏହା ବିଷୟରେ ସବୁକିଛି...

ଅନ୍ୟପଟେ ଘାନା-ପର୍ତ୍ତୁଗାଲ ମ୍ୟାଚ ପୂର୍ବରୁ ଷ୍ଟାଡିୟମରେ ଉଭୟ ଦେଶର ଜାତୀୟ ସଙ୍ଗୀତ ବାଜି ଥିଲା। ଏଗି ସମୟ ପର୍ତ୍ତୁଗାଲର ଅଧିନାୟକ କ୍ରିଷ୍ଟିଆନୋ ରୋନାଲ୍ଡୋ ଭାବପ୍ରବଣ ହୋଇଥିଲେ। ସୋସିଆଲ ମିଡିଆରେ ରୋନାଲ୍ଡୋଙ୍କ ଏହାର ଭିଡିଓ ଭାଇରାଲ ହେବାରେ ଲାଗିଛି। 

 

 

 

 

 

 

 

Read More
{}{}