Hindi News >>Home >>Odisha Sports

Olympic medal winners : ଜାଣନ୍ତୁ ମେଡାଲ ଜିତିଲେ ନିଜ ଦେଶରୁ ମିଳିଥାଏ କେତେ ଅର୍ଥରାଶି?

cash prizes to Olympic medal winners : ଚଳିତ ଅଲିମ୍ପିକ୍ସରେ ପ୍ରଥମ ଭାରତୀୟ ଭାବେ ମନୁ ଭାକର ଭାରତକୁ ୨ ଟି ପଦକ ଜିତାଇ ଇତିହାସ ରଚିଛନ୍ତି ।  ଜାଣନ୍ତୁ କେଉଁ ଦେଶ ନିଜ ଅଲିମ୍ପିକ ଖେଳାଳିଙ୍କ ପାଇଁ କେତେ ଟଙ୍କାର ଅର୍ଥ ପ୍ରଦାନ କରିଥାନ୍ତି।

Advertisement
Paris Olympics 2024
Stop
Zee Odisha Desk|Updated: Jul 31, 2024, 03:15 PM IST

cash prizes to Olympic medal winners : ପ୍ୟାରିସ ଅଲିମ୍ପିକ୍ସ ୨୦୨୪କୁ ନେଇ  କ୍ରୀଡାପ୍ରେମୀମାନେ ବେଶ୍ ଉତ୍ସାହିତ ଅଛନ୍ତି । ଚଳିତ ଅଲିମ୍ପିକ୍ସରେ ପ୍ରଥମ ଭାରତୀୟ ଭାବେ ମନୁ ଭାକର ଭାରତକୁ ୨ ଟି ପଦକ ଜିତାଇ ଇତିହାସ ରଚିଛନ୍ତି । ଯାହାକି ଭାରତୀୟଙ୍କ ଉତ୍ସାହକୁ ଦ୍ଵିଗୁଣିତ କରିଛି।ମନୁ ଭାକର ଏୟାର ପିଷ୍ଟଲ ଶୁଟିଂରେ ଗୋଟିଏ ସ୍ବର୍ଣ୍ଣ ଏବଂ ଗୋଟିଏ ବ୍ରୋଞ୍ଜ ପଦକ ଜିତିଛନ୍ତି ।

ତେବେ ଆପଣ ମାନେ ଜାଣି ନଥିବେ ଯେ,ଅଲିମ୍ପିକ କ୍ରୀଡା ପଦକ ଜିତିଲେ ନିଜ ଦେଶ ଖେଳାଳିଙ୍କୁ ଭିନ୍ନ ଭିନ୍ନ ପ୍ରାଇଜ ଅର୍ଥ ଆକାରରେ ପ୍ରଦାନ କରିଥାନ୍ତି । ଏହା ଦେଶ ତରଫରୁ ସେମାନଙ୍କ ପାଇଁ ଏକ ସମ୍ମାନ।

ତେବେ ଜାଣନ୍ତୁ କେଉଁ ଦେଶ ନିଜ ଅଲିମ୍ପିକ ଖେଳାଳିଙ୍କ ପାଇଁ କେତେ ଟଙ୍କାର ଅର୍ଥ ପ୍ରଦାନ କରିଥାନ୍ତି।

ଭାରତ: ଭାରତୀୟ ଖେଳାଳି ଅଲିମ୍ପିକ୍ସରେ ପଦକ ଜିତିଲେ ସେମାନଙ୍କ ଅର୍ଥରାଶି କିଛି ନିଶ୍ଚିତ ନଥାଏ । ପ୍ରତିଥର ସରକାର ନୂଆ ଅର୍ଥରାଶି ଘୋଷଣା କରିଥାନ୍ତି । ଏହା ବ୍ୟତୀତ ରାଜ୍ୟ ସରକାରଙ୍କ ତରଫରୁ ମଧ୍ୟ ବିଜେତାଙ୍କୁ ଅର୍ଥରାଶି ପ୍ରଦାନ କରାଯାଇଥାଏ ।

ଆମେରିକା: ଆମେରିକାରେ ଅଲିମ୍ପିକ ଖେଳାଳି ସ୍ବର୍ଣ୍ଣ ପଦକ ଜିତିଲେ ୩୧ ଲକ୍ଷ ଟଙ୍କା, ରୌପ୍ୟ ପଦକ ଜିତିଲେ ୧୮ ଲକ୍ଷ ଏବଂ ବ୍ରୋଞ୍ଜ ପଦକ ଜିତିଲେ ୧୨ ଲକ୍ଷ ଟଙ୍କା ପ୍ରାଇଜ ମନି ପ୍ରଦାନ କରାଯାଇଥାଏ ।

ଜର୍ମାନୀ: ଜର୍ମାନୀରେ ଜଣେ ଅଲିମ୍ପିକ ଖେଳାଳି ସ୍ବର୍ଣ୍ଣ ପଦକ ଜିତିଲେ ୧୮ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥାଏ । ସେହିପରି ରୌପ୍ୟ ପଦକ ଜିତିଲେ ୧୩ ଲକ୍ଷ ଏବଂ ବ୍ରୋଞ୍ଜ ପଦକ ଜିତିଲେ ୯ ଲକ୍ଷ ଟଙ୍କା ପ୍ରାଇଜ ମନି ପ୍ରଦାନ କରାଯାଇଥାଏ ।

ଫ୍ରାନ୍ସ: ଫ୍ରାନ୍ସରେ ଅଲିମ୍ପିକ ଖେଳାଳି ସ୍ବର୍ଣ୍ଣ ପଦକ ଜିତିଲେ ୫୯ ଲକ୍ଷ ଟଙ୍କା, ରୌପ୍ୟ ପଦକ ଜିତିଲେ ୨୨ ଲକ୍ଷ ଟଙ୍କା ଏବଂ ବ୍ରୋଞ୍ଜ ପଦକ ଜିତିଲେ ୧୩ ଲକ୍ଷ ଟଙ୍କା ପ୍ରାଇଜ ମନି ପ୍ରଦାନ କରାଯାଇଥାଏ ।

ସିଙ୍ଗାପୁର: ସିଙ୍ଗାପୁରରେ ଅଲିମ୍ପିକ ଖେଳାଳି ସ୍ବର୍ଣ୍ଣ ପଦକ ଜିତିଲେ ୬ କୋଟି ୨୦ ଲକ୍ଷ ଟଙ୍କା, ରୌପ୍ୟ ପଦକ ଜିତିଲେ ୩ କୋଟି ଏବଂ କାଂସ୍ୟ ପଦକ ଜିତିଲେ ୧ କୋଟି ୫୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥାଏ ।

ତାଇୱାନ: ତାଇୱାନ ଖେଳାଳି ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିଲେ ୬ କୋଟି ଟଙ୍କା, ରୌପ୍ୟ ପଦକ ଜିତିଲେ ୨ କୋଟି ଟଙ୍କା ଏବଂ କାଂସ୍ୟ ପଦକ ବଜେତାଙ୍କୁ ୧ କୋଟି ୫୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥାଏ ।

Read More
{}{}