Hindi News >>Home >>Odisha Sports

IND VS ENG: ଭାରତ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଦଳ ଘୋଷଣା କଲା ଇଂଲଣ୍ଡ, ଅନେକ ବଡ଼ ଖେଳାଳୀ ପଡ଼ିଲେ ବାଦ୍

England Test Squad: ଭାରତ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ ଇଂଲଣ୍ଡ ନିଜ ଦଳ ଘୋଷଣା କରିଛି । ଜୋସ୍ ବଟଲର୍ ଓ ସାମ କୁରନଙ୍କ ଭଳି ଷ୍ଟାର ଖେଳାଳିମାନେ ଏହି ଦଳରେ ସ୍ଥାନ ପାଇନାହାଁନ୍ତି ।  

Advertisement
England announced the team for the Test series against India
Stop
Jagdish Barik|Updated: Dec 11, 2023, 07:04 PM IST

India vs England Test Series: ଭାରତ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ ଇଂଲଣ୍ଡ ଆଣ୍ଡ ୱେଲ୍ସ କ୍ରିକେଟ୍ ବୋର୍ଡ ନିଜ ଦଳ ଘୋଷଣା କରିଛି । ୨୫ ଜାନୁଆରୀରୁ ହେବାକୁ ଥିବା ଏହି ଟେଷ୍ଟ ସିରିଜ୍ ପାଇଁ ଇଂଲଣ୍ଡ ୧୬ ଜଣିଆ ଦଳ ଘୋଷଣା କରିଛି । ଷ୍ଟାର ଅଲରାଉଣ୍ଡର ସାମ କରାନ ଓ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଜୋସ୍ ବଟଲରଙ୍କୁ ଏହି ଦଳରେ ସ୍ଥାନ ମିଳିନାହିଁ । ତେବେ ଦଳରେ ତିନୋଟି ନୂଆ ଚେହେରା ସାମଲ୍ କରାଯାଇଛି ।

ଭାରତ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଇଂଲଣ୍ଡ ଦଳରେ ତିନିଟି ନୂଆ ଚେହେରା ଅନ୍ତର୍ଭୁକ୍ତ କରିଛି । ଏଥିରେ ଶୋଏବ ବଶିର, ଟମ ହାର୍ଟଲି ଓ ଗୁସ୍ ଆଟକିନ୍ସନ୍ ଅନ୍ତର୍ଭୁକ୍ତ । ଓଲି ପୋପ୍ ଏହି ଦଳର ଉପ-ଅଧିନାୟକ ଅଟନ୍ତି । ଟମ୍ ହାର୍ଟଲି, ଜ୍ୟାକ୍ ଲିଚ୍ ଓ ରେହାନ୍ ଅହମ୍ମଦଙ୍କ ରୂପରେ ଇଂଲଣ୍ଡ ନିଜ ଦଳରେ ତିନି ଜଣ ସ୍ପିନରଙ୍କୁ ସାମିଲ କରିଛି ।

ଭାରତରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ ଇଂଲଣ୍ଡ ଦଳରେ ଜୋ ରୁଟ୍, ଜନି ବେୟାରଷ୍ଟୋ, ହ୍ୟାରି ବ୍ରୁକ୍, ଜ୍ୟାକ୍ କ୍ରାଉଲି, ବେନ୍ ଡକେଟ୍, ବେନ୍ ଷ୍ଟୋକ୍ସ, ଶୋଏବ ବଶିର, ବେନ୍ ଫକ୍ସ ଏବଂ ଓଲି ପୋପ୍ ଭଳି ନଅ ଜଣ ବ୍ୟାଟ୍ସମ୍ୟାନ୍ ଅଛନ୍ତି । ଟମ୍ ହାର୍ଟଲି, ଜ୍ୟାକ୍ ଲିଚ୍ ଓ ରେହାନ୍ ଅହମ୍ମଦଙ୍କ ରୂପରେ ତିନି ଜଣ ସ୍ପିନର ଅଛନ୍ତି । ଦ୍ରୁତ ବୋଲିଂ ବିଭାଗରେ ଜେମ୍ସ ଆଣ୍ଡରସନ୍, ଗୁସ୍ ଆଟକିନ୍ସନ୍, ଓଲି ରବିନ୍ସନ୍ ଏବଂ ମାର୍କ ୱୁଡ୍ ଅଛନ୍ତି।

ଆପଣଙ୍କୁ କହିରଖୁଛୁ ଯେ ଜାନୁଆରୀରେ ବେନ୍ ଷ୍ଟୋକ୍ସଙ୍କ ଦଳ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ ଭାରତ ଗସ୍ତ କରିବେ । ଏହି ସିରିଜର ପ୍ରଥମ ଟେଷ୍ଟ ୨୫ ଜାନୁଆରୀରୁ ହାଇଦ୍ରାବାଦରେ ଖେଳାଯିବ । ଏହା ପରେ ୨ ଫେବୃଆରୀରୁ ୱାଇଜାଗରେ ଦ୍ୱିତୀୟ ଟେଷ୍ଟ, ୧୫ ଫେବୃଆରୀରୁ ରାଜକୋଟରେ ତୃତୀୟ ଟେଷ୍ଟ, ୨୩ ଫେବୃଆରୀରୁ ରାଞ୍ଚିରେ ଚତୁର୍ଥ ଟେଷ୍ଟ ଓ ୭ ମାର୍ଚ୍ଚରୁ ଧର୍ମଶାଳାରେ ଶେଷ ଟେଷ୍ଟ ମ୍ୟାଚ୍ ଖେଳାଯିବ ।

ଭାରତ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ ଇଂଲଣ୍ଡ ଦଳ - ବେନ୍ ଷ୍ଟୋକ୍ସ (ଅଧିନାୟକ), ରେହାନ୍ ଅହମ୍ମଦ, ଜେମ୍ସ ଆଣ୍ଡରସନ୍, ଗୁସ୍ ଆଟକିନ୍ସନ୍, ଜନି ବେୟାରଷ୍ଟୋ (ୱିକେଟ୍ କିପର), ଶୋଏବ ବଶିର, ହ୍ୟାରି ବ୍ରୁକ୍, ଜ୍ୟାକ୍ କ୍ରାଉଲି, ବେନ୍ ଡକେଟ୍, ବେନ୍ ଫକ୍ସ (ୱିକେଟ୍ କିପର) ), ଟମ୍ ହାର୍ଟଲି, ଜ୍ୟାକ୍ ଲିଚ୍, ଓଲି ପୋପ୍, ଓଲି ରବିନ୍ସନ୍, ଜୋ ରୁଟ୍ ଓ ମାର୍କ ୱୁଡ୍ ।

Read More
{}{}