Hindi News >>Home >>Odisha Sports

India Vs Pakistan: କ୍ରିକେଟ ପଡି଼ଆରେ ଆଜି ଲଢ଼ିବେ ଭାରତ ଓ ପାକିସ୍ତାନ, ଜାଣନ୍ତୁ ମ୍ୟାଚ୍ ସହ ଜଡିତ ସମସ୍ତ ଡିଟେଲ୍ସ

India Vs Pakistan: ଏମର୍ଜିଙ୍ଗ ଏସିଆ କପ୍ ୨୦୨୩ ରେ ଆଜି ଭାରତ-ଏ ଓ ପାକିସ୍ତାନ-ଏ ମଧ୍ୟରେ ଏକ ମ୍ୟାଚ୍ ଖେଳାଯିବ । ଏହି ମ୍ୟାଚ୍ କଲମ୍ବୋ ର ଆର. ପ୍ରେମାଦାସା ଷ୍ଟାଡିୟମରେ ଅନୁଷ୍ଠିତ ହେବ ।

Advertisement
ସୌ: ସୋସିଆଲ ମିଡିଆ
Stop
Jagdish Barik|Updated: Jul 19, 2023, 07:16 AM IST

India-A Vs Pakistan-A Match Details: ଏମର୍ଜିଙ୍ଗ ଏସିଆ କପ୍ ୨୦୨୩ ଟୁର୍ଣ୍ଣାମେଣ୍ଟ ବର୍ତ୍ତମାନ ଶ୍ରୀଲଙ୍କାରେ ଖେଳାଯାଉଛି । ଏହି ଟୁର୍ଣ୍ଣାମେଣ୍ଟରେ ଏପର୍ଯ୍ୟନ୍ତ ୧୦ ଟି ମ୍ୟାଚ୍ ଖେଳାଯାଇ ସାରିଛି । ଆଜି (ଜୁଲାଇ ୧୯) ଶ୍ରୀଲଙ୍କା ଦ୍ୱାରା ଆୟୋଜିତ ଏମର୍ଜିଙ୍ଗ ଏସିଆ କପରେ (Emerging Asia Cup 2023) ଦୁଇଟି ମ୍ୟାଚ୍ ଖେଳାଯିବ, ଯେଉଁଥିରେ ଦ୍ୱିତୀୟ ମ୍ୟାଚ୍ ଭାରତ-ଏ ଓ ପାକିସ୍ତାନ-ଏ (India-A Vs Pakistan-A) ମଧ୍ୟରେ ଖେଳାଯିବ । ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁଥିବା ମ୍ୟାଚ୍ ଅପରାହ୍ନ ୨ ଟାରୁ ଆରମ୍ଭ ହେବ । ଉଭୟଙ୍କ ମଧ୍ୟରେ ଏହି ମ୍ୟାଚ୍ କଲମ୍ବୋର ଆର. ପ୍ରେମାଦାସା ଷ୍ଟାଡିୟମରେ (R.Premadasa Stadium) ଅନୁଷ୍ଠିତ ହେବ ।

ଏହି ଟୁର୍ଣ୍ଣାମେଣ୍ଟରେ ୟଶ ଧୁଲ (Yash Dhul) ଇଣ୍ଡିଆ-ଏ ର ଅଧିନାୟକତ୍ୱ କରୁଛନ୍ତି । ଏଥିସହିତ ସାମ ଆୟୁବ (Sam Ayub) ପାକିସ୍ତାନ-ଏ ଅଧିନାୟକତ୍ୱ କରୁଛନ୍ତି । ଗ୍ରୁପ୍-ବିରେ ଭାରତ ଓ ପାକିସ୍ତାନର ଦଳ ଉପସ୍ଥିତ ଅଛନ୍ତି । ଉଭୟ ଦଳ ଏପର୍ଯ୍ୟନ୍ତ ୨ଟି ଲେଖାଏଁ ମ୍ୟାଚ୍ ଖେଳିଛନ୍ତି, ଯେଉଁଥିରେ ଉଭୟ ଦଳ କୌଣସି ମ୍ୟାଚ୍ ହାରି ନାହାଁନ୍ତି । ୟୁଏଇ-ଏ ଓ ନେପାଳ-ଏ ବିପକ୍ଷରେ ଉଭୟ ଦଳ ନିଜ ନିଜ ମ୍ୟାଚ୍ ଖେଳିଛନ୍ତି । ଏଭଳି ପରିସ୍ଥିତିରେ ଆଜିର ମ୍ୟାଚ୍‌ରେ କେଉଁ ଦଳ କାହା ଉପରେ ବିଜୟୀ ହେବାକୁ ଯାଉଛି ତାହା ଦେଖିବାକୁ କୌତୁହଳପ୍ରଦ ହେବ ।

କେବେ ଓ କେଉଁଠାରେ ହେବ ମ୍ୟାଚ୍?
ଭାରତ-ଏ ଓ ପାକିସ୍ତାନ-ଏ ମଧ୍ୟରେ ମ୍ୟାଚ୍ ଆର ପ୍ରେମାଦାସା ଷ୍ଟାଡିୟମ୍, କଲମ୍ବୋ, ଶ୍ରୀଲଙ୍କାରେ ହେବ । ଭାରତୀୟ ସମୟ ଅନୁଯାୟୀ, ଏହି ମ୍ୟାଚ୍ ଅପରାହ୍ନ ୨ ଟାରୁ ଆରମ୍ଭ ହେବ ।

ଟିଭିରେ କେଉଁ ଚ୍ୟାନେରେ ଦେଖିପାରିବେ ଲାଇଭ୍ ?
ଭାରତ-ଏ ଓ ପାକିସ୍ତାନ-ଏ ମଧ୍ୟରେ ଖେଳାଯିବାକୁଥିବା ଏହି ମ୍ୟାଚ୍ ଟିଭିରେ ଭାରତର ଷ୍ଟାର ସ୍ପୋର୍ଟସ ନେଟୱାର୍କ ମାଧ୍ୟମରେ ସିଧା ପ୍ରସାରଣ ହେବ ।

ମୋବାଇଲରେ କେଉଁଠାରେ ଦେଖିବେ ଲାଇଭ୍ ଷ୍ଟ୍ରିମିଂ?
ଭାରତ-ଏ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଫ୍ୟାନକୋଡ୍ ଆପ୍ ମାଧ୍ୟମରେ ମଧ୍ୟ ସିଧା ପ୍ରସାରଣ ଦେଖିପାରିବେ ।

ଭାରତ ଏ ଦଳ (India-A squad)
ସାଇ ସୁଦର୍ଶନ, ଅଭିଷେକ ଶର୍ମା, ନିକିନ ଜୋସେ, ୟଶ ଧୁଲ (ଅଧିନାୟକ), ରିୟାନ ପାରାଗ, ନିଶାନ୍ତ ସିନ୍ଧୁ, ଧ୍ରୁଭ ଜୁରେଲ (ୱିକେଟ୍ କିପର), ମନଭ ସୂତାର, ହର୍ଷିତ ରାଣା, ନୀତୀଶ ରେଡ୍ଡୀ, ଆକାଶ ସିଂ, ପ୍ରଦୋଶ ପାଲ, ପ୍ରଭାସମରନ୍ ସିଂ, ଯୁବରାଜ ସିଂ ଦୋଡିଆ, ଆର.ଏସ୍. ହାଙ୍ଗରଗେକର୍ ।

ପାକିସ୍ତାନ-ଏ ଦଳ (Pakistan-A squad)
ସାମ ଆୟୁବ (ଅଧିନାୟକ), ତାଇୟାବ ତାହିର, ମହମ୍ମଦ ହରିସ୍ (ୱିକେଟ୍ କିପର), କାମ୍ରାନ୍ ଗୁଲାମ, ସାହିବଜଡା ଫରହାନ୍, ଓମେର ୟୁସୁଫ, କାସୀମ ଆକ୍ରାମ, ମହମ୍ମଦ ୱାସିମ ଜ୍ର, ଅର୍ଶଦ ଇକବାଲ, ଶାହନାୱାଜ ଧାନି, ହସିବୁଲ୍ଲା ଖାନ, ମୁବାସିର ଖାନ, ଅମାଦ ବଟ୍, ମେହରାନ ମୁମତାଜ ମୁକିମ୍ ।

ଏହା ବି ପଢ଼ନ୍ତୁ: Jasprit Bumrah: 'ମୁଁ ଫେରୁଛି', ଏସିଆ କପ୍ ପୂର୍ବରୁ ଜସପ୍ରୀତ ବୁମ୍ରା ସେୟାର କଲେ ଏକ ଭାବପ୍ରବଣ ପୋଷ୍ଟ

ଏହା ବି ପଢନ୍ତୁ: India vs West Indies: ଅଶ୍ୱନିଙ୍କ ପୂର୍ବରୁ ପିତା-ପୁତ୍ରଙ୍କୁ ଆଉଟ୍ କରି ସାରିଛନ୍ତି ଏସବୁ ବୋଲର, ଜଣେ ପାକିସ୍ତାନୀ ମଧ୍ୟ ସାମିଲ, ଦେଖନ୍ତୁ ଲିଷ୍ଟ

ଏହା ବି ପଢନ୍ତୁ: World Cup Records: ଦିନିକିଆ ବିଶ୍ୱକପ ଇତିହାସରେ ଭାରତ ପାଇଁ ସର୍ବାଧିକ ସ୍କୋର କରିଛନ୍ତି ଏହି ୫ ଭାରତୀୟ ଖେଳାଳି

 

Read More
{}{}